କାହିଁକି ଘଟୁଛି ଲକ୍ଷଲକ୍ଷ ନିର୍ଭୟା ଦୁଷ୍କର୍ମ ଓ ହତ୍ୟାକାଣ୍ଡ?

ଆମ ଚାରିପାଖରେ ଅବସ୍ଥିତ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଯେ ପୁରୁଷତାନ୍ତ୍ରିକ ବ୍ୟବସ୍ଥା କାଏମ ରହିଛି ତାହାକୁ ସୂଚୀତ କରିବା ଲାଗି ଜଣେ ମହିଳାଙ୍କୁ ଏହି ଭଳି ଗଣଧର୍ଷିତ ହେବାକୁ ପଡୁଛି ନହେଲେ ହତ୍ୟା ବା ଉଭୟ। ଏହାପରେ ଯେ ଘଟଣାର ସମାପ୍ତି ହେଉଛି ତାହା ନୁହେଁ।

Protest Against Rape

Protest Against Rape

Debendra Prusty
  • Published: Tuesday, 27 August 2024
  • Updated: 27 August 2024, 03:04 PM IST

Sports

Latest News

ଦେବ ରଞ୍ଜନ

କଲିକତାର ୩୧ ବର୍ଷିୟା ଡାକ୍ତରୀ ଛାତ୍ରୀଙ୍କ ଶରୀରର ୧୦୦ଟି ସ୍ଥାନରେ କ୍ଷତ ହୋଇଥିବା ଦେଖାଯାଇଥିଲା। କାନ୍ଧ ହାଡ଼ ଓ ଛାତି ହାଡ଼ ଭାଙ୍ଗିଯାଇଥିଲା। ଆଖିରୁ ଓ ନାକରୁ ରକ୍ତ ବାହାରୁଥିଲା। ଶରୀର ଅର୍ଦ୍ଧ ଲଗ୍ନ ଅବସ୍ଥାରେ ସେମିନାର ହଲର ଚଟାଣରେ ପଡ଼ିଥିଲା। ହସ୍ପିଟାଲ କର୍ତ୍ତୃପକ୍ଷ ବେଶ ବିଳମ୍ବରେ ପୋଲିସକୁ ସୂଚନା ଦେଲେ। ପୋଲିସ ଏହାକୁ ଆତ୍ମହତ୍ୟାର ରୂପ ଦେଲେ। ପରେ ଖବର ବାହାରେ ପ୍ରସାରିତା ହେଲା। ବିରୋଧ ବଢ଼ିବାରେ ଲାଗିଲା। ଏହି କାରଣରୁ ଆତ୍ମହତ୍ୟାକୁ ହତ୍ୟାର ରୂପ ଦିଆଗଲା। ମୃତ ଶରୀରର ବ୍ୟବଚ୍ଛେଦ ସେହି ରାଧାଗୋବିନ୍ଦ କର ମେଡିକାଲ କଲେଜ ମଧ୍ୟରେ କରାଗଲା। ଶରୀରକୁ ଜାଳିଦେବା ପରେ ଏତଲା ପଞ୍ଜୀକୃତ ହେଲା। ସେମିନାର ହଲକୁ ପୋଲିସ ସଂପୂର୍ଣ୍ଣ ସିଲ ନକରିବା କାରଣରୁ କର୍ତ୍ତୃପକ୍ଷ ଏହାର ନବୀକରଣ ନାମରେ ସମସ୍ତ ପ୍ରମାଣକୁ ନଷ୍ଟ କରିଦେଲେ। ରାଧାଗୋବିନ୍ଦ କର ମେଡିକାଲ କଲେଜରେ ଡାକ୍ତରଙ୍କ ଲାଗି ବିଶ୍ରାମ ନେବା ପାଇଁ କୌଣସି ସ୍ଵତନ୍ତ୍ର ରୁମର ସୁବିଧା ନଥିଲା। ସେମିନାର ହଲରେ ଛାତ୍ରୀ ବିଶ୍ରାମ ନେଉଥିବା ବେଳେ ଏଭଳି କାଣ୍ଡ ଘଟିଲା। ହସ୍ପିଟାଲ କର୍ତ୍ତୃପକ୍ଷ ଘଟଣାକୁ ଚାପିଦେବା ଲାଗି ଅନେକ ଚେଷ୍ଟା କରିଥିଲେ ଏପରିକି ପଶ୍ଚିମ ବଙ୍ଗ ସରକାର ମଧ୍ୟ।

