୧୬ ଫେବୃଆରୀରେ ଭାରତ ବନ୍ଦ କାହିଁକି?

ସେହି ଏକା ଦାବି ଦୋହରାଉଥିବା ଚାଷୀ ସଂଗଠନମାନେ ଆନ୍ଦୋଳନ ଜରିଆରେ ୧୬ ଫେବୃଆରୀରେ ଭାରତ ବନ୍ଦ ଡାକରା ଦେଇଛନ୍ତି ଓ ଦେଶର ରାଜଧାନୀ ଦିଲ୍ଲୀ ମହାନଗରୀକୁ ଅବରୁଦ୍ଧ କରିବାକୁ ଆଗେଇ ଆସୁଛନ୍ତି।

Farmers Protest

Farmers Protest

Debendra Prusty
  • Published: Thursday, 15 February 2024
  • Updated: 15 February 2024, 06:04 PM IST

ଜାନକୀଶ ବଡ଼ପଣ୍ଡା

୨୦୧୧ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ସେତେବେଳେ ଦେଶରେ ଉପା ସରକାର। ପ୍ରଧାନମନ୍ତ୍ରୀ ଥାଆନ୍ତି କଂଗ୍ରେସ ଦଳର ଡ଼ଃ ମନମୋହନ ସିଂହ। ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ମୋଦି ଦାବି ଜଣାଇଥିଲେ ଯେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌.ଏସ୍‌.ପି.)କୁ ଆଇନ ପରିସରଭୁକ୍ତ କରାଯାଇ ଚାଷୀମାନଙ୍କୁ ଶୋଷଣରୁ ମୁକ୍ତ କରାଯାଉ। ସମୟ ବଦଳିଛି, ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ଏବେ ଦେଶର ପ୍ରଧାନମନ୍ତ୍ରୀ। ସେହି ଏକା ଦାବି ଦୋହରାଉଥିବା ଚାଷୀ ସଂଗଠନମାନେ ଆନ୍ଦୋଳନ ଜରିଆରେ ୧୬ ଫେବୃଆରୀରେ ଭାରତ ବନ୍ଦ ଡାକରା ଦେଇଛନ୍ତି ଓ ଦେଶର ରାଜଧାନୀ ଦିଲ୍ଲୀ ମହାନଗରୀକୁ ଅବରୁଦ୍ଧ କରିବାକୁ ଆଗେଇ ଆସୁଛନ୍ତି। ଅଥଚ ମୋଦି ସରକାର ଏହାକୁ ମାନିବା ପାଇଁ ପ୍ରସ୍ତୁତ ନାହାନ୍ତି।

ଇତିମଧ୍ୟରେ ଉତ୍ତର ପ୍ରଦେଶର କୃଷକ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ ଓ ସର୍ବନିମ୍ନ ସହାୟକ ମୂଲ୍ୟର ପ୍ରବକ୍ତା ସବୁଜ ବିପ୍ଳବର ପିତା କୁହାଯାଉଥିବା କୃଷି ବୈଜ୍ଞାନିକ ଡ଼ଃ ଏମଏସ ସ୍ୱାମୀନାଥନଙ୍କୁ ଭାରତ ରତ୍ନ ଭଳି ଦେଶର ସର୍ବଶ୍ରେଷ୍ଠ ନାଗରିକ ସମ୍ମାନ ପ୍ରଦାନ କରାଯାଇଛି। ତଥାପି, କୃଷକମାନେ ପୁଣି ଥରେ ରାସ୍ତାକୁ ଓହ୍ଲାଇ ଆସିଛନ୍ତି। ଫେବୃଆରୀ ୧୩ରେ ପଞ୍ଜାବ-ହରିୟାଣାର କୃଷକମାନେ ଦିଲ୍ଲୀରେ ପହଞ୍ଚି ନେତା ଓ ମନ୍ତ୍ରୀଙ୍କୁ ଘେରି ରହିବାକୁ ଯୋଜନା କରିଥିଲେ। ୧୬ ଫେବୃଆରୀରେ କୃଷକ ସଂଗଠନଗୁଡ଼ିକ 'ଭାରତ ବନ୍ଦ' ଡାକରା ଦେଇଛନ୍ତି। ସମ୍ଭାବ୍ୟ କୃଷକଙ୍କ ଆନ୍ଦୋଳନ ପାଇଁ ଦିଲ୍ଲୀ ପୋଲିସ ସତର୍କ ରହିଛି। ସେମାନଙ୍କୁ ବିଭିନ୍ନ ସ୍ଥାନରେ ଅଟକାଇବା ପାଇଁ ବ୍ୟବସ୍ଥା କରାଯାଇଛି।

