ନେତା କାହିଁକି ମିଛ କହନ୍ତି?

ରୁଦ୍ର ପ୍ରସନ୍ନ ରଥ ବୟାନର ଦେଶ ଭାରତ। ଏଠି ପ୍ରତିଦିନ ଖବରକାଗଜ ଓଲଟାଇଲା ମାତ୍ରେ ନେତାଙ୍କର କିଛିନା କିଛି ବୟାନ ପଢ଼ିବାକୁ ମିଳେ।  ଜଣେ ବୟାନ ଦେବା ଆରମ୍ଭ କରିବା ମାତ୍ରେ ଦେଶରେ ହଲଚଲ ବଢ଼ିଯାଏ। ବିପକ୍ଷ ଦଳରୁ କେହି ଜଣେ ସେ ବୟାନକୁ ପ୍ରତିହତ କରିବାକୁ ଆଗେଇ ଆସେ। ଏମିତି ବୟାନ ପରେ ବୟାନ ଆସିଥାଏ। କିଛି ବୟାନର ଚର୍ଚ୍ଚାର ତ ଦିନରାତି ଚାଲିଥାଏ। ଏ ଚର୍ଚ୍ଚାର ଅନ୍ତ ନଥାଏ। ଲୋକ ବୟାନବାଜି ଆରମ୍ଭ କରିଦେବା […]

leader

leader

Debendra Prusty
  • Published: Saturday, 10 September 2022
  • Updated: 10 September 2022, 05:20 PM IST
  • ରୁଦ୍ର ପ୍ରସନ୍ନ ରଥ

ବୟାନର ଦେଶ ଭାରତ। ଏଠି ପ୍ରତିଦିନ ଖବରକାଗଜ ଓଲଟାଇଲା ମାତ୍ରେ ନେତାଙ୍କର କିଛିନା କିଛି ବୟାନ ପଢ଼ିବାକୁ ମିଳେ।  ଜଣେ ବୟାନ ଦେବା ଆରମ୍ଭ କରିବା ମାତ୍ରେ ଦେଶରେ ହଲଚଲ ବଢ଼ିଯାଏ। ବିପକ୍ଷ ଦଳରୁ କେହି ଜଣେ ସେ ବୟାନକୁ ପ୍ରତିହତ କରିବାକୁ ଆଗେଇ ଆସେ। ଏମିତି ବୟାନ ପରେ ବୟାନ ଆସିଥାଏ। କିଛି ବୟାନର ଚର୍ଚ୍ଚାର ତ ଦିନରାତି ଚାଲିଥାଏ। ଏ ଚର୍ଚ୍ଚାର ଅନ୍ତ ନଥାଏ। ଲୋକ ବୟାନବାଜି ଆରମ୍ଭ କରିଦେବା ମାତ୍ରେ କିଏ କଣ କହିଲା, ସେ ଏମିତି କାହିଁକି କହିଲା, ସେ ଠିକ୍ କହିଲା କି ଭୁଲ କହିଲା, ତାକୁ ନେଇ ଦିନସାରା ଆଲୋଚନା ପର୍ଯ୍ୟାଲୋଚନାରେ ବୁଦ୍ଧିଜୀବୀମାନେ ଲାଗିପଡ଼ନ୍ତି। ଦେଶର ବହୁ ଲୋକଙ୍କର ବହୁ ସମୟ ଏହି ଆଲୋଚନାରେ କଟିଯାଏ। ଗୋଟିଏ ଲୋକର ବୟାନର ଆଲୋଚନା ସରୁ ନସୁରୁଣୁ ଆଉ ଗୋଟିଏ ଲୋକ ତା ବୟାନର ପେଡ଼ିପୁଟୁଳା ଖୋଲି ସାରିଥାଏ।

ଯଦି ସତ୍ୟ, ତଥ୍ୟପୂର୍ଣ୍ଣ ବୟାନକୁ ନେଇ ଆଲୋଚନା ହେଉଥାଆନ୍ତା ତେବେ ତା ପାଇଁ ହୁଏତ ଚିନ୍ତା ନଥାନ୍ତା। ଲୋକଙ୍କର ବୁଦ୍ଧିମତାର ବିକାଶ ହେବା ସହ ସହ ସେମାନଙ୍କୁ ନୂଆ ନୂଆ ବିଷୟରେ ଜାଣିବାକୁ ସୁଯୋଗ ମିଳନ୍ତା। ମାତ୍ର ପ୍ରକୃତ କଥା ଏହାଠାରୁ ଢେର ଭିନ୍ନ। ଆମ ନେତାମାନେ ଯେଉଁ କଥା କହନ୍ତି ତାହା ମଧ୍ୟରେ ଯେ ଅଧାରୁ ଅଧିକ ମିଛ ଥାଏ ତାହା ଆମେ ସମସ୍ତେ ଅଳ୍ପ ବହୁତେ ହୃଦୟଙ୍ଗମ କରିସାରିଛନ୍ତି। ତେବେ ଆଗରୁ କେବଳ ନିର୍ବାଚନ ସମୟରେ ନେତାମାନେ ମିଛ କହୁଥିଲେ। କେଉଁଠି ଭୋଟରଙ୍କୁ ନିର୍ବାଚନ ପରେ ଘିଅ ମହୁରେ ଭସାଇ ଦେବୁର ଆଶ୍ୱାସନା ତ ଆଉ କେଉଁଠି ରାସ୍ତାକୁ ହେମାମାଳିନୀର ଗାଲ ପରି କରିଦେବାକୁ ନିର୍ଭର ପ୍ରତିଶ୍ରୁତି। ଏ ସବୁ ଆଗରୁ ଆମେ ଅନେକ ଶୁଣିଛେ। ଆମେ ଦୃଢ଼ ନିଶ୍ଚିତ ଯେ ଏ ମିଛ ସବୁ କେବେ ସତରେ ସାକାର ହେବ ନାହିଁ। ତେବେ ଏବେ ପରିସ୍ଥିତି ବଦଳିଯାଇଛି।

ଆଗରୁ ଆଶା କରାଯାଉଥିଲା ଯେ ଏକ ଆଦର୍ଶ ସରକାର ସବୁବେଳେ ସତ କହିବ। ଦେଖାଯାଉଥିଲା ଯେ ବିରୋଧୀମାନେ ସରକାର ବିପକ୍ଷରେ ମିଛ ସତର ଆରୋପ ଆଣୁଥିଲେ। ଲୋକ ବିରୋଧୀଙ୍କ କାମ ସରକାରଙ୍କୁ ଘେରିବା ବୋଲି ବିଚାର କରୁଥିଲେ। ଏବେ କିନ୍ତୁ ସରକାର ମିଛ କହୁଥିବାର ଅଭିଯୋଗ ଆସୁଛି। ସରକାରୀ ନେତା, ପ୍ରବକ୍ତାମାନଙ୍କର ମିଛ ବୟାନର ସଂଖ୍ୟା ବଢୁଛି। ତଥ୍ୟ ବଦଳାଯାଉଛି। ବିରୋଧୀ ମିଛ ଧରିଲାବେଳକୁ ଆଉ ଗୋଟିଏ ମିଛ ତା ସ୍ଥାନ ନେଇଯାଉଛି। ଜଣେ ସତ ଖୋଜି ଖୋଜି ହାଲିଆ ହେଲାବେଳକୁ ମିଛ ତାହାର ସାମ୍ରାଜ୍ୟ ବଢ଼ାଇ ଚାଲିଛି। ସରକାରୀ ତନ୍ତ୍ର ସବୁ ସରକାରୀ ମିଛର ପ୍ରଚାର ପ୍ରସାର ପାଇଁ ସବୁ ବ୍ୟବସ୍ଥା କରିଦେଇଛନ୍ତି। ବିରୋଧୀ ସରକାରଙ୍କୁ ସତରେ ଘେରିବା ପୂର୍ବରୁ ସରକାର ମିଛର ମାୟାଜାଲରେ ବିରୋଧୀଙ୍କୁ ଘେରି ଦେଉଛନ୍ତି। ମିଛକୁ ସତ ବୋଲି ସରକାର ପ୍ରମାଣିତ କରିବାକୁ ଲାଗିଲାବେଳେ ବିରୋଧୀ ସତ କେଉଁଟା ଆଉ କେଉଁଟା ମିଛ ତାହା ଖୋଜିବାରେ ସମୟ ଦେଇଦେଉଛି। ସାଧାରଣ ଲୋକ ଏହି ମିଛସତ ଖେଳରେ ଦର୍ଶକ ହୋଇ ବସିବା ଛଡ଼ା ଅନ୍ୟ ବାଟ ପାଉନାହିଁ।

ଆମେ ନେତାମାନେ କାହିଁକି ମିଛ କହନ୍ତି? ତାହାର ଅନେକ କାରଣ ଥିଲେ ବି ପ୍ରମୁଖ କାରଣ ହେଉଛୁ ଆମେ ଭାରତୀୟ। ଅନେକ ସମୟରେ କଟୁ ସତ୍ୟ ଶୁଣିବା ଆମକୁ ଅପ୍ରୀତିକର ଲାଗେ। ଅପ୍ରିୟ ସତକଥା ଶୁଣିବାକୁ ଆମର ସାହସ କିମ୍ବା ଧୈର୍ଯ୍ୟ ନଥାଏ। ଆମେ ବରଂ କାନକୁ ଆରାମ ଦେଉଥିବା ପରି ରଂଗବୋଳା ମିଛ କଥା ଶୁଣିବାକୁ ଭଲପାଉ। ଅନେକ ସମୟରେ ଆମେ ଜାଣିଥାଉ ଯେ ସାମ୍ନାରେ ଥିବା ମଣିଷଟା ମିଛ କଥା କହୁଛି ଅଥଚ ଆମେ ଜାଣିବି ନ ଜାଣିବାର ଅଭିନୟ କରୁ। ଏପରି ସ୍ଥିତିରେ ଆମ ଆଗରେ କେହି ଜଣେ ମିଛ କଥା କହିଲେ ଆମକୁ କୃତ୍ୟକୃତ୍ୟ ଲାଗେ। ନିଜର ମିଛ ପ୍ରଶଂସା କେବଳ ମୂଢ଼ମାନେ ଶୁଣିବାକୁ ଭଲ ପାଇଥାନ୍ତି। ଏଣୁ ନେତାମାନେ ସବୁବେଳେ ଆମକୁ ତତାଇ ମତାଇ ରଖିବାକୁ ମିଛ ପରେ ମିଛ କହିଚାଲନ୍ତି।

