ଓଡ଼ିଶାରେ ସମୀକରଣ ବଦଳାଇବ କି ଭାରତ ରାଷ୍ଟ୍ର ସମିତି?

ସବୁଠାରୁ ବଡ଼କଥା ହେଉଛି କୋରାପୁଟର ଦୁଇ ପ୍ରମୁଖ ଆଦିବାସୀ ନେତା ଏଥିରେ ମିଶିଲା ପରେ ବିଜେଡିର ଆଦିବାସୀ ଭୋଟ ଉପରେ ଯେପରି କୌଣସି ପ୍ରଭାବ ନପଡ଼େ ସେଥିପାଇଁ ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ ଉନ୍ନତି ପାଇଁ ଗତ କେତେମାସ ତଳେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ନାମରେ ଯେଉଁସବୁ କମିଟି ଗଠନ କରିଛନ୍ତି ତାହାର ଏକ ବୈଠକ ଆହ୍ୱାନ କରି ଏହି ଆଦିବାସୀ ଉନ୍ନୟନ କମିଟିକୁ ଅଧିକ ଅର୍ଥ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ବାସ୍ତବରେ ଦେଖିବାକୁ ଗଲେ ଏହି ସମୀକରଣରେ ବିଜେପି ଓ କଂଗ୍ରେସ ଦଳ ଅଧିକ କ୍ଷତିଗ୍ରସ୍ତ ହେବ। କାରଣ କୋରାପୁଟର ଏହି ଦୁଇ ଆଦିବାସୀ ନେତା ବିଜେପିରେ ଥିଲେ ଓ କଂଗ୍ରେସ ଦଳ ଲୋକସଭା ନିର୍ବାଚନରେ ଯେଉଁ କେତେକ ମୁଷ୍ଟିମେୟ ଆସନ ଉପରେ ନିର୍ଭର କରୁଛି ସେଥିରେ କୋରାପୁଟ ଏକ ପ୍ରମୁଖ ସ୍ଥାନ ରହିଛି। ଓଡ଼ିଶାରେ ବିଆରଏସର ଏହି କାର୍ଯ୍ୟକ୍ରମ ଗୁଡ଼ିକରେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ ଏକ ପ୍ରମୁଖ ଭୂମିକା ଥିବା ଅନୁମାନ କରାଯାଉଛି। ବାସ୍ତବରେ ଯାହା ଜଣାପଡ଼ୁଛି ଭାରତ ରାଷ୍ଟ୍ର ସମିତି ଓଡ଼ିଶା ରାଜନୈତିକ ସମୀକରଣକୁ କିଛି ପରିମାଣରେ ବଦଳାଇ ଦେବା ପାଇଁ ଉଦ୍ୟମ ଆରମ୍ଭ କରିଛି।

bharat rashtra samithi symbol

election symbol of bharat rashtra samithi

Debendra Prusty
  • Published: Thursday, 19 January 2023
  • Updated: 19 January 2023, 04:57 PM IST

News Highlights

  • ଓଡ଼ିଶା ରାଜନୀତିରେ ଉଦୟ ହେବ ଭାରତ ରାଷ୍ଟ୍ର ସମିତି!
  • ବଦଳିବ କି ଓଡ଼ିଶାର ରାଜନୀତିକ ସମୀକରଣ?
  • ଭାରତ ରାଷ୍ଟ୍ର ସମିତି ଯୋଗୁଁ କାହାର ଫାଇଦା ହେବ?