୨୦୨୦ ସେପ୍ଟେମ୍ବରରେ ପ୍ରଣୀତ ତିନୋଟି କୃଷି ଆଇନକୁ ଅଧିକାଂଶ କୃଷକ ସଂଗଠନ ଚାଷୀ-ବିରୋଧୀ କହି ଆନ୍ଦୋଳନକୁ ତୀବ୍ର କରିଥିଲେ। ଏଭଳି ଆଇନ ଫଳରେ କୃଷକଙ୍କ ଭାଗ୍ୟ କିଛି ହାତଗଣତି କର୍ପୋରେଟଙ୍କ ଦୟା ଉପରେ ନିର୍ଭୟ କରିବ ବୋଲି ଆଶଙ୍କା କରିଥିଲେ ଅଧିକାଂଶ ଅଣଭାଜପା ରାଜନୈତିକ ଦଳ। ସେବେଠୁ, 'ସର୍ବନିମ୍ନ ସହାୟକ ଦର' ଏମ୍‌.ଏସ୍‌.ପି.କୁ ଆଇନ ପରିସରକୁ ଆଣିବାକୁ ଦାବୀ ଉଠିଥିଲା। ନଭେମ୍ବର ମାସରେ କୃଷକଙ୍କ ସମର୍ଥନରେ ଦେଶବ୍ୟାପୀ ଧର୍ମଘଟ କରାଯାଇଥିଲା। କେନ୍ଦ୍ର କୃଷିମନ୍ତ୍ରୀ ଓ କୃଷକ ସଂଗଠନ ମଧ୍ୟରେ ୧୪ ଅକ୍ଟୋବରଠାରୁ ୨୨ ଜାନୁଆରୀ ୨୦୨୧ ମଧ୍ୟରେ ୧୧ ଥର ଆଲୋଚନା ହୋଇଥିଲା। ୨୦୨୦ ଡିସେମ୍ବର ମାସରେ ସର୍ବୋଚ୍ଚ ନ୍ୟାୟାଳୟରେ କୃଷକଙ୍କ ଦିଲ୍ଲୀ ଅବରୋଧ ବିରୁଦ୍ଧରେ ଆବେଦନ କରାଯାଇଥିଲା। କୃଷକ ନେତାମାନେ ଅଦାଲତଙ୍କ ରାୟ ସେମାନଙ୍କ ସପକ୍ଷରେ ନଗଲେ, ଆଦେଶ ଅମାନ୍ୟ କରିବାକୁ ପ୍ରସ୍ତୁତ ହେବାର ଦେଖାଗଲା। ସାଧାରଣତନ୍ତ୍ର ଦିବସରେ ବିକ୍ଷୋଭକାରୀ ଚାଷୀମାନେ ଦିଲ୍ଲୀରେ ଅରାଜକତା ସୃଷ୍ଟିକରିବା ଚହଳ ପକାଇଥିଲେ। ତେବେ ୨୦୨୧ ଜାନୁଆରୀରେ ସର୍ବୋଚ୍ଚ ଅଦାଲତ ତିନୋଟି କୃଷି ଆଇନ୍ କାର୍ଯ୍ୟକାରୀ ନକରିବାକୁ ଆଦେଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ପରବର୍ତ୍ତୀ କାଳରେ ତିନୋଟି ଯାକ କୃଷି ଆଇନ ଉଚ୍ଛେଦ ଓ ପ୍ରତ୍ୟାହାର କରିନେବା ସତ୍ତ୍ୱେ କୃଷକଙ୍କ ପୁରୁଣା ଦାବୀ ସମସ୍ତ ଫସଲ ପାଇଁ 'ଆଇନଗତ ଗ୍ୟାରେଣ୍ଟିଯୁକ୍ତ ସର୍ବନିମ୍ନ ସହାୟକ ମୂଲ୍ୟ' ଆଜି ବି ପୂରଣ ହୋଇ ନଥିବାର ଦେଖିବାକୁ ମିଳୁଛି। ସେଥିରେ ଏବେ ଯୋଡ଼ି ହୋଇଯାଇଛି କୃଷିଋଣ ଛାଡ଼, ବରିଷ୍ଠ କୃଷକଙ୍କୁ ପେନସନ, ମାମଲା ପ୍ରତ୍ୟାହାର ଭଳି ନୂଆ ଦାବୀ। ଇତିମଧ୍ୟରେ ଫେବୃଆରୀ ମାସ ୮,୧୨ ଓ ୧୫ ତାରିଖରେ ବୈଠକ ହୋଇଛି ସତ, କିନ୍ତୁ ସମସ୍ୟାର ସମାଧାନ ହୋଇ ପାରିନି।