ଆମ ଭାରତୀୟ ନେତାମାନେ ମିଛ କହିବାକୁ ବେଶ୍ ପସନ୍ଦ କରନ୍ତି। ଏହାର କାରଣ ସେମାନେ ଭଲଭାବେ ଜାଣିଛନ୍ତି ଯେ ଲୋକଙ୍କର ସ୍ମରଣ ଶକ୍ତି ହିଁ କମ୍। ଆଉ ଲୋକମାନେ ବି ନିଜଠାରୁ ଅଧିକ ବଡ଼ ନେତା ଖୋଜନ୍ତି। ଲୋକ ଭାବନ୍ତି ଯେ ବଡ଼ ପାଟିରେ ବଡ଼ ବଡ଼ ମିଛ କହିପାରୁଥିବା ଲୋକ ହିଁ ରାଜନୈତିକ ଆକାଶରେ ବ ବଡ଼ ଗୁଡ଼ ଉଡ଼ାଇବାରେ ସକ୍ଷମ। ଦେଶ ଦୁର୍ନୀତି, ପ୍ରିୟାପ୍ରୀତି ତୋଷଣ, ଜାତିବାଦ ଏବଂ କୁପୋଷଣର ଶିକାର ହୋଇ ନିଜର ବିକାଶର ନିଜେ ଅନ୍ତରାୟ ସାଜିଥିଲାବେଳେ ଏହି ବଡ଼ ପାଟିଆ ମିଛୁଆ ନେତାଙ୍କ ସଭାରେ କିନ୍ତୁ ବେଶ୍ ଲୋକ ଭିଡ଼ ହୁଅନ୍ତି, ଭାଷଣ ଭିତରେ ଜୟଜୟକାର ବେଶୀ ଶୁଣିବାକୁ ମିଳେ। ଏମିତି ମିଛ କହି କହି ଲୋକଙ୍କୁ ନିୟମିତ ଭକୁଆ ବନା ଯାଉଥିଲେ ବି ଲୋକଙ୍କ ପାଖରେ କିଛି କରିବାର ମୌକା ହିଁ ନଥାଏ। କାରଣ, ଲୋକ ହିଁ ନିଜର ତାଳିମାଡ଼ ଏବଂ ଜୟଧ୍ୱନି ମଧ୍ୟରେ ସାଧାରଣ ମିଛୁଆ ନେତାକୁ ବଳି  କରିଦେଇଥାଅନ୍ତି। ମିଛୁଆ ନେତାର କଥା ଶୁଣି କପାଳରେ କରମାରିବା ଛଡ଼ା କରିବାକୁ ଅନ୍ୟ କିଛି ବାକି ନଥାଏ।

ଆମ ନେତାମାନେ ଭାଷଣ ଛଳରେ ଆଳୁରୁ ସୁନା ବାହାର କରି ଦିଅନ୍ତି, ଇତିହାସର ଦଶା ଏବଂ ଦିଶା ବଦଳାଇବାକ ଅପଚେଷ୍ଟା କରିପାରନ୍ତି। ତଥ୍ୟକୁ ମୋଡ଼ି ଦେଇ ସତକୁ ମିଛ ଏବଂ ମିଛକୁ ସତ କରି ଦେଇ ପାରନ୍ତି। ତଥାପି ଆମପାଖରେ ସେମାନଙ୍କର ଗ୍ରହଣୀୟତା କମେ ନାହିଁ।

ମିଛ କହୁଥିବା ନେତାଙ୍କୁ ସଚେତନ ସମାଜ ସର୍ବସମ୍ମୁଖରେ ଧରା ନ ପକେଇଦେବାଯାଏ ଏ ମିଛକୁହା ନାଟକର ଯବନିକା ପଡ଼ିବାର ଆଶା କମ୍। ନିୟମିତ ମିଛ କହୁଥିବା ନେତାଙ୍କୁ ସାମାଜିକ ବାସନ୍ଦ କରି ନିର୍ବାଚନୀ ରାଜନୀତିରେ ବାରବାର ହରାଇଲେ ହିଁ ଏ ମିଛୁଆ ନେତାଙ୍କର ଜ୍ଞାନ ଉଦୟ ହେବ ବୋଲି ଆଶା କରାଯିବା କଥା।

ଧବଳଗିରି, ଯାଜପୁର ରୋଡ

ଫୋ-୭୯୭୮୬୭୧୭୭୬

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story