ଶ୍ରମିକଙ୍କ ଦେଶବ୍ୟାପି ଧର୍ମଘଟ କାହିଁକି?

ଭାଲଚନ୍ଦ୍ର ଷଡ଼ଙ୍ଗୀ ଦେଶର ଅଧିକାଂଶ କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ୍ ତଥା କର୍ମଚାରୀ ଓ ଶିକ୍ଷକ ସଙ୍ଗଠନମାନେ ମାର୍ଚ୍ଚ ୨୮ ଓ ୨୯ ଦୁଇ ଦିନ ଧରି ସର୍ବଭାରତୀୟ ଧର୍ମଘଟ ପାଇଁ ମିଳିତ ଡାକରା ଦେଇଛନ୍ତି। ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନ ଗ୍ୟାସ୍ ସମେତ ଅତ୍ୟାବଶ୍ୟକ ଦ୍ରବ୍ୟର ଦରବୃଦ୍ଧି ବନ୍ଦ କରିବା, ବ୍ୟାଙ୍କ୍‌, ବୀମା, ରେଳବାଇ ପରି ରାଷ୍ଟ୍ରାୟତ୍ତ ସଂସ୍ଥାର ଘରୋଇକରଣ ବନ୍ଦ କରିବା ତଥା ଶ୍ରମିକ ବିରୋଧି ଚାରି ଶ୍ରମକୋଡ଼୍‌କୁ ପ୍ରତ୍ୟାହାର କରିବା ଆଦି ଦାବି ନେଇ […]

strike

strike

Debendra Prusty
  • Published: Monday, 28 March 2022
  • Updated: 28 March 2022, 12:18 PM IST

Sports

Latest News

ଭାଲଚନ୍ଦ୍ର ଷଡ଼ଙ୍ଗୀ

ଦେଶର ଅଧିକାଂଶ କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ୍ ତଥା କର୍ମଚାରୀ ଓ ଶିକ୍ଷକ ସଙ୍ଗଠନମାନେ ମାର୍ଚ୍ଚ ୨୮ ଓ ୨୯ ଦୁଇ ଦିନ ଧରି ସର୍ବଭାରତୀୟ ଧର୍ମଘଟ ପାଇଁ ମିଳିତ ଡାକରା ଦେଇଛନ୍ତି। ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନ ଗ୍ୟାସ୍ ସମେତ ଅତ୍ୟାବଶ୍ୟକ ଦ୍ରବ୍ୟର ଦରବୃଦ୍ଧି ବନ୍ଦ କରିବା, ବ୍ୟାଙ୍କ୍‌, ବୀମା, ରେଳବାଇ ପରି ରାଷ୍ଟ୍ରାୟତ୍ତ ସଂସ୍ଥାର ଘରୋଇକରଣ ବନ୍ଦ କରିବା ତଥା ଶ୍ରମିକ ବିରୋଧି ଚାରି ଶ୍ରମକୋଡ଼୍‌କୁ ପ୍ରତ୍ୟାହାର କରିବା ଆଦି ଦାବି ନେଇ ଦେଶବ୍ୟାପି ଶ୍ରମିକ ଓ କର୍ମଚାରୀମାନେ ଏହି ଧର୍ମଘଟରେ ସାମିଲ ହୋଇଛନ୍ତି। କେବଳ ଶାସକ ଦଳ ସହିତ ସମ୍ବନ୍ଧିତ ଶ୍ରମିକ ସଙ୍ଗଠନ ବିଏମ୍‌ଏସ୍‌କୁ ଛାଡ଼ିଦେଲେ ଦେଶର ଅନ୍ୟ ସମସ୍ତ ଶ୍ରମିକ ଓ କର୍ମଚାରୀ ସଙ୍ଗଠନ ଏହି ଧର୍ମଘଟରେ ସାମିଲ ହେବାକୁ ଘୋଷଣା କରିଛନ୍ତି। ଶ୍ରମିକମାନଙ୍କ ଏହି ଧର୍ମଘଟକୁ ଦେଶକ କୃଷକ ସଙ୍ଗଠନମାନଙ୍କ ମିଳିତ ମଂଚ ରୂପେ ପରିଚିତ ‘ସଂଯୁକ୍ତ କିଶାନ୍ ମୋର୍ଚ୍ଚା’ ମଧ୍ୟ ସମର୍ଥନ ଘୋଷଣା କରିବା ସହ ତାକୁ ସଫଳ କରିବାକୁ ସକ୍ରିୟ ଅଂଶଗ୍ରହଣ ପାଇଁ ବି ଘୋଷଣା କରିଛି। ଧର୍ମଘଟରେ ଶ୍ରମିକମାନଙ୍କ ବ୍ୟତିତ କେନ୍ଦ୍ର ଓ ବିଭିନ୍ନ ରାଜ୍ୟର ସରକାରୀ କର୍ମଚାରୀମାନେ ମଧ୍ୟ ସାମିଲ ହେଉଥିବା ବେଳେ ସାରା ଦେଶର ବ୍ୟାଙ୍କ୍ ଓ ବୀମା କର୍ମଚାରୀମାନେ ମଧ୍ୟ ଦୁଇ ଦିନ ଛୁଟି ନେଇ ଭାଗ ନେଉଛନ୍ତି।