ବିଶାଖା କମିଟି

ଏହିଭଳି ୧୯୯୭ ମସିହାରେ ଏକ ବିଭତ୍ସ କାଣ୍ଡ ଘଟିଥିଲା। ବାଳିକା ବିବାହ ପ୍ରଥାକୁ ବିରୋଧ କରିବା ଯାଇ ରାଜସ୍ଥାନ ସରକାରଙ୍କ ଅସ୍ଥାୟୀ କର୍ମଚାରୀ ଭଂବରୀ ଦେବୀ ଗ୍ରାମର ଜମିଦାର ପରିବାର ଦ୍ଵାରା ଗଣଧର୍ଷିତ ହୋଇଥିଲେ। ଏହି ମାମଲାରେ ମହିଳା କର୍ମଚାରୀଙ୍କ କାର୍ଯ୍ୟସ୍ଥଳୀରେ ସୁରକ୍ଷା ଲାଗି ‘ବିଶାଖା କମିଟି’ ସ୍ଥାପନ କରିବା ଲାଗି ନିର୍ଦ୍ଦେଶାବଳୀ ସୁପ୍ରିମ କୋର୍ଟ ଜାରି କରିଥିଲେ। ତାହା କାର୍ଯ୍ୟକାରୀ ହେଲା କି? ହୋଇଥିଲେ କଲିକତା ଛାତ୍ରୀଙ୍କ ଜୀବନ ବଞ୍ଚିନଥାନ୍ତା କି?

ମହିଳାଙ୍କୁ ଗଣଧର୍ଷଣ, ହତ୍ୟା ଓ ବା ହିଂସାତ୍ମକ ଘଟଣା ଅଫିସ ମଧ୍ୟରେ ଅଥବା ବାହାରେ ଘଟିଲେ ଓ ତାହା ଗଣମାଧ୍ୟମରେ ଚର୍ଚ୍ଚିତ ହେଲେ ତାହାର ପ୍ରତିକାର ଲାଗି ତୁରନ୍ତ କିଛି ପଦକ୍ଷେପ ସେହି ସମୟର ସରକାର ନେଇଥାନ୍ତି। ପରବର୍ତ୍ତୀ ସମୟରେ ପୁଣି ସରକାର ଓ ସରକାରୀ ଅନୁଷ୍ଠାନ ତାହାକୁ ପାଳନ କରିନଥାନ୍ତି। ସେହି ପାଳନ ନକରିବା କାରଣରୁ ପୁଣି କୌଣସି ମହିଳାଙ୍କୁ ଧର୍ଷିତ ହେବାକୁ ପଡ଼େ। ସେ ମଧ୍ୟରୁ କାହାକୁ ଜୀବନ ଦେବାକୁ ମଧ୍ୟ ପଡ଼ିଥାଏ।

ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ (୨୦୨୨) ତଥ୍ୟ ଅନୁସାରେ ପ୍ରତିଦିନ ୯୦ ଜଣ ମହିଳାଙ୍କ ଉପରେ ଦୁଷ୍କର୍ମ ହୋଇଥାଏ। ଅର୍ଥାତ ପ୍ରତି ୧୬ ମିନିଟରେ ଦେଶର କୌଣସି ନା କୌଣସି ଭାଗରେ ଜଣେ ମହିଳାଙ୍କ ଉପରେ ଏଭଳି ଜଘନ୍ୟ କାଣ୍ଡ ହେଉଛି। ୨୦୦୨ ମସିହାରେ ଏହି ସଂଖ୍ୟା ୪୮ ଥିଲା। ଦେଶର ମୁଖ୍ୟମାନେ ଦାବି କରୁଛନ୍ତି ଯେ ଭାରତ ଅତିଶୀଘ୍ର ବିକଶିତ ଦେଶମାନଙ୍କ ତାଲିକାରେ ସ୍ଥାନ ପାଇବାକୁ ଯାଉଛି। ଏହାର ତାଳରେ ମହିଳାଙ୍କ ଉପରେ ଯୌନ ଅତ୍ୟାଚାର ବଢ଼ିବାରେ ଲାଗିଛି। ଏଭଳି ଘଟିବା ଅତ୍ୟନ୍ତ ଅମାନବୀୟ ଓ ଜଘନ୍ୟ ମଧ୍ୟ। ଦେଶର ୧୪୦ କୋଟି ଜନସଂଖ୍ୟାରୁ ଅନ୍ତତଃ ୭୦ କୋଟି ଲୋକଙ୍କୁ ସର୍ବଦା ଭୟ ମଧ୍ୟରେ ରହିବା ଲାଗି ବାଧ୍ୟ କରାଯାଉଛି ଓ ସେମାନେ ରହୁଛନ୍ତି ମଧ୍ୟ।

