‘ଝିଅ ଜନମ ପର ଘରକୁ’ କାହିଁକି?

‘ଝିଅ ଜନମ ପର ଘରକୁ’ ବା ‘ଦେଲେ ନାରୀ ହେଲେ ପାରି’ ପରି କିଛି ଅନ୍ଧ ମାନସିକତା ଆଜି ପର୍ଯ୍ୟନ୍ତ ଆମର ପୁରୁଷ ପ୍ରଧାନ ସମାଜରେ ବଳବତ୍ତର ରହିଛି। ଯାହାର ପରିଣାମ ସ୍ୱରୂପ ପୁଅମାନଙ୍କ ତୁଳନାରେ ଝିଅମାନଙ୍କ ଅନୁପାତ ଧୀରେ ଧୀରେ କମିବାରେ ଲାଗିଛି।

Girl Child

Girl Child

Debendra Prusty
  • Published: Wednesday, 11 October 2023
  • Updated: 11 October 2023, 03:48 PM IST

ଡ଼ଃ ରିନା ରାଉତରାୟ

ଅନ୍ତର୍ଜାତୀୟ ବାଳିକା ଦିବସ। ଏହି ଦିବସ ପାଳନ କରିବା ଅର୍ଥାତ ଆଜିର ସମାଜରେ ବାଳିକା ଶିଶୁମାନେ ସମ୍ମୁଖୀନ ହେଉଥିବା ସମସ୍ୟା, ସେମାନଙ୍କ ସୁରକ୍ଷା ଓ ଅଧିକାର ପାଇଁ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା। ଏହି ସାମାଜିକ ପରିବର୍ତ୍ତନର ଉପଯୋଗିତାକୁ ଲକ୍ଷ୍ୟ ରଖି ସଂଯୁକ୍ତ ଗଣରାଜ୍ୟ ପକ୍ଷରୁ ପ୍ରତି ବର୍ଷ ଆଜିର ଦିନ ଅର୍ଥାତ ଅକ୍ଟୋବର ୧୧ ତାରିଖକୁ ଅନ୍ତର୍ଜାତୀୟ ବାଳିକା ଦିବସ ରୂପେ ପାଳନ କରାଯାଉଛି। ଭାରତରେ ଜାନୁଆରୀ ୨୪ ତାରିଖକୁ ଜାତୀୟ ବାଳିକା ଦିବସ ଭାବରେ ପାଳନ କରାଯାଏ। ସମଗ୍ର ବିଶ୍ୱରେ ଝିଅମାନେ ସାମନା କରୁଥିବା ଲିଙ୍ଗଗତ ଅସମାନତାକୁ ନେଇ ସଚେତନତା ବୃଦ୍ଧିର ଏକ ସୁଯୋଗ, ଶିକ୍ଷା, ଅଧିକାର, ପୁଷ୍ଟି, ଆଇନ ଅଧିକାର, ସ୍ୱାସ୍ଥ୍ୟସେବା, ହିଂସା, ଭେଦଭାବ ଏବଂ ଅପରିପକ୍ୱ ବୟସରେ ବିବାହ ଭଳି ଅସମାନତା ବିରୁଦ୍ଧରେ ଏକ ସଚେତନତା ଦିବସ ହେଲା ଆଜିର ଦିନ।

କେନ୍ଦ୍ର ସରକାର ବେଟି ବଚାଓ ବେଟି ପଢ଼ାଓ, ସୁକନ୍ୟା ସମୃଦ୍ଧି ଯୋଜନା, ବାଳିକା ସମୃଦ୍ଧି ଯୋଜନା, କିଶୋରୀ ପୋଷଣ କାର୍ଯ୍ୟକ୍ରମ ପରି ଅନେକ ଯୋଜନା ପ୍ରଣୟନ କରିଛନ୍ତି। ସେହିପରି ବିଭିନ୍ନ ରାଜ୍ୟ ସରକାର ମଧ୍ୟ ବାଳିକାମାନଙ୍କ ସୁରକ୍ଷା ଓ ଅଧିକାର ନିମନ୍ତେ ଅନେକ ଯୋଜନା ପ୍ରଣୟନ କରିଛନ୍ତି। ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ବିଜୁ କନ୍ୟାରତ୍ନ ବିଜୁ ଶିଶୁ ସୁରକ୍ଷା ଯୋଜନା, ମଧୁବାବୁ ଆଇନ ସହାୟତା ଇତ୍ୟାଦି କାର୍ଯ୍ୟକ୍ରମ ପ୍ରଣୟନ କରିବା ସହିତ ୬ରୁ ୧୪ ବର୍ଷ ପର୍ଯ୍ୟନ୍ତ ନିଃଶୁଳ୍କ ଶିକ୍ଷା ଏବଂ ବାଳିକାମାନଙ୍କୁ ଆତ୍ମନିର୍ଭର ହେବା ପାଇଁ ମାଗଣା ସାଇକେଲ ବଣ୍ଟନ ଇତ୍ୟାଦି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି।

ଆମମାନଙ୍କ ଭିତରେ ସ୍ୱତଃପ୍ରବୃତ୍ତ ଏହି ପ୍ରଶ୍ନ ଯେ ସରକାରଙ୍କ ପକ୍ଷରୁ ବିଭିନ୍ନ ବାଳିକା କଲ୍ୟାଣକାରୀ ଯୋଜନା ଏବଂ ସେମାନଙ୍କ ସୁରକ୍ଷା ପାଇଁ ଆଇନମାନ ପ୍ରଣୟନ କରାଯାଉଥିଲେ ମଧ୍ୟ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ବାଳିକା ଶିଶୁ ସେମାନଙ୍କ ସର୍ବନିମ୍ନ ମୌଳିକ ଅଧିକାରରୁ ବଞ୍ଚିତ ହେଉଛନ୍ତି, ଏପରିକି ଭୂପୃଷ୍ଠକୁ ଆସିବା ପୂର୍ବରୁ କନ୍ୟା ଭୃଣକୁ ହତ୍ୟା କରି ଦିଆ ଯାଉଛି। ଲିଙ୍ଗଗତ ବୈଷମ୍ୟ, ସର୍ବନିମ୍ନ ଶିକ୍ଷାରୁ ବଞ୍ଚିତ ହୋଇ ଚାଲାଣ, ଭିକ୍ଷା ଓ ଅନ୍ୟାନ୍ୟ କୁବୃତ୍ତିରେ ନିଯୁକ୍ତି, ଧର୍ଷଣ ହତ୍ୟା ଇତ୍ୟାଦି ଆଦିର ଶିକାର ହେଉଛନ୍ତି କାହିଁକି?

‘ଝିଅ ଜନମ ପର ଘରକୁ’ ବା ‘ଦେଲେ ନାରୀ ହେଲେ ପାରି’ ପରି କିଛି ଅନ୍ଧ ମାନସିକତା ଆଜି ପର୍ଯ୍ୟନ୍ତ ଆମର ପୁରୁଷ ପ୍ରଧାନ ସମାଜରେ ବଳବତ୍ତର ରହିଛି। ଯାହାର ପରିଣାମ ସ୍ୱରୂପ ପୁଅମାନଙ୍କ ତୁଳନାରେ ଝିଅମାନଙ୍କ ଅନୁପାତ ଧୀରେ ଧୀରେ କମିବାରେ ଲାଗିଛି। ଏକ ସର୍ଭେରୁ ଜଣାଯାଇଛି ୨୦୦୧ ମସିହାରେ ଆମ ଦେଶରେ ପ୍ରତି ୧୦୦୦ ପୁଅରେ ୯୩୩ ଝିଅ ଥିବା ବେଳେ ୨୦୧୧ରେ ତାହା ୯୧୮ରେ ପହଞ୍ଚିଛି। ୨୦୦୧ ଜନଗଣନା ଅନୁସାରେ ଆମ ଦେଶରେ ପ୍ରତିବର୍ଷ ୧୨ ନିୟୁତରୁ ଉର୍ଦ୍ଧ୍ବ ଶିଶୁ ଜନ୍ମ ଗ୍ରହଣ କରନ୍ତି। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେ ତନ୍ମଧ୍ୟରୁ ଏକ ତୃତୀୟାଂଶ ମାତ୍ର ଜୀବିତ ରୁହନ୍ତି। ଏହାର ପ୍ରମୁଖ କାରଣଗୁଡ଼ିକ ହେଲେ ଶିଶୁ ମୃତ୍ୟୁ, କନ୍ୟା ଭ୍ରୁଣହତ୍ୟା, ଯତ୍ନର ଅଭାବ, ପୁଷ୍ଟିହୀନତା ଇତ୍ୟାଦି। ଆମ ଦେଶରେ ୫୬% ବାଳିକା ରକ୍ତହୀନତାର ଶିକାର ହେଉଥିବା ବେଳେ ୪୫% ରୁଗ୍ଣ ସ୍ୱାସ୍ଥ୍ୟର ଶିକାର ହୋଇଥାନ୍ତି। ବାଳିକା ଶିଶୁମାନଙ୍କ ଅଧିକାରକୁ ନେଇ ଆମ ସମାଜରେ ଅନେକ ବିଭ୍ରାନ୍ତିକର ଧାରଣା ବା କୁସଂସ୍କାର ସାଧାରଣତଃ ଗ୍ରାମାଞ୍ଚଳରେ ବଳବତ୍ତର ରହିଛି। ନିଜର ଲାଭ ପାଇଁ ଏବଂ ନିଜର ପୁରୁଣା କାଳିଆ ଚିନ୍ତାଧାରା ପାଇଁ ସେମାନେ ନିଜର କନ୍ୟା ସନ୍ତାନର ଭବିଷ୍ୟତକୁ ମଧ୍ୟ ବାଜିରେ ଲଗାଇ ଦିଅନ୍ତି। ଯାହାର ପରିଣାମ ସ୍ୱରୂପ କନ୍ୟା ଭ୍ରୁଣହତ୍ୟା, ଶିଶୁ କନ୍ୟା ମୃତ୍ୟୁ, ବାଲ୍ୟ ବିବାହ, ପୁଷ୍ଟିହୀନତା, ଅଧାରୁ ପାଠ ଛାଡ଼ିବା, ବାଳ ଶ୍ରମିକ, ବାଳିକା ଚାଲାଣ, ଯୌନ ନିର୍ଯ୍ୟାତନା, ଲିଙ୍ଗଗତ ବୈଷମ୍ୟ ଇତ୍ୟାଦିର ଶିକାର ହୁଅନ୍ତି ନିରୀହ ବାଳିକା ଶିଶୁ।

ଲିଙ୍ଗଗତ ଭେଦଭାବ ପ୍ରଥମେ ଆରମ୍ଭ ହୁଏ ପରିବାରରୁ। ବାଳିକା ଶିଶୁଟିଏ ପ୍ରଥମେ ନିଜ ଘରେ ପୁଅଝିଅ ତାରତମ୍ୟର ଶିକାର ହୁଏ ଏବଂ ପୁଷ୍ଟିକର ଖାଦ୍ୟ, ଶିକ୍ଷା ଓ ଉପଯୁକ୍ତ ଯତ୍ନରୁ ବଞ୍ଚିତ ହୁଏ। ତେଣୁ ପ୍ରଥମେ ପରିବାର କହିଲେ ମାଆବାପାଙ୍କ ମାନସିକତାର ପରିବର୍ତ୍ତନ ନିହାତି ଦରକାର। ପୁଅ ଓ ଝିଅ ଉଭୟଙ୍କର ଯେ ସମାନ ଆବଶ୍ୟକତା ଓ ଅଧିକାର ରହିଛି, ଘର ଭିତରୁ ଏହି ମାନସିକତାର ପରିବର୍ତ୍ତନ ଧୀରେ ଧୀରେ ସମାଜରେ ବାଳିକା ଶିଶୁର ପୂର୍ଣ୍ଣାଙ୍ଗ ବିକାଶ ପାଇଁ ଉପଯୁକ୍ତ ବାତାବରଣ ସୃଷ୍ଟି କରିବାରେ ସହାୟକ ହୁଏ। ପରବର୍ତ୍ତୀ ସମୟରେ ଗ୍ରାମାଞ୍ଚଳରେ ପିତାମାତାଙ୍କ ସହିତ ପଞ୍ଚାୟତ ସ୍ତରରେ ଅଙ୍ଗନବାଡ଼ି କର୍ମଚାରୀ ହୁଅନ୍ତୁ ବା ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟତ୍ରୀ ହୁଅନ୍ତୁ ବାଳିକା ଶିଶୁର ପୁଷ୍ଟିକର ଖାଦ୍ୟ ଓ ପ୍ରାଥମିକ ଶିକ୍ଷାର ଗୁରୁତ୍ୱକୁ ଉପଲବ୍ଧ କରି ସେଥିପ୍ରତି ଧ୍ୟାନ ଦେବା ଉଚିତ। ରାଜା ରାମମୋହନ ରାୟଙ୍କ ସମୟରୁ ବାଲ୍ୟ ବିବାହକୁ ବେଆଇନ ଘୋଷଣା କରାଯାଇଥିଲେ ମଧ୍ୟ ପିତାମାତାଙ୍କ ଅନ୍ଧ ବିଶ୍ୱାସ ଯୋଗୁଁ ଅନୁନ୍ନତ ଅଞ୍ଚଳର ବାଳିକା ଶିଶୁ ଆଜି ପର୍ଯ୍ୟନ୍ତ ବାଲ୍ୟ ବିବାହର ଶିକାର ହେଉଛନ୍ତି।

ଶିଶୁମାନଙ୍କ ସୁରକ୍ଷା ପାଇଁ କଡ଼ା ଆଇନର ବ୍ୟବସ୍ଥା ଥିଲେ ମଧ୍ୟ କିଛି ବ୍ୟକ୍ତିଙ୍କ କୁତ୍ସିତ ମାନସିକତା ଆଜି ବାଳିକା ଶିଶୁଙ୍କ ଜୀବନକୁ ବିପଦ ଶଙ୍କୁଳ କରି ରଖିଛି। ଧର୍ଷଣ ଓ ହତ୍ୟାର ଶିକାର ହେଉଛନ୍ତି ଶହଶହ ନୀରିହ ବାଳିକା। ମାନସିକତାର ପରିବର୍ତ୍ତନ କେବଳ ଦୃଢ଼ ଓ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦ୍ୱାରା ଦୂର କରାଯାଇ ପାରିବ। ଆଇନର ବିଭିନ୍ନ ଗଳାବାଟ ପାଇଁ ଦୋଷୀ ନିର୍ଦୋଷରେ ଖଲାସ ହୋଇଯାଉଛି। ଆଖିଦୃଶିଆ ଦଣ୍ଡବିଧାନ ବହୁତ କମ ହେବା ଦ୍ୱାରା ବିକୃତ ମାନସିକତାର ପରିବର୍ତ୍ତନ ସମ୍ଭବ ହୋଇପାରୁ ନାହିଁ। ତେଣୁ ପ୍ରତିବର୍ଷ ଜାତୀୟ ଅନ୍ତର୍ଜାତୀୟ ବାଳିକା ଦିବସକୁ ପାଳନ କରିବା ଅବସରରେ ବାଳିକା ଶିଶୁଙ୍କ ସୁରକ୍ଷା ପାଇଁ ଏକ ସୁନ୍ଦର ନିରାପଦ ସମାଜରେ ତାଙ୍କର ପୂର୍ଣ୍ଣାଙ୍ଗ ବିକାଶ ପାଇଁ ଉପଯୁକ୍ତ ସାମାଜିକ ବ୍ୟବସ୍ଥା ସହିତ ନ୍ୟାୟିକ ବ୍ୟବସ୍ଥାରେ ରହିଯାଇଥିବା ତ୍ରୁଟିକୁ ସୁଧାରି କଠୋର ଓ ତ୍ୱରିତ ଦଣ୍ଡବିଧାନର ବ୍ୟବସ୍ଥା କରାଯାଇ ପାରିଲେ ତାହା ସେମାନଙ୍କ ପାଇଁ ସର୍ବଶ୍ରେଷ୍ଠ ଉପହାର ହୋଇପାରିବ ଏଥିରେ ସନ୍ଦେହ ନାହିଁ।

ଏକ ନିରାପଦ ଓ ସୁରକ୍ଷିତ ସମାଜ ସେମାନଙ୍କ ପ୍ରାଥମିକତା ଓ ମୌଳିକ ଅଧିକାର।

ଫୋ - ୯୪୩୮୨୭୨୧୫୨

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story