କୃଷି ବ୍ୟୟ ଓ ମୂଲ୍ୟ ଆୟୋଗ (ସିଏସିପି)ଙ୍କ ସୁପାରିସ କ୍ରମେ କେନ୍ଦ୍ର ସରକାର ପ୍ରତି ବର୍ଷ ଖରିଫରେ ୧୪ଟି (ଧାନ, ବାଜରା, ଜୋଆର, ମକା, ମାଣ୍ଡିଆ, ହରଡ, ମୁଗ, ବିରି, ତୁଳା, ଚିନାବାଦାମ, ସୂର୍ଯ୍ୟମୁଖୀ ମଞ୍ଜି, ସୋୟାବିନ, ରାଶି ଓ ଅଳସି) ଓ ରବିରେ ୧୦ଟି (ଗହମ, ଯଅ, ବୁଟ, ମସୁର, ସୋରିଷ, ଜଡ଼ା, ତୋରିଆ, କୋପ୍ରା ବା ନଡ଼ିଆର ଶୁଖିଲା ଶସ, ଚୋପାଛଡ଼ା ନଡ଼ିଆ ଓ ଝୋଟ) ଫସଲ ପାଇଁ ଦୁଇ ଦଫାରେ ‘ଏମ୍‌.ଏସ୍‌.ପି.’ ଘୋଷଣା କରି ଥାଆନ୍ତି। ଅନ୍ୟ କୌଣସି ଫସଲ ପାଇଁ ‘ଏମ୍‌.ଏସ୍‌.ପି.’ର ବ୍ୟବସ୍ଥା ନାହିଁ। ଏଥି ମଧ୍ୟରୁ ଧାନ, ଗହମ, ମକା, ବାଜରା, ଜୋଆର, ଯଅ, ମାଣ୍ଡିଆ ଆଦି ଖାଦ୍ୟ ଶସ୍ୟଗୁଡ଼ିକର ସଂଗ୍ରହ ଦାୟିତ୍ୱ ‘ଏଫ୍‌ସିଆଇ’ ଓ ରାଜ୍ୟ ସଂସ୍ଥାଙ୍କ ଉପରେ ନ୍ୟସ୍ତ। ପଞ୍ଜାବ, ହରିଆଣା ଆଦି କେତେକ ରାଜ୍ୟରେ ‘ଏଫ୍‌ସିଆଇ’ ସିଧାସଳଖ ସଂଗ୍ରହ କରୁଥିବା ବେଳେ ଓଡ଼ିଶା ଭଳି ଅନ୍ୟ ରାଜ୍ୟମାନଙ୍କରେ ତାହା ସମ୍ପୃକ୍ତ ରାଜ୍ୟର ଏଜେନ୍‌ସିଙ୍କ ମାଧ୍ୟମରେ ସଂଗୃହୀତ ହୋଇଥାଏ। ଡାଲି ଓ ତୈଳବୀଜ ଜାତୀୟ ଶସ୍ୟଗୁଡ଼ିକର ସଂଗ୍ରହ ଦାୟିତ୍ୱ ‘ନାଫେଡ’ ଓ ‘ଏସଏଫଏସି’ଙ୍କ ଉପରେ ନ୍ୟସ୍ତ। ସେହିପରି ତୁଳାର ସଂଗ୍ରହ କଟନ କର୍ପୋରେସନ (ସିସିଆଇ) ଓ ଝୋଟର ସଂଗ୍ରହ ଝୋଟ କର୍ପୋରେସନ (ଜେସିଆଇ) କରିଥାଆନ୍ତି। ଏଥିରୁ କେବଳ ଧାନ ଓ ଗହମର ସଂଗ୍ରହ ପାଇଁ ଆବଣ୍ଟିତ ସମୁଦାୟ ରାଶିର ପ୍ରାୟ ୯୫% ବ୍ୟୟ ହେଉଥିବାରୁ ଅନ୍ୟ ଫସଲଗୁଡ଼ିକ ‘ଏମ୍‌.ଏସ୍‌.ପି.’ ତାଲିକାରେ ଥିଲେ ବି ପ୍ରକୃତ ପକ୍ଷେ ସେଗୁଡ଼ିକର କେବଳ ନାମକୁ ମାତ୍ର ସଂଗ୍ରହ ହୋଇଥାଏ। ଏହା ସତ୍ତ୍ୱେ ସମୁଦାୟ ଉତ୍ପାଦିତ ଧାନର ମାତ୍ର ୪୩% ଓ ଗହମର ୩୬% ‘ଏମ୍‌.ଏସ୍‌.ପି.’ ଆଧାରରେ ସଂଗୃହୀତ ହୋଇଥାଏ।