ଓଡ଼ିଶାରେ ଭାରତ ରାଷ୍ଟ୍ର ସମିତି ରାଜ୍ୟ ରାଜନୀତିର ସମୀକରଣକୁ ବଦଳାଇ ଦେବାର ଏକ ସମ୍ଭାବନା ସୃଷ୍ଟି ହୋଇଛି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଗତ କିଛି ବର୍ଷ ହେଲା ଜାତୀୟ ରାଜନୀତିରେ ଆଗ୍ରହ ପ୍ରକାଶ କରି କଂଗ୍ରେସ ବ୍ୟତୀତ ଅନ୍ୟ ଅଣବିଜେପି ମୁଖ୍ୟମନ୍ତ୍ରୀ ଓ ନେତାମାନଙ୍କୁ ବରାବର ଭେଟୁଥିଲେ। କେବଳ ତେଲେଙ୍ଗାନା ରାଜ୍ୟ ପାଇଁ ଅଙ୍ଗୀକାରବଦ୍ଧ ଥିବା କେ. ଚନ୍ଦ୍ରଶେଖର ରାଓ ଲଢ଼େଇ ଓ ଆନ୍ଦୋଳନ ଜରିଆରେ ୟୁପିଏ ସରକାର ସମୟରେ ଆନ୍ଧ୍ର ବିଭାଜନ ଘଟାଇ ତେଲେଙ୍ଗାନା ରାଜ୍ୟ ଗଢ଼ିବାରେ ପ୍ରମୁଖ ଭୂମିକା ନେଇଥିବା ଯୋଗୁ ସେ ତେଲେଙ୍ଗାନାର ଏକ ସର୍ବଗ୍ରହଣୀୟ ନେତାରେ ପରିଣତ ହୋଇଥିଲେ। ୨୦୧୪ ନିର୍ବାଚନରେ ତେଲେଙ୍ଗାନାରେ ବିପୁଳ ସଂଖ୍ୟାଗରିଷ୍ଠତା ସହ କ୍ଷମତା ହାସଲ କଲା ପରେ ବିଧାନସଭାର କାର୍ଯ୍ୟକାଳ ପୂରିବା ପୂର୍ବରୁ ୨୦୧୮ରେ ପୁନର୍ବାର ନିର୍ବାଚନ କରାଇ ସେ ଦ୍ୱିତୀୟ ଥର ପାଇଁ କ୍ଷମତାସୀନ ହୋଇଛନ୍ତି। ଚଳିତ ବର୍ଷର ଶେଷ ଭାଗକୁ ସେଠାରେ ସାନି ନିର୍ବାଚନ ହେବାକୁ ଥିବା ସମୟରେ ଜାତୀୟ ରାଜନୀତି ପାଇଁ ତାଙ୍କର ଆଗ୍ରହ ଭିତରେ ସେ ତେଲେଙ୍ଗାନା ରାଷ୍ଟ୍ର ସମିତି ନାମକୁ ପରିବର୍ତ୍ତନ କରି ଭାରତ ରାଷ୍ଟ୍ର ସମିତିରେ କରିଛନ୍ତି ଓ ନିର୍ବାଚନ କମିଶନ ଏହି ନାମ ପରିବର୍ତ୍ତନକୁ ସ୍ୱୀକୃତି ଦେଇଛନ୍ତି।

ବାସ୍ତବରେ ଜାତୀୟ ରାଜନୀତିରେ ଆଗ୍ରହ ପ୍ରକାଶ କରି କଂଗ୍ରେସ ଦଳକୁ ବାଦ ଦେଇ ଅନ୍ୟ ଅଣବିଜେପି ଦଳମାନଙ୍କୁ ଏକଜୁଟ କରିବାର ସେ ଏକ ତୃତୀୟ ମେଂଟର ସ୍ୱପ୍ନ ଦେଖୁଛନ୍ତି। ସେହି କ୍ରମରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। କିନ୍ତୁ ନବୀନ ପଟ୍ଟନାୟକ ସଂପୂର୍ଣ୍ଣ ଭାବରେ ଓଡ଼ିଶା ପାଇଁ ଅଙ୍ଗୀକାରବଦ୍ଧ ଥିବାରୁ ସେ କୌଣସି ଜାତୀୟ ମେଣ୍ଟରେ ଯୋଗଦେବେ ନାହିଁ ବୋଲି ଜଣାଇଦେଇଥିଲେ। ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଏନସିପି ନେତା ଶରଦ ପାୱାରଙ୍କୁ ମଧ୍ୟ ଭେଟିଥିଲେ। ଶରଦ ପାୱାର ଓ ଉଦ୍ଧବ ଠାକରେଙ୍କ ଶିବସେନା ଏବେ ମହାରାଷ୍ଟ୍ରରେ କଂଗ୍ରେସ ସହିତ ବୁଝାମଣାରେ ଥିବାରୁ କଂଗ୍ରେସକୁ ବାଦ ଦେଇ କୌଣସି ମେଣ୍ଟରେ ମିଶିବାକୁ ଆଗ୍ରହ ପ୍ରକାଶ କରିନଥିଲେ। ଠିକ୍ ସେହିପରି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସେ ସାକ୍ଷାତ କରିଥିଲେ ମଧ୍ୟ ଦେଶରେ ବିରୋଧୀ ଦଳମାନଙ୍କର ଏକତାର ଆବଶ୍ୟକତା ଥିଲେ ମଧ୍ୟ ତୃତୀୟ ମେଣ୍ଟର ଆବଶ୍ୟକତା ନାହିଁ ବୋଲି ଜଣାଇ ଦେଇଥିଲେ। ମମତା ବାନାର୍ଜୀ ମଧ୍ୟ ତୃତୀୟ ମେଣ୍ଟ ପାଇଁ ଏକଦା ଆଗ୍ରହୀ ଥିଲେ ମଧ୍ୟ ଚନ୍ଦ୍ରଶେଖର ରାଓଙ୍କ ମେଣ୍ଟରେ କମ୍ୟୁନିଷ୍ଟମାନେ ଜଡ଼ିତ ହେଉଥିବା ଓ ଭବିଷ୍ୟତରେ କଂଗ୍ରେସ ସହ ମେଣ୍ଟ ସମ୍ଭାବନା ଥିବାରୁ ସେ ଏଥିରେ ଯଥେଷ୍ଟ ଆଗ୍ରହ ପ୍ରକାଶ କରିନାହାନ୍ତି। କିନ୍ତୁ ଦିଲ୍ଲୀ ଓ ପଂଜାବରେ କ୍ଷମତାରେ ଥିବା ଆମ୍ ଆଦମୀ ପାର୍ଟି ଓ ଉତ୍ତର ପ୍ରଦେଶରେ ପ୍ରଭାବଶାଳୀ ଥିବା ସମାଜବାଦୀ ପାର୍ଟି ଚନ୍ଦ୍ରଶେଖର ରାଓଙ୍କ ଉଦ୍ୟମ ଦ୍ୱାରା ସେମାନଙ୍କର କୌଣସି କ୍ଷତି ହୋଇନଥିବାରୁ ଓ ରାଓ ବ୍ୟକ୍ତିଗତ ଭାବରେ କଂଗ୍ରେସ ଅପେକ୍ଷା ବିଜେପିକୁ ପ୍ରଧାନ ଶତ୍ରୁ ଭାବରେ ବିଚାର କରୁଥିବାରୁ ସେମାନେ ରାଓଙ୍କ ଉଦ୍ୟମ ପ୍ରତି ସହମତି ପ୍ରକାଶ କରିଛନ୍ତି।