ମହିଳା କମିଶନ

କଲିକତା ମୃତ ଛାତ୍ରୀ ଘଟଣାରେ ପଶ୍ଚିମ ବଙ୍ଗ ମହିଳା କମିଶନ ଆଜି ବି ନୀରବ। ରାଜ୍ୟ ସରକାର ଅପରାଧୀକୁ ଘୋଡ଼ାଇବାରେ ଲାଗିବାରୁ କମିଶନ ମଧ୍ୟ କିଛି ପଦକ୍ଷେପ ନେଲେନାହିଁ। ପଶ୍ଚିମ ବଙ୍ଗରେ ମହିଳା କମିଶନ ଯଦି ରାଜନୈତିକ ପ୍ରଭାବ ମୁକ୍ତ ହୋଇଥାନ୍ତେ ତେବେ କ’ଣ ଏଭଳି ସାଂଘାତିକ ଘଟଣା ଘଟିଥା’ନ୍ତା?

୧୯୯୨ ମସିହାରୁ ମହିଳା କମିଶନ ପ୍ରତ୍ୟେକ ରାଜ୍ୟରେ କାର୍ଯ୍ୟକାରୀ ହେଉଛି। ଏହା ନ୍ୟାସିନାଲ କମିଶନ ଫର ୱିମେନ ଆକ୍ଟ (୧୯୯୦) ଅନୁସାରେ ବାଧ୍ୟତାମୂଳକ ଅଟେ। କେବଳ ମହିଳା କମିଶନ ନୁହେଁ, ମାନବିକ ଅଧିକାର ଓ ଏସସି ଆଣ୍ଡ ଏସଟି କମିଶନ ମଧ୍ୟ କାର୍ଯ୍ୟକାରୀ ହେଉଛି। କ୍ରମଶଃ ପ୍ରତ୍ୟେକ ସରକାର, ବିଜେପି ହେଉ ଅଥବା ଅଣ ବିଜେପି ବା କଂଗ୍ରେସ ସରକାର ହେଉ, ଆଇନ ଅନୁସାରେ କମିଶନ ଗଠନ କରିଦେଲେ କିନ୍ତୁ ଏହାର ମୁଖ୍ୟ ନିଶ୍ଚିତ ରୂପେ ନିଜ ରାଜନୈତିକ ଦଳୀୟ କର୍ମୀଙ୍କୁ ଦାୟିତ୍ଵ ଦେଲେ। ସରକାରଙ୍କ ବିରୁଦ୍ଧରେ ଉଠୁଥିବା ପ୍ରଶ୍ନକୁ ଚୁପ କରିବା ଓ ନିଜ ଅଫିସକୁ ସକ୍ରିୟ କରିବା ଲାଗି ଆବଶ୍ୟକ ଷ୍ଟାଫ, ଅର୍ଥ ଓ ଭିତ୍ତିଭୂମି ଲାଗି ଦାବି ନକରିବା ହେଲା ମନୋନୀତ କମିଶନଙ୍କ କାମ। ଏଥିରେ କମିଶନ ନିଜର ଗୁରୁତ୍ଵ ହରାଇଲେ। ଅଫିସ ବା ଅନୁଷ୍ଠାନରେ ମହିଳାଙ୍କ ଲାଗି ହେଉଥିବା ଅବ୍ୟବସ୍ଥା ସମ୍ପର୍କରେ ଅଭିଯୋଗ ଆସିବା ବନ୍ଦ ହୋଇଗଲା। ଫଳରେ, କଲିକତାର ଛାତ୍ରୀଙ୍କ ଭଳି ଦେଶରେ ଅନେକ ନିର୍ଭୟା ନିଜର ଜୀବନ ଦେଲେ।

ଓଡ଼ିଶାରେ ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନଙ୍କ ମାମଲାରେ ରାଜ୍ୟ ମହିଳା କମିଶନ କ’ଣ କରିଥିଲେ? ରାୟଗଡ଼ା ଜିଲ୍ଲା ଟିକିରିର ସ୍କୁଲ ମଧ୍ୟରେ ରାତିରେ ଶୋଇଥିବା ବେଳେ ତାଙ୍କୁ ପେଟ୍ରୋଲ ଢାଳି ହତ୍ୟା କରଯାଇଥିଲା (୨୦୧୩)। ନିଜ ଜୀବନ ପ୍ରତି ବିପଦ ଥିବା ଓ ଏହାର ପ୍ରତିକାର ଲାଗି ସେ ଜିଲ୍ଲାପାଳ, ପୁଲିସ ଏସପି, ଜିଲ୍ଲା ଶିକ୍ଷା ଅଧିକାରୀ, ଏପରିକି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସର୍ବସାଧାରଣଙ୍କୁ ଅବଗତ କରାଇଥିଲେ। କିନ୍ତୁ କ’ଣ ହେଲା? ସେହି ସମାନ ପ୍ରଶ୍ନ ପିପିଲିର ବେବିନା ଓ ବଲାଙ୍ଗୀରର ସ୍ନେହଲତା ଛତ୍ରିଆଙ୍କ ଘଟଣାରେ ମଧ୍ୟ ପଚରାଯାଇପାରେ।