ଚଳିତ ଧର୍ମଘଟ ଏଭଳି ଏକ ସମୟରେ ହେଉଛି, ଯେତେବେଳେ ଦେଶରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ରର ଦରଦାମ୍ ଆକାଶଛୁଆଁ ହୋଇଥିବା ବେଳେ ବେରୋଜଗାରୀ ସର୍ବକାଳୀନ ରେକର୍ଡ଼ ଛୁଇଁଛି। ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନ ଗ୍ୟାସ୍‌ର ଦର ରେକର୍ଡ଼ ଛୁଇଁଥିବା ବେଳେ ଡ଼ାଲି, ତେଲ ଆଦି ଅତ୍ୟାବଶ୍ୟକ ସାମଗ୍ରୀ ସାଧାରଣ ଜନତାଙ୍କ ପହଞ୍ଚର ବାହାରକୁ ଚାଲିଯିବାରେ ଲାଗିଛି। ସରକାରଙ୍କ ନବ ଉଦାରବାଦୀ ଅର୍ଥନୀତିର ପରିଣାମ ସ୍ୱରୂପ ଦେଶରେ ଆର୍ଥିକ ଅସମାନତା ବିପଜ୍ଜନକ ସ୍ତରରେ ଯାଇ ପହଂଚିଛି। ଦେଶରେ ଅତିଧନୀ (ବିଲିୟନେୟର)ମାନଙ୍କ ସଂଖ୍ୟାରେ ଦୃତ ବୃଦ୍ଧି ହେଉଥିବା ବେଳେ ୭.୫ କୋଟି ଭାରତୀୟ ଗରିବୀ (ମାସିକ ୪୫୦୦ ଟଙ୍କା ଆୟ) ଭିତରକୁ ଖସି ଆସିଛନ୍ତି। କରୋନା କାଳର ଆଠ ମାସ ମଧ୍ୟରେ ଦେଶର ଦଶ ଜଣ ସବୁଠାରୁ ବଡ଼ ଧନୀଙ୍କ ସମ୍ପତ୍ତିରେ ୪୨ ଲକ୍ଷ କୋଟି ବୃଦ୍ଧି ଦେଖାଯାଇଥିବା ବେଳେ କୋଟି କୋଟି ଭାରତୀୟ ନିଜର ଆୟ ଓ ସଂଚୟ ଉଭୟକୁ ହରାଇଛନ୍ତି। ଏଭଳି ପରିସ୍ଥିତିରେ ସରକାର ତେଲିଆ ମୁଣ୍ଡରେ ତେଲ ଢାଳିବା ଭଳି ଧନୀ କର୍ପୋରେଟ୍‌ମାନଙ୍କ ମୁନାଫାକୁ ଆହୁରି ବଢ଼େଇବା ପାଇଁ ଦେଶର ଶ୍ରମିକ ଶ୍ରେଣୀ ଓ ସେମାନଙ୍କ କଷ୍ଟାର୍ଜିତ ଅଧିକାର ଉପରେ ଆକ୍ରମଣ କରିବା ସ୍ୱାଭାବିକ ଭାବେ ଶ୍ରମିକ ଶ୍ରେଣୀକୁ ପ୍ରତିବାଦର ରାସ୍ତା ଆପଣେଇବାକୁ ବାଧ୍ୟ କରିଛି।

ମାଲିକମାନଙ୍କ ସୁପର ମୁନାଫା ପାଇଁ ସରକାର ଶ୍ରମିକମାନଙ୍କ ସ୍ୱାର୍ଥରେ ରହିଥିବା ଦେଶର ୪୪ଟି ଶ୍ରମ ଆଇନକୁ ଉଚ୍ଛେଦ କରିବାକୁ ଚାହୁଁଛନ୍ତି।  ଇତି ମଧ୍ୟରେ ୨୯ଟି ଶ୍ରମ ଆଇନକୁ ସଂଶୋଧନ କରି ଶ୍ରମିକମାନଙ୍କ ଅଧିକାରକୁ ଏକରକମ ଛଡ଼େଇ ନେଇଛନ୍ତି। ଚାକିରୀର ସ୍ଥାୟୀତ୍ୱ, ସର୍ବନିମ୍ନ ମଜୁରୀ, କାର୍ଯ୍ୟର ଅବଧି ତଥା ସାମାଜିକ ସୁରକ୍ଷା ଆଦିକୁ ଜଳାଞ୍ଜଳି ଦେଇ ଶ୍ରମ ଆଇନରେ ସଂଶୋଧନ କରିବା ସହ ଚାରୋଟି ଶ୍ରମକୋଡ଼କୁ ପ୍ରସ୍ତୁତ କରାଯାଇଛି। ନିଜର ସଂଖ୍ୟାଗରିଷ୍ଠତା ଓ ବିଭିନ୍ନ ସୁବିଧାବାଦୀ ଆଞ୍ଚଳିକ ଦଳର ସମର୍ଥନ ବଳରେ ସରକାର ୨୦୨୦ରେ ସଂସଦରେ ବିନା ଆଲୋଚନାରେ ଚାରୋଟି ଶ୍ରମକୋଡ଼କୁ ଗୃହୀତ କରାଇ ରାଷ୍ଟ୍ରପତିଙ୍କ ସ୍ୱୀକୃତି ନେଇସାରିଛନ୍ତି। ଏପରିକି ଏପରି କରିବା ପୂର୍ବରୁ ସରକାର ଦେଶର ବିରୋଧି ଦଳ କିମ୍ବା ଶ୍ରମିକ ସଙ୍ଗଠନମାନଙ୍କ ସହ ବି ସାମାନ୍ୟତମ ଆଲୋଚନା କରିବାକୁ ଜରୁରୀ ମନେ କରିନାହାନ୍ତି। କେବଳ ସଂଖ୍ୟାବଳର ଜୋରରେ ଏଭଳି ଜନବିରୋଧି ନୀତିକୁ ସରକାର ଲାଗୁ କରିବାକୁ ଏତେ ବ୍ୟାକୁଳ ହେବା ଏଯାଏଁ କେବେ ଦେଖାଯାଇନଥିଲା। ତେବେ ଶ୍ରମିକ ସଙ୍ଗଠନମାନଙ୍କ ଚାପରେ ଗତ ଦୁଇ ବର୍ଷ ଧରି ଶୀତଳ ଭଣ୍ଡାରରେ ପଡ଼ିଥିବା ଉପରୋକ୍ତ ଚାରୋଟି ଶ୍ରମ କୋଡ଼କୁ ଆସନ୍ତା ଏପ୍ରିଲ ପହିଲାରୁ ଦେଶରେ ଲାଗୁ କରିବାକୁ ସରକାର ଚାହୁଁଛନ୍ତି, ଯାହାର ପ୍ରତିବାଦ ସ୍ୱରୂପ ଦେଶର ଶ୍ରମିକମାନେ ଦେଶବ୍ୟାପି ଧର୍ମଘଟର ଡାକରା ଦେଇଛନ୍ତି।

ସରକାରଙ୍କ ଯୁକ୍ତି ହେଲା, ଦେଶରେ ରହିଥିବା ଶ୍ରମ ଆଇନଗୁଡ଼ିକ କର୍ପୋରେଟ୍‌ମାନଙ୍କ ପୁଞ୍ଜିନିବେଶ ପାଇଁ ପରିପନ୍ଥୀ ହୋଇଆସିଛି ଏବଂ ସେମାନଙ୍କ ବ୍ୟବସାୟର ସୁବିଧା ପାଇଁ ଏହି ଆଇନଗୁଡ଼ିକର ଉଚ୍ଛେଦ କରି ଶ୍ରମକୋଡ଼ର ପ୍ରଣୟନ ଜରୁରୀ। ସେହି କାରଣରୁ ହିଁ ପୂର୍ବରୁ ଥିବା ଶ୍ରମ ଆଇନଗୁଡ଼ିକୁ ଉଚ୍ଛେଦ କରି ଏହି ଶ୍ରମକୋଡ଼କୁ ଅଣାଯାଇଛି। ଅନ୍ୟପକ୍ଷରେ ଶ୍ରମିକ ସଙ୍ଗଠନମାନଙ୍କ ଯୁକ୍ତି ହେଲା, ପୁରୁଣା ଶ୍ରମ ଆଇନ ଶ୍ରମିକମାନଙ୍କ ଅତିତର ରକ୍ତକ୍ଷୟୀ ସଂଗ୍ରାମ ଜରିଆରେ ହାସଲ ହୋଇଥିବା ଶ୍ରମ ଅଧିକାରର ପ୍ରତିଫଳନ ରୂପେ ପୁଞ୍ଜିର ଶୋଷଣରୁ ଶ୍ରମିକମାନଙ୍କୁ ସୁରକ୍ଷା ଦେଇ ଆସିଛି। ସରକାରଙ୍କ ନୂତନ ଶ୍ରମକୋଡ଼୍ କର୍ପୋରେଟ୍‌ଙ୍କ ସୁପର୍ ମୁନାଫା ପାଇଁ ସେସବୁ କଷ୍ଟାର୍ଜିତ ଅଧିକାରକୁ ଛଡ଼େଇ ନେବାକୁ ଉଦ୍ଦିଷ୍ଟ। ଶ୍ରମିକମାନଙ୍କ ଆଶଙ୍କା ହେଲା, ଆଇନଗତ ଭାବେ ସେମାନେ ମାଲିକମାନଙ୍କଠାରୁ ନିଜର ଅଧିକାର ହାସଲ କରିବାକୁ ଯେଉଁ ସୁଯୋଗ ଥିଲା, ତାହା ଶ୍ରମକୋଡ଼୍‌ର ପ୍ରଚଳନ ପରେ ସମାପ୍ତ ହୋଇଯିବ।

ପୁରୁଣା ଶ୍ରମ ଆଇନଗୁଡ଼ିକୁ ଲାଗୁ ହେଉନଥିବାରୁ ସେଗୁଡ଼ିକୁ ଉଚ୍ଛେଦ କରିବା ଜରୁରୀ ହୋଇପଡ଼ିଛି ବୋଲି ମଧ୍ୟ ସରକାର ଯୁକ୍ତି କରୁଛନ୍ତି। ଏଠାରେ ପ୍ରଶ୍ନ ଉଠେ, ଯଦି ପୁରୁଣା ଶ୍ରମ ଆଇନଗୁଡ଼ିକ କାର୍ଯ୍ୟକାରୀ ହେଉନଥିଲା, ତାହେଲେ ସେଗୁଡ଼ିକ ପୁଞ୍ଜିନିବେଶରେ ପ୍ରତିବନ୍ଧକ ହେଉଛି କିପରି? ଏହା ସତ ଯେ ଅତିତରେ ଶ୍ରମିକମାନଙ୍କ ରକ୍ତକ୍ଷୟୀ ଲଢ଼େଇ ଫଳରେ ତିଆରି ହୋଇଥିବା ଶ୍ରମ ଆଇନଗୁଡ଼ିକ ଠିକ୍ ଭାବେ କାର୍ଯ୍ୟକାରୀ ହେଉନଥିଲା ଏବଂ ଶ୍ରମିକମାନଙ୍କୁ ଉପଯୁକ୍ତ ନ୍ୟାୟ ଦେବାରେ ଅକ୍ଷମ ହେଉଥିଲା। ଆଇନରେ ଦିଆଯାଇଥିବା ଅଧିକାଂଶ ଅଧିକାରକୁ ଶ୍ରମିକମାନେ ପାଉନଥିଲେ ଏବଂ ସେସବୁକୁ ପାଇବାକୁ ଅନେକ ସମୟରେ ସେମାନଙ୍କୁ ସଂଘର୍ଷ ହିଁ କରିବାକୁ ପଡ଼ୁଥିଲା। ତେବେ ଶ୍ରମ ଆଇନଗୁଡ଼ିକ ଏଭଳି ଲାଗୁ ନହେବା ପାଇଁ ଦାୟୀ କିଏ? ଶ୍ରମିକ ନା ସରକାର? ଏହା ନିଃସନ୍ଦେହ ଯେ ଶ୍ରମ ଆଇନ ଲାଗୁ ନହେବା ପାଇଁ ସରକାର ଓ ତାଙ୍କ ଶ୍ରମ ବିଭାଗ ହିଁ ଦାୟୀ। କାରଣ ସରକାରଙ୍କ ଶ୍ରମ ବିଭାଗ ଅନେକ ସମୟରେ ମାଲିକମାନଙ୍କ ସ୍ୱାର୍ଥରେ କାମ କରିବା ଦେଖାଯାଇଥାଏ। ଅତଏବ ଶ୍ରମ ଆଇନକୁ ଠିକ୍ ରୂପେ କାର୍ଯ୍ୟକାରୀ କରିବାରେ ସରକାରଙ୍କ ଅପାରଗତାର ଦୋଷକୁ ଶ୍ରମିକମାନଙ୍କ ଉପରେ କିପରି ଲଦାଯିବ?

ଶ୍ରମକୋର୍ଡ଼ ନେଇ ଶ୍ରମିକମାନଙ୍କ ଆଶଙ୍କାଟି ଆଦୌ ଅମୂଳକ ନୁହେଁ। ଏହା ଶ୍ରମିକମାନଙ୍କୁ ସମସ୍ତ ପ୍ରକାର ଶ୍ରମ ଅଧିକାର ଏପରିକି ସଂଗଠିତ ହେବାର ବା ୟୁନିଅନ୍ ଗଢ଼ିବାର ଅଧିକାରରୁ ବଂଚିତ କରିବା ସହିତ ମାଲିକଙ୍କ ଅବାଧ ଶୋଷଣ ପାଇଁ ରାସ୍ତା ଖୋଲିଦେବ। କହିବାକୁ ଗଲେ ଏହା କାର୍ଯ୍ୟକାରୀ ହେଲେ ଭାରତର ଶ୍ରମିକମାନେ ଗୋତି ଶ୍ରମିକରେ ପରିଣତ ହେବେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ସରକାର ଶ୍ରମକୋଡ଼ ଆଣିବା ସହିତ ପୂର୍ବରୁ ରହିଥିବା କାରଖାନା ଆଇନ, ନିର୍ମାଣ ଶ୍ରମିକ ଆଇନ ଓ କର୍ମଜୀବୀ ସାମ୍ବାଦିକ ଆଇନକୁ ସମାପ୍ତ କରି ଦେଇଛନ୍ତି। କାର୍ଯ୍ୟସ୍ଥଳରେ ମହିଳାଙ୍କ ସୁରକ୍ଷା, ସଫାସୁତୁରା, ଟଏଲେଟ୍ ଓ ଛୋଟ ଶିଶୁର ଯତ୍ନ ପାଇଁ କ୍ରେଚ୍‌ର ବ୍ୟବସ୍ଥା କରିବାକୁ ମାଲିକମାନଙ୍କୁ ପୂର୍ବରୁ ଯେଉଁ ବାଧ୍ୟତା ରହିଥିଲା, ତାକୁ କୋଡ଼ରେ ସମାପ୍ତ କରି ଦିଆଯାଇଛି।

ମଇ ଦିବସର ଐତିହାସିକ ଲଢ଼େଇର ଫଳସ୍ୱରୂପ ବିଶ୍ୱସାରା ଆଠ ଘଣ୍ଟିଆ କାର୍ଯ୍ୟଦିବସର ପ୍ରଚଳନ ହୋଇଛି। ଆମ ଦେଶରେ ମଧ୍ୟ ଶ୍ରମିକମାନଙ୍କ କାର୍ଯ୍ୟର ଅବଧିଟି ଦୈନିକ ଆଠ ଘଣ୍ଟା ରହିଆସିଛି। ଆଠଘଣ୍ଟାର କାମ ପରେ ବଳକା ସମୟ କାମ ପାଇଁ ଶ୍ରମିକକୁ ମାଲିକମାନେ ଓଭରଟାଇମ୍ ମଜୁରୀ ଦେବାକୁ ବାଧ୍ୟ। କିନ୍ତୁ ନୂଆ ଶ୍ରମକୋଡ଼୍‌ରେ ସରକାର ଦୈନିକ କାର୍ଯ୍ୟ ଅବଧିକୁ ଆଠ ଘଣ୍ଟାରୁ ୧୨ ଘଣ୍ଟାକୁ ବୃଦ୍ଧି କରିଛନ୍ତି। ଏହାଫଳରେ ଶ୍ରମିକମାନେ ଏକା ମଜୁରୀରେ ହିଁ ଅତିରିକ୍ତ ଚାରିଘଣ୍ଟା କାମ କରିବା ସହିତ ଓଭରଟାଇମ୍ ପାଇବାରୁ ବଂଚିତ ହେବେ। ଏହା ବ୍ୟତିତ ଶ୍ରମିକ ଦୈନିକ କିମ୍ବା ସାପ୍ତାହିକ କିମ୍ବା ମାସିକ ହିସାବରେ ମଜୁରୀ ପାଇବେ ତାକୁ ବି ମାଲିକମାନେ ହିଁ ସ୍ଥିର କରିବେ।

ଯଦିଓ ଶ୍ରମକୋଡ଼୍ ଫଳରେ ସବୁ ଶ୍ରମିକ ଓ କର୍ମଚାରୀ ଶୋଷଣର ଶିକାର ହେବେ,ତେବେ ମହିଳା ଶ୍ରମିକମାନଙ୍କ ଶୋଷଣ ସବୁଠାରୁ ବେଶି ହେବ। ଦୈନିକ କାର୍ଯ୍ୟ ଅବଧିକୁ ବାରଘଣ୍ଟାକୁ ବଢ଼ାଇବା ଫଳରେ ମହିଳା ଶ୍ରମିକମାନେ ସବୁଠାରୁ ବେଶି ସମସ୍ୟାର ସମ୍ମୁଖୀନ ହେବେ। ଯେହେତୁ ସେମାନେ କାର୍ଯସ୍ଥଳରୁ ଫେରିବା ପରେ ରୋଷଇ, ଶିଶୁର ଯତ୍ନ ପରି ଘର କାମ କରିବାକୁ ଏକରକମ ବାଧ୍ୟ, ତେଣୁ କାର୍ଯ୍ୟ ଅବଧିଟି ବଢ଼ିଲେ ସେମାନଙ୍କ ଘରୋଇ କାମ ଉପରେ ତା’ର ଚାପ ପଡ଼ିବ। ସେମାନେ ଘରକାମ କରିବା ପାଇଁ ନିଜର ରୋଜଗାର ଛାଡ଼ିବାକୁ ବାଧ୍ୟହେବେ। କିଛି ହାତଗଣତି କ୍ଷେତ୍ରକୁ ଛାଡ଼ିଦେଲେ ପୂର୍ବରୁ ମହିଳାମାନଙ୍କୁ ରାତ୍ରୀକାଳୀନ ଡିଉଟି କରିବାକୁ ଅନୁମତି ନଥିଲା। ଶ୍ରମକୋଡ଼୍‌ରେ ଏବେ ସେମାନଙ୍କ ସହମତିରେ ରାତ୍ରୀକାଳୀନ ଡିଉଟୀ କରିବାକୁ ଅନୁମତି ଦିଆଯାଇଛି। ଅଥଚ ଡିଉଟୀ ସମୟରେ ସୁରକ୍ଷା ଅଥବା କାମ ପରେ ଘରକୁ ସୁରକ୍ଷିତ ଭାବେ ଫେରିବାର ଦାୟୀତ୍ୱଟି ମାଲିକଙ୍କ ହାତରେ ନ୍ୟସ୍ତ କରାଯାଇନି। ଶ୍ରମକୋଡ଼ରେ ମାତୃକାଳୀନ ଛୁଟିକୁ ସମାପ୍ତ କରି ଦିଆଯାଇଛି। ବର୍ତ୍ତମାନ କେବଳ ସଙ୍ଗଠିତ କ୍ଷେତ୍ରର କର୍ମଚାରୀ ଓ ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ହିଁ ଏହି ସୁବିଧା ଉପଲବ୍ଧ ଥିବା ବେଳେ ଘରୋଇ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀ, ଠିକା/ଆଉଟସୋରସିଂ କର୍ମଚାରୀ ଏବଂ ଅସଙ୍ଗଠିତ କ୍ଷେତ୍ରର ଶ୍ରମିକ ଓ କର୍ମଚାରୀ ଏହାର ସୁବିଧା ପାଉନଥିଲେ। କିନ୍ତୁ ନୂତନ ଶ୍ରମକୋଡ଼୍ ଲାଗୁହେଲେ ସବୁକ୍ଷେତ୍ରର ଶ୍ରମିକ ଓ କର୍ମଚାରୀ ଏହି ସୁବିଧାରୁ ବଂଚିତ ରହିବେ। ଏହା ମାଲିକଙ୍କ ଆର୍ଥିକ ଲାଭ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ଲକ୍ଷ ଲକ୍ଷ ଶ୍ରମିକ ଓ କର୍ମଚାରୀଙ୍କ ମାତୃତ୍ୱକାଳୀନ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିବ।

ଶ୍ରମକୋଡ଼ରେ ଭବିଷ୍ୟନିଧି, ବୋନସ୍ ଆଦିକୁ ଲାଗୁ କରିବାର ଆଇନଗତ ବାଧ୍ୟତାଟିର ସମାପ୍ତି କରିଦିଆଯାଇଛି। ଏପରିକି ସମାନ କାମ ପାଇଁ ସମାନ ବେତନର ବ୍ୟବସ୍ଥାଟିକୁ ମଧ୍ୟ ଉଚ୍ଛେଦ କରାଯାଇଛି। ନୂଆ ବ୍ୟବସ୍ଥାରେ ଶ୍ରମିକ ଓ କର୍ମଚାରୀମାନେ ୟୁନିଅନ୍ ତିଆରି କରିବା ଏକରକମ ଅସମ୍ଭବ ହୋଇଯିବ। ମାଲିକର ଅନ୍ୟାୟ ପ୍ରତିବାଦରେ ଶ୍ରମିକ ଓ କର୍ମଚାରୀମାନେ ସାମୂହିକ ଛୁଟି ନେଲେ ବା ଧର୍ମଘଟ କଲେ ସେମାନଙ୍କ ଉପରେ ଜୋରିମାନା ପକାଯିବ। ଏପରି କରି ସେମାନେ ଶ୍ରମିକମାନଙ୍କ ପ୍ରତିବାଦର ଅମୋଘ ହତିଆର, ଧର୍ମଘଟକୁ ଛଡ଼େଇ ନିଆଯିବ।