ବାସ୍ତବରେ ତେଲେଙ୍ଗାନାରେ ବିଧାନସଭା ଭୋଟ ଆଧାରରେ କଂଗ୍ରେସ ଚନ୍ଦ୍ରଶେଖର ରାଓଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହୋଇଥିଲେ ମଧ୍ୟ ଗତ କିଛି ବର୍ଷ ମଧ୍ୟରେ ବିଜେପି ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବରେ କାର୍ଯ୍ୟ କରୁଛି। କେତେକ ଉପନିର୍ବାଚନରେ ବିଜେପିର ବିଜୟ ସହିତ ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନରେ ଅମିତ ଶାହାଙ୍କ ଉଦ୍ୟମ ଯୋଗୁ ବିଜେପି ଏକ ପ୍ରମୁଖ ଦଳ ଭାବରେ ତେଲେଙ୍ଗାନା ରାଷ୍ଟ୍ର ସମିତିକୁ ଆହ୍ୱାନ ଦେଇଥିବାରୁ ଚନ୍ଦ୍ରଶେଖର ରାଓ ବିଜେପିକୁ ହିଁ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିଚାର କରୁଛନ୍ତି। ବିଜେପିର ନୀତି ଓ ଆଦର୍ଶ ସହିତ ତାଙ୍କର ପୂରା ମତଭେଦ ପରିଲକ୍ଷିତ ହୋଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କର ଝିଅଙ୍କ ବିରୋଧରେ ଇଡି ମାମଲା ପୂର୍ବରୁ ତେଲେଙ୍ଗାନା ସରକାର ବିଜେପି ପକ୍ଷରୁ ରାଜ୍ୟରେ ଅପରେସନ କମଲ ଅଭିଯୋଗ କରି ବିଧାୟକମାନଙ୍କୁ ଟଙ୍କା ଦେଇ କରାୟତ୍ତ କରୁଥିବାର ଏକ ମାମଲା ଦାୟର କରି ଗିରଫଦାରୀ ଅଭିଯାନ ଚଳାଇଥିବା ସମୟରେ ହାଇକୋର୍ଟ ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିଛି।

