ବିଶ୍ୱବିଦ୍ୟାଳୟକୁ ନେଇ ବିବାଦ କାହିଁକି?

ତେବେ, ଅନେକ ଦୃଷ୍ଟିରୁ ଏହା ଏକ ଭଲ ନିଷ୍ପତି ବୋଲି କୁହାଯାଇପାରେ। କାରଣ ରାଜ୍ୟର ବିଶ୍ୱବିଦ୍ୟାଳୟ ପରିଚାଳନାରେ ରାଜ୍ୟ ସରକାରଙ୍କର ରାଜନୈତିକ ହସ୍ତକ୍ଷେପ ରହିବ ନାହିଁ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକ ସ୍ୱତନ୍ତ୍ର ଭାବରେ ପରିଚାଳିତ ହେବେ।

UGC

UGC

Debendra Prusty
  • Published: Thursday, 13 February 2025
  • Updated: 13 February 2025, 04:55 PM IST

Sports

Latest News

ରବି ଦାସ

ଭାରତରେ ଏବେ ବିଭିନ୍ନ ରାଜ୍ୟରେ ଓ ବିଶେଷ ଭାବରେ କେନ୍ଦ୍ର ଶାସନରେ ଥିବା ଦଳଠାରୁ ଭିନ୍ନ ଦଳ ରାଜ୍ୟରେ ଶାସନ କରୁଥିଲେ ବିଶ୍ୱବିଦ୍ୟାଳୟକୁ ନେଇ ଏକ ବିବାଦ ଓ ଦ୍ୱନ୍ଦ୍ୱ ଲାଗିବାର ଦେଖା ଯାଉଛି। କେନ୍ଦ୍ରୀୟ ବିଶ୍ୱବିଦ୍ୟଳୟ ଆଇନ ପାର୍ଲାମେଂଟରେ ଗୃହୀତ ହୋଇ କାର୍ଯ୍ୟକାରୀ ହେଉଥିବାରୁ କେନ୍ଦ୍ର ସରକାରଙ୍କର ଏହା ଉପରେ ବିଭିନ୍ନ ଭାବରେ ପ୍ରଭାବ ରହୁଛି। ଯଦିଓ ବିଶ୍ୱବିଦ୍ୟାଳୟ ଏପରି ଏକ ଉଚ୍ଚଶିକ୍ଷାର ବ୍ୟବସ୍ଥା ଯାହାର ସମସ୍ତ ପରିଚାଳନା, ଅଧ୍ୟାପନା ଓ କାର୍ଯ୍ୟକଳାପ ବିଶ୍ୱବିଦ୍ୟାଳୟର ଉପକୁଳପତି ଓ ଅଧ୍ୟାପକମାନଙ୍କ ସହିତ ଛାତ୍ରମାନଙ୍କର ମତାମତ ଓ ପ୍ରତିକ୍ରିୟା ଉପରେ ପରିଚାଳିତ ହୁଏ। ବିଶ୍ୱବିଦ୍ୟାଳୟର ଏକ ସ୍ୱତନ୍ତ୍ରତାକୁ ସବୁ ସମୟରେ ସ୍ୱୀକାର କରାଯାଇଛି। ଏଥିରେ କେନ୍ଦ୍ର ସରକାରଙ୍କର ବିଭିନ୍ନ କାର୍ଯ୍ୟ ପାଇଁ ବ୍ୟୟ ବ୍ୟବସ୍ଥା ସତ୍ୱେ ରାଜନୈତିକ ହସ୍ତକ୍ଷେପକୁ ବିଶ୍ୱବିଦ୍ୟାଳୟ ପରିଚାଳନାରୁ ଦୂରରେ ରଖାଯାଏ। କେନ୍ଦ୍ର ସରକାରଙ୍କର ଏହିସବୁ ବିଶ୍ୱବିଦ୍ୟାଳୟ ଉପରେ କର୍ତ୍ତୃତ୍ୱ ଥିଲେ ମଧ୍ୟ ସେମାନେ ଏହାର ଦୈନନ୍ଦିନ କାର୍ଯ୍ୟରେ କେବେ ବି ହସ୍ତକ୍ଷେପ କରନ୍ତି ନାହିଁ।

