/odisha-reporter/media/media_files/2026/01/28/electricity-2026-01-28-16-03-32.jpg)
Electricity Infrastructure Photograph: (Internet)
ପଞ୍ଚାନନ କାନୁନଗୋ
ସଂପ୍ରତି ବିଦ୍ୟୁତକୁ ନେଇ ସମଗ୍ର ରାଜ୍ୟରେ ହଇଚଇ ପଡ଼ିଛି। ଚର୍ଚ୍ଚା ଚାଲିଛି। ବିଦ୍ୟୁତ ଦର (ଟାରିଫ) ଧାର୍ଯ୍ୟ ହେବ। ସବୁ ଉପଭୋକ୍ତାଙ୍କ ଉପରେ ଦରବୃଦ୍ଧି ଚାପ ବଢ଼ିଚାଲିଛି। ବିତରଣକାରୀ କମ୍ପାନୀ ଲାଭ ଉଠାଇ ଚାଲିଛି। ପ୍ରତ୍ୟେକ ବ୍ୟକ୍ତିର ଖାଦ୍ୟରେ ଲୁଣ ନଥିଲେ ବା ଲୁଣର ମାତ୍ରା କମିଗଲେ ଖାଦ୍ୟ ସ୍ୱାଦ ହରାଇଥାଏ। ସେହିପରି ଜୀବନର ପ୍ରତ୍ୟେକ ଦିନ କାର୍ଯ୍ୟକ୍ରମରେ ସ୍ୱଚ୍ଛ ଓ ସ୍ପଷ୍ଟ ଆଲୋକ ପ୍ରଦାନକାରୀ ବ୍ୟବସ୍ଥା ମଣିଷ ଆବଶ୍ୟକ କରେ। ଦିନରେ ସୂର୍ଯ୍ୟକିରଣ ହେଉ ଅବା ସୂର୍ଯ୍ୟାଲୋକ ହେଉ ମଣିଷର ସର୍ବକାଳୀନ ଆବଶ୍ୟକତା ଓ ଉପଲବ୍ଧି। ସେହିପରି ରାତ୍ରୀ ସମୟକୁ ଉପଯୁକ୍ତ ବ୍ୟବହାର କରିବା ନିମନ୍ତେ ଆଲୋକର ଯଥେଷ୍ଟ ଆବଶ୍ୟକତା ରହିଥାଏ। ଯେଉଁଥିପାଇଁ ବିଦ୍ୟୁତ୍ ଶକ୍ତିର ଆବଶ୍ୟକତା ରହିଛି। ବି
ଦ୍ୟୁତ୍ ଶକ୍ତି ବର୍ତ୍ତମାନ ଦୁନିଆରେ ଜଳପରି ଏକ ଅପରିହାର୍ଯ୍ୟ ବସ୍ତୁ। ବିଦ୍ୟୁତ୍ରଯ ବ୍ୟବହାର କରୁଥିବା ମଣିଷ କ୍ଷଣଟିଏ ପାଇଁ ବିଦ୍ୟୁତ୍ ଅନ୍ତର ହେଲେ ବଡ଼ ସମସ୍ୟାର ସମ୍ମୁଖୀନ ହୋଇଥାଏ। ଏକ ସୁସ୍ଥ ଓ ସନ୍ତୋଷକାରୀ ଜୀବନ ପାଇଁ ଆମକୁ ସମ୍ବିଧାନର ଧାରା ୨୧ ଅନୁସାରେ ବିଦ୍ୟୁତ୍ ଏକ ଅତ୍ୟାବଶକ ବିଷୟ ବୋଲି ସମସ୍ତେ ବିଚାର କରନ୍ତି। ପ୍ରଥମେ ସେବାର ଅନ୍ତର୍ଭୁକ୍ତ ଥିଲା। ଯେଉଁଥିପାଇଁ ଭାରତର ସମ୍ବିଧାନ ପ୍ରଣେତାମାନେ ଏହାକୁ କ୍ରୟ ବିକ୍ରୟ ବା ଟିକସ ଆଦାୟକାରୀ ବ୍ୟବସ୍ଥାର ଅନ୍ତର୍ଭୁକ୍ତ କରିନଥିଲେ। ରାଷ୍ଟ୍ର ଏହାର ଉତ୍ପାଦନ ଓ ଯୋଗାଣ ପୂର୍ଣ୍ଣ ବ୍ୟବସ୍ଥା କରିବା ପାଇଁ ସମ୍ବିଧାନରେ ନିର୍ଦ୍ଦେଶିତ ଥିଲା।
ପରବର୍ତ୍ତୀ କାଳରେ ବିଦ୍ୟୁତ୍ ଅନେକ ଭାବରେ ଏକ ମୁଖ୍ୟ ପଣ୍ୟ ଭାବେ ଆବଶ୍ୟକ ହେଲା। କ୍ଷୁଦ୍ର ଶିଳ୍ପ ହେଉ, ମଧ୍ୟମ ଶିଳ୍ପ ହେଉ ବା ବୃହତ୍ ଶିଳ୍ପ ହେଉ ସବୁରି ଉତ୍ପାଦନ ପାଇଁ ବିଦ୍ୟୁତ୍ର ଆବଶ୍ୟକତା ପଡ଼ିଲା। ବିଦ୍ୟୁତ୍ ଉତ୍ପାଦନ ରାଷ୍ଟ୍ରାୟତ୍ତ ସଂସ୍ଥା ଜରିଆରେ ରାଜ୍ୟ ବା ଦେଶ କରିବା ଆରମ୍ଭ କଲେ। ହେଲେ ପରବର୍ତ୍ତୀ କାଳରେ ବୃହତ ଶିଳ୍ପ ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ନିଜସ୍ୱ ବିଦ୍ୟୁତ୍ ଉତ୍ପାଦନ ଓ ବ୍ୟବହାର କରିବା ନିମନ୍ତେ ଅନୁମତି ପାଇଲେ ଏହି ଉତ୍ପାଦନରୁ ନିଜ ବ୍ୟବହାର ସମ୍ପୂର୍ଣ୍ଣ କଲାପରେ ଉଦ୍ବୃ।ତ୍ତ ବା ଅଧିକ ବିଦ୍ୟୁତ୍କୁପ ରାଜ୍ୟର ଆବଶ୍ୟକତା ପାଇଁ ବିକ୍ରି କରିବା ବ୍ୟବସ୍ଥା ଆରମ୍ଭ ହେଲା। ଏହି ବ୍ୟବସ୍ଥାଟି ଭାରତବର୍ଷରେ କ୍ୟାପ୍ଟିଭ୍ ପାୱାର୍ ପ୍ଲାଣ୍ଟ ଜରିଆରେ କମ୍ପାନୀମାନେ ଉତ୍ପାଦନ ଓ ବିକ୍ରୟ ଆରମ୍ଭ କଲେ।
ଏହାପରେ ଦେଖାଗଲା ଯେ, ବିଦ୍ୟୁତ୍କୁସ ଗୋଟିଏ ମୁଖ୍ୟ ଓ ଶେଷ ଉତ୍ପାଦନ ଭାବେ ନିଆଯାଇପାରେ ସେଥିପାଇଁ ଅନେକ ପୁଞ୍ଜିପତି ପୁଞ୍ଜିନିବେଶ କରି ପ୍ରଚୁର ଭାବେ ବିଦ୍ୟୁତ୍ ଉତ୍ପାଦନ କଲେ ଓ ଏହାକୁ ବଜାରରେ ବିକ୍ରି କରିବା ଆରମ୍ଭ କଲେ। ଏହାକୁ ମୁଖ୍ୟତଃ (ଆଇପିପି) ଭାବେ ବିଚାର କରାଯାଏ। ସେମାନଙ୍କର ଉତ୍ପାଦିତ ବ୍ୟବସ୍ଥା ନ୍ୟାସ୍ନା୍ଲ୍ ଗ୍ରୀଡ୍ ବା ରାଜ୍ୟ ଗ୍ରୀଡ୍ ଜରିଆରେ ସେମାନେ ବିତରଣ ଓ ବିକ୍ରି କରିବା ବ୍ୟବସ୍ଥା ଆରମ୍ଭ କଲେ। ଏହି ବିଦ୍ୟୁତ୍ ଶକ୍ତି ଉତ୍ପାଦନ ମୁଖ୍ୟତଃ କୋଇଲାରୁ ଆରମ୍ଭ ହୋଇ ବଜାରକୁ ଗଲା। ଅନ୍ୟଏକ ଉତ୍ସ ଜଳପ୍ରପାତରୁ ବିଦ୍ୟୁତ୍ ଉତ୍ପାଦନ କରାଗଲା। ଏହି ଜଳବିଦ୍ୟୁତ୍ ଉତ୍ପାଦନ ବିଶେଷ ଭାବରେ ବନ୍ୟା ନିୟନ୍ତ୍ରଣ ନିମନ୍ତେ ଗଠିତ ଜଳଭଣ୍ଡାର ଅବା ପ୍ରାକୃତିକ ଜଳପ୍ରପାତରୁ ଖୁବ୍ କମ୍ ଖର୍ଚ୍ଚରେ ଉତ୍ପାଦନ କରାଗଲା।
ପରେ ପରେ ବିଦ୍ୟୁତ୍ରପ ଅନେକ ଉତ୍ସ ମଣିଷ ନଜରକୁ ଆସିଛି। ପ୍ରଥମତଃ ପବନ ଚାଳିତ ପଙ୍ଖାରୁ ସୃଷ୍ଟି ହେଉଥିବା ବିଦ୍ୟୁତ୍ ଶକ୍ତିକୁ ମଣିଷ ତାର ଜ୍ଞାନ ବୁଦ୍ଧି ବଳରେ ସୃଷ୍ଟି କରି ବ୍ୟବହାର କରିବାରେ କୌଶଳ ଶିକ୍ଷା ଲାଭକଲା। ଏହାପରେ ପ୍ରଚୁର ଭାବରେ ସୂର୍ଯ୍ୟରଶ୍ମୀକୁ ବ୍ୟବହାର କରି ଏଥିରୁ ବିଦ୍ୟୁତ୍ ଉତ୍ପାଦନ କରିବା ଶିଖିଲା। ଏହି ସୌରରଶ୍ମୀ ଜନିତ ବିଦ୍ୟୁତ୍ ଉତ୍ପାଦନ କରିବାକୁ ପ୍ରଥମେ ଅଧିକ ଖର୍ଚ୍ଚ କରିବାକୁ ପଡୁଥିଲା। ପରେ ପରେ ଜ୍ଞାନକୌଶଳ ଅଧିକରୁ ଅଧିକ ବୃଦ୍ଧି ହେବା ଫଳରେ ଉତ୍ପାଦନର ଖର୍ଚ୍ଚ କମିବାର ବା କମାଇବାର କଥା ଶିଖିଲା। ଅନ୍ୟ ଏକ ସୋର୍ସ ହେଉଛି ଆଟମିକ୍ ଏନର୍ଜିକୁ ବିଦ୍ୟୁତ୍ ଶକ୍ତିରେ ରୂପାନ୍ତରୀତ କରି ବ୍ୟବହାର କରିବା।
ମୋଟ ଉପରେ ଦେଖିବାକୁ ଗଲେ ଜଳ ବିଦ୍ୟୁତ୍ ଉତ୍ପାଦନ ଓ ସୌରରଶ୍ମୀରୁ ବିଦ୍ୟୁତ୍ ଉତ୍ପାଦନର ଖର୍ଚ୍ଚ ଅନ୍ୟ ଉତ୍ସରୁ ହେଉଥିବା ଉତ୍ପାଦନ ଅପେକ୍ଷା କମ୍ ପଡ଼ିଥାଏ। ସେଥିପାଇଁ ଆଧୁନିକ ମଣିଷ ଏହି ଦୁଇଟି ବ୍ୟବସ୍ଥାକୁ ବିଦ୍ୟୁତ୍ ଉତ୍ପାଦନ ନିମନ୍ତେ ଆପଣାଇଛି। ତଥାପି ପ୍ରକୃତି ଓ ପରିବେଶ ଧ୍ୱଂସକାରୀ ବ୍ୟବସ୍ଥାକୁ ଛାଡ଼ିବା ଦେଖାଯାଉନାହଁ। ଫଳତଃ କୋଇଲା ଉତ୍ପାଦନକାରୀ ରାଜ୍ୟ ଓଡ଼ିଶାରୁ ଦୈନନ୍ଦିନ କୋଇଲା ଉତ୍ତୋଳନ କରାଯାଇ ଦେଶ ଓ ବିଦେଶର ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ଲଗାଯାଉଛି। କେନ୍ଦ୍ର ଏଥିରୁ ବିଭିନ୍ନ ଭାବରେ ଲକ୍ଷ ଲକ୍ଷ କୋଟି ଟଙ୍କା ବାର୍ଷିକ ଆୟ କରିଥାଏ। ଅଥଚ ଓଡ଼ିଶାରେ ପରିବେଶ ଜନିତ କ୍ଷତି ଜଳ ପ୍ରଦୂଷଣ ଓ ବାୟୁ ପ୍ରଦୂଷଣ ହେତୁ ସମସ୍ତ ପ୍ରାଣୀଜଗତ ଭୋଗୁଥିବା ବିପତ୍ତିର ବୃଦ୍ଧି ପ୍ରତି ମୁହୂର୍ତ୍ତରେ ଘଟିଚାଲିଛି। ତାର ପ୍ରତିକାର ପାଇଁ କେନ୍ଦ୍ର ସରକାର ରାଜ୍ୟରେ କିଛି ଯୋଜନା କରିନାହାନ୍ତି ବା ଅର୍ଥ ବ୍ୟୟ କରନ୍ତି ନାହିଁ। ରାଜ୍ୟ ପାଉଥିବା ରାଜଭାଗ ବହୁବର୍ଷ ହେବ ବୃଦ୍ଧି ଘଟିନାହିଁ।
ଅପରପକ୍ଷରେ ରାଜ୍ୟରେ ଆବଶ୍ୟକ ହେଉଥିବା ୬ ହଜାର ମେଗାୱାଟ୍ ବିଦ୍ୟୁତ୍ରକ ଆବଶ୍ୟକତା ପୂରଣ ପାଇଁ ରାଜ୍ୟର କୋଇଲା ଉପରେ ଅଧିକ ଭାବେ ନିର୍ଭର କରିବାକୁ ହୋଇଥାଏ। କାରଣ ବର୍ତ୍ତମାନ ରାଜ୍ୟରେ ଜଳ ବିଦ୍ୟୁତ୍ ଉତ୍ପାଦନ ଆବଶ୍ୟକତାର ମାତ୍ର ୧୫ ପ୍ରତିଶତ ଓ ଅନ୍ୟାନ୍ୟ ଗ୍ରୀନ୍ ଏନର୍ଜି ଯଥା ସୂର୍ଯ୍ୟରଶ୍ମୀରୁ ଉତ୍ପନ୍ନ ବିଦ୍ୟୁତ୍, ବାୟୁ ଚାଳିତ ପଙ୍ଖାରୁ ଉତ୍ପନ୍ନ ବିଦ୍ୟୁତ୍ ୫ ପ୍ରତିଶତ ଏହିପରି ମୋଟ ୨୦ ପ୍ରତିଶତ ଉତ୍ପାଦିତ ହୋଇଥିବାବେଳେ ବାକି ୮୦ ପ୍ରତିଶତ ବିଦ୍ୟୁତ ଶକ୍ତି କୋଇଲା ବ୍ୟବହାର କରି ଉତ୍ପନ୍ନ ହୋଇଥାଏ। କୋଇଲାରୁ ଉତ୍ପନ୍ନ ହେଉଥିବା ବିଦ୍ୟୁତ୍ ଶକ୍ତି ୩ ପ୍ରକାରର। ପ୍ରଥମତଃ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ସାଧାରଣ ଉଦ୍ୟୋଗ, ବିଭିନ୍ନ କମ୍ପାନୀମାନଙ୍କର ଦ୍ୱାରା ଉତ୍ପନ୍ନ ନିଜସ୍ୱ ବିଦ୍ୟୁତ୍ ଓ କେତେକ ବିଦ୍ୟୁତ୍ ଉତ୍ପାଦନକାରୀ ସଂସ୍ଥା ଦ୍ୱାରା ବିଦ୍ୟୁତ୍ ଉତ୍ପାଦନ ଓ ଅନ୍ୟ ରାଜ୍ୟରୁ ପାଉଥିବା ଓଡ଼ିଶାର ଅଂଶ ମିଶାଇ ୮୦ ପ୍ରତିଶତ କୋଇଲାରୁ ଉତ୍ପାଦିତ ବିଦ୍ୟୁତ୍ ଆବଶ୍ୟକତା ମେଣ୍ଟା ଯାଇଥାଏ।
ବିଭିନ୍ନ ସଂସ୍ଥାରୁ ବିଦ୍ୟୁତ୍ କ୍ରୟ କରୁଥିବା ସଂସ୍ଥା ଗ୍ରୀଡ୍କୋନ ଏମାନଙ୍କ ସହିତ ବର୍ଷକୁ ମୂଲ୍ୟ ଧାର୍ଯ୍ୟ କରିଥାନ୍ତି। ବର୍ତ୍ତମାନ ସୁଦ୍ଧା ଯାହା ଧାର୍ଯ୍ୟ କରାଯାଇଛି ସେସବୁକୁ ମୋଟାମୋଟି ଭାବେ ଅନୁଧ୍ୟାନ କଲେ ଦେଖାଯିବ ଯେ, ୟୁନିଟ୍ ପିଛା କ୍ରୟମୂଲ୍ୟ ୩ଟ. ୯୦ ପଇସା ରହିଛି। କିନ୍ତୁ ଗ୍ରୀଡ଼କୋ ବିତରକ କମ୍ପାନୀ ଟାଟାର ଏକ ଅଂଶ ହୋଇଥିଲେ ମଧ୍ୟ ଏହି ବ୍ୟବସ୍ଥା ଟିପିସିଡିଏଲ୍ ରାଜ୍ୟରେ ବିଦ୍ୟୁତ୍ ବିକ୍ରୟ ନିମନ୍ତେ ଯେଉଁ ବ୍ୟବସ୍ଥା କରିଛି ତାହା ଅତ୍ୟନ୍ତ ଯନ୍ତ୍ରଣାଦାୟକ। ଏହି ବ୍ୟବସ୍ଥା ଓଇଆର୍ସିଧ ପ୍ରତିବର୍ଷ ଜନଶୁଣାଣୀ ପରେ ଧାର୍ଯ୍ୟ କରିଥାନ୍ତି।
ଗତ କିଛି ବର୍ଷ ତଳେ ଯୁକ୍ତି ଦର୍ଶା ଯାଉଥିଲା ଯେ, ବିଦ୍ୟୁତ୍ ଶକ୍ତିର ଚୋରୀ ଯୋଗାଣ ବ୍ୟବସ୍ଥାରେ ହେଉଥିବା ନଷ୍ଟ ମାତ୍ରାଧିକ ହୋଇଥିବା ହେତୁ ଉପଭୋକ୍ତାମାନଙ୍କ ଉପରେ ଅତିରିକ୍ତ ଦର ଧାର୍ଯ୍ୟ କରିବାକୁ ହେଉଛି। ସୁଖର କଥା ଗତ କିଛି ବର୍ଷ ଭିତରେ ବିଦ୍ୟୁତ୍ ଚୋରୀ ପ୍ରାୟତଃ ନାହିଁ, ସରବରାହ ଜନିତ କ୍ଷତି ବହୁ ପରିମାଣରେ କମି ୪୧ ପ୍ରତିଶତରୁ ୧୭ ପ୍ରତିଶତକୁ ଖସିଆସିଛି। ଅଥଚ ଉପଭୋକ୍ତାମାନଙ୍କ ଉପରୁ ବିଦ୍ୟୁତ୍ ଦରର ବୋଝ କମିବାର ଦେଖାଯାଉନାହିଁ। ଏବେ ଯୁକ୍ତି ଦର୍ଶାଯାଉଛି ଯେ, ବିଦ୍ୟୁତ୍ ଯୋଗାଣକାରୀ କମ୍ପାନୀର ପରିଚାଳନା ଖର୍ଚ୍ଚ ବଢ଼ିଯାଉଛି। ଏହାକୁ ଲକ୍ଷ୍ୟକଲେ ଦେଖାଯିବ ବିଦ୍ୟୁତ୍ ଯୋଗାଣକାରୀ ସଂସ୍ଥା ନିଜ ଇଚ୍ଛା ମୁତାବକ ଅଳ୍ପ କେତେକ ୧୦% ଧଳାହାତୀଙ୍କୁ ପୋଷିବା ପାଇଁ ମୋଟା ଅର୍ଥ ଅର୍ଥାତ୍ ସମୁଦାୟ ଖର୍ଚ୍ଚର ୪୦ ଭାଗ ଖର୍ଚ୍ଚ କରିଥାନ୍ତି। ୯୦ ପ୍ରତିଶତ କର୍ମଚାରୀଙ୍କ ପାଇଁ ମୋଟ ୬୦ ପ୍ରତିଶତ ଅର୍ଥ ବ୍ୟୟ ହୋଇଥାଏ। ଅଧିକାଂଶ କର୍ମଚାରୀ ସ୍ୱଳ୍ପ ଆୟକାରୀ ଓ ଅସ୍ଥାୟୀ। ଏସବୁର ସଂସ୍କାର ଆବଶ୍ୟକ। ତାହା ବିତରକ କମ୍ପାନୀ କରୁନାହିଁ।
ରାଜ୍ୟରେ ବିଦ୍ୟୁତ୍ ବ୍ୟବହାରକାରୀଙ୍କ ସଂଖ୍ୟା ବର୍ତ୍ତମାନ ୧ କୋଟି ୨୧ ଲକ୍ଷ। ସେମାନଙ୍କ ମଧ୍ୟରୁ ୨ କିଲୋୱାଟ୍ ବ୍ୟବହାର କରୁଥିବା ବ୍ୟବହାରକାରୀଙ୍କ ସଂଖ୍ୟା ପାଖାପାଖି ୮୫ ଲକ୍ଷ ଓ ୩ରୁ ୫ କିଲୋୱାଟ୍ ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ୧୧ ଲକ୍ଷ। ଏମାନେ ସମସ୍ତେ ହେଲେ ସାଧାରଣ ଉପଭୋକ୍ତା। ଏତଦ୍ବ୍ୟ ତୀତ ରାଜ୍ୟରେ ଛୋଟବଡ଼ ବ୍ୟବସାୟ ସଂଗଠନ ବିଦ୍ୟୁତ୍ ବ୍ୟବହାର କରିଥାନ୍ତି ଓ ମାତ୍ର ୨ ପ୍ରତିଶତ ବିଦ୍ୟୁତ୍ ଚାଷୀ ଜଳସେଚନ ପାଇଁ ବିଦ୍ୟୁତ୍ ବ୍ୟବହାର କରିଥାନ୍ତି। ଅଧିକନ୍ତୁ, ରାଜ୍ୟରେ ଥିବା ଅଣୁଶିଳ୍ପ, କ୍ଷୁଦ୍ରଶିଳ୍ପ ଓ ମଧ୍ୟମ ଶିଳ୍ପ ବିଦ୍ୟୁତ୍ ବ୍ୟବହାର କରିଥାନ୍ତି। ବ୍ୟାପାର ବାଣିଜ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିବା ବିଦ୍ୟୁତ୍ ୟୁନିଟ୍ ପିଛା ପାଖାପାଖି ୬.୨୦ ଟଙ୍କାରୁ ଅଧିକ ରହିଛି। କ୍ଷୁଦ୍ର ଓ ମଧ୍ୟମ ଶିଳ୍ପରେ ବ୍ୟବହୃତ ହେଉଥିବା ବଲ୍କ ବିଦ୍ୟୁତ୍ ୟୁନିଟ୍ ପିଛା ପାଖାପାଖି ୫ ଟଙ୍କା ୩୦ ପଇସାରୁ ଅଧିକ ଧାର୍ଯ୍ୟ ହୋଇଥିବା ଦେଖାଯାଉଛି।
ଆମେ ଜାଣିଛେ ଆମ ରାଜ୍ୟରେ ଚାଷୀମାନଙ୍କର ଅବସ୍ଥା ଭଲ ନୁହେଁ। ଏହା ମଧ୍ୟ ଜାଣିଛେ ଆମ ରାଜ୍ୟରେ ଅଣୁ, କ୍ଷୁଦ୍ର ଏପରିକି ମଧ୍ୟମ ଶିଳ୍ପମାନଙ୍କର ସ୍ଥିତି ମଧ୍ୟ ଆଦୌ ଭଲ ନୁହେଁ। ଏ ସମସ୍ତକୁ ଲକ୍ଷ୍ୟକରି ରାଜ୍ୟରେ ପ୍ରତିଷ୍ଠିତ ବିଦ୍ୟୁତ୍ ଉପଭୋକ୍ତା ମହାସଂଘ ଗୋଟିଏ ଯୁକ୍ତିପତ୍ର ଦାବି କରିଛି। ଏହି ଯୁକ୍ତିପତ୍ର ଗତ ଜାନୁଆରୀ ୨୨ ତାରିଖ ଦିନ ରାଜ୍ୟ ଉପଭୋକ୍ତା ମହାସଂଘ ଦ୍ୱାରା ଆହୂତ ଗଣ ସମ୍ମିଳନୀରେ ଯୋଗ ଦେଇଥିବା ରାଜ୍ୟର ଉପଭୋକ୍ତାମାନଙ୍କ ମତାମତ ଉପରେ କରାଯାଇଛି। ମହାସଂଘର ଯୁକ୍ତି ହେଉଛି ଯେ, ରାଜ୍ୟ ସରକାର ଅନେକ ଭାବରେ ବିଦ୍ୟୁତ୍ରୁକ ଶୁଳ୍କ ଆଦାୟ କରୁଛନ୍ତି। ଏଣୁ ରାଜ୍ୟରେ ଉତ୍ପାଦନ ବୃଦ୍ଧି ପାଇଁ ରାଜ୍ୟ ସରକାର କିଛି ସହାୟତା ଦେବା ଦରକାର।
ପ୍ରଥମତଃ ଏହି ସହାୟତା କୃଷି କ୍ଷେତ୍ରକୁ ଯିବାର ଆବଶ୍ୟକତା ରହିଛି। ଅନେକ ରାଜ୍ୟରେ କୃଷିକୁ ୩୦%ରୁ ଉର୍ଦ୍ଧ୍ୱ ସବ୍ସିାଡି ଦିଆଯାଇଥାଏ। ଓଡ଼ିଶାରେ ଏହାର ବ୍ୟବସ୍ଥା ନାହିଁ। ଏଣୁ ସମସ୍ତ ଚାଷ ପାଇଁ ବ୍ୟବହାର ହେଉଥିବା ଉଠା ଜଳସେଚନ ବ୍ୟବସ୍ଥାରେ ବ୍ୟବହୃତ ବିଦ୍ୟୁତ୍ ଦେୟ ସମ୍ପୂର୍ଣ୍ଣ ଛାଡ଼ କରାଯାଉ। ସମସ୍ତ ଶୀତଳ ଭଣ୍ଡାରଗୁଡ଼ିକୁ ୫୦% ରିହାତିରେ ବିଦ୍ୟୁତ୍ ୫ ବର୍ଷ ପାଇଁ ଯୋଗାଇ ଦିଆଯାଉ। ଅଧିକନ୍ତୁ, ରାଜ୍ୟରେ ଥିବା କ୍ଷୁଦ୍ର ଶିଳ୍ପ, ଅଣୁ ଶିଳ୍ପ ଓ ମଧ୍ୟମ ଶିଳ୍ପ ଏତେ ଅଧିକ ସକ୍ଷମ ନୁହଁନ୍ତି ଯାହାକି ଅନ୍ୟ ରାଜ୍ୟମାନଙ୍କରୁ ଉତ୍ପାଦିତ ପଦାର୍ଥ ସହିତ ପ୍ରତିଯୋଗିତା କରିବେ। ସେଥିପାଇଁ ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ମହାସଂଘ ଦାବି କରେ ଯେ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ସମସ୍ତ ଶିଳ୍ପ ପାଇଁ ୫୦ ପ୍ରତିଶତ ରିହାତିରେ ବିଦ୍ୟୁତ୍ ଯୋଗାଇ ଦିଆଯାଉ।
ଅଧିକନ୍ତୁ, କୋଇଲା ଏ ରାଜ୍ୟର, ପାଣି ଏ ରାଜ୍ୟର, କ୍ଷତି ସହୁଛନ୍ତି ରାଜ୍ୟବାସୀ। ସେଥିପାଇଁ ଉପଭୋକ୍ତା ମହାସଂଘର ଯୁକ୍ତି ହେଉଛି ରାଜ୍ୟରେ ଥିବା ସମସ୍ତ ଉପଭୋକ୍ତାଙ୍କ ମଧ୍ୟରୁ ୩୦୦ ୟୁନିଟ୍, ବିଦ୍ୟୁତ୍ ଶକ୍ତି ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ଶୁଳ୍କ ଛାଡ଼ କରାଯାଉ। ଦେଶର ଅନେକ ରାଜ୍ୟରେ ୧୫୦, ୨୦୦, ୩୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ଛାଡ଼ କରାଯାଉଛି। ଏ ସମସ୍ତ ଅର୍ଥ ସରକାର ବହନ କରିବେ।
ବିଦ୍ୟୁତ୍ ଯୋଗାଣକାରୀ ବ୍ୟବସ୍ଥା ଟାଟା ନେଉଥିବା ଅଧିକ ଲାଭ ପରିବର୍ତ୍ତେ ଗୋଟିଏ ସହନଶୀଳ ଦର ଧାର୍ଯ୍ୟ କରାଯାଉ। ପ୍ରତ୍ୟେକ ୟୁନିଟ୍ ପିଛା ୧ ଟ. ୨୦ ପଇସା କମାଯାଉ। କାରଣ ଉପଭୋକ୍ତାମାନଙ୍କ ଠାରୁ କେବଳ ଯେ ବିଦ୍ୟୁତ୍ ଶୁଳ୍କ ନିଆଯାଉଛି ତା’ ନୁହେଁ, ଅଧିକନ୍ତୁ ରାଜ୍ୟ ସରକାରଙ୍କର ଟିକସ (ଇଡି) ଏବଂ କମ୍ପାନୀର ନିମ୍ନତମ ବିଦ୍ୟୁତ୍ ଦେୟ ଧାର୍ଯ୍ୟ କରାଯାଇ କିଲୋୱାଟ୍ ପିଛା ୨୦ ଟଙ୍କା ଭାବରେ ମାସକୁ ଲକ୍ଷ ଲକ୍ଷ କୋଟି ଟଙ୍କା ନିଆଯାଇଥାଏ। କ୍ଷୁଦ୍ର ଶିଳ୍ପ ଠାରୁ ପ୍ରତ୍ୟେକ କିଲୋୱାଟ୍ ପିଛା ଟ. ୮୦.୦୦ ଓ ବର୍ଦ୍ଧିତ କିଲୋୱାଟ୍ ପିଛା ୩୫ ଟଙ୍କା, ମଧ୍ୟମ ଶିଳ୍ପ ପାଇଁ ପ୍ରଥମ କିଲୋୱାଟ୍ ପିଛା ଟ.୧୦୦.୦୦, ପରବର୍ତ୍ତୀ କିଲୋୱାଟ୍ ପିଛା ଟ. ୮୦.୦୦ ନେଇଥାନ୍ତି। ଏହାବ୍ୟତୀତ ସିକ୍ୟୁରିଟି ଡିପୋଜିଟ୍ ଭାବେ ମଧ୍ୟ ଉପଭୋକ୍ତାମାନଙ୍କ ଠାରୁ ବହୁ ଅର୍ଥ ଆଦାୟ କରାଯାଇଥାଏ। ବିଦ୍ୟୁତ୍ ବ୍ୟବହାରକାରୀମାନେ ନିଜ ଅର୍ଥ ବ୍ୟୟ କରି ଖୁଣ୍ଟ ପକାଇବେ, ତାର ପକାଇବେ ଓ ନିଜ ରାଜ୍ୟର କୋଇଲା, ପାଣି ଦେଇ ନିଜେ ଦୁର୍ଦ୍ଦଶାଗ୍ରସ୍ତ ହେବେ ଏବଂ ଅଧିକ ଦରରେ ବିଦ୍ୟୁତ୍ କିଣିବେ। ସେହିସବୁ ଦୃଷ୍ଟିରୁ ବିଦ୍ୟୁତ୍ ଦର କମାଇ ଦିଆଯାଉ।
ବର୍ତ୍ତମାନ ପରିସ୍ଥିତିରେ ଟାଟା କମ୍ପାନୀ ସରକାରଙ୍କ ସାହାଯ୍ୟରେ ବସାଇବାକୁ ଯାଉଥିବା ସ୍ମାର୍ଟ ମିଟର୍ ଉପରେ ମହାସଂଘ ନିଷ୍ପତ୍ତି ନେଇଛି ଯେ, ଏହା ବସାଇବାରେ କିଛି ଆପତ୍ତି ନାହିଁ। କିନ୍ତୁ ଚାଲୁଥିବା ଉପଭୋକ୍ତାର ମିଟର୍ ପାଖରେ ଏହାକୁ ବର୍ଷକ ପାଇଁ ମାଗଣାରେ ବସାଯାଉ ଏବଂ ପୁରୁଣା ମିଟର୍-ସ୍ମାର୍ଟ ମିଟର ଭିତରେ ଥିବା ତଫାତ୍ ଗୁଡ଼ିକ ଉପଭୋକ୍ତା ଜାଣିବା ପରେ ସେ ଇଚ୍ଛାକଲେ ସ୍ମାର୍ଟ ମିଟର୍ ବସାଇବାର ବ୍ୟବସ୍ଥା ହେଉ। ଆଦାୟ କରିବା ପାଇଁ ଦିଆଯାଇଥିବା ନୋଟିସ୍ (ଅତିରିକ୍ତ ସିକ୍ୟୁରିଟି ଡିପୋଜିଟ୍) ସ୍ଥଗିତ ରଖାଯାଉ ବୋଲି ଏହି ଗଣ ସମ୍ମିଳନୀରେ ନିଷ୍ପତ୍ତି ହୋଇଛି। କାରଣ ଏହି ଅତିରିକ୍ତ ସିକ୍ୟୁରିଟି ଡିପୋଜିଟ୍ ସ୍ଥିର କରିବାର ଆଇନ ଓ ଯୁକ୍ତି ଯଥାର୍ଥ ନୁହେଁ ବୋଲି ଉପଭୋକ୍ତା ମନେ କରନ୍ତି।
ଫୋ- ୯୪୩୮୩୬୦୮୪୯
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
