ପାଲେଷ୍ଟାଇନ ପ୍ରସଙ୍ଗରେ ଗଣମାଧ୍ୟମ ନୀରବ କାହିଁକି?

ପାଲେଷ୍ଟାଇନ ଏବେ ଆଉ ଭାରତୀୟ ଗଣମାଧ୍ୟମର ଶୀର୍ଷକ ହୋଇରହିନାହିଁ। ଗଣମାଧ୍ୟମର ଦୃଷ୍ଟିରେ ସବୁ ଯେମିତି ଠିକ ଚାଲିଛି ସେଠାରେ! କିନ୍ତୁ ତାହା ନୁହେଁ। ପ୍ରତି ଦିନ ପ୍ରତି ଘଣ୍ଟାରେ ବୋମା ପଡ଼ୁଛି। ପ୍ରତି ମୁହୂର୍ତ୍ତରେ ମଣିଷର ଆର୍ତ୍ତ ଚିତ୍କାର ଶୁଣାଯାଉଛି। କିନ୍ତୁ ଭାରତୀୟ ଗଣମାଧ୍ୟମର କାନକୁ ତାହା ଶୁଣାଯାଉନାହିଁ।

Attack On Palestine

Attack On Palestine

Debendra Prusty
  • Published: Tuesday, 23 July 2024
  • Updated: 23 July 2024, 04:16 PM IST

ଦେବ ରଞ୍ଜନ

ଜାତିସଂଘର ଆନ୍ତର୍ଜାତିକ କୋର୍ଟ ଅଫ ଜଷ୍ଟିସର ରାୟକୁ ଗଣମାଧ୍ୟମ ପ୍ରକାଶ ନକରିବା ମୋତେ ଆଶ୍ଚର୍ଯ୍ୟ କରିଛି। କେମିତି ହୋଇପାରିଲା? ଏଥିପାଇଁ କି ଯେ ଏହା ଇସ୍ରାଏଲର ବିପକ୍ଷରେ ଯାଇଛି? ଜୁଲାଇ ୧୯ ଦିନ, ଆନ୍ତର୍ଜାତିକ କୋର୍ଟ ସ୍ପଷ୍ଟ ରାୟ ଦେଲେ, ‘୧୯୬୭ ମସିହା ପରଠାରୁ ଇସ୍ରାଏଲ ଅଧିକାର କରିଥିବା ସମସ୍ତ ଜମି ଇଲିଗାଲ ଅର୍ଥାତ ବେଆଇନ।’ ଏହା ପାଲେଷ୍ଟିନୀଙ୍କ ଲାଗି ବଡ଼ ବିଜୟ। ଏହି ବିଜୟକୁ କିନ୍ତୁ ସେଠାରେ ପାଳିବା ଲାଗି ଲୋକ ନାହାଁନ୍ତି। ସବୁ ଯେମିତି ସେଠାରେ ଧ୍ଵଂସ ହୋଇଯାଇଛି, ଜୀବନ ଓ ସ୍ଵପ୍ନ ସବୁ ସ୍ତୂପ ମଧ୍ୟରେ ହଜିଯାଉଛି। ଏହା ସହିତ ଛପିଯାଉଛି ଭାରତୀୟ ଗଣମାଧ୍ୟାମର ବିବେକ।