ପୂର୍ବର କେନ୍ଦ୍ର ସରକାରମାନେ ଅଙ୍ଗନୱାଡ଼ି, ଆଶା ଆଦି ଅନେକ ଯୋଜନା ବା ସ୍କିମ୍‌ରେ ଲକ୍ଷ ଲକ୍ଷ ଶ୍ରମିକଙ୍କୁ ନିଯୁକ୍ତ କରିଥିଲେ। ସ୍କିମ୍ ୱାର୍କର ବା ଯୋଜନା ଶ୍ରମିକ ଭାବେ ଲୋକପ୍ରିୟ ଏହି ଶ୍ରମିକମାନଙ୍କ ସିଂହ ଭାଗଟି ମହିଳା ଅଟନ୍ତି ଏବଂ ଦେଶର ସ୍ୱାସ୍ଥ୍ୟସେବା ବିଶେଷ କରି ଶିଶୁ ଓ ମାତୃ ସ୍ୱାସ୍ଥ୍ୟସେବାରେ ତଥା ଟୀକାକରଣ ଅଭିଯାନରେ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଆସିଛି। ସେମାନେ ସରକାରୀ କର୍ମଚାରୀର ମାନ୍ୟତା, ଦରମାରେ ବୃଦ୍ଧି ଓ ସାମାଜିକ ସୁରକ୍ଷା ଦାବିରେ ଲଗାତାର ସଂଘର୍ଷରତ ରହିଛନ୍ତି। କିନ୍ତୁ ପରିତାପର ବିଷୟ ଶ୍ରମକୋଡ଼ ଲାଗୁହେବା ଫଳରେ ଏହି ମହିଳା ଶ୍ରମିକମାନେ ନିଜର ଯାହା ବି ଅଧିକାର ରହିଛି ସେଥିରୁ ବଂଚିତ ହେବେ।

ଶ୍ରମକୋଡ଼ରେ ଶ୍ରମିକଙ୍କ ଅପେକ୍ଷା ମାଲିକମାନଙ୍କ ସ୍ୱାର୍ଥ ପାଇଁ ଅଧିକ ବ୍ୟବସ୍ଥା ରହିଛି। ଏଣିକି ଶ୍ରମିକ ଶୋଷଣ କ୍ଷେତ୍ରରେ ଶ୍ରମ ବିଭାଗର ଅଧିକାରୀ ବା ନିରୀକ୍ଷକମାନଙ୍କ କୌଣସି କ୍ଷମତା କିମ୍ବା ଭୂମିକା ରହିବନି। କାର୍ଯ୍ୟକ୍ଷେତ୍ରରେ ଶ୍ରମିକଙ୍କ ଶୋଷଣ କିମ୍ବା ନିର୍ଯ୍ୟାତନା କ୍ଷେତ୍ରରେ ସେମାନେ ସ୍ୱତଃ ଭାବେ ତାର ନିରୀକ୍ଷଣ କିମ୍ବା ମାଲିକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାର କ୍ଷମତାଟି ରହିବନି। ଶ୍ରମ ବିଭାଗ ମାଲିକମାନଙ୍କୁ କେବଳ ଅନୁନୟ ବିନୟ ଜରିଆରେ ହିଁ ଶ୍ରମିକମାନଙ୍କ ଯାହା କିଛି ଦାବି ପୂରଣ କରିପାରିବ। ଶ୍ରମ ଅଦାଲତମାନଙ୍କରେ ଏଣିକି ବିଚାର ବିଭାଗୀୟ ଅଧିକାରୀଙ୍କ ସହିତ ପ୍ରଶାସନିକ ଅଧିକାରୀମାନେ ବସିବେ। ଏହାଫଳରେ ନ୍ୟାୟିକ ପ୍ରକ୍ରିୟା ଦୁର୍ବଳ ହେବା ସହ ମାଲିକମାନଙ୍କ ପକ୍ଷରେ ହିଁ ରାୟ ଆସିବ।

ଶ୍ରମିକମାନଙ୍କ ଦ୍ୱିତୀୟ ପ୍ରମୁଖ ଦାବି ହେଲା, ମୁଦ୍ରୀକରଣ ନାଁରେ ରାଷ୍ଟ୍ରାୟତ୍ତ କ୍ଷେତ୍ରରେ ଥିବା ଶିଳ୍ପ ଓ ସଂସ୍ଥାମାନଙ୍କ ଘରୋଇକରଣକୁ ବନ୍ଦ କରିବା। ପୂର୍ବରୁ ସରକାର ଦେଶର ରାଷ୍ଟ୍ରାୟତ୍ତ କ୍ଷେତ୍ରରେ ଥିବା ବ୍ୟାଙ୍କ୍‌, ବୀମା ଆଦିକୁ ବିକ୍ରି ପ୍ରକ୍ରୀୟାଟିକୁ ଆରମ୍ଭ କରିସାରିଛନ୍ତି। ଦେଶର ରେଳବାଇ, ଜାତୀୟ ରାଜପଥ, ବିମାନ ବନ୍ଦର ଓ ବନ୍ଦର ଆଦି ଭିତ୍ତିଭୂମିକୁ ଦେଶୀ ବିଦେଶୀ ଘରୋଇ କମ୍ପାନୀଙ୍କୁ ହସ୍ତାନ୍ତର କରିବା ବି ଆରମ୍ଭ ହୋଇଛି। କିନ୍ତୁ ପ୍ରଥମ ଥର ପାଇଁ ସରକାର ନିଜ ଅଧିନରେ ଥିବା ସରକାରୀ ଜମିକୁ ବି ଶାଗମାଛ ଦରରେ କମ୍ପାନୀମାନଙ୍କୁ ବିକ୍ରି କରିବାକୁ ସ୍ଥିର କରିଛନ୍ତି। ଜମିର ମୁଦ୍ରୀକରଣ ନାଁରେ ବିଭିନ୍ନ ରାଷ୍ଟ୍ରାୟତ୍ତ ସଂସ୍ଥା ଓ ସରକାରୀ ବିଭାଗ ଅଧିନରେ ଥିବା ମୂଲ୍ୟବାନ ଜମିକୁ ଦେଶୀ ବିଦେଶୀ ବୃହତ୍ତ କର୍ପୋରେଟ୍‌ଙ୍କୁ ବିକ୍ରି କରିବାକୁ ଇତି ମଧ୍ୟରେ ସରକାର ‘ଜାତୀୟ ଜମି ମୁଦ୍ରୀକରଣ ନିଗମ’ ନାଁରେ ଏକ ସଂସ୍ଥା ମଧ୍ୟ ଗଠନ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆତ୍ମନିର୍ଭର ଭାରତ ନିର୍ମାଣ କଥା କହୁଥିବା ସରକାରଙ୍କ ଏହି ଘରୋଇକରଣ ଉଦ୍ୟମ ଦେଶର ସ୍ୱାର୍ଥ ବିରୋଧି ଏବଂ କେବଳ ଦେଶୀ ବିଦେଶୀ ବୃହତ୍ତ କର୍ପୋରେଟ୍‌ଙ୍କୁ ଫାଇଦା ପହଞ୍ଚାଇବ। ଉପରୋକ୍ତ ନୀତି ଦେଶର ବିଭିନ୍ନ କ୍ଷେତ୍ରରେ ସରକାରଙ୍କ କ୍ଷମତା ଓ ଆୟକୁ ହ୍ରାସ କରିବା ସହିତ ସେସବୁରେ କାର୍ଯ୍ୟରତ ଲକ୍ଷ ଲକ୍ଷ ଶ୍ରମିକ ଓ କର୍ମଚାରୀଙ୍କୁ କ୍ଷତିଗ୍ରସ୍ତ କରିବ। ଏହି ନୀତି ଯୋଗୁଁ ରାଷ୍ଟ୍ରାୟତ୍ତ ସଂସ୍ଥାମାନଙ୍କରେ ୨୦୨୦ ମସିହା ସୁଦ୍ଧା ମୋଟ କାର୍ଯ୍ୟରତ କର୍ମଚାରୀଙ୍କ ସଂଖ୍ୟା ୧୬.୫ ଲକ୍ଷରୁ ୯.୮ ଲକ୍ଷକୁ ହ୍ରାସ ପାଇଛି। ଗତ ଦୁଇ ବର୍ଷ ମଧ୍ୟରେ ଏହି ସଂଖ୍ୟା ଆହୁରି ହ୍ରାସ ପାଇଛି। ରାଷ୍ଟ୍ରାୟତ୍ତ ସମ୍ପତ୍ତିର ଘରୋଇକରଣ ବିଭିନ୍ନ କ୍ଷେତ୍ରରେ ଘରୋଇ କମ୍ପାନୀଙ୍କ ଏକାଧିକାର ପ୍ରତିଷ୍ଠା କରିବା ସହିତ ନିଯୁକ୍ତି ହ୍ରାସ କରିବ।

ଶ୍ରମିକମାନଙ୍କ ଆଉ ଏକ ବଡ଼ ଦାବି ହେଲା, ଦେଶରେ ଶ୍ରମିକମାନଙ୍କ ଦୟନୀୟ ସ୍ଥିତିକୁ ସୁଧାରିବା ଦିଗରେ ପଦକ୍ଷେପ ନେବା। ଶ୍ରମିକଙ୍କ ଉପରେ ମାଲିକଙ୍କ ଶୋଷଣ ଓ ଦାଦାଗିରିକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ସରକାର ନିଶ୍ଚିତ ଅବଧି ରୋଜଗାର ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଏହାର ଅର୍ଥ ହେଲା ମାଲିକ ଯେତେଦିନ ଚାହିଁବ ସେତିକି ଦିନ ହିଁ ଶ୍ରମିକକୁ ନିଜ କାମରେ ନିୟୋଜିତ କରିପାରିବ ଏବଂ ନିଜର ଆବଶ୍ୟକତା ପରେ ତାକୁ ଛଟେଇ କରିବାରେ ଆଉ ଆଇନଗତ ପ୍ରତିବନ୍ଧକ ରହିବନି। ଏଭଳି ଶ୍ରମିକମାନଙ୍କର କୌଣସି ନିଶ୍ଚିତ ଦରମା, ମହଙ୍ଗାଭତ୍ତା ଅଥବା ଅନ୍ୟ କୌଣସି ଅଧିକାର ରହିବ ନାହିଁ। ଅର୍ଥାତ୍ ସେମାନଙ୍କ ଅବସ୍ଥା ଠିକା ଶ୍ରମିକଠାରୁ ବି ଭୟଙ୍କର ହେବ।

ସରକାରଙ୍କ ଶ୍ରମିକ ବିରୋଧି ନୀତି ଲାଗି ଦେଶରେ ସ୍ଥାୟୀ ନିଯୁକ୍ତି ଲଗାତାର ହ୍ରାସ ପାଇବା ସହିତ ଅସ୍ଥାୟୀ ଓ ଚକ୍ତିଭିତ୍ତିକ ତଥା ଆଉଟସୋରସିଂ କର୍ମଚାରୀ ଓ ଶ୍ରମିକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ନବଉଦାର ଅର୍ଥନୀତିର ଯୁଗରେ ଚୁକ୍ତିଭିତ୍ତିକ ନିଯୁକ୍ତିର ପ୍ରବଣତାଟି କେବଳ ଘରୋଇ କ୍ଷେତ୍ରରେ ସିମୀତ ରହିନି ବରଂ ସରକାରୀ କ୍ଷେତ୍ରରେ ବି ବ୍ୟାପକ ରୂପେ ବଢ଼ି ଚାଲିଛି। କେନ୍ଦ୍ର ଓ ରାଜ୍ୟ ସରକାରମାନେ ବି ନିଜର ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ସ୍ଥାୟୀ ପଦବୀଗୁଡ଼ିକ ପାଇଁ ସ୍ଥାୟୀ ନିଯୁକ୍ତି ଦେବା ପରିବର୍ତ୍ତେ ବିଭିନ୍ନ ଠିକା ସଂସ୍ଥା ଜରିଆରେ ଅସ୍ଥାୟୀ ନିଯୁକ୍ତି ଦେବାକୁ ଜୋର୍ ଦେଉଛନ୍ତି। ଠିକା ଶ୍ରମିକ ବା କଣ୍ଟ୍ରାକ୍ଟ ୱାର୍କରସ, ପାର୍ଟ ଟାଇମ୍ ୱାର୍କରସ, କାଜୁଆଲ ୱାର୍କରସ, ଆଉଟସୋରସିଂ ୱାର୍କରସ, ଗେଷ୍ଟ ଏମ୍ପ୍ଳଇଜ୍‌, ଆପରେଣ୍ଟିସ୍‌, ଟ୍ରେନି ଆପରେଣ୍ଟିସ୍ ଆଦି ନାମରେ ବର୍ଷ ବର୍ଷ ଧରି ସ୍ଥାୟୀ କାମରେ ସେମାନଙ୍କୁ ନିଯୁକ୍ତ ଦେଇ ବି ସେମାନଙ୍କୁ ସ୍ଥାୟୀ ଶ୍ରମିକ ବା କର୍ମଚାରୀଙ୍କ ପରି ଦରମା ଅଥବା ଚାକିରୀର ନିରାପତ୍ତା ନଦେଇ ଶୋଷଣ କରାଯାଉଛି। ସରକାରୀ କ୍ଷେତ୍ରରେ ଏହିକ୍ଷଣି ୩୦-୪୦% ଶ୍ରମିକ ଓ କର୍ମଚାରୀଙ୍କୁ ଏବଂ ଘରୋଇ କ୍ଷେତ୍ରରେ ୭୦%ରୁ ଅଧିକ କର୍ମଚାରୀଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଦିଆଯାଇଛି। ସ୍ଥାୟୀ କର୍ମଚାରୀଙ୍କ ଜାଗାରେ ବର୍ଷ ବର୍ଷ ଧରି କାମ କଲେ ବି ଏହି ଅସ୍ଥାୟୀ ବା ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ସ୍ଥାୟୀ କର୍ମଚାରୀଙ୍କ ଦରମାର ଏକ କ୍ଷୁଦ୍ର ଭାଗ ହିଁ ଦରମା ଆକାରରେ ଦିଆଯାଉଛି। ଅନେକ ସମୟରେ ସେମାନେ ସରକାରୀ ଘୋଷିତ ସର୍ବନିମ୍ନ ମଜୁରୀ ବି ପାଉନଥିବା ଦେଖାଯାଉଛି। ଏହି ପରିପ୍ରେକ୍ଷୀରେ ଦେଶର ସମସ୍ତ ଶ୍ରମିକ ଓ କର୍ମଚାରୀଙ୍କୁ ନିୟମିତ ନିଯୁକ୍ତି, ସର୍ବନିମ୍ନ ମଜୁରୀ, ସାମାଜିକ ସୁରକ୍ଷା ଅତ୍ୟନ୍ତ ଜରୁରୀ।

ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ଚାରୋଟି ରାଜ୍ୟରେ ବିଜେପିର ପୁନର୍ବାର ବିଜୟ ପରେ କେନ୍ଦ୍ର ସରକାର ସାଧାରଣ ଜନତାଙ୍କ ଉପରେ ନିଜର ଆକ୍ରମଣକୁ ତୀବ୍ର କରିବା ଆରମ୍ଭ କରିଛନ୍ତି। ନିଜର ରାଜନୈତିକ ସ୍ୱାର୍ଥରେ ନିର୍ବାଚନର ଗତ ଚାରି ମାସ ଧରି ସ୍ଥଗିତ ରହିଥିବା ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍‌ର ଦରକୁ ସରକାର ଇତି ମଧ୍ୟରେ ପୁଣିଥରେ ବୃଦ୍ଧି କରିବା ଆରମ୍ଭ କରିଛନ୍ତି। କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠିର ଜମା ଉପରେ ଦିଆଯାଉଥିବା ସୁଧର ହାରକୁ ମଧ୍ୟ ୮.୫% ରୁ ୮.୧%କୁ ହ୍ରାସ କରିଛନ୍ତି। ଅର୍ଥବ୍ୟବସ୍ଥାକୁ ଗତି ଦେବା ନାଁରେ ଅତିତରେ ଡ଼ାକଘର, ସଳ୍ପସଂଚୟ, ବ୍ୟାଙ୍କ୍ ଓ ବୀମାରେ ଜମା ଉପରେ ସୁଧହାର ଲଗାତାର କମାଯାଇଥିବା ବେଳେ ବର୍ତ୍ତମାନ ପୁଣିଥରେ ତାକୁ କମାଇ ସମାଜର ଗରିବ ଓ ମଧ୍ୟବିତ୍ତଙ୍କ କଷ୍ଟାର୍ଜିତ ଜମା ଉପରେ ହାତ ମାରିବାକୁ ଚେଷ୍ଟା କରୁଛନ୍ତି। ଅତଏବ ଦରଦାମ୍ ବୃଦ୍ଧି ରୋକିବା, ଶ୍ରମିକ ବିରୋଧି ଶ୍ରମକୋଡ଼ର ପ୍ରତ୍ୟାହାର କରିବା, ଶ୍ରମିକମାନଙ୍କ ସ୍ଥିତିରେ ପରିବର୍ତ୍ତନ ତଥା ରାଷ୍ଟ୍ରାୟତ୍ତ ସମ୍ପତ୍ତିର ଘରୋଇକରଣ ବନ୍ଦ କରିବା ଦାବି ନେଇ ଶ୍ରମିକମାନେ ଯେଉଁ ଦୁଇ ଦିନିଆ ଧର୍ମଘଟର ଡାକରା ଦେଇଛନ୍ତି, ତାର ବାର୍ତ୍ତାଟି ସ୍ପଷ୍ଟ। ଆଶା, ନିଜର ଶ୍ରମିକ ବିରୋଧି ନୀତିର ପୁନଃବିଚାର ପାଇଁ ସରକାରଙ୍କୁ ବାଧ୍ୟ କରିବ।

ଫୋନ :  ୯୪୩୭୧୬୬୩୯୧

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story