ମହିଳା ମୁଖ୍ୟମନ୍ତ୍ରୀ

ପଶ୍ଚିମ ବଙ୍ଗରେ ଜଣେ ମହିଳା ମୁଖ୍ୟମନ୍ତ୍ରୀ ରହିଥିବା ବେଳେ ଡାକ୍ତରୀ ଛାତ୍ରୀଙ୍କ ଗଣଧର୍ଷଣ ହେବା ଘଟଣାରୁ ସ୍ପଷ୍ଟ ହେଉଛି ଯେ କ୍ଷମତାରେ ମହିଳା ରୁହନ୍ତୁ ଅଥବା ପୁରୁଷ ଏଥିରେ କୌଣସି ଫରକ ଆସୁନାହିଁ। ରାଜ୍ୟ ପୁଲିସ ପ୍ରଥମେ ଏହାକୁ ଆତ୍ମହତ୍ୟାର ରୂପ ଦେବା ଲାଗି ଉଦ୍ୟମ କରିବା, ପ୍ରମାଣକୁ ନିଜେ ପୁଲିସ ନଷ୍ଟ କରିବା ଲାଗି ସୁଯୋଗ ଦେବା, ଏଫଆଇଆର କରିବାରେ ବିଳମ୍ବ କରିବା ଅଥଚ ମହିଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ପୁଲିସ ବିଭାଗର କାର୍ଯ୍ୟ ବିରୁଦ୍ଧରେ କୌଣସି କାର୍ଯ୍ୟନୁଷ୍ଠାନ ନନେବା ଦ୍ଵାରା ପ୍ରମାଣିତ ହେଉଛି ଯେ ରାଜ୍ୟ ସରକାର ନିଜେ ଦୋଷୀକୁ ସୁରକ୍ଷା ଦେବା ଲାଗି ପ୍ରଥମରୁ ଉଦ୍ୟମ କରୁଥିଲେ।

ଆଜି ପ୍ରଧାନମନ୍ତ୍ରୀ କଲିକତା ଘଟଣାକୁ ବିରୋଧ କରି ‘ମହିଳାଙ୍କ ବିରୋଧରେ ଅପରାଧ ଅକ୍ଷମଣୀୟ ଏବଂ ଯେକୌଣସି ସ୍ତରରେ ଅବହେଳାକୁ ନିନ୍ଦା କରାଯିବା ଆବଶ୍ୟକ’ କହିଛନ୍ତି। ଏହିଭଳି ଘଟଣା ମଣିପୁରରେ ହୋଇଥିଲା। ଜଣେ ଆଦିବାସୀ ମହିଳାଙ୍କୁ ଗଣଧର୍ଷଣ କରିବା ପରେ ଲଙ୍ଗଳା କରି ରାସ୍ତାରେ ଚଳାଇ ନିଆଯାଇଥିଲା। ସଂସଦ ଭିତରେ ଓ ବାହାରେ ଅତି ଉଚ୍ଚ ସ୍ଵରରେ ଦାବି କରାଯାଇଥିଲା ଯେ ପ୍ରଧାନମନ୍ତ୍ରୀ ଏ ସମ୍ପର୍କରେ କିଛି କୁହନ୍ତୁ। କିନ୍ତୁ ପ୍ରଧାନମନ୍ତ୍ରୀ ସେ ବିଷୟରେ ଆଜି ବି ନୀରବ ଅଛନ୍ତି। ନାରୀର ଶରୀର ଯୌନକ୍ଷୁଧା ମେଣ୍ଟାଇବା ଲାଗି ଉଦ୍ଦିଷ୍ଟ - ଏହା ରାଜା ରଜୁଡ଼ା ସମୟରେ ଚିନ୍ତା କରାଯାଉଥିଲା। ପୁଞ୍ଜିବାଦୀ ସମାଜ ନାରୀର ଶରୀରକୁ ବିଜ୍ଞାପନ ମାଧ୍ୟମରେ ପଣ୍ୟବସ୍ତୁ କରିଦେଲା। ଆଧୁନିକ ଗଣତନ୍ତ୍ର ଏବେ ନାରୀର ଶରୀରକୁ ରାଜନୈତିକ ଦଳୀୟ ପ୍ରସଙ୍ଗ କରିଦେଲାଣି। ନିଜ ଦଳକୁ ସୁହାଇଲା ଭଳି ମନ୍ତବ୍ୟ ନେତାମାନେ ଦେବା ଆରମ୍ଭ କରିଛନ୍ତି।

ପୁଲିସ ଡାଏଲ ନମ୍ବର ଓ ସିସିଟିଭି କ୍ୟାମେରା

ମହିଳାଙ୍କ ସୁରକ୍ଷା ଲାଗି ରାଜ୍ୟ ସରକାରମାନେ ପୁଲିସ ବ୍ୟବସ୍ଥାକୁ ଅଧିକ ଗୁରୁତ୍ଵ ଦେଇଥାନ୍ତି। ଯେଉଁ ଗତିରେ ପଦକ୍ଷେପ ନିଆଯାଏ - ପୁଲିସ କଣ୍ଟ୍ରୋଲ ରୁମକୁ କଲ କରିବା ଲାଗି ୧୦୦/୧୧୨ ନମ୍ବର ପ୍ରଚଳନ, ମହିଳା ସାଥୀ ଆପ ଭଳି ମୋବାଇଲ ଆପ ପ୍ରସ୍ତୁତି, ଚାରିଆଡେ ସିସିଟିଭି କ୍ୟାମେରା ଲଗାଇବା, ମହିଳା ଥାନା ସ୍ଥାପନ, ମହିଳା ଡେସ୍କ ସ୍ଥାପନ, ମହିଳା ସାଥୀ ନିଯୁକ୍ତି ଓ ଓଡ଼ିଶାରେ ପିଂକ ଅଟୋ ପ୍ରଚଳନ ଇତ୍ୟାଦି ଅନେକ ପଦକ୍ଷେପ – ସେହି ଗତିରେ ତାହା ସୁରକ୍ଷା ଦେଇପାରେ ନାହିଁ। କଲିକତାରେ ନା ମହିଳା ପୁଲିସ, ପୁଲିସ ଡାଏଲ ନମ୍ବର, ମହିଳା ସାଥୀ, ସିସିଟିଭି ଇତ୍ୟାଦି କିଛି ବି କମ ଥିବ କି? ଏ ସମସ୍ତ କିନ୍ତୁ ଆବଶ୍ୟକ ସମୟରେ କେଉଁଭଳି ଅକାମୀ ହୋଇଗଲା? ଏହି ପଦକ୍ଷେପ ଉପରେ ନିର୍ଭର କରି କ’ଣ ସତରେ କହିପାରିବା ଯେ ମହିଳାମାନେ ସୁରକ୍ଷିତ?

ମିଡିଆ ଟ୍ରାଏଲ

ଦିଲ୍ଲୀର ନିର୍ଭୟା (୨୦୧୨) ଜଣେ ଫିଜିୟଥେରପି ବିଭାଗର ଛାତ୍ରୀ ଥିଲେ। ନିଜର ପୁରୁଷ ବନ୍ଧୁଙ୍କ ସହିତ ଘରକୁ ଫେରିବା ସମୟରେ ବସ ମଧ୍ୟରେ ଜଘନ୍ୟ କାଣ୍ଡ ହୋଇଥିଲା। ଦୋଷୀଙ୍କୁ ଦଣ୍ଡିତ କରିବା ଲାଗି ସମଗ୍ର ଦେଶରେ ଯୁବାବର୍ଗ ରାସ୍ତା ଉପରକୁ ଆସିଥିଲେ। ଗଣମାଧ୍ୟମ ଚିତ୍କାର କରିବାରେ ଲାଗିଲା। ସେହିଭଳି ହାଇଦ୍ରାବାଦରେ ମହିଳା ଜଣେ ପଶୁ ଡାକ୍ତର ଥିଲେ (୨୦୧୯)। ସେ ନିଜ ଘରକୁ ଫେରିବା ଲାଗି ନିଜର ସ୍କୁଟିକୁ ରଖିବା ସ୍ଥାନରୁ ବାହାର କରିବା ସମୟରେ ଅପହୃତ ହେଲେ ଓ ପରେ ତାଙ୍କର ମୃତ ଶରୀର ମିଳିଥିଲା। ହାଇଦ୍ରାବାଦ ଘଟଣାରେ ମିଡିଆ ଟ୍ରାଏଲ କାରଣରୁ କୌଣସି ବିଚାର ପୂର୍ବରୁ ଚାରି ‘ଅଭିଯୁକ୍ତ’ଙ୍କୁ ପୋଲିସ ଦ୍ଵାରା ଏନକାଉଣ୍ଟର କରିଦିଆଗଲା।

ସର୍ବଦା ସହରୀ ଶିକ୍ଷିତ ମହିଳାଙ୍କ ଉପରେ କୌଣସି ଜଘନ୍ୟ କାଣ୍ଡ ହେଲେ ଗଣମାଧ୍ୟମ ଯେତେ ଚିତ୍କାର କରେ (ଯଦି ସେଥିରେ ରାଜନୈତିକ ଅଭିସନ୍ଧି ମିଶ୍ରଣ ହୁଏ ତେବେ ତାହା ଅଧିକ କର୍କଶ ହୋଇଉଠେ) ସେପରି ଚିତ୍କାର କୌଣସି ଦଳିତ, ଆଦିବାସୀ, ଅଳ୍ପ ସଂଖ୍ୟକ ମହିଳାଙ୍କ କ୍ଷେତ୍ରରେ ହୋଇନଥାଏ। ଏହି କାରଣରୁ ହାଇଦ୍ରାବାଦ ଘଟଣାରେ ଏନକାଉଣ୍ଟର ମଧ୍ୟ ହୋଇଗଲା। କଲିକତା ଘଟଣାରେ ମିଡିଆର ରାଜନୈତିକ ଅଭିସନ୍ଧି ବେଶ ସ୍ପଷ୍ଟ। ମିଡିଆ କର୍ମଚାରୀଙ୍କ ଅସୁରକ୍ଷାର କାରଣ ଖୋଜିବା, ବିଶାଖା କମିଟି ଓ ମହିଳା କମିଶନ, ପୁଲିସର ଡାଏଲ ନମ୍ବର ଇତ୍ୟାଦି ସମ୍ପର୍କରେ ପ୍ରଶ୍ନ କରିବା ବଦଳରେ ଏହାକୁ ରାଜ୍ୟ ସରକାର ବନାମ ଛାତ୍ରୀଙ୍କ ହତ୍ୟାର ରୂପ ଦେବାରେ ଲାଗିଛି। କଣ ବିଜେପି ଶାସିତ ରାଜ୍ୟରେ ଧର୍ଷଣ ଓ ହତ୍ୟା ହେଉନାହିଁ?

ଓଡ଼ିଶା ସରକାର ଏଥିରୁ ଶିକ୍ଷା ପାଇ ରାଜ୍ୟ ମଧ୍ୟରେ ସମସ୍ତ ଅନୁଷ୍ଠାନରେ ‘ବିଶାଖା କମିଟି’ କେତେ ସକ୍ରିୟ ରହିଛି ଓ ଆଇନ ଅନୁସାରେ କାର୍ଯ୍ୟକାରୀ କରୁଛି କି ନାହିଁ ତାହା ଦେଖିବେ କି? ମହିଳା କମିଶନ ପଦବୀକୁ ରାଜନୈତିକ ଦଳୀୟ ପଦ ନକରି ମହିଳାଙ୍କ ସୁରକ୍ଷା ଲାଗି ଉପଯୁକ୍ତ କମିଶନର ନିଯୁକ୍ତି ଓ ଏହାକୁ ସକ୍ରିୟ କରିବା ଲାଗି ଆନୁଷଙ୍ଗିକ ସୁବିଧା ଯୋଗାଇବେ କି? ମିଡିଆ ଏହାକୁ ପ୍ରସଙ୍ଗ କରୁନାହିଁ କାହିଁକି? କ’ଣ ଏଥିଲାଗି ଆଉ ଜଣଙ୍କର ହତ୍ୟା ହେବା ଆବଶ୍ୟକ?

ଗଣମାଧ୍ୟମ ସୈନ୍ୟ ବାହିନୀ ବିରୁଦ୍ଧରେ ସେଭଳି ଅଭିଯୋଗ ଆସିଲେ ତାହାର ସୂଚନା ମଧ୍ୟ ଗଣମାଧ୍ୟମ ଦେଇନଥାଏ।

ଦଳିତ ମହିଳା

ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ତଥ୍ୟ ଅନୁସାରେ ପ୍ରତି ଦିନ ୧୦ ଜଣ ଦଳିତ ମହିଳା ଏ ଦେଶରେ ଦୁଷ୍କର୍ମର ଶିକାର ହେଉଛନ୍ତି। ଅଥଚ ଦଳିତ ମହିଳାଙ୍କ କ୍ଷେତ୍ରରେ ଦୋଷୀ ଦଣ୍ଡିତ ହେବା ହାର ମାତ୍ର ୫.୩।

ରାଜନୈତିକ ଦଳ କେବେ ଏହି ସମାଜରୁ ଜାତିବାଦର ଉଚ୍ଛେଦ, ଦଳିତଙ୍କ ପ୍ରତି ସମାଜର ଦୃଷ୍ଟିଭଙ୍ଗି ବଦଳିବା ଲାଗି ପଦକ୍ଷେପ, ସରକାରୀ ପାଠ୍ୟକ୍ରମରେ ପରିବର୍ତ୍ତନ, ଦଳିତ ମହିଳାଙ୍କୁ ଦୃଢ଼ କରିବା ଲାଗି ଅଲଗା ସରକାରୀ ଯୋଜନା, ପୀଡ଼ିତା ମହିଳାଙ୍କୁ କୋର୍ଟରେ ଲଢିବା ଲାଗି ସୁରକ୍ଷା ଓ ଅର୍ଥର ସହଯୋଗ (ଏସସି ଆଣ୍ଡ ଏସଟି ଫଣ୍ଡରୁ ଅର୍ଥ ବହୁ କଷ୍ଟରେ ମିଳିଥାଏ ଓ ଥରେ ମିଳିଲା ପରେ କେସ ଦୀର୍ଘ କାଳ ଚାଲିଲେ ମଧ୍ୟ ଅର୍ଥ ସହଯୋଗ ପୁଣି ମିଳେ ନାହିଁ।) ଭଳି ପଦକ୍ଷେପ ନେବା ମୁଁ କେବେ ଦେଖିନାହିଁ। କିନ୍ତୁ ଦୁଷ୍କର୍ମକାରୀଙ୍କୁ ଖସାଇବା ଲାଗି ରାଜନୈତିକ ଦଳ ଓ ପୁଲିସ ଅନେକ ଉଦ୍ୟମ ମିଳିତ ଭାବରେ କରିଥାନ୍ତି।

ପୁରୁଷତାନ୍ତ୍ରିକ ବ୍ୟବସ୍ଥାର ଚକ୍ରବ୍ୟୁହ

ଚାରିପାଖରେ ଅବସ୍ଥିତ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଯେ ପୁରୁଷତାନ୍ତ୍ରିକ ବ୍ୟବସ୍ଥା କାଏମ ରହିଛି, ତାହାକୁ ସୂଚୀତ କରିବା ଲାଗି ଏହି ଭଳି ଜଣେ ପରେ ଜଣେ ମହିଳାଙ୍କୁ ଜୀବନ ଦେବାକୁ ପଡୁଛି। ମହିଳା କର୍ମଚାରୀ ବା ଶ୍ରମିକମାନେ ସେହି ସମସ୍ତ ସମସ୍ୟାର ସାମ୍ନା କରିଥାନ୍ତି ଯାହା ପୁରୁଷ କର୍ମଚାରୀ କରିଥାନ୍ତି। ଚାକିରିରେ ଅସୁରକ୍ଷା, ଅଧିକ କାର୍ଯ୍ୟ ସମୟ, ଦରମା ମିଳିବାରେ ଅନିଶ୍ଚିତତା ଇତ୍ୟାଦି ସମସ୍ୟା ଉଭୟଙ୍କ ଲାଗି ସମାନ।

ଆମର ପୁରୁଷତାନ୍ତ୍ରିକ ସମାଜ ମଧ୍ୟରୁ ଆଜିର ନେତା, ମନ୍ତ୍ରୀ, ପୁଲିସ ଅଧିକାରୀ ଓ ପ୍ରଶାସନିକ ଅଧିକାରୀ ଆସୁଛନ୍ତି ଯେଉଁମାନେ ମହିଳା ବିରୋଧୀ ମାନସିକତା ନେଇ ସରକାରରେ ଯୋଗଦେଉଛନ୍ତି। ସେମାନେ ସରକାରୀ ଅର୍ଥ, ବଳ ଓ ଆଇନକୁ ପୁଣି ମହିଳାଙ୍କ ଉପରେ ହେଉଥିବା ହିଂସାକୁ ଲୁଚାଇବା ଲାଗି ବ୍ୟବହାର କରୁଛନ୍ତି। ଏହା ଏଭଳି ଚକ୍ରବ୍ୟୁହ ଯାହା ବନ୍ଦ ହେବାର କୌଣସି ନାମ ନେଉନାହିଁ।

ଦୃଷ୍ଟିଭଙ୍ଗି ବଦଳିବା ଆବଶ୍ୟକ

ମହିଳା କର୍ମଚାରୀ ଯୌନ ଉତ୍ପୀଡନାର ସାମ୍ନା କରୁଥିବା ହେତୁ ଅନେକ ସମୟରେ ଅନେକ ମହିଳାଙ୍କର ନିଜସ୍ଵ ଦକ୍ଷତା, ପାରଙ୍ଗମାତା ଓ ଶିକ୍ଷାଗତ ଯୋଗ୍ୟତା ଥାଇ ମଧ୍ୟ ନିଜ ପସନ୍ଦର କାର୍ଯ୍ୟ କରିବା ଲାଗି ସେମାନେ ପଛାଇଥାନ୍ତି। ଏହା ସମଗ୍ର ମହିଳା ସମାଜ ଉପରେ ହିଂସା ଯାହା ଆଧୁନିକ ଭାରତ ଦଶନ୍ଧି ଦଶନ୍ଧି ଧରି କରିଚାଲିଛି।