ଗଲା ବର୍ଷ ଅକ୍ଟୋବର ୭, ୨୦୨୩ରେ ପାଲେଷ୍ଟାଇନ ଇସ୍ଲାମିକ ମିଲିଟାଣ୍ଟ ସଂଗଠନ ‘ହମାସ’ର ଅତର୍କିତ ଆକ୍ରମଣ ଇସ୍ରାଇଲ ଉପରେ ହୋଇଥିଲା। ଏହି ଆକ୍ରମଣରେ ୧୧୩୯ ସାଧାରଣ ଇସ୍ରାଏଲବାସୀଙ୍କର ଦୁଃଖଦ ମୃତ୍ୟୁ ଘଟିଥିଲା ଓ ୨୪୦ ଜଣଙ୍କୁ ହମାସ ଅପହରଣ କରିଥିଲା। ଏହାର ପରଦିନ ଅର୍ଥାତ ଅକ୍ଟୋବର ୮ରେ ଇସ୍ରାଏଲ ସେନା ନିରସ୍ତ୍ର ପାଲେଷ୍ଟିନୀ ବସବାସ କରୁଥିବା ଅଞ୍ଚଳରେ ବୋମା ବର୍ଷଣ ଆରମ୍ଭ କରିଦେଲେ। ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ ଗାଲାଣ୍ଟ ଘୋଷଣା କଲେ, ‘ଆମେ ସମଗ୍ର ପାଲେଷ୍ଟିନର ଗାଜାକୁ ବନ୍ଦୀ କରିଛୁ। ନା ବିଦ୍ୟୁତ, ନା ପାଣି, ନା ଖାଦ୍ୟ ନା ପେଟ୍ରୋଲ। ଆମେ ମଣିଷରୂପୀ ପଶୁମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଛୁ।’

ହମାସର ଆକ୍ରମଣକୁ ଲୋକସଭାରେ ଦୃଢ଼ ନିନ୍ଦା କରି କେନ୍ଦ୍ର ସରକାର ମନ୍ତବ୍ୟ ଦେଲେ। ଏହା ଥିଲା ଫେବୃଆରୀ ୮, ୨୦୨୪ ତାରିଖର କଥା। ସେତବେଳକୁ ହମାସ ଆକ୍ରମଣର ପାଞ୍ଚ ମାସ ବିତିଯାଇଥିଲା। ହମାସର ଆକ୍ରମଣରେ ମୃତ୍ୟୁବରଣ କରିଥିବା ଓ ଅପହରଣ ହୋଇଥିବା ଇସ୍ରାଏଲବାସୀଙ୍କ ପ୍ରତି ସରକାର ସମବେଦନା ଜଣାଇଲେ। ଜଣାଇବା ଆବଶ୍ୟକ ଥିଲା। କିନ୍ତୁ ସରକାର ଏହିଠାରେ ଅଟକି ଗଲେ।

କେନ୍ଦ୍ର ସରକାର ଫେବୃଆରୀ ୨୦୨୪ରେ ସଂସଦ ମଧ୍ୟରେ ଯେତେବେଳେ ବକ୍ତବ୍ୟ ଦେଉଥିଲେ ସେହି ସମୟ ବେଳକୁ ଇସ୍ରାଏଲ ସେନାର ବୋମା ଓ ରକେଟ ବର୍ଷଣ ହେତୁ ୨୭,୮୪୦ ପାଲେଷ୍ଟିନୀଙ୍କ ହତ୍ୟା ହୋଇସାରିଥିଲା, ୬୭,୧୩୭ ଜଣ ଆହତ ହୋଇସାରିଥିଲେ, ହସ୍ପିଟାଲ ଓ ରିଲିଫ କ୍ୟାମ୍ପ ଉପରେ ବୋମାବର୍ଷଣ ହେଉଥିଲା। ଇସ୍ରାଏଲର ନେତାନ୍ୟାହୁ ସରକାର ରାଫାହ ସହରମୁଖୀ ୧୨ ଲକ୍ଷ ପାଲେଷ୍ଟିନୀଙ୍କ ଉପରେ ବୋମା ବର୍ଷଣ ଲାଗି ନିର୍ଦ୍ଦେଶ ଦେଇସାରିଥିଲେ। ପାଲେଷ୍ଟିନକୁ ପାଣି, ଖାଦ୍ୟ ଓ ଔଷଧ ଆସୁଥିବା ସମସ୍ତ ରାସ୍ତାକୁ ଇସ୍ରାଏଲର ସେନାବାହିନୀ ଓ ଏହାର ବେସରକାରୀ ବାହିନୀ ବନ୍ଦ କରିଦେଇଥିଲେ। ଫଳରେ ଅଧିକ ମାତ୍ରାରେ ଲୋକଙ୍କ ମୃତ୍ୟୁ ହେଉଥିଲା। ଉତ୍ତର ଗାଜାରେ ଦୁର୍ଭିକ୍ଷର ସ୍ଥିତି ହାଜର ହେବା କଥା ବିଦେଶୀ ଗଣମାଧ୍ୟମ ପ୍ରକାଶ କରୁଥିଲେ।

