ସେଲେବ୍ରିଟି ଆତ୍ମହତ୍ୟା କରନ୍ତି କାହିଁକି?

ରୁଦ୍ର ପ୍ରସନ୍ନ ରଥ ନିକଟରେ ଓଡ଼ିଆ ସିନେମା ତଥା ଯାତ୍ରା ଜଗତର ଅନ୍ୟତମ ପ୍ରସିଦ୍ଧ ଅଭିନେତା ତଥା ନିର୍ଦ୍ଦେଶକ ରାଇମୋହନଙ୍କର ଆତ୍ମହତ୍ୟା ଖବର ପ୍ରତି ଓଡ଼ିଶାବାସୀଙ୍କୁ ବେଶ୍ ଦୁଃଖ ଦେଇଥିଲା। ଆର୍ଥିକ ଦୃଷ୍ଟିକୋଣରୁ ସଫଳ ହୋଇ, ଚଳଚ୍ଚିତ୍ର ଏବଂ ଯାତ୍ରା ଜଗତରେ ଶୀର୍ଷରେ ପହଂଚିଲା ପରେ ମଧ୍ୟ କେଉଁ କାରଣରୁ ସେ ମାନସିକ ସନ୍ତୁଳନ ହରାଇ ଆତ୍ମହତ୍ୟା କଲେ ତାହା ଏବେବି ଅନେକଙ୍କର ବିଚାର ବାହାରେ। ଏ ନେଇ ତଦନ୍ତ ଚାଲିଛି ଏବଂ ଲୋକ ବେଶ୍ ଜିଜ୍ଞାସାର […]

Tension

Tension

Debendra Prusty
  • Published: Saturday, 16 July 2022
  • Updated: 16 July 2022, 07:31 PM IST

Sports

Latest News

  • ରୁଦ୍ର ପ୍ରସନ୍ନ ରଥ

ନିକଟରେ ଓଡ଼ିଆ ସିନେମା ତଥା ଯାତ୍ରା ଜଗତର ଅନ୍ୟତମ ପ୍ରସିଦ୍ଧ ଅଭିନେତା ତଥା ନିର୍ଦ୍ଦେଶକ ରାଇମୋହନଙ୍କର ଆତ୍ମହତ୍ୟା ଖବର ପ୍ରତି ଓଡ଼ିଶାବାସୀଙ୍କୁ ବେଶ୍ ଦୁଃଖ ଦେଇଥିଲା। ଆର୍ଥିକ ଦୃଷ୍ଟିକୋଣରୁ ସଫଳ ହୋଇ, ଚଳଚ୍ଚିତ୍ର ଏବଂ ଯାତ୍ରା ଜଗତରେ ଶୀର୍ଷରେ ପହଂଚିଲା ପରେ ମଧ୍ୟ କେଉଁ କାରଣରୁ ସେ ମାନସିକ ସନ୍ତୁଳନ ହରାଇ ଆତ୍ମହତ୍ୟା କଲେ ତାହା ଏବେବି ଅନେକଙ୍କର ବିଚାର ବାହାରେ। ଏ ନେଇ ତଦନ୍ତ ଚାଲିଛି ଏବଂ ଲୋକ ବେଶ୍ ଜିଜ୍ଞାସାର ସହ ଏହି ତଦନ୍ତର ଫଳାଫଳକୁ ଅପେକ୍ଷା କରିଛନ୍ତି।