ଭାରତ ରାଷ୍ଟ୍ର ସମିତି ଗଠିତ ହେଲା ପରେ ତେଲେଙ୍ଗାନାର ଖମାମରେ ଆୟୋଜିତ ବିଶାଳ ଜନସଭାରେ କେରଳର ସିପିଏମ ମୁଖ୍ୟମନ୍ତ୍ରୀଙ୍କ ସମେତ ସିପିଆଇର ସାଧାରଣ ସଂପାଦକ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ପଂଜାବ ମୁଖ୍ୟମନ୍ତ୍ରୀ ଓ ସମାଜବାଦୀ ମୁଖ୍ୟ ଅଖିଳେଶ ଯାଦବ ପ୍ରମୁଖ ଯୋଗଦେଇ ଯେଉଁ ବାର୍ତ୍ତା ପ୍ରଦାନ କରିଛନ୍ତି ତାହା ମୁଖ୍ୟତଃ ବିଜେପି ବିରୋଧୀ ରଣହୁଙ୍କାର ବୋଲି ବୁଝିବାକୁ ପଡ଼ିବ। ଭାରତ ରାଷ୍ଟ୍ର ସମିତି ଅନ୍ୟ ରାଜ୍ୟରେ ରାଜନୀତି ଉପରେ କଣ ପ୍ରଭାବ ପକାଇବ ଜଣାନାହିଁ। କିନ୍ତୁ ଓଡ଼ିଶା ରାଜନୀତି ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିବା ଆରମ୍ଭ ହୋଇଛି। ଭାରତ ରାଷ୍ଟ୍ର ସମିତି ଗଠନ ପୂର୍ବରୁ ଓଡ଼ିଶାର କୃଷକ ଆନ୍ଦୋଳନ ଚଳାଇଥିବା ନବନିର୍ମାଣ କୃଷକ ଆନ୍ଦୋଳନର ମୁଖ୍ୟ ନେତାମାନଙ୍କ ସହିତ ସଂପର୍କ ସ୍ଥାପନ କରି ସେମାନଙ୍କୁ ଦଳରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଥିଲେ। ଅକ୍ଷୟ କୁମାର ଓ ଶେଷଦେବ ନନ୍ଦ ପ୍ରମୁଖ ଏହି ନିବେଦନକୁ ଗ୍ରହଣ କରି ଦଳର ନାମ ପରିବର୍ତନ ହେବା ପରେ ସେଥିରେ ଯୋଗଦେବା ପାଇଁ ରାଜି ହୋଇଥିଲେ। ଏହି କ୍ରମରେ ଗତ ସପ୍ତାହରେ ଓଡ଼ିଶାର ପ୍ରଥମ ଆଦିବାସୀ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଯିଏ କି ପାର୍ଲାମେଣ୍ଟରେ ଦୀର୍ଘକାଳ ରହିବାର ରେକର୍ଡ ଅର୍ଜନ କରିଛନ୍ତି ଏବଂ କଂଗ୍ରେସ ଛାଡ଼ି ଗତ ପାଂଚବର୍ଷ ହେଲା ବିଜେପିରେ ଅଛନ୍ତି ସେ ତାଙ୍କୁ ସାକ୍ଷାତ କରିବା ପରେ ତାଙ୍କର ପୁତ୍ର ଶିଶିର ଗମାଙ୍ଗ ଯିଏ କି ଗତ ନିର୍ବାଚନରେ ବିଜେପିର ବିଧାନସଭା ପ୍ରାର୍ଥୀ ହୋଇଥିଲେ ସେ ସ୍ପଷ୍ଟଭାବେ କହିଛନ୍ତି ଯେ, ଭାରତ ରାଷ୍ଟ୍ର ସମିତିରେ ଯୋଗଦେବା ପାଇଁ ସେମାନଙ୍କୁ ନିମନ୍ତ୍ରଣ କରାଯାଇଛି। ଶ୍ରୀ ଗମାଙ୍ଗଙ୍କ ସହିତ ଚନ୍ଦ୍ରଶେଖର ରାଓଙ୍କର ପୂର୍ବରୁ ପାର୍ଲାମେଣ୍ଟରେ ସଂପର୍କ ଥିଲା ଓ ସେମାନଙ୍କ ଭିତରେ ବନ୍ଧୁତା ରହିଛି। ପରେ ପରେ ଗତ ନିର୍ବାଚନରେ ବିଜେପିର କୋରାପୁଟ ଲୋକସଭା ପ୍ରାର୍ଥୀ ହୋଇଥିବା ଜୟରାମ ପାଙ୍ଗୀ ଯିଏ କି ନିକଟରେ ବିଜେପି ଛାଡ଼ିଛନ୍ତି ସେ ମଧ୍ୟ ଚନ୍ଦ୍ରଶେଖର ରାଓଙ୍କୁ ସାକ୍ଷାତ କରିଛନ୍ତି। ପାଙ୍ଗୀ ମଧ୍ୟ ପୂର୍ବରୁ ଲୋକସଭାର ସାଂସଦ ଥିଲେ ଓ ରାଜ୍ୟରେ ୪ ଥର ବିଧାୟକ ହୋଇଥିଲେ। ଏହି ଦୁଇ ଜଣଙ୍କର କୋରାପୁଟ ଜିଲା ଆଦିବାସୀଙ୍କ ଭିତରେ ନିବିଡ଼ ସଂପର୍କ ରହିଛି। ବାସ୍ତବରେ ଗତ ନିର୍ବାଚନରେ ପାଙ୍ଗୀ ପ୍ରାର୍ଥୀ ହେବା ଫଳରେ କୋରାପୁଟ ଲୋକସଭା ଆସନରେ ବିଜେଡି ହାରିଯାଇଥିଲା ଓ କଂଗ୍ରେସ ବିଜୟୀ ହୋଇଥିଲା।