ଏ ସବୁ ହେଉଥିବା ସତ୍ତ୍ୱେ ତେଣୁ ଭାବିହେଉନାହିଁ ଯେ କେନ୍ଦ୍ର ସରକାର ଇସ୍ରାଏଲ ସେନାବାହିନୀ ଦ୍ଵାରା ନିରସ୍ତ୍ର ଲୋକଙ୍କୁ ହତ୍ୟା କରିବାକୁ ନିନ୍ଦା କରି କାହିଁକି ଦୁଇ ପଦ ନକହିଲେ। ମୁଖ୍ୟ ଗଣମାଧ୍ୟମ ମଧ୍ୟ ଏପରି ବଦଳୁଥିବା ଦୃଷ୍ଟିଭଙ୍ଗି ସମ୍ପର୍କରେ ସରକାରଙ୍କୁ କିଛି ପଚାରିଲେ ନାହିଁ।

ବିଜେପିର ଆଭିମୁଖ୍ୟ ଇସ୍ରାଏଲ – ପାଲେଷ୍ଟାଇନ ପ୍ରସଙ୍ଗରେ କଂଗ୍ରେସଠାରୁ ଭିନ୍ନ ହେଲା। ପ୍ରଥମ ପ୍ରଧାନମନ୍ତ୍ରୀ ନେହେରୁଙ୍କ ଆକ୍ରମଣ ତ ବେଶ ସିଧା ଥିଲା। ‘ଆମେରିକା ଓ ବ୍ରିଟେନର ସହାୟତାରେ ତୁମେ ପାଲେଷ୍ଟାଇନ ଉପରେ ଇସ୍ରାଏଲକୁ ଲଦି ଦେଉଛ।’ ଏହା ସତ ମଧ୍ୟ। ସରକାର ବଦଳିବା ସହିତ ବଦଳିଗଲା ଗଣମାଧ୍ୟମର ଆଭିମୁଖ୍ୟ। ବର୍ତ୍ତମାନର ଗଣମାଧ୍ୟମ ମଧ୍ୟ ଇସ୍ରାଏଲକୁ ସମବେଦନା ଜଣାଇବାରେ କୌଣସି ଅବହେଳା କଲାନାହିଁ, ପାଲେଷ୍ଟାଇନ ଉପରେ ହେଉଥିବା ଆକ୍ରମଣ ସମ୍ବନ୍ଧିତ ସମ୍ବାଦଠାରୁ ଦୂରେଇବାରେ ଲାଗିଲା। ଗଣମାଧ୍ୟମ କଦାପି ସରକାରୀ ମାଧ୍ୟମ ନୁହେଁ, ଏହା ଗଣଙ୍କ ମାଧ୍ୟମ। ଏହି କଥା ଗଣମାଧ୍ୟମର ମୁଖ୍ୟମାନେ ଏବେ ଭୁଲିବାରେ ଲାଗିଛନ୍ତି।

ଇସ୍ରାଏଲ ସେନା ଦ୍ଵାରା ରାଫାହ ରିଲିଫ ଶିବିରର ଆକ୍ରମଣ ପରେ ମଇ, ୨୦୨୪ରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଯାହା କହିଲେ ତାହା ଆମେରିକାର ଆଭିମୁଖ୍ୟକୁ ସ୍ପଷ୍ଟ କରୁଥିଲା। ‘ଇସ୍ରାଏଲ ଏବେ ବି ସୀମା (ରେଡ ଲାଇନ) ଅତିକ୍ରମ କରିନାହିଁ“, ଏ ଥିଲା ତାଙ୍କର ବକ୍ତବ୍ୟ। ସୀମା ମଧ୍ୟରେ ରହିବାର ଅର୍ଥ ବାଇଡେନଙ୍କ ଲାଗି କେତେ ସଂଖ୍ୟାରେ ହତ୍ୟା ସହିତ ସମାନ? ଏକ ଲକ୍ଷ, ଦୁଇ ଲକ୍ଷ, ପାଞ୍ଚ ଲକ୍ଷ ବ୍ୟକ୍ତିଙ୍କ ମୃତ୍ୟୁ ଅଥବା ହତ୍ୟା? ତାହା ପରେ ଆମେରିକା ନିଜର ଅସ୍ତ୍ର ଓ ଅର୍ଥ ସହଯୋଗ ବନ୍ଦ କରିବ, ଏହି ରେଡ ଲାଇନର କଥା ବାଇଡେନ କହୁଥିଲେ କି?

ଏହି ମାସ ଜୁଲାଇ ୫ ତାରିଖରେ ବିଶ୍ଵର ଅତି ସମ୍ମାନିତ ଲାନସେଟ ପତ୍ରିକା ଗଲା ଅକ୍ଟୋବର ମାସଠାରୁ ଏହି ବର୍ଷ ଜୁନ ମଧ୍ୟରେ ସମୁଦାୟ ପାଲେଷ୍ଟିନୀ ମୃତକଙ୍କ ସଂଖ୍ୟା ଦର୍ଶାଇଥିଲେ ୧,୮୬,୦୦୦। ୧,୮୬,୦୦୦ ବ୍ୟକ୍ତିଙ୍କ ମୃତ୍ୟୁ ଅଥବା ହତ୍ୟା! ଏହା ଏକ ବିରାଟ ସଂଖ୍ୟା! ହମାସ ଆକ୍ରମଣ ହେତୁ ମୃତ ୧୧୩୯ ସାଧାରଣ ଇସ୍ରାଏଲବାସୀଙ୍କ ଠାରୁ ଏହା ବହୁଗୁଣା ଅଧିକ। ସମୁଦାୟ ପାଲେଷ୍ଟିନ ଜନସଂଖ୍ୟାର ଏହା ୮ ଭାଗ। ଅର୍ଥାତ ମାତ୍ର ସାତ ମାସ ମଧ୍ୟରେ କୌଣସି ଏକ ଦେଶର ୮ ପ୍ରତିଶତ ଲୋକ ମୃତ୍ୟୁ ବରଣ କରିବା ବା ସେମାନଙ୍କୁ ହତ୍ୟା କରାଯିବା କିଛି ଛୋଟ ସଂଖ୍ୟା ନୁହେଁ। ସେ ମଧ୍ୟରେ ପୁଣି ରହିଥିଲେ ୧,୩୬,୦୦୦ ଶିଶୁ। ସେହି ୧,୮୬,୦୦୦ ବ୍ୟକ୍ତିଙ୍କ ମଧ୍ୟରୁ ବୋମା ଓ ରକେଟ ବର୍ଷଣ ହେତୁ ଯେଉଁଠି ମୃତ୍ୟୁ ହୁଏ ୪୬,୦୦୦ ବ୍ୟକ୍ତିଙ୍କର, ଖାଦ୍ୟ-ପାଣି-ଔଷଧ ପ୍ରତିବନ୍ଧକ ହେତୁ ମୃତ୍ୟୁ ହୁଏ ବାକି ୧,୪୦,୦୦୦ଙ୍କର। ଏହି ବିରାଟ ସଂଖ୍ୟାର ଲୋକେ ହୁଏତ ବଞ୍ଚି ଯାଇଥାନ୍ତେ ଯଦି ଇସ୍ରାଏଲ ସେନା ଓ ଏହାର ବେସାମରିକ ଉଗ୍ର ସଂଗଠନ ରିଲିଫ କ୍ୟାମ୍ପକୁ ପାଣି ଓ ଖାଦ୍ୟ ରପ୍ତାନୀକୁ ବନ୍ଦ କରିଦେଇନଥାନ୍ତା। ଏହା ଲାନସେଟ କହୁଛି। କିନ୍ତୁ ଭାରତର ପ୍ରାୟ ଗଣମାଧ୍ୟମ ନୀରବ ରହିଲେ। ନୀରବ ରହିଲେ ନାହିଁ ଯେ, ଇସ୍ରାଏଲର ନରସଂହାରକୁ ଲୁଚାଇଲେ। ହୁଏତ ଇସଲାମ ବିରୋଧୀ ମନୋଭାବ ନଚେତ ଆମେରିକା ସପକ୍ଷରେ ପ୍ରଚାର ଲାଗି ସେମାନେ ଏପରି କରିଥିଲେ।