ଏହା ସତ୍ତ୍ୱେ ଦେଶରେ ମହିଳା ମାନେ ନିଜ ପରିବାର ମଧ୍ୟରେ ସଂଘର୍ଷ କରି ନିଜର ଶିକ୍ଷା, ନିଜର ଆଗ୍ରହ ଓ ନିଜର କର୍ମ ସନ୍ଧାନ କରିପାରୁଛନ୍ତି। ସମାଜରେ ପ୍ରତି ସମୟରେ ବିଭିନ୍ନ ପ୍ରକାରର ଯୌନ ହିଂସାକୁ ସାମ୍ନା କରି ସେମାନେ କର୍ମକ୍ଷେତ୍ରରେ ସକ୍ରିୟ ହୋଇପାରିଛନ୍ତି। କୌଣସି ପୁରୁଷ ଠାରୁ ଏ ଦିଗରେ କୌଣସି ମହିଳା ଲାଗି ଅଧିକ ଚେଷ୍ଟା, ଅଧିକ ପରିଶ୍ରମ କରିବାକୁ ପଡ଼େ। ଏହା ହିଁ ନାରୀ ଆନ୍ଦୋଳନର ଅଂଶ, ନିଜ ଅଧିକାର ଲାଗି ଲଢ଼େଇ।

ଦିଲ୍ଲୀ ନିର୍ଭୟା ଘଟଣାଠାରୁ ଆଜି କଲିକତା ଡାକ୍ତରୀ ଛାତ୍ରୀଙ୍କ ଗଣଧର୍ଷଣ ଓ ହତ୍ୟା ପର୍ଯ୍ୟନ୍ତ ଲକ୍ଷାଧିକ ମହିଳା, ଛାତ୍ରୀ ଏପରିକି ଛୋଟ ଝିଅ ମଧ୍ୟ ଯୌନହିଂସାର ସାମ୍ନା କରିଛନ୍ତି। ମହିଳା ଯେ ନିଜକୁ ଘରେ ଓ ବାହାରେ ସଂପୂର୍ଣ୍ଣ ସୁରକ୍ଷିତ ମନେକରିବେ ତାହା ଆଗାମୀ ଦଶନ୍ଧି ମଧ୍ୟରେ ହେବାର ସମ୍ଭାବନା ନାହିଁ, ପ୍ରଚଳିତ ସାମାଜିକ ବ୍ୟବସ୍ଥା ଓ ପୁଞ୍ଜି ଅର୍ଥନୀତିରେ ତ ଆଦୌ ନୁହେଁ।

କୌଣସି ଡାକ୍ତର ଓ ନର୍ସଙ୍କ ଉପସ୍ଥିତି ନଥାଇ ହସ୍ପିଟାଲ ଚାଲିପାରିବ କି? ଯେମିତି କୌଣସି ଶିକ୍ଷାନୁଷ୍ଠାନ ବିନା ଶିକ୍ଷକ/ ଶିକ୍ଷୟିତ୍ରୀରେ ଚାଲିପାରିବ? ଉପରିସ୍ଥ ଅଧିକାରୀଙ୍କର, ଅନୁଷ୍ଠାନର ମୁଖ୍ୟଙ୍କର ଏପରିକି ସରକାରଙ୍କର ମଧ୍ୟ ଜାଣିବା ଆବଶ୍ୟକ ଯେ ଏହି ଅନୁଷ୍ଠାନର ହେଉ କି ଦେଶର ବିକାଶ ଲାଗି ମହିଳାଙ୍କର କାର୍ଯ୍ୟକ୍ଷେତ୍ରରେ ତିଷ୍ଠି ରହିବା କେତେ ଜରୁରୀ। ମହିଳାଙ୍କ ପ୍ରତି ସେମାନଙ୍କ ଦୃଷ୍ଟିଭଙ୍ଗି ବଦଳିବା ଆବଶ୍ୟକ। ନାରୀ ଅଧିକାର ଆନ୍ଦୋଳନର ଏହା ପ୍ରାଥମିକ ଉଦ୍ଦେଶ୍ୟ।

ମୋବାଇଲ- ୯୪୩୭୭୬୨୨୭୨

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story