ଜଣେ ସିନେ ତାରକା ବା ସେଲେବ୍ରିଟି ଭାବରେ ରାଇମୋହନଙ୍କ ଆତ୍ମହତ୍ୟା ପ୍ରଥମ ନୁହେଁ। ପୃଥିବୀରେ ଏପରିକି ଆମ ଭାରତରେ ଏମିତି ଅନେକ ଉଦାହରଣ ଅଛି ଯେଉଁଠି ବିଭିନ୍ନ କ୍ଷେତ୍ରରେ ଲବ୍ଧ ପ୍ରତିଷ୍ଠିତ ନାୟକମାନେ ଆତ୍ମହତ୍ୟାକୁ ଜୀବନ ଶେଷର ଏକମାତ୍ର ତଥା ସହଜିଆ ସୋପାନ ବୋଲି ବାଛି ନେଇଛନ୍ତି। ଅତୀତରେ ବଲିଉଡ୍ ହୀରୋ ସୁଶାନ୍ତ ସିଂ ରାଜପୁତ୍‌, ହଲିଉଡ଼ର ମେରଲିନ୍ ମୁନରୋ, ମଡେଲ ବିବେକା ବାବାଜୀ, ଜିୟା ଖାନ୍, ନଫିସା ଜୋଶେଫ୍‌, କୁଲଜିତ୍ ରନ୍ଧାୱା, ସିଲ୍କ ସ୍ମିତା ପ୍ରମୁଖ ଆତ୍ମହତ୍ୟା କରିଥିବାର ମଧ୍ୟ ନଜର ରହିଛି। କେତେକ ପ୍ରେମରେ ବିଫଳ ହୋଇ ତ ଆଉ କେତେକ କ୍ୟାରିୟରରେ ବିଫଳ ହୋଇ ଜୀବନକୁ ଅଚିନ୍ତାରେ ଶେଷ କରିଦେବାର ଶେଷ ନିଷ୍ପତିକୁ ଖୁବ୍ ତ୍ୱରିତ୍‌ ନେଇ ଯାଆନ୍ତି। ଏ ପରି ନିଷ୍ପତି ନେଲାବେଳେ ନା ସେମାନେ ପରିବାର କଥା ଚିନ୍ତା କରନ୍ତି ନା କ୍ୟାରିୟର କଥା। ସେମାନଙ୍କୁ ଭଲପାଉଥିବା ଲକ୍ଷ ଲକ୍ଷ ଫ୍ୟାନ୍ସଙ୍କ ମୁହଁ ମଧ୍ୟ ଏହି ନିଷ୍ପତି ନେଲାବେଳେ ତାଙ୍କ ଆଖି ଆଗକୁ ଆସେନାହିଁ। ବାସ୍ ଏମିତି ଅଚାନକ ବିନା ସଂକେତରେ ଦୁନିଆକୁ ସେମାନେ ଅଲବିଦା କହିଦିଅନ୍ତି। କାହାଠୁ କିଛି ପାଇବାର ଆଶା ନଥାଏ ବୋଧହୁଏ ଜୀବନରେ କିଛି ହରାଇବାର ଭୟ ବି କେବେଠାରୁ ଆତ୍ମହତ୍ୟା କରିବାର ନିଷ୍ପତି ଆଗରେ ହାର ମାନିଯାଇଥାଏ।

ଅଥଚ ରାଇମୋହନଙ୍କ ପରି ମରିବାର କେଇ ଘଂଟା ଆଗରୁ ସେ ତାରକା ସେଲେବ୍ରିଟି ଜଣଙ୍କ ଲୋକଙ୍କୁ ହସାଇଥାଏ। ବେଶ୍ ଭଲଭାବେ ମିଶିଥାଏ। ତା ଜୀବନରେ ଯେ ଦୁଃଖ ଥିବ କିମ୍ବା ସେ କଷ୍ଟରେ ଅଛି ଏକଥା ମଲାପରେ ମଧ୍ୟ ବିଶ୍ୱାସ ହୋଇନଥାଏ। ଏତେ ଅର୍ଥ, ଏତେ ପରିଚୟ ଆଉ ଏତେ ସଂପର୍କର ଭିଡ଼ ଭିତରେ ଥିବା ମଣିଷଟା ଆତ୍ମହତ୍ୟା କରିବାକୁ ଆଗ୍ରହ ପ୍ରକାଶ କରିପାରେ କିପରି? ସତରେ କଣ ତା ଜୀବନରେ ଆସିଥିବା ଝଡ଼ ଆଗରେ ସେ ନିଜକୁ ଅସହାୟ ଆଉ ଖର୍ବକାୟ ମନେକରି ଆତ୍ମହତ୍ୟା କରିଦିଏ? ତା ମଲାପରେ ସମସ୍ତେ ଏ ପ୍ରଶ୍ୱର ଉତ୍ତର ଖୋଜନ୍ତି।

ତେବେ ପ୍ରକୃତ କଥା ହେଉଛି ଯେ ବାହାର ଦୁନିଆ ଆଖିରେ ନିଜକୁ ବେଶ୍ ଶକ୍ତିଶାଳୀ ଏବଂ ମାର୍ଜିତ ବୋଲି ପ୍ରତିପାଦିତ କରାଇବାକୁ ଚେଷ୍ଟା କରାଉଥିବା ମଣିଷଟା ପ୍ରକୃତରେ ଭିତରେ ସବୁବେଳେ ଏକୁଟିଆ ଅନୁଭବ କରୁଥାଏ। ବିଭିନ୍ନ ପ୍ରସଙ୍ଗରେ ତାକୁ ଭୟ ଘାରି ରହିଥାଏ। କାମ ମିଳିବା ନ ମିଳିବାର ଭୟ, ଉପଯୁକ୍ତ ପାରିଶ୍ରମିକ ମିଳିବା ନ ମିଳିବା ବା ବିଳମ୍ବରେ ମିଳିବାର ଭୟ, ନିଜର ଅଭିନୟ ସଫଳ କିମ୍ବା ବିଫଳ ହେବାର ଭୟ ତାକୁ ସବୁବେଳେ ଆବୋରି ବସିଥାଏ। କେତେବେଳେ ଦର୍ଶକଙ୍କ ଦ୍ୱାରା ଅଗ୍ରହଣୀୟ ହେବାର ଆଶଙ୍କା ତାକୁ ଅନାମନା କରୁଥାଏ ତ ଆଉ କେତେବେଳେ ସେ ଆଗକୁ ନୂଆ କିଛି ସିନେମା କିମ୍ବା ଯାତ୍ରାରେ ଅଭିନୟ କରିବାର ସୁଯୋଗ ପାଇବ କି ନାହିଁ ତାହା ନେଇ ସେ ଚିନ୍ତିତ ହୋଇଥାଏ। ଭାରତରେ ଚଳଚ୍ଚିତ୍ର ଏବଂ ଯାତ୍ରାର ପାରିଶ୍ରମିକର କିଛି ନିଶ୍ଚିତତା ନଥିବାରୁ ଏବଂ ଏସବୁ ହାତେଇବାକୁ ନିଜେ ପରିଶ୍ରମ କରୁଥିବାରୁ ତାକୁ  ଏ ନେଇ ଚିନ୍ତା କରିବାକୁ ହୋଇଥାଏ।

ଅନେକ ସମୟରେ ଭିନ୍ନ ଭିନ୍ନ ଲୋକଙ୍କ ସହ ବିବାଦ, ଗଣମାଧ୍ୟମରେ ଚେହେରା ଖରାପ ହୋଇଯିବାର ଭୟ କିମ୍ବା ନିଜର ଆଶା ସହିତ ସାଧାରଣଭାବେ ବଢି ଚାଲିଥିବା ଆକାଂକ୍ଷା ତା ଉପରେ ଅଧିକ ଚାପ ସୃଷ୍ଟି କରିଥାଏ। ସେ ଏସବୁ ଖୋଲାଖୋଲି ଭାବେ କାହାରିକୁ କହିପାରେ ନାହିଁ। କାରଣ ତାହାର ଭୟ ଥାଏ ଯେ ଯଦି ଏପରି ଗୁରୁତର କଥା ସେ ଅନ୍ୟମାନଙ୍କୁ କହିଦେବ ତାହାହେଲେ ତାହାର ଦୁର୍ବଳତମ ଦିଗଟି ବାହାରେ ପଡ଼ିଯିବ। ତାକୁ ହୀରୋ କିମ୍ବା ସେଲେବ୍ରିଟି ବୋଲି ଭାବି ଆମେ ଯେଉଁଭଳି ଭାବେ ଆଦର କରୁଛେ ସେଥିରେ ଭଟ୍ଟା ପଡିଯିବ। ତାହାର ସାମାଜିକ ମର୍ଯ୍ୟାଦା ଏବଂ ତଥାକଥିତ ‘ଇମେଜ’ ଧୂଳିସାତ ହେବ। ଏଣୁ ସେ ଚୁପ ରହିବାକୁ ବାଧ୍ୟ ହୁଏ। କିନ୍ତୁ ପ୍ରକୃତ ପକ୍ଷରେ ସେ ବାହରକୁ ଚୁପ୍ ରହୁଥିଲେ ମଧ୍ୟ ଏହି ଭୟଙ୍କର ରୋଗରୁ ବାହାରିବାକୁ ଚେଷ୍ଟା କରିଥାଏ। କିନ୍ତୁ ଯେଯାଏ ସେ ଏହି ପ୍ରସଙ୍ଗ କିିମ୍ବା ସମସ୍ୟା ବିଷୟରେ ବାହାର ଲୋକଙ୍କ ପାଖରେ ପାଟି ନ ଖୋଲିଛି ସେଯାଏ ଏହି ସମସ୍ୟାର ସମାଧାନରୁ ବହାରି ହେବାର ବାଟ ତା ପାଖରେ ନଥାଏ। ନିଜ ଭିତରେ ସମସ୍ୟାକୁ ଚାପି ରଖି ଘଟଣାକୁ ଏଡ଼ାଇ କିଛିଦିନ ପାଇଁ ଚୁପ ରହି ଏହି ସବୁ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରୁଥାଏ। କିନ୍ତୁ ସମସ୍ତେ ଏହି ପ୍ରକ୍ରିୟାରେ ସଫଳ ହେବାର ଆଶା କମ୍ ଥାଏ। ଅଗତ୍ୟା ଏହି ସମସ୍ୟାରୁ ବାହାରି ନପାରି ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥାଏ। ଅବଶ୍ୟ ଏହି ସେଲିବ୍ରିଟିମାନେ ଆତ୍ମହତ୍ୟା କରିବା ପୂର୍ବରୁ କିଛି ସଂକେତ ବି ଦେଇଥାଆନ୍ତି ଯେମିତି କର୍ମକ୍ଷେତ୍ରରେ ଦୀର୍ଘ ଦିନ ଧରି ଅନୁପସ୍ଥିତ ରହିବା, ସାମାଜିକ ଗଣମାଧ୍ୟମରେ ନିଜର ଦୁଃଖଦ ଷ୍ଟାଟସ୍ ଦେବା, ପ୍ରିୟଜନଙ୍କ ଫୋନ ନ ଉଠାଇବା, ନିଜକୁ ଏକୁଟିଆ କରି ରଖିବା କିମ୍ବା ଅତି ମାତ୍ରାରେ ଭାବନାତ୍ମକ ପ୍ରତିକ୍ରିୟା ପ୍ରକାଶ କରିବା ଆଦି ଏହା ମଧ୍ୟରୁ ଅନ୍ୟତମ ଅଟେ। କିନ୍ତୁ ଏହାକୁ ବୁଝିବା କିମ୍ବା ସେହି ତାରକା ଜଣଙ୍କୁ ଏ ନେଇ ଉଚିତ୍ ପରାମର୍ଶ ଦେବାକୁ କାହା ପାଖରେ ସମୟ ନଥାଏ। ସମସ୍ତେ ଭାବନ୍ତି ଯେ ସେ ଏହି କାରଣ ସବୁରୁ ନିରାକରଣ କରିବାକୁ ନିଜେ ସକ୍ଷମ କାରଣ ସେ ଏହାଠାରୁ ଅଧିକକାମ୍ ସିନେମା ପରଦାରେ କରନ୍ତି କିମ୍ବା ଯେହେତୁ ସେ ଜଣେ ସେଲେବ୍ରିଟି ସେ ସହଜରେ ଆତ୍ମହତ୍ୟା କରିବ ନାହିଁ।

ଏହି ପ୍ରସଙ୍ଗରେ ଯାହା କରାଯାଇପାରିବ ତାହା ହେଉଛି ସେଲେବ୍ରିଟିମାନଙ୍କର ମାନସିକ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେଇ ଏହାକୁ ମନସ୍ତାତ୍ତ୍ୱିକ ଦୃଷ୍ଟି କୋଣରୁ ଦେଖି ଏ ନେଇ ତୁରନ୍ତ ପଦକ୍ଷେପ ନେବା। ପୁଣି ଏପରି ଏକ ପରିବେଶ ସୃଷ୍ଟି କରିବା ଯେପରି ସେ ତାରକା ସେଲିବ୍ରିଟି ଜଣଙ୍କ ବିନା ସଂକୋଚରେ ନିଜର ଦୁଃଖକୁ ସାର୍ବଜନୀନ କରିଦେଇ ପାରିବେ। ପୁଣି ମାନସିକ ସ୍ୱାସ୍ଥ୍ୟକୁ ଆମ ସ୍ୱାସ୍ଥ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଭାବେ ଗ୍ରହଣ କରିବା ସହ ଏ ନେଇ ଆମେ ବେଳହୁଁ ଯତ୍ୱବାନ ହେଲେ ମାନସିକ କ୍ଲାନ୍ତି ଏବଂ ଅବସାଦ ଜନିତ ଆତ୍ମହତ୍ୟାକୁ ରୋକିଦେଇ ପାରିବା ଏ ନେଇ ବ୍ୟାପକ ବିଧିବ୍ୟବସ୍ଥା କରିବାକୁ ତଥାପି ସମୟ ଲାଗିବ ଓ ଏହି ସମୟ ଭିତରେ ଯେପରି ମାନସିକ ସ୍ୱାସ୍ଥ୍ୟଗତ ପରାମର୍ଶ ଏବଂ ଚିକିତ୍ସା ପାଇପାରିବେ ସେ ନେଇ ଆମେ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ। ଅନ୍ୟଥା ରାଇମୋହନଙ୍କ ଆତ୍ମହତ୍ୟା ଏହି କ୍ରମରେ ସେଲେବ୍ରିଟିଙ୍କ ଶେଷ ଆତ୍ମହତ୍ୟା ହେବ ନାହିଁ ନିଶ୍ଚୟ।

ଧବଳଗିରି, ଯାଜପୁର ରୋଡ

ଫୋ- ୭୯୭୮୬୭୧୭୭୬

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story