ଇସ୍ରାଏଲକୁ ପ୍ରମୁଖ ଅସ୍ତ୍ର ରପ୍ତାନୀକାରୀ ରାଷ୍ଟ୍ର ହେଉଛି ଗଣତାନ୍ତ୍ରିକ ଦେଶ ଆମେରିକା, ଜର୍ମାନୀ, ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଇଟାଲୀ ଇତ୍ୟାଦି ଦେଶ। ଇସ୍ରାଏଲକୁ ଅନ୍ୟୁନ ୬୮ ପ୍ରତିଶତ ଅସ୍ତ୍ର ଆସିଥାଏ ଆମେରିକାରୁ। ଏକ ତଥ୍ୟ ଅନୁସାରେ, ଆମେରିକା ସରକାର ଏହି ସମୟ ମଧ୍ୟରେ ୬୫୦ କୋଟି ଡଲାରର ଯୁଦ୍ଧାସ୍ତ୍ର ଯୋଗାଇଦେଇଛନ୍ତି। ସେ ମଧ୍ୟରେ ରହିଛି ୨୦୦୦ ପାଉଣ୍ଡର ୧୪,୦୦୦ଟି ବୋମା। ପ୍ରତ୍ୟେକ ବୋମା ୩୬୫ ମିଟର ସ୍ଥାନକୁ ସଂପୂର୍ଣ୍ଣ ଧ୍ଵଂସ କରିବାର କ୍ଷମତା ରଖିଛି। ଏତଦ ବ୍ୟତୀତ, ୨୬୦୦ ମିସାଇଲ୍ସ, ୧୦୦୦ ବଙ୍କର ଧ୍ଵଂସକାରୀ ବୋମା ଓ ଅନେକ ଫାଇଟର ଜେଟ ବିମାନ ଇତ୍ୟାଦି। ପାଲେଷ୍ଟାଇନ ଉପରେ ଇଉରୋପ ଓ ଆମେରିକା ଭଳି ତଥାକଥିତ ବିକଶିତ ରାଷ୍ଟ୍ରର ମିଳିତ ଆକ୍ରମଣ ହେତୁ ଏହା ଧ୍ଵଂସ ସ୍ତୂପରେ ପରିଣତ ହୋଇଛି। ଏହି ଦେଶର ରାଷ୍ଟ୍ରମୁଖ୍ୟମାନେ ଯଥାର୍ଥରେ ଯୁଦ୍ଧ ଅପରାଧୀ।

ଆମେରିକା – ଇଉରୋପ – ଇସ୍ରାଏଲର ମିଳିତ ଆକ୍ରମଣର ଉଦ୍ଦେଶ୍ୟ ହେଉଛି ବିଶ୍ଵ ମାନଚିତ୍ରରୁ ଇସଲାମ ରାଷ୍ଟ୍ର ପାଲେଷ୍ଟାଇନକୁ ଲୋପ କରି ସମଗ୍ର ଭୂଖଣ୍ଡ ଉପରେ ହିବୃ ବା ଇହୁଦୀ ଧର୍ମାବଲମ୍ବୀ ଇସ୍ରାଏଲୀମାନଙ୍କ ଲାଗି ଜେରୁଜେଲମର ପବିତ୍ର ଅଞ୍ଚଳରେ ବସତି ଯୋଗାଡ଼ କରିବା। ଜେରୁଜେଲମ ଏକ ପବିତ୍ର ସ୍ଥାନ ବୋଲି ଇହୁଦୀ, ଖ୍ରୀଷ୍ଟିୟାନ ଓ ମୁସଲମାନ ଧର୍ମାବଲମ୍ବୀ ସମସ୍ତେ ବିଶ୍ଵାସ କରନ୍ତି। ଏଥିଲାଗି ମହାତ୍ମା ଗାନ୍ଧୀ ୧୯୪୭ ମସିହାରେ ଏ ପ୍ରସଙ୍ଗରେ କହିଥିଲେ, ‘ଇଂଲଣ୍ଡ ଯେମିତି ଇଂଲିଶଭାଷୀଙ୍କର ସେମିତି ପାଲେଷ୍ଟାଇନ ଆରବ ଲୋକଙ୍କର।’ ସେ ଇହୁଦୀମାନଙ୍କୁ ଆଣି ଜେରୁଜେଲମ ଅଞ୍ଚଳରେ ରଖିବାର ଯୋଜନାକୁ ବିରୋଧ କରିଥିଲେ।

ଏହି ଭୂଖଣ୍ଡ ଉପରେ କେବଳ ଇହୁଦୀଙ୍କ କର୍ତ୍ତୃତ୍ଵ ଜାହିର କରିବା ଉଦ୍ଦେଶ୍ୟରେ ବ୍ରିଟେନ ଓ ଇସ୍ରାଏଲ ସରକାରୀ ସେନା ପାଲେଷ୍ଟାଇନ ଉପରେ ବୋମା ବର୍ଷଣ ୧୯୪୮ ମସିହାରେ ଆରମ୍ଭ କରିଥିଲେ। ୧୯୪୮ – ୪୯ ନକବା ଆକ୍ରମଣ ହେତୁ ୭,୫୦,୦୦୦ ପାଲେଷ୍ଟାନୀୟଙ୍କ ଗୃହତ୍ୟାଗ, ୫୦୦ ପାଲେଷ୍ଟନୀୟ ଗ୍ରାମକୁ ଧ୍ଵଂସ, ହଜାର ହଜାର ପାଲେଷ୍ଟାନୀୟଙ୍କ ହତ୍ୟା, ଧର୍ଷଣ ଓ ଜେଲ ଦ୍ଵାରା ଇହୁଦୀଙ୍କ ସଂଖ୍ୟା ଉକ୍ତ ଅଞ୍ଚଳରେ ୧୦%ରୁ ୩୩% ଓ ସେମାନଙ୍କ ହାତରେ ସମୁଦାୟ ଜମିର ମାତ୍ରା ୦.୦୨୫%ରୁ ୬.୨%କୁ ବୃଦ୍ଧି ଘଟିଥିଲା।

ଏହାପରେ ବିଶ୍ଵର ଆମେରିକା ଓ ଇଉରୋପର ଅତିଧନୀ ‘ବିକଶିତ’ ତଥା ‘ଗଣତାନ୍ତ୍ରିକ’ ରାଷ୍ଟ୍ର ସମୂହ ପାଲେଷ୍ଟାଇନ ଉପରେ ବୋମା ବର୍ଷଣ ଏବେ ବି ଜାରିରଖିଛନ୍ତି। ପ୍ରତିଥର ଏହି ଆକ୍ରମଣ ଦ୍ଵାରା ଇସ୍ରାଏଲ ଅଧିକ ଭୂଖଣ୍ଡ ଅକ୍ତିଆର କରୁଛି ଓ ଅତି କ୍ଷୁଦ୍ରରୁ କ୍ଷୁଦ୍ର ଅଞ୍ଚଳ ମଧ୍ୟକୁ ପାଲେଷ୍ଟିନୀଙ୍କୁ ପଠାଉଛି। ଇସ୍ରାଏଲ ନିଜର ସ୍ଥାୟୀ ଆନ୍ତର୍ଜାତିକ ସୀମାରେଖା ଆଜି ବି ତିଆରି କରିନାହିଁ। ଇସ୍ରାଏଲ ଓ ଏହାର ମିତ୍ର ରାଷ୍ଟ୍ର ପାଲେଷ୍ଟଶଇନକୁ ଧ୍ଵଂସ କରିବା ଲାଗି ୭୫ ବର୍ଷ ହେଲା ଉଦ୍ୟମ କରିଆସୁଥିଲେ। ହମାସର ଆକ୍ରମଣ ସେମାନଙ୍କୁ ଏବେ ଅଧିକ ସୁହାଇଛି।

ହମାସ ଆକ୍ରମଣ ଯେ ୭୫ ବର୍ଷର ପୁଞ୍ଜିଭୂତ ପ୍ରତିକ୍ରିୟା, ଏହାକୁ ସେ ଦୃଷ୍ଟିରେ ନଦେଖି ଏହାକୁ ଏକ ସୁଯୋଗ ଭାବରେ ଧନୀ ରାଷ୍ଟ୍ରମାନେ ଦେଖୁଛନ୍ତି। ଇସ୍ରାଏଲ ଓ ଏହାର ମିତ୍ର ରାଷ୍ଟ୍ରମାନେ ପାଲେଷ୍ଟାଇନକୁ ସଂପୂର୍ଣ୍ଣ ଧ୍ଵଂସ କରିବାର ବହୁ ପୂର୍ବରୁ କିନ୍ତୁ ଭାରତୀୟ ଗଣମାଧ୍ୟମ ପାଲେଷ୍ଟାଇନର ଠିକଣାକୁ ଲୋପ କରିଦେଲେଣି। ସେମାନଙ୍କ ପାଇଁ ଏକ ଲକ୍ଷ କି ଦୁଇ ଲକ୍ଷ ଲୋକଙ୍କ ନରସଂହାରର କୌଣସି ଫରକ ନାହିଁ। ସେମାନଙ୍କ ପାଇଁ ଏହା ଆଦୌ ସମ୍ବାଦ ମଧ୍ୟ ହୋଇ ଆଜି ରହିନାହିଁ।

ଇସ୍ରାଏଲର ବଳପୂର୍ବକ ପାଲେଷ୍ଟାଇନ ଉପରେ ଆକ୍ରମଣକୁ ବିରୋଧ କରି ବିକ୍ଷୋଭ କରୁଛନ୍ତି ଇଉରୋପ ଓ ଆମେରିକାର ବିଭିନ୍ନ ବିଶ୍ୱବିଦ୍ୟାଳୟର ଅଗଣିତ ଛାତ୍ରଛାତ୍ରୀ। ବିଶ୍ଵର ଅନେକ ପ୍ରାନ୍ତରେ ଏପରି ବିକ୍ଷୋଭରେ ସାମିଲ ହେଉଛନ୍ତି ଅନେକ ଅନ୍ତେବାସୀ। ଏପରିକି ଇସ୍ରାଏଲ ମଧ୍ୟରେ ଲକ୍ଷ ଲକ୍ଷ ଇସ୍ରାଇଲବାସୀ ନେତାନ୍ୟାହୁ ସରକାର ବିରୋଧୀ ପ୍ରତିବାଦରେ ସାମିଲ ହୋଇଛନ୍ତି। ସେମାନଙ୍କ ସହିତ ଅଛନ୍ତି ଅନେକ ସାମ୍ବାଦିକ, ଲେଖକ ଓ ଛାତ୍ରଛାତ୍ରୀ। ସେମାନେ ନେତାନ୍ୟାହୁ – ବାଇଡେନ ବିରୋଧୀ ସ୍ଲୋଗାନ ଦେଉଛନ୍ତି।

ଆମକୁ ମଧ୍ୟ ଆଜିର ଗଣମାଧ୍ୟମ ଭଳି ଇସ୍ରାଏଲ – ଆମେରିକା ସରକାର ସପକ୍ଷରେ ସ୍ଲୋଗାନ ଦେବାର ନାହିଁ। ଆମେ ଜାଣୁ ତାହାର ପରିଣାମ। ଆମକୁ ବିରୋଧ କରିବାର ଅଛି, ସ୍ଲୋଗାନ ଦେବାର ଅଛି ଓ ନାଚିବାର ଅଛି ପାଲେଷ୍ଟାଇନ ମୁକ୍ତି ସଂଗ୍ରାମ ପାଇଁ, ଯୁଦ୍ଧର ପରିସମାପ୍ତି ଲାଗି ଓ ଯୁଦ୍ଧ ଅପରାଧୀଙ୍କ ବିଚାରର ଦାବିରେ।

ମୋବାଇଲ – ୯୪୩୭୭୬୨୨୭୨

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story