ଅକ୍ଷୟ କୁମାରଙ୍କ ଭାରତ ରାଷ୍ଟ୍ର ସମିତିରେ ଯୋଗଦାନ ପାଇଁ ଏକ ପ୍ରକାର ନିଷ୍ପତ୍ତି ପରେ ଓଡ଼ିଶାରୁ କେତେ ଅଧିକ ନେତାଙ୍କୁ ଏହି ଦଳକୁ ଆକର୍ଷଣ କରାଯାଇପାରିବ ସେଥିପାଇଁ ସେ ଉଦ୍ୟମ କରି ରାଜ୍ୟରେ ସୂଚନା ଅଧିକାର ଆନ୍ଦୋଳନରେ ପ୍ରମୁଖ ଭୂମିକା ନେଇ ଆସିଥିବା ପ୍ରଦୀପ ପ୍ରଧାନଙ୍କୁ ସାଙ୍ଗରେ ନେଇ ଚନ୍ଦ୍ରଶେଖର ରାଓଙ୍କ ସହିତ ସାକ୍ଷାତ କରାଇଛନ୍ତି। ଯଦି ଶ୍ରୀ ପ୍ରଧାନ ଏହି ଦଳରେ ଯୋଗ ଦିଅନ୍ତି ତେବେ ତାଙ୍କ ସହିତ ସାରା ଓଡ଼ିଶାରେ ଥିବା ଏହି ଆନ୍ଦୋଳନର ଅନେକ ନେତା ସାମିଲ ହେବେ। ନବନିର୍ବାଣ କୃଷକ ସଂଗଠନର ସଂଗଠନ ସହିତ ଜଡ଼ିତ କର୍ମୀ ଓ ନେତାମାନେ ମଧ୍ୟ ଏହି ସଂଗଠନକୁ ଆସିବାର ସମ୍ଭାବନା ରହିଛି। ତେଲେଙ୍ଗାନା ସରକାର କୃଷକମାନଙ୍କ ସଂପର୍କରେ ଯେଉଁ ନୀତି ଗ୍ରହଣ କରିଛନ୍ତି ତାହାରି ଫଳସ୍ୱରୂପ ଓଡ଼ିଶାରେ ବିଜୁ ଜନତା ଦଳ ସରକାର ଗତ ନିର୍ବାଚନ ପୂର୍ବରୁ କାଳିଆ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ତେଲେଙ୍ଗାନାରେ ଯେକୌଣସି କୃଷକର ଆତ୍ମହତ୍ୟା ଘଟଣାରେ ସିଧାସଳଖ ରାଜ୍ୟ ସରକାର ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେଉଛନ୍ତି। କୃଷି ପାଇଁ ଜଳସେଚନ କାର୍ଯ୍ୟକ୍ରମରେ ତେଲେଙ୍ଗାନା ସରକାର ସାରା ଦେଶରେ ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି। ତେଣୁ ନବନିର୍ମାଣ କୃଷକ ସଂଗଠନ ଆନ୍ଦୋଳନ ଛାଡ଼ି ଆଗାମୀ ସରକାର କୃଷକର ସରକାର ହେବା ପାଇଁ ସ୍ଲୋଗାନ ଦେବା ପାଇଁ ଏଥିରେ ସାମିଲ ହେବେ।

କିନ୍ତୁ ସବୁଠାରୁ ବଡ଼କଥା ହେଉଛି କୋରାପୁଟର ଦୁଇ ପ୍ରମୁଖ ଆଦିବାସୀ ନେତା ଏଥିରେ ମିଶିଲା ପରେ ବିଜେଡିର ଆଦିବାସୀ ଭୋଟ ଉପରେ ଯେପରି କୌଣସି ପ୍ରଭାବ ନପଡ଼େ ସେଥିପାଇଁ ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ ଉନ୍ନତି ପାଇଁ ଗତ କେତେମାସ ତଳେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ନାମରେ ଯେଉଁସବୁ କମିଟି ଗଠନ କରