ଉପନିର୍ବାଚନ ଫଳାଫଳ ଗୁରୁତ୍ୱପୂର୍ଣ୍ଣ କାହିଁକି?

ରବି ଦାସ ନଭେମ୍ବର ୩ ତାରିଖରେ ଓଡ଼ିଶାର ଧାମନଗର ସମେତ ଦେଶର ୬ଟି ରାଜ୍ୟରେ ଯେଉଁ ୭ଟି ଉପନିର୍ବାଚନ ହୋଇଛି ତାହାର ଫଳାଫଳ ଓଡ଼ିଶା, ତେଲେଙ୍ଗାନା ଓ ବିହାର ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରାଯାଉଛି। ଓଡ଼ିଶାରେ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ ଗତ ୨୨ ବର୍ଷ ହେଲା ରାଜ୍ୟ କ୍ଷମତାରେ ରହିଛି। ୨୦୧୯ ନିର୍ବାଚନରେ ବିଜେପି ଏକ ପ୍ରମୁଖ ବିରୋଧୀ ଦଳ ଭାବରେ ୨୧ରୁ ୮ଟି ଲୋକସଭା ଆସନ ହାସଲ କରିଥିଲା ଓ […]

Voter

Voter

Debendra Prusty
  • Published: Friday, 04 November 2022
  • Updated: 04 November 2022, 04:31 PM IST

Sports

Latest News

  • ରବି ଦାସ

ନଭେମ୍ବର ୩ ତାରିଖରେ ଓଡ଼ିଶାର ଧାମନଗର ସମେତ ଦେଶର ୬ଟି ରାଜ୍ୟରେ ଯେଉଁ ୭ଟି ଉପନିର୍ବାଚନ ହୋଇଛି ତାହାର ଫଳାଫଳ ଓଡ଼ିଶା, ତେଲେଙ୍ଗାନା ଓ ବିହାର ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରାଯାଉଛି। ଓଡ଼ିଶାରେ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ ଗତ ୨୨ ବର୍ଷ ହେଲା ରାଜ୍ୟ କ୍ଷମତାରେ ରହିଛି। ୨୦୧୯ ନିର୍ବାଚନରେ ବିଜେପି ଏକ ପ୍ରମୁଖ ବିରୋଧୀ ଦଳ ଭାବରେ ୨୧ରୁ ୮ଟି ଲୋକସଭା ଆସନ ହାସଲ କରିଥିଲା ଓ ପ୍ରଥମ ଥର ପାଇଁ ରାଜ୍ୟ ବିଧାନସଭାରେ ୨୩ଟି ଆସନ ପାଇ ମୁଖ୍ୟ ବିରୋଧୀ ଦଳର ମର୍ଯ୍ୟାଦା ହାସଲ କରିଥିଲା। କିନ୍ତୁ ୨୦୧୯ ପରେ ରାଜ୍ୟରେ ଯଦି ପାଟକୁରାକୁ ହିସାବ କରାଯାଏ ତେବେ ହୋଇଥିବା ୬ଟି ଉପନିର୍ବାଚନରେ ବିଜେଡି ସିଧାସଳଖ ବିଜୟ ହାସଲ କରିଛି। ସେଥିମଧ୍ୟରୁ ୨୦୧୯ରେ ବିଜେପି ପାଇଥିବା ବାଲେଶ୍ୱର ଆସନ ଯେଉଁଠାରେ ଲୋକସଭା ସଦସ୍ୟ ମଧ୍ୟ ବିଜେପିରେ ଅଛନ୍ତି ସେଠାରେ ଦେହାନ୍ତ ହୋଇଥିବା ବିଜେପି ବିଧାୟକଙ୍କ ପୁତ୍ର ଦଳର ପ୍ରାର୍ଥୀ ହୋଇଥିଲେ ମଧ୍ୟ ବିଜେଡି ସେହି ଆସନକୁ ଦଖଲ କରିନେଇଥିଲା। ଅନ୍ୟ ଆସନଗୁଡ଼ିକ ବିଜେଡି ହାତରେ ଥିଲା। ତେଣୁ ସେହିସବୁ ସ୍ଥାନରେ ବିଜେଡିର ବିଜୟ ସେତେ ଗୁରୁତ୍ୱପୂର୍ଣ୍ଣ ନଥିଲା। ଧାମନଗର ଆସନରେ ବିଜେପିର ବିଧାୟକ ଯିଏକି ବିଧାନସଭାରେ ବିରୋଧୀ ଦଳର ଉପନେତା ଥିଲେ ତାଙ୍କର ଅକାଳ ବିୟୋଗ ଯୋଗୁ ସେଠାରେ ହେଉଥିବା ଉପନିର୍ବାଚନରେ ତାଙ୍କର ପୁତ୍ର ଯାହାଙ୍କର ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ରହିଛି ସେ ଦଳର ପ୍ରାର୍ଥୀ ହୋଇଛନ୍ତି।

ଅପରପକ୍ଷରେ ପ୍ରଥମଥର ପାଇଁ ଉପନିର୍ବାଚନରେ ଶାସକ ବିଜେଡି ପକ୍ଷରୁ ୨୦୧୯ରେ ପ୍ରାର୍ଥୀ ହୋଇଥିବା ଓ ପୂର୍ବରୁ ବିଧାୟକ ଥିବା ପ୍ରାର୍ଥୀଙ୍କୁ ଏଡ଼ାଇ ଜଣେ ମହିଳା ପ୍ରାର୍ଥୀଙ୍କୁ ଛିଡ଼ା କରାଯିବା ଫଳରେ ସେ ତାଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରି ସ୍ୱାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। ଶାସକ ବିଜେଡିରେ କୌଣସି ଉପନିର୍ବାଚନରେ ଏପରି ବିଦ୍ରୋହ ଓ ସ୍ୱାଧୀନ ପ୍ରାର୍ଥୀ ହେବା ଘଟଣା ପ୍ରଥମ ହୋଇଥିବାରୁ ଧାମନଗର ଉପନିର୍ବାଚନ ଫଳାଫଳ ବିଜେଡି ବିରୋଧରେ ଯିବାର ସମ୍ଭାବନା ରହିବା ସ୍ୱାଭାବିକ।  କଂଗ୍ରେସ ଗତ କେତେବର୍ଷ ହେଲା ଯେଉଁ ଭୂମିକା ନେଉଥିଲା ତାହାର ଏକ ବ୍ୟତିକ୍ରମ ଧାମନଗରରେ ହେବ ବୋଲି ଆଶା କରାଯାଇଥିଲା। କାରଣ ରାଜ୍ୟରେ ପ୍ରଦେଶ କଂଗ୍ରେସ କମିଟିର ନୂଆ ସଭାପତି ହେବା ପରେ ବ୍ରଜରାଜନଗର ଉପନିର୍ବାଚନରେ ଦଳ ଯେପରି ପ୍ରଦର୍ଶନ କରିଥିଲା ଏବଂ ଜାତୀୟ ସ୍ତରରେ ରାହୁଳ ଗାନ୍ଧୀଙ୍କର ଭାରତ ଯାତ୍ରାର ପ୍ରଭାବ ସହିତ ସାଂଗଠନିକ ନିର୍ବାଚନ ଜରିଆରେ ଏଆଇସିସିର ନୂଆ ସଭାପତି ନିର୍ବାଚିତ ହେବା ଘଟଣା ଦଳର କର୍ମୀମାନଙ୍କୁ ଉତ୍ସାହିତ କରିବ ବୋଲି ହିସାବ କରାଯାଉଥିଲା। ଧାମନଗର ଉପନିର୍ବାଚନ ମଣ୍ଡଳୀରେ ପ୍ରାୟ ୧୮ ହଜାର ସଂଖ୍ୟାଲଘୁ ଭୋଟର ଥିବାରୁ କଂଗ୍ରେସ ଗତ ନିର୍ବାଚନ ତୁଳନାରେ ଏଥର ଭଲ ପ୍ରଦର୍ଶନ କରିବ ବୋଲି ଆଶା ଥିବାରୁ ଏବଂ ବିଜେପି ପକ୍ଷରୁ କ୍ରମାଗତ ଉପନିର୍ବାଚନ କରାଯିବା ପରେ ଧାମନଗରରେ ପୂର୍ଣ୍ଣ ଶକ୍ତି ବିନିଯୋଗ କରାଯାଇଥିବାରୁ ବିଜେଡି ସ୍ୱାଭାବିକ ଭାବରେ ସେଠାରେ ଉପନିର୍ବାଚନ ଜିତିବା କଷ୍ଟସାଧ୍ୟ ହେବ ବୋଲି ହିସାବ କରାଯାଉଥିଲା।

ବିଜେପି ନେତୃତ୍ୱ ଭଲଭାବରେ ଜାଣିଥିଲେ ଯେ, ଧାମନଗର ପାଇଁ ଉପକୂଳ ଜିଲ୍ଲାରେ ଥିବା ଏକ ଆସନରେ ଯଦି ନିଜର ଆସନକୁ ଏହା ଉପନିର୍ବାଚନରେ ରକ୍ଷା କରିନପାରେ ତେବେ ୧୮ ମାସ ପରେ ରାଜ୍ୟରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଏହା ବିଜେଡିର ମୁକାବିଲା କରିବା ଅତ୍ୟଧିକ କଷ୍ଟସାଧ୍ୟ ହୋଇଯିବ। ସେହିପରି ବିଜେଡିର ମୁଖ୍ୟ ଭାବରେ ନବୀନ ପଟ୍ଟନାୟକ ରହିଥିଲେ ମଧ୍ୟ ଦଳର ବାସ୍ତବ ନେତୃତ୍ୱ ଆଉ ପୁରୁଣା ନେତାମାନଙ୍କ ହାତରେ ନରହି ଦ୍ୱିତୀୟ ପିଢ଼ି ନେତୃତ୍ୱ ହାତକୁ ଚାଲିଆସିଛି। ଅବଶ୍ୟ ଏହା ଫଳରେ ଦଳୀୟ କାର୍ଯ୍ୟକଳାପରେ  ଅମଲାତନ୍ତ୍ରର ପ୍ରଭାବ ବଢ଼ୁଥିଲେ ମଧ୍ୟ ଖୋଲାଖୋଲି ଭାବରେ ଏହା କେହି କହିବାକୁ ସାହସ କରୁନାହାନ୍ତି। ବିଜେଡି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସହିତ ପଞ୍ଚାୟତ ଓ ପୌର ବ୍ୟବସ୍ଥାରେ ମହିଳାମାନଙ୍କ ଅଂଶକୁ ୫୦ ଭାଗରୁ ଅଧିକ କରିଦେଇଥିବାରୁ ବିଜେଡି ରାଜ୍ୟରେ ଏକ ବଡ଼ ଧରଣର ମହିଳା ଭୋଟ ବ୍ୟାଙ୍କ ନିଜ ସପକ୍ଷକୁ ଆଣିପାରିଛି। ସେହିକ୍ରମରେ ନିକଟରେ ତିହିଡ଼ି ବ୍ଲକର ଅଧ୍ୟକ୍ଷା ହୋଇଥିବା ଜଣେ ପୁରୁଣା ଏସ୍ଏଚଜି ନେତ୍ରୀଙ୍କୁ ଦଳ ପ୍ରାର୍ଥୀ ଭାବରେ ମନୋନୀତ କରି ପୂରାପୂରି ମହିଳା ଭୋଟକୁ ନିଜ ପଟକୁ ଆଣିବା ପାଇଁ ସରକାରୀ ଓ ସକଳ ଓ ସମ୍ବଳ ଉପଯୋଗ କରିଛି। କିନ୍ତୁ ବିଜେଡିର ଅଧିକାଂଶ ନେତା ଏହି ବ୍ୟବସ୍ଥାରେ ଆଦୌ ଖୁସି ନୁହନ୍ତି। କାରଣ ସେମାନେ ଜାଣିଛନ୍ତି ଏହି ଉଦ୍ୟମ ସଫଳ ହେଲେ ଅନେକ ବିଧାୟକ ଓ ଆଶାୟୀ ପ୍ରାର୍ଥୀମାନଙ୍କୁ ଏଡ଼ାଇ ଦିଆଯାଇ ୨୦୨୪ରେ ମହିଳାମାନଙ୍କୁ ଅନେକ ସ୍ଥାନରେ ପ୍ରାର୍ଥୀ କରାଇ ଦିଆଯିବ। ଏଣୁ ଉଭୟ ବିଜେଡି ଓ ବିଜେପି ସହିତ ରାଜନୈତିକ ପର୍ଯ୍ୟବେକ୍ଷକମାନେ ଧାମନଗର ଉପନିର୍ବାଚନ ଫଳାଫଳକୁ ସତର୍କତାର ସହିତ ଲକ୍ଷ୍ୟ ରଖିଛନ୍ତି। ଏପରିକି କଂଗ୍ରେସ ତା’ର ଭୋଟ ହାର ବଢ଼ାଇ ପାରୁଛି ନା ନାହିଁ ତାହାକୁ ମଧ୍ୟ ଦଳର ନେତୃତ୍ୱ ଆଗ୍ରହର ସହିତ ଅପେକ୍ଷା କରିଛି।

ଓଡ଼ିଶା ବ୍ୟତୀତ ତେଲେଙ୍ଗାନାର ମୁନୁଗୁଡ଼େରେ ହେଉଥିବା ଉପନିର୍ବାଚନ ଫଳାଫଳକୁ ମଧ୍ୟ ସମସ୍ତେ ଲକ୍ଷ୍ୟ ରଖିଛନ୍ତି। ଏହି ଉପନିର୍ବାଚନରେ ରେକର୍ଡ ସଂଖ୍ୟକ ପ୍ରାୟ ଶତକଡ଼ା ୯୦ ଭାଗ ଭୋଟର ମତ ସାବ୍ୟସ୍ତ କରିବା ନିର୍ବାଚନର ଗୁରୁତ୍ୱକୁ ବେଶ ପ୍ରତିପାଦିତ କରୁଛି। ତେଲେଙ୍ଗାନାରେ ଆସନ୍ତା ବର୍ଷ ବିଧାନସଭା ସାଧାରଣ ନିର୍ବାଚନ ହେବ। ସେଠାରେ ଦୁଇଥର ହେଲା କ୍ଷମତା ଦଖଲ କରି ରହିଥିବା ତେଲେଙ୍ଗାନା ରାଷ୍ଟ୍ରୀୟ ସମିତିକୁ କ୍ଷମତାଚ୍ୟୁତ କରିବା ପାଇଁ ବିଜେପି ପକ୍ଷରୁ ଗତ ଦୁଇବର୍ଷ ହେଲା ଜୋରଦାର ଉଦ୍ୟମ ଚାଲିଛି। ଯଦିଓ ତେଲେଙ୍ଗାନାରେ କଂଗ୍ରେସ ମୁଖ୍ୟ ବିରୋଧୀ ଦଳ, କିନ୍ତୁ ଗତ ଏକ ବର୍ଷ ଭିତରେ ସେଠାରେ ହୋଇଥିବା ଦୁଇଟି ଉପନିର୍ବାଚନରେ ବିଜେପି ବିଜୟ ହାସଲ କରିଛି ଓ ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନରେ ପ୍ରଥମଥର ପାଇଁ ଏକ ପ୍ରଭାବଶାଳୀ ଦଳ ଭାବରେ ଆବିର୍ଭାବ ହୋଇଛି। ତିନି ତାରିଖରେ ତେଲେଙ୍ଗାନାରେ ଏହି ଉପନିର୍ବାଚନ ହେବା ପୂର୍ବରୁ ରାହୁଳ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରା ତେଲେଙ୍ଗାନାରେ ପ୍ରବେଶ କରି ବିପୁଳ ସମର୍ଥନ ହାସଲ କରିଛି। ରାହୁଳ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରା ସମୟରେ ହୋଇଥିବା ଉପନିର୍ବାଚନ ଉପରେ କଂଗ୍ରେସର କି ପ୍ରଭାବ ପଡ଼ୁଛି ତାହା ମଧ୍ୟ ଏହି ଉପନିର୍ବାଚନ ଫଳାଫଳରେ ବହୁ ପରିମାଣରେ ପରିଷ୍କାର ହୋଇଯିବ।

କେବଳ ସେତିକି ନୁହେଁ, ଏହି ଉପନିର୍ବାଚନ ପୂର୍ବରୁ ବିଜେପି ପକ୍ଷରୁ ଟିଆରଏସର ବିଧାୟକମାନଙ୍କୁ ଖର୍ଦ୍ଦି କରିବା ପାଇଁ ‘ଅପରେସନ କମଳା’ କରାଯାଇଥିବାର ଏକ ଅଭିଯୋଗ ଟିଆରଏସ୍ ପକ୍ଷରୁ କରାଯାଇଛି। ତେଲେଙ୍ଗାନା ପୋଲିସ ଏହାର ଅନୁସନ୍ଧାନ କରୁଛି ଓ ଏହି ମାମଲାରେ ଗିରଫ ଉପରେ ନିମ୍ନ ଅଦାଲତର ନିର୍ଦ୍ଦେଶ ଉପରେ ହାଇକୋର୍ଟ ରହିତାଦେଶ ପ୍ରଦାନ କରିଛନ୍ତି। ଉପନିର୍ବାଚନ ଭୋଟ ଗ୍ରହଣ ପରେ ପରେ ଟିଆରଏସ୍ ନେତା ଚନ୍ଦ୍ରଶେଖର ରାଓ, ଯିଏକି ଦଳକୁ ଏକ ଜାତୀୟ ଦଳରେ ପରିଣତ କରିବା ପାଇଁ ଦଳର ନାମ ଭାରତୀୟ ରାଷ୍ଟ୍ରୀୟ ସମିତି କରିଛନ୍ତି ସେ ଏକ ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ଅଡିଓ ଭିଡିଓ ଦେଖାଇ ବିଜେପିକୁ ଆକ୍ରମଣ କରିଛନ୍ତି। ଏହି ସମସ୍ତ ତଥ୍ୟ ହାଇକୋର୍ଟରେ ଦାଖଲ ହୋଇଥିବାରୁ ଉପନିର୍ବାଚନ ଫଳାଫଳ ସହିତ ଏହାର ଗୁରୁତ୍ୱ ବଢ଼ିବ। ଜାତୀୟ ସ୍ତରରେ ବିରୋଧୀ ଦଳମାନଙ୍କୁ ଏକଜୁଟ କରିବା ପାଇଁ ଚନ୍ଦ୍ରଶେଖର ରାଓ ଯେଉଁ ଉଦ୍ୟମ କରି ନିଜ ଦଳକୁ ଜାତୀୟ ଦଳରେ ପରିଣତ କରିବା ପାଇଁ ନାମ ପରିବର୍ତ୍ତନ କରିଛନ୍ତି ସେ ଆସନ୍ତା ବିଧାନସଭା ନିର୍ବାଚନରେ ନିଜ ରାଜ୍ୟ ରକ୍ଷା କରିପାରିବେ କି ନାହିଁ ତାହାର ଏକ ବଡ଼ ସୂଚନା ଏହି ଉପନିର୍ବାଚନ ଫଳାଫଳରେ ମିଳିବ ବୋଲି ଆଶା କରାଯାଉଛି। ସେହି ଦୃଷ୍ଟିରୁ ଏହି ଉପନିର୍ବାଚନର ଗୁରୁତ୍ୱ ଦୃଷ୍ଟିରୁ ରେକର୍ଡ ସଂଖ୍ୟକ ୯୦ ଭାଗ ଲୋକ ମତଦାନ ସାବ୍ୟସ୍ତ କରିଛନ୍ତି।

ବିହାରରେ ହେଉଥିବା ଯେଉଁ ଦୁଇଟି ଉପନିର୍ବାଚନର ଭୋଟ ଗ୍ରହଣ ୩ ତାରିଖରେ ହୋଇଛି ତାହାର ଫଳାଫଳକୁ ଗୁରୁତ୍ୱ ଦିଆଯାଉଛି। ସେହି ଉପନିର୍ବାଚନରେ ଭୋଟ୍ ହାର ୨୦୨୦ ବିଧାନସଭା ନିର୍ବାଚନ ତୁଳନାରେ ସାମାନ୍ୟ କମ୍ ହେଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପି ମେଂଟ ଛାଡ଼ି ମହାଗଠବନ୍ଧନର ନେତୃତ୍ୱ ନେବା ପରେ ରାଜ୍ୟ ରାଜନୀତି ଉପରେ ଏହା କି ଧରଣର ପ୍ରଭାବ ପକାଇଛି ତାହା ଏହି ଉପନିର୍ବାଚନ ଫଳାଫଳରେ ପରିଷ୍କାର ହୋଇଯିବ। ଯଦିଓ ଏହି ଦୁଇଟି ଯାକ ଉପନିର୍ବାଚନ ମୋକମା ଓ ଗୋପାଳଗଞ୍ଜରେ ମହାଗଠବନ୍ଧନ ପକ୍ଷରୁ ଆରଜେଡି ପ୍ରତିଦ୍ୱନ୍ଦ୍ୱିତା କରୁଛି ଓ ବିଜେପି ଏହାର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବରେ ରହିଛି। ମହାଗଠବନ୍ଧନର ପ୍ରମୁଖ ଶକ୍ତି ହେଉଛି ଆରଜେଡି। କିନ୍ତୁ ନୀତୀଶ କୁମାର ଏହି ମେଂଟର ନେତୃତ୍ୱ ନେଲା ପରେ ସାମାଜିକ ଦୃଷ୍ଟିକୋଣରୁ ଏହା ବେଶ ଶକ୍ତିଶାଳୀ ହୋଇଥିବାରୁ ଓ ଏହି ମେଂଟ ଜାତୀୟ ସ୍ତରରେ ବିଜେପି ବିରୋଧରେ ମେଂଟ ନିମନ୍ତେ ଏକ ଭିତ୍ତିଭୂମି ବୋଲି ବିଚାର କରାଯାଉଛି। ନୀତୀଶ କୁମାର ଏହି ଆଧାର ଉପରେ ଜାତୀୟ ସ୍ତରରେ ସବୁ ବିରୋଧୀ ଦଳମାନଙ୍କୁ ଏକଜୁଟ କରିବା କାମରେ ବ୍ୟସ୍ତ ଅଛନ୍ତି ଓ ତାଙ୍କୁ ଜଣେ ବିକଳ୍ପ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ଚିନ୍ତା କରାଯାଉଛି। ସେହି ଦୃଷ୍ଟିରୁ ବିହାରର ଦୁଇଟିଯାକ ଉପନିର୍ବାଚନ ଫଳାଫଳକୁ ରାଜନୈତିକ ପର୍ଯ୍ୟବେକ୍ଷକମାନେ ନିଶ୍ଚିତ ଗଭୀରତାର ସହିତ ବିଶ୍ଳେଷଣ କରିବେ।

ବରିଷ୍ଠ ସାମ୍ବାଦିକ

ମୋ: ୮୦୧୮୦୯୪୪୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story