ସେହି ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟର କୁଳପତି ମନୋନୟନ ଓ ଅଧ୍ୟାପକମାନଙ୍କର ନିଯୁକ୍ତି ପ୍ରକ୍ରିୟା ଏପରି କରାଯାଏ ଯେଉଁଠାରେ କେବଳ ବିଶ୍ୱବିଦ୍ୟାଳୟର ଗୁଣାତ୍ମକ ଶିକ୍ଷାଗତ ମାନବୃଦ୍ଧି ଏକମାତ୍ର ଲକ୍ଷ୍ୟ ଭାବରେ କାର୍ଯ୍ୟକରେ। ଯେପରି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗୁଡ଼ିକ ପାର୍ଲାମେଂଟ ଦ୍ୱାରା ଗୃହୀତ ଆଇନ୍ ଦ୍ୱାରା ପରିଚାଳିତ ହୁଅନ୍ତି, ସେହିପରି ରାଜ୍ୟମାନଙ୍କରେ ଯେଉଁସବୁ ବିଶ୍ୱବିଦ୍ୟାଳୟ କରାଯାଇଛି ସେଗୁଡ଼ିକ ରାଜ୍ୟ ବିଧାନସଭା ଦ୍ୱାରା ପ୍ରସ୍ତୁତ ଆଇନ ଅନୁସାରେ ପରିଚାଳିତ ହୁଏ। ସମ୍ବିଧାନରେ ଶିକ୍ଷା ଏକ ଯୁଗ୍ମ ତାଲିକାଭୁକ୍ତ ବିଷୟ ହେଲେ ମଧ୍ୟ ରାଜ୍ୟ ବିଧାନସଭା ଦ୍ୱାରା ପ୍ରସ୍ତୁତ ହୋଇ ଯେଉଁ ବିଶ୍ୱବିଦ୍ୟାଳୟ କାର୍ଯ୍ୟ କରୁଛି ଯାହାକୁ ରାଜ୍ୟ ସରକାର ଅର୍ଥ ବରାଦ କରୁଛନ୍ତି ସେଗୁଡ଼ିକର କାର୍ଯ୍ୟକଳାପ ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ରତା ରକ୍ଷା କରିବା ପାଇଁ ଉଦ୍ଦିଷ୍ଟ ହେବା ଛଡ଼ା ସେମାନେ ଆଇନତଃ ରାଜ୍ୟ ସରକାରଙ୍କ ପାଖରେ ମଧ୍ୟ ଉତ୍ତରଦାୟୀ।

କିନ୍ତୁ ଦେଶରେ ବ୍ରିଟିଶ୍ ଶାସନ ସମୟରୁ ବିଶ୍ୱବିଦ୍ୟାଳୟ ଆଇନରେ ଏକ ବ୍ୟବସ୍ଥା ରହିଲା ଯେ, ରାଜ୍ୟପାଳ ଏହିସବୁ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକର ଚାନ୍ସେଲର୍ ଭାବରେ କାମ କରିବେ। ସ୍ୱାଧୀନତା ପରେ ମଧ୍ୟ ଏହି ଧାରାରେ ଅଧିକାଂଶ ବିଶ୍ୱବିଦ୍ୟାଳୟର ଆଇନ କରାଯାଇଛି। ପ୍ରଥମ ଅବସ୍ଥାରେ ଯେହେତୁ କଂଗ୍ରେସ ଦଳ ଉଭୟ କେନ୍ଦ୍ର ଓ ରାଜ୍ୟମାନଙ୍କରେ କ୍ଷମତାରେ ଥିଲା ଓ ରାଜ୍ୟପାଳମାନଙ୍କ ଭୂମିକା କେବଳ ଭୂଷଣ ପାଇଁ ଉଦ୍ଦିଷ୍ଟ ଥିଲା, ସେହେତୁ କୌଣସି ଅସୁବିଧା ସୃଷ୍ଟି ହେଉନଥିଲା। ସାଧାରଣତଃ ରାଜ୍ୟପାଳ ଏହିସବୁ ବିଶ୍ୱବିଦ୍ୟାଳୟ ମାନଙ୍କର କୁଳପତି ବାଛିବା ସମୟରେ ରାଜ୍ୟ ସରକାରଙ୍କ ବା ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକୁ ଗ୍ରହଣ କରୁଥିଲେ। କିନ୍ତୁ ଧୀରେ ଧୀରେ କେନ୍ଦ୍ର ଓ ରାଜ୍ୟରେ ପରସ୍ପର ବିରୋଧୀ ସରକାର ହେବା ଓ ରାଜ୍ୟଗୁଡ଼ିକର ରାଜ୍ୟପାଳମାନଙ୍କ ଭିତରୁ ଅଧିକାଂଶ କେନ୍ଦ୍ର ଶାସନାଧୀନ ଦଳର ନେତା ବା ସେମାନଙ୍କୁ ସମର୍ଥନ କରୁଥିବା ଅମଲାତନ୍ତ୍ରର ଦାୟିତ୍ୱ ନେବା ସହିତ ବିଶ୍ୱବିଦ୍ୟାଳୟ ପରିଚାଳନାରେ ଅର୍ଥାତ୍ ଚ୍ୟାନ୍ସେଲର୍ ଭାବରେ ସେ ଯାହା କରିବେ ସେଥିରେ ରାଜ୍ୟ ସରକାରଙ୍କର ପରାମର୍ଶ ନେବାର ଆବଶ୍ୟକତା ନାହିଁ ବୋଲି ଧରି ନିଆଯାଇଛି। ସେଥିପାଇଁ ମୁଖ୍ୟତଃ କେନ୍ଦ୍ରୀୟ ଶାସନର ପ୍ରତିନିଧି ଭାବରେ କାମ କରୁଥିବା ରାଜ୍ୟପାଳମାନେ ବିଶ୍ୱବିଦ୍ୟାଳୟ ସଂକ୍ରାନ୍ତରେ ଚ୍ୟାନ୍ସେଲର୍ ଭାବରେ ଏପରି କିଛି କରୁଛନ୍ତି ଯାହା ରାଜ୍ୟ ସରକାର ବା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କର ସ୍ୱାର୍ଥ ବିରୋଧୀ ବୋଲି ବିଚାର କରାଯାଉଛି।

ବିଧାନସଭାର ଆଇନ ଦ୍ୱାରା ହୋଇଥିବା ବିଶ୍ୱ ବିଦ୍ୟାଳୟ ଯାହାକୁ ରାଜ୍ୟ ସରକାର ଆର୍ଥୀକ ସହାୟତା ଦେବାକୁ ବାଧ୍ୟ ଓ ଯାହା ଜରିଆରେ ରାଜ୍ୟ ସରକାର ସେମାନଙ୍କର ଶିକ୍ଷା ଲକ୍ଷ୍ୟ ପୂରଣ କରିବେ ସେଥିରେ ସେମାନଙ୍କୁ ପୂରାପୂରି ଅଲଗା କରିଦେବା ଦ୍ୱାରା ବା ସେମାନଙ୍କ ସ୍ୱାର୍ଥ ବିରୋଧୀ କାର୍ଯ୍ୟ ହେବା ଦ୍ୱାରା ଏହିସବୁ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହେଉଛି। ଯେଉଁଠାରେ କେନ୍ଦ୍ରରେ ଥିବା ସରକାରର ଦଳମାନେ ରାଜ୍ୟରେ କ୍ଷମତାରେ ଅଛନ୍ତି ସେଠାରେ ଏହି ବିବାଦ ହେବାର ସମ୍ଭାବନା ନାହିଁ। ଏହି ଅବସ୍ଥାକୁ ଦେଖି ତାମିଲନାଡୁ ସରକାର ବିଶ୍ୱବିଦ୍ୟାଳୟ ଆଇନରେ ପରିବର୍ତ୍ତନ କରି ରାଜ୍ୟପାଳଙ୍କୁ ଚ୍ୟାନ୍ସେଲର୍ ପଦବୀରୁ ହଟାଇବାକୁ ବିଲ୍ ପାରିତ କରିଛନ୍ତି। କିନ୍ତୁ ରାଜ୍ୟପାଳ ଏହାକୁ ଅନୁମୋଦନ ଦେଉନାହାନ୍ତି। ସେହପରି କେରଳ ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟ ଆଇନର ପରିବର୍ତ୍ତନ କରି ଚ୍ୟାନ୍ସେଲର୍ ଭାବରେ ଜଣେ ଜଣାଶୁଣା ଖ୍ୟାତିସମ୍ପନ୍ନ ଶିକ୍ଷାବିତଙ୍କୁ ରଖିବା ପାଇଁ ପ୍ରସ୍ତାବ ଦେଇ ବିଲ୍ ପାସ୍ କରିଥିଲେ ମଧ୍ୟ ତାହା ରାଜ୍ୟପାଳଙ୍କ ଦ୍ୱାରା ଅନୁମୋଦିତ ହୋଇନାହିଁ।

ଏହି ପୃଷ୍ଠଭୂମିରେ ନିକଟରେ ୟୁଜିସି ପକ୍ଷରୁ ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳପତି, ଅଧ୍ୟାପକ ଓ ଅନ୍ୟାନ୍ୟ ବ୍ୟବସ୍ଥା ପାଇଁ ଏକ ମାର୍ଗଦର୍ଶିକା ଜାରି କରିଛନ୍ତି। ଏହି ଚିଠା ମାର୍ଗଦର୍ଶିକାକୁ ନେଇ ସାରା ଦେଶରେ ଅଣବିଜେପି ଶାସିତ ରାଜ୍ୟ ଓ ଶିକ୍ଷାବିତମାନଙ୍କ ଭିତରେ ପ୍ରବଳ ପ୍ରତିକ୍ରିୟା ଓ ପ୍ରତିବାଦ ପ୍ରକାଶ ପାଇଛି। ବିଶ୍ୱବିଦ୍ୟାଳୟ ମଞ୍ଜୁରୀ କମିଶନ୍ ୧୯୫୬ରେ ଗଠିତ ହେବା ସମୟରେ ଏହାର ଲକ୍ଷ୍ୟ ଥିଲା ଦେଶର ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଶିକ୍ଷାର ମାନ ବୃଦ୍ଧି କରିବା ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଭିତରେ ସମନ୍ୱୟ ରକ୍ଷା କରିବା। ବିଶ୍ୱବିଦ୍ୟାଳୟରେ ଶିକ୍ଷାର ମାନ ଉନ୍ନତ କରିବା, ପରୀକ୍ଷା ନିୟନ୍ତ୍ରଣକୁ ଉଚ୍ଚମାନର କରିବା ଓ ସର୍ବୋପରି ଗବେଷଣାର ସ୍ତରକୁ ବଢ଼ାଇବା ଏହାର ମୂଳ ଲକ୍ଷ୍ୟ ଥିଲା। ବିଶ୍ୱବିଦ୍ୟାଳୟ ମଞ୍ଜୁରୀ କମିଶନ୍ କେବେ ବି ଏକାକୀ ନିଜ ଇଚ୍ଛାରେ ସବୁକିଛି ନିଷ୍ପତି ନନେଇ ବିଶ୍ୱବିଦ୍ୟାଳୟଗୁଡ଼ିକ ସହିତ ଆଲୋଚନା ମାଧ୍ୟମରେ ସିଦ୍ଧାନ୍ତରେ ଉପନୀତ ହେଉଥିଲା। ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ଅର୍ଥ ପ୍ରଦାନରେ ଏହା ଏକ ସ୍ୱୟଂ ସମ୍ପୂର୍ଣ୍ଣ ଅନୁଷ୍ଠାନ ଭାବରେ କାମ କରୁଥିବାରୁ ସବୁ ବିଶ୍ୱବିଦ୍ୟାଳୟ ଗୁଡ଼ିକର ଏହା ଉପରେ ବିଶ୍ୱାସ ପୂରା ମାତ୍ରାରେ ରହିଥିଲା।

ୟୁଜିସି ଭଲ ଭାବରେ ଜାଣେ ଯେ, ରାଜ୍ୟମାନଙ୍କରେ ଥିବା ସରକାରୀ ବିଶ୍ୱବିଦ୍ୟାଳୟ ଗୁଡ଼ିକର ଖର୍ଚ୍ଚର ପ୍ରାୟ ୮୦ ଭାଗ ସଂପୃକ୍ତ ରାଜ୍ୟ ସରକାରଙ୍କୁ ଦେବାକୁ ପଡ଼ିଥାଏ। ତଥାପି ରାଜ୍ୟମାନଙ୍କ ମତକୁ ଗୁରୁତ୍ୱ ଦେବାର ଆବଶ୍ୟକତା ନାହିଁ ବୋଲି ୟୁଜିସି ଏବେ ଅନୁଭବ କରୁଛି। ଏହାର କାରଣ ହେଲା ଶିକ୍ଷା ଏକ ଯୁଗ୍ମ ତାଲିକାଭୁକ୍ତ ବିଷୟ ହୋଇଥିବାରୁ କେନ୍ଦ୍ର ପାର୍ଲାମେଂଟ ଦ୍ୱାରା ଗୃହୀତ ଆଇନ ବଳରେ ପ୍ରତିଷ୍ଠିତ ହୋଇଥିବା ୟୁଜିସିର କ୍ଷମତା ରାଜ୍ୟ ଆଇନ ବଳରେ ହୋଇଥିବା ଏ ସଂକ୍ରାନ୍ତୀୟ ବ୍ୟବସ୍ଥା ଠାରୁ ଅଧିକ ପ୍ରାଧାନ୍ୟ ପାଇବ। ଏଭଳି ଆଭିମୁଖ୍ୟ ବିଶ୍ୱବିଦ୍ୟାଳୟ ପରିଚାଳନା ସଂକ୍ରାନ୍ତୀୟ ବାତାବରଣକୁ କେତେ ତିକ୍ତ କରୁଛି ତାହା ତାମିଲନାଡୁ ମୁଖ୍ୟମନ୍ତ୍ରୀ ୟୁଜିସି ଚିଠା ମାର୍ଗଦର୍ଶିକାକୁ ବିରୋଧ କରିବା ପାଇଁ ଅଣବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଲେଖିଥିବା ଚିଠିରୁ ବେଶ୍ ସ୍ପଷ୍ଟ। ଅସଲ କଥା ହେଉଛି ଯେ, ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ଶିକ୍ଷକ ମନୋନୟନ ସଂକ୍ରାନ୍ତରେ ଏଥିରେ ଯେଉଁ ମାର୍ଗଦର୍ଶିକା ଦିଆଯାଇଛି ସେଥିରେ ଗୋଟିଏ ବିଷୟରେ ପ୍ରକୃତ ଜ୍ଞାନ ଓ ଡିଗ୍ରୀ ଥିବା ସତ୍ୱେ ତାହାକୁ ସହଜରେ ଉପେକ୍ଷା କରି ସେହି ବିଷୟ ଉପରେ କମ୍ ଜ୍ଞାନ ଥିବା ଅଧ୍ୟାପକଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇପାରିବ।

କିନ୍ତୁ ୟୁଜିସି ଚିଠା ମାର୍ଗଦର୍ଶିକାରେ ସବୁଠାରୁ ବଡ଼ ବିବାଦ ହେଉଛି କୁଳପତି ମନୋନୟନ ପାଇଁ ଓ ବିଶେଷ ଭାବରେ ଏହି ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ କରାଯାଉଥିବା ବ୍ୟବସ୍ଥା ଉପରେ। ନୂଆ ୟୁଜିସି ଚିଠା ମାର୍ଗଦର୍ଶିକାରେ କୁହାଯାଇଛି ଯେ, କୁଳପତି ହେବା ପାଇଁ ଜଣେ ଶିକ୍ଷାବିତ୍ ହେବା ବା ୧୦ ବର୍ଷରୁ ଉର୍ଦ୍ଧ୍ୱ ପ୍ରଫେସର୍ ହୋଇଥିବା ନିହାତି ଜରୁରୀ ନୁହେଁ। ଅମଲାତନ୍ତ୍ରୀ ଓ ଶିଳ୍ପପତିମାନଙ୍କୁ ମଧ୍ୟ କୁଳପତି ଭାବରେ ମନୋନୟନ କରାଯାଇପାରିବ ଯଦି ତାଙ୍କର ଶିକ୍ଷା କ୍ଷେତ୍ରରେ କିଛି ଅବଦାନ ଥାଏ। କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା ଯେ, କୁଳପତି ମନୋନୟନ ପାଇଁ ଯେଉଁ ତିନି ଜଣିଆ ସର୍ଚ୍ଚ କମିଟି ହେବ ସେଥିରେ ଜଣେ ବିଶ୍ୱବିଦ୍ୟାଳୟ ସିଣ୍ଡିକେଟର ପ୍ରତିନିଧି ହେବେ ଓ ଅନ୍ୟ ଜଣେ ୟୁଜିସି ମନୋନୀତ କରିବ ଏବଂ ତୃତୀୟ ଜଣକ ଚ୍ୟାନ୍ସେଲର୍ ଅର୍ଥାତ୍ ରାଜ୍ୟପାଳ ମନୋନୟନ କରିବେ। ଯେହେତୁ ଅଣବିଜେପି ଶାସିତ ରାଜ୍ୟମାନଙ୍କରେ ରାଜ୍ୟପାଳମାନେ ବିଶ୍ୱବିଦ୍ୟାଳୟ ବ୍ୟାପାରରେ ନିଜକୁ ସ୍ୱତନ୍ତ୍ର ବୋଲି ବିଚାର କରି କେନ୍ଦ୍ରୀୟ ଇଙ୍ଗିତରେ କାର୍ଯ୍ୟ କରୁଛନ୍ତି, ସେହେତୁ ଏହି ପ୍ରତିନିଧିଙ୍କୁ ବାଛିବା ପାଇଁ ରାଜ୍ୟପାଳ ହୁଏତ ରାଜ୍ୟ ସରକାରଙ୍କୁ ଆଦୌ ପଚାରିବେ ନାହିଁ। ଫଳରେ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟ ଗୁଡ଼ିକର କୁଳପତି ମନୋନୟନରେ ରାଜ୍ୟ ସରକାରଙ୍କର କୌଣସି ଭୂମିକା ରହିବ ନାହିଁ। ୟୁଜିସି ପ୍ରତିନିଧି ଓ ରାଜ୍ୟପାଳଙ୍କ ପ୍ରତିନିଧି ଯାହାଙ୍କୁ ଚାହିଁବେ ସେ ହିଁ କୁଳପତି ହେବେ। ଫଳରେ ଅନେକ ରାଜ୍ୟ ଅନୁଭବ କରୁଛନ୍ତି ଯେ, ବସ୍ତୁତଃ କେନ୍ଦ୍ର ସରକାରରେ ଥିବା କର୍ତ୍ତୃତ୍ୱ ହିଁ ଦେଶର ସବୁ ବିଶ୍ୱବିଦ୍ୟାଳୟକୁ ନିୟନ୍ତ୍ରଣ କରିବ। ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟ ଯେଉଁଗୁଡ଼ିକୁ ରାଜ୍ୟ ସରକାର ସହାୟତା କରିବାକୁ ବାଧ୍ୟ ସେଗୁଡ଼ିକର ପରିଚାଳନାରେ ରାଜ୍ୟ ସରକାରଙ୍କର କୌଣସି ଭାବରେ ପ୍ରଭାବ ବା ଶକ୍ତି ରହିବନାହିଁ।

ତେବେ, ଅନେକ ଦୃଷ୍ଟିରୁ ଏହା ଏକ ଭଲ ନିଷ୍ପତି ବୋଲି କୁହାଯାଇପାରେ। କାରଣ ରାଜ୍ୟର ବିଶ୍ୱବିଦ୍ୟାଳୟ ପରିଚାଳନାରେ ରାଜ୍ୟ ସରକାରଙ୍କର ରାଜନୈତିକ ହସ୍ତକ୍ଷେପ ରହିବ ନାହିଁ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକ ସ୍ୱତନ୍ତ୍ର ଭାବରେ ପରିଚାଳିତ ହେବେ। ନୂତନ ଶିକ୍ଷାନୀତି ମଧ୍ୟ କେନ୍ଦ୍ର ସରକାର ସ୍ଥିର କରିଛନ୍ତି। କେତେକ ରାଜ୍ୟ ସରକାର ଏହାକୁ ବିରୋଧ କରୁଥିଲେ ମଧ୍ୟ ମୋଟାମୋଟି ଭାବରେ ତାହା କାର୍ଯ୍ୟକାରୀ ହେଲାଣି। ଏପରି ଅବସ୍ଥାରେ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଯଦି ରାଜ୍ୟ ସରକାରଙ୍କର କୌଣସି ପ୍ରଭାବ ନ ରହିଲା ତେବେ ସଂଘୀୟ ବ୍ୟବସ୍ଥା ସହିତ ଦେଶରେ ବହୁ ମତବାଦ ଯେଉଁ ବ୍ୟବସ୍ଥା ଉଚ୍ଚଶିକ୍ଷା କ୍ଷେତ୍ରରେ ରହିବା କଥା ତାହା ଧୀରେ ଧୀରେ ଲୋପ ପାଇ ସାରା ଦେଶ ଗୋଟିଏ ଶିକ୍ଷା ମାର୍ଗରେ ପରିଚାଳିତ ହେବ।

ମୋ- ୮୦୧୮୦୯୪୪୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story