ତାଲିକାରେ ଥିବା ଅନ୍ୟ ଫସଲରୁ ଅଧିକାଂଶର ସଂଗ୍ରହ ସେଗୁଡ଼ିକର ସମୁଦାୟ ଉତ୍ପାଦନର ୧୦% ବି ନୁହେଁ। ପୁଣି ଧାନ ଓ ଗହମ ଯେ ସବୁ ରାଜ୍ୟରୁ ସଂଗୃହୀତ ହେଉଛି, ତାହା ମଧ୍ୟ ନୁହେଁ। ପ୍ରାୟ ୯୨% ଧାନ ପଞ୍ଜାବ, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ଓଡ଼ିଶା, ହରିଆଣା, ଉତ୍ତରପ୍ରଦେଶ, ତାମିଲନାଡୁ, ପଶ୍ଚିମବଙ୍ଗ ଓ ମଧ୍ୟ ପ୍ରଦେଶ ଭଳି ମାତ୍ର ୧୦ଟି ରାଜ୍ୟରୁ ସଂଗ୍ରହ ହୋଇଥାଏ। ଯେଉଁ ୧୦ଟି ରାଜ୍ୟରୁ ଗହମ ସଂଗ୍ରହ ହୋଇଥାଏ ତନ୍ମଧ୍ୟରୁ ପଞ୍ଜାବ (୩୮%) ଓ ହରିଆଣା (୨୭%) ଛଡ଼ା ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ ଓ ରାଜସ୍ଥାନରୁ ସଂଗୃହୀତ ହେଉଥିବା ଗହମର ପରିମାଣକୁ ମିଶାଇଲେ ଏହି ୫ଟି ରାଜ୍ୟରୁ ୯୯%ରୁ ଅଧିକ ଗହମ ସଂଗୃହୀତ ହୋଇଥାଏ। ଅବଶିଷ୍ଟ ଅଧିକାଂଶ ରାଜ୍ୟର ଚାଷୀଙ୍କଠାରୁ ସେମାନଙ୍କ ଉତ୍ପାଦିତ ଶସ୍ୟ ସଂଗୃହୀତ ନ ହେବା ଯୋଗୁ ହେଉ ବା ସେମାନଙ୍କ ଫସଲ ‘ଏମ୍‌.ଏସ୍‌.ପି.’ ଅନ୍ତର୍ଭୁକ୍ତ ହୋଇ ନ ଥିବା କାରଣରୁ ହେଉ; ସେମାନଙ୍କ ଲାଗି ‘ଏମ୍‌.ଏସ୍‌.ପି.’ ସମ୍ପୂର୍ଣ୍ଣ ନିରର୍ଥକ।

ଜାତୀୟ ନମୁନା ସର୍ବେକ୍ଷଣ ସଂଗଠନ (ଏନଏସଏସଓ)ର ସର୍ଭେ ଅନୁଯାୟୀ ଦେଶର ମାତ୍ର ୬% ଚାଷୀ ନିଜ ଫସଲକୁ ନିର୍ଦ୍ଧାରିତ ଶସ୍ୟ ସଂଗ୍ରହକାରୀ ସଂସ୍ଥାଙ୍କୁ ବିକ୍ରି କରି ‘ଏମ୍‌.ଏସ୍‌.ପି.’ ପ୍ରକ୍ରିୟାରେ ସାମିଲ ହୋଇଥାଆନ୍ତି। ଅର୍ଥାତ୍‌ ପ୍ରାୟ ୯୪ ପ୍ରତିଶତ ଚାଷୀ ‘ଏମ୍‌.ଏସ୍‌.ପି.’ ବ୍ୟବସ୍ଥା ଓ ପ୍ରକ୍ରିୟା ବାହାରେ ଅଛନ୍ତି। ମାତ୍ର ୨୪% ଚାଷୀ ପରିବାର ସେମାନେ ଚାଷ କରୁଥିବା ଫସଲ ପାଇଁ ମିଳୁଥିବା ‘ଏମ୍‌.ଏସ୍‌.ପି.’ ବାବଦରେ ଅବଗତ। କାରଣ ଧାନ ଗହମକୁ ବାଦ ଦେଲେ ଅନ୍ୟ ଫସଲଗୁଡ଼ିକର ସଂଗ୍ରହ ପରିମାଣ ଏତେ ନଗଣ୍ୟ ଯେ ତାହା ‘ଏମ୍‌.ଏସ୍‌.ପି.’ ସମ୍ପର୍କରେ ସଚେତନତା ସୃଷ୍ଟି କରିବାରେ ସହାୟକ ହୋଇ ନଥାଏ। ‘ନିତି’ ଆୟୋଗ ଅନୁଯାୟୀ ବିଳମ୍ୱରେ ଟଙ୍କା ମିଳିବା, ସଂଗ୍ରହ କେନ୍ଦ୍ରରେ ଉପଯୁକ୍ତ ଭିତ୍ତିଭୂମିର ଅଭାବ, ଘରଠାରୁ ସଂଗ୍ରହ କେନ୍ଦ୍ରର ଅତ୍ୟଧିକ ଦୂରତା ଆଦି କାରଣରୁ ପ୍ରାୟ ୭୯% ଚାଷୀ ପ୍ରଚଳିତ ‘ଏମ୍‌.ଏସ୍‌.ପି.’ ବ୍ୟବସ୍ଥାରେ ସନ୍ତୁଷ୍ଟ ନୁହନ୍ତି। ଉଲ୍ଲେଖଯୋଗ୍ୟ, ଯେଉଁ ରାଜ୍ୟରେ ସଂଗ୍ରହତନ୍ତ୍ର ଓ ଭିତ୍ତିଭୂମି ଯେତେ ବ୍ୟବସ୍ଥିତ, ସେହି ରାଜ୍ୟର ଚାଷୀଙ୍କଠାରୁ ସେତେ ଅଧିକ ଶସ୍ୟ ସଂଗ୍ରହ ହୋଇ ପାରିଥାଏ। ସୁତରାଂ, ପଞ୍ଜାବ, ହରିଆଣାର ଚାଷୀ ଏଥିରେ ଅଧିକ ଉପକୃତ ଥିବାରୁ ଏହି ଆନ୍ଦୋଳନରେ ଅଧିକ ସଂଖ୍ୟାରେ ସାମିଲ ହୋଇଛନ୍ତି।

ଦରଦାମକୁ ନିୟନ୍ତ୍ରଣରେ ରଖିବା ତଥା ଜରୁରୀକାଳୀନ ଆବଶ୍ୟକତାର ପୂରଣ ପାଇଁ ରଖା ଯାଉଥିବା ‘ବଫର୍’ ଷ୍ଟକ୍‌ର ନିୟମ ଅନୁସାରେ ଦେଶରେ ୨୧୦.୪ ଲକ୍ଷ ଟନ୍‌ ଖାଦ୍ୟଶସ୍ୟ ମହଜୁଦ ରହିବା କଥା। କିନ୍ତୁ ମହଜୁଦ ରଖିବାକୁ ପଡୁଥିବା ଚାଉଳ ଓ ଗହମର ପରିମାଣ ୭୦୦ ଲକ୍ଷ ଟନ୍‌; ଯାହା ନିର୍ଦ୍ଧାରିତ ପରିମାଣର ତିନି ଗୁଣରୁ ଅଧିକ। ଏତେ ଅଧିକ ପରିମାଣର ଖାଦ୍ୟାନ୍ନର ସୁପରିଚାଳନା ସରକାରଙ୍କ ପାଇଁ ଏକ ବଡ଼ ଆହ୍ୱାନ। ଉପଯୁକ୍ତ ଭଣ୍ଡାର ଅଭାବରୁ ଅନେକ ସମୟରେ ଖାଦ୍ୟଶସ୍ୟ ନଷ୍ଟ ହେଉଥିବାର ଖବର ମିଳୁଛି। ତା’ ଛଡା ‘ବଫର୍‌’ ଷ୍ଟକ୍‌ର ଆକାର ଯେତେ ଅଧିକ ହେବ ସରକାରଙ୍କୁ ଖାଦ୍ୟ ସବସିଡି ବାବଦରେ ଅଧିକ ଅର୍ଥ ଦେବାକୁ ପଡ଼ିବ। ‘ବଫର୍‌’ ଷ୍ଟକ୍‌ର ଆକାର କମ୍‌ କରିବା ପାଇଁ ଅର୍ଥନୀତିଜ୍ଞମାନେ ମତ ଦେଇଆସୁଛନ୍ତି। ଖାଦ୍ୟ ସବସିଡିର ପରିମାଣ କମ୍ କରିବାକୁ ହେଲେ ଆଗାମୀ ଦିନରେ ସରକାରୀ ଭାବେ ସଂଗ୍ରହ ପରିମାଣ ହ୍ରାସ ପାଇପାରେ। ସେ କ୍ଷେତ୍ରରେ ନିଜ ଆବଶ୍ୟକତାଠାରୁ ଅଧିକ ଧାନ ସଂଗ୍ରହ କରୁଥିବା ଓଡ଼ିଶା ଭଳି ରାଜ୍ୟ ସର୍ବାଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖାଦେବ। ଏପରି ହେଲେ ଭବିଷ୍ୟତରେ ସରକାର ତ ପ୍ରତିବର୍ଷ ‘ଏମ୍‌.ଏସ୍‌.ପି.’ ବଢ଼େଇ ଚାଲିଥିବେ, ହେଲେ ଚାଷୀଙ୍କଠାରୁ ସେମାନଙ୍କ ଉତ୍ପାଦିତ ଫସଲ ଯେ ସଂଗୃହୀତ ହେବ, ତାହାର ଗ୍ୟାରେଣ୍ଟି କେହି ଦେବା ଅସମ୍ଭବ। ତା’ ଛଡ଼ା ସରକାର ବି ସବୁ ଖାଦ୍ୟଶସ୍ୟ କିଣିବା ସମ୍ଭବ ନୁହେଁ କି ଉଚିତ ମଧ୍ୟ ନୁହେଁ। ଏ ପରିପ୍ରେକ୍ଷୀରେ ସରକାରୀ ଭାବେ ହେଉ କି ଘରୋଇ ଭାବେ ହେଉ; ଚାଷୀ କିପରି ତା’ ଉତ୍ପାଦ ଲାଗି ‘ଏମ୍‌.ଏସ୍‌.ପି.’ ନିର୍ଦ୍ଧାରିତ ମୂଲ୍ୟ ପାଇପାରିବ, ତାହା ସୁନିଶ୍ଚିତ କରାଯାଇପାରିଲେ ଚାଷୀ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହେବ ନାହିଁ।

ପ୍ରତିବର୍ଷ ଗତାନୁଗତିକ ଭାବେ ବିଭିନ୍ନ ଫସଲ ପାଇଁ ‘ଏମ୍‌.ଏସ୍‌.ପି.’ କେବଳ ଘୋଷଣା ହେବା ଯଥେଷ୍ଟ ନୁହେଁ। ସବୁ କୃଷି ଉତ୍ପାଦ ସରକାରୀ ଭାବେ ସଂଗୃହୀତ ହୋଇ ପାରୁ ନ ଥିବାରୁ ବେପାରୀ ଯେତେବେଳେ ଚାଷୀ ଘର ପାଖରୁ ସେହି ଖାଦ୍ୟଶସ୍ୟ ସଂଗ୍ରହ କରୁଛି ସେତେବେଳେ ଚାଷୀର ଆଉ ମୂଲଚାଲ କ୍ଷମତା ରହୁନାହିଁ ଓ ବସ୍ତୁତଃ ସେ ‘ଏମ୍‌.ଏସ୍‌.ପି.’ଠାରୁ କମ ଦାମରେ ବିକିବାକୁ ବାଧ୍ୟ ହେଉଛି। ଆମେ ଏହାକୁ ଅଭାବୀ ବିକ୍ରି କହୁଛେ। ଉଲ୍ଲେଖଯୋଗ୍ୟ, ଦେଶର ପ୍ରାୟ ୮୭% ଚାଷୀ ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର ବର୍ଗର। ଅର୍ଥାତ୍, କାଗଜ କଲମରେ ‘ଏମ୍‌.ଏସ୍‌.ପି.’ ଥିବ, ହେଲେ ବେପାରୀମାନେ ଏପରି ଚାଷୀଙ୍କଠାରୁ ସେହି ମୂଲ୍ୟରେ କିଣୁଛନ୍ତି କି ନାହିଁ ତାହା ସୁନିଶ୍ଚିତ କରି ହେବନାହିଁ।

ସରକାରଙ୍କ ଯୁକ୍ତି ହେଉଛି ଯେ ଚାଷୀକୁ ସର୍ବନିମ୍ନ ସହାୟକ ମୂଲ୍ୟ ପରିବର୍ତ୍ତେ ସର୍ବାଧିକ ମୂଲ୍ୟ ମିଳିବା ପାଇଁ ବ୍ୟବସ୍ଥା ଦରକାର। ଯେତେବେଳେ ବେପାରୀମାନେ ଚାଷୀଙ୍କ ନିକଟରୁ ଖାଦ୍ୟଶସ୍ୟ ସଂଗ୍ରହ କରିବାକୁ ଆଗେଇ ଆସିବେ, ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା ବଢ଼ିବ ଓ ତାହା ଚାଷୀଙ୍କୁ ଲାଭବାନ କରିବ। ଏହା ସମ୍ଭବ ହେବ, ଯଦି ସମସ୍ତ ଚାଷୀ 'ଏମ ଏସ ପି' ଲୋଭରେ କେବଳ ଧାନ ଓ ଗହମ ଭଳି ଖାଦ୍ୟ ଶସ୍ୟ ଉତ୍ପାଦନ ନକରି, ଜମି ଓ ଜଳସେଚନ ସୁବିଧା ଆଧାରରେ ବିଭିନ୍ନ ପ୍ରକାର ଫସଲ ଚାଷ କରିବାକୁ ଆଗେଇ ଆସିବେ। ଗୋଟିଏ ଛୋଟ ଉଦାହରଣ ନିଆଯାଉ। ଜୈବିକ ପ୍ରଣାଳୀରେ ଉତ୍ପାଦିତ ଦେଶୀ ବାସନା ଧାନ ଓ ଚାଉଳର ମୂଲ୍ୟ ଏକାଭଳି କରାଯାଇ ନପାରେ। ଚାଷୀମାନେ ଏଭଳି ଜୈବିକ ଫସଲ କରି ସର୍ବାଧିକ ମୂଲ୍ୟ ପାଉଛନ୍ତି। ଅଦିନରେ ଟମାଟୋ ଚାଷକରି ଚାଷୀ କୋଟିପତି ହେବାର ଅନେକ ଉଦାହରଣ ରହିଛି। ଆଜି ବି ବିଶ୍ୱ କ୍ଷୁଧା ସୂଚକାଙ୍କରେ ୧୨୫ ଦେଶ ମଧ୍ୟରେ ଭାରତ ଦୟନୀୟ ଭାବେ ୧୧୧ତମ ସ୍ଥାନରେ ରହିଛି। ଭାରତର ପ୍ରାୟ ୨୩.୩୯ କୋଟି ଲୋକ ପୁଷ୍ଟିହୀନତାର ଶିକାର। ବିଶ୍ୱ ପୁଷ୍ଟି ରିପୋର୍ଟ-୨୦୧୮ ଅନୁସାରେ ଅପପୁଷ୍ଟ ତଥା ଖର୍ବକାୟ ପିଲାମାନଙ୍କର ସଂଖ୍ୟାରେ ଭାରତ ଅବଦାନ ପ୍ରାୟ ୩୩ ପ୍ରତିଶତ। ଏଭଳି କ୍ଷେତ୍ରରେ ଦେଶକୁ ଆହୁରି ଅଧିକ ଖାଦ୍ୟ ଉତ୍ପାଦନ କରିବାର ଆବଶ୍ୟକତା ରହିଛି। ଖାଦ୍ୟଶସ୍ୟର ସୁଷମ ବଣ୍ଟନ, ଖାଦ୍ୟ ଓ ପୁଷ୍ଟି ସୁରକ୍ଷା ମଧ୍ୟ ପ୍ରଦାନ କରିବାକୁ ଅଛି।

ଚାଷୀକୁ ‘ଏମ୍‌.ଏସ୍‌.ପି.’ର ଏକ ସୁରକ୍ଷା ବଳୟ ପ୍ରଦାନ କରିବା ପାଇଁ ଆଇନ ପ୍ରଣୟନ ହେଲେ, ‘ଏମ୍‌.ଏସ୍‌.ପି.’ ଠାରୁ କମ୍‌ ଦାମ୍‌ରେ କୃଷିଜାତ ପଦାର୍ଥ କିଣିବା ଧର୍ତ୍ତବ୍ୟ ଅପରାଧ ହେବ। କିନ୍ତୁ, ସମସ୍ତ ଖାଦ୍ୟ ଶସ୍ୟ ଯେ, ସରକାର କିଣିବାକୁ ବାଧ୍ୟ, ଏହା କହି ହେବ ନାହିଁ। କୃଷି ଉତ୍ପାଦକୁ ନେଇ ବ୍ୟବସାୟ କରୁଥିବା ବେପାରୀମାନେ ଯେ ବିଦେଶରୁ ଖାଦ୍ୟଶସ୍ୟ, ଡାଲି ଓ ତେଲ ସମେତ ପ୍ରକ୍ରିୟାକରଣ କରାଯାଇଥିବା ଖାଦ୍ୟ ଆମଦାନୀ କରିବେ ନାହିଁ, ତାହା ମଧ୍ୟ କହି ହେବନାହିଁ। ଏବେ ଚାଷୀ ସଙ୍ଗଠନଗୁଡ଼ିକ ଓ ବିରୋଧୀ ଦଳମାନେ ଏଭଳି ସମସ୍ୟାଗୁଡ଼ିକୁ ଦେଶ କିପରି ସମାଧାନ କରିବ, ସେଥିପାଇଁ ଗଠନମୂଳକ ସୂତ୍ର ଦେବା ବଦଳରେ ନିର୍ବାଚନକୁ ଆଖି ଆଗରେ ରଖି ନିଜର ଦାବିରେ ଅଟଳ ରହିବା କେବେହେଁ ରାଷ୍ଟ୍ର ହିତରେ ନୁହେଁ।

ଫୋ- ୯୪୩୮୨୯୯୦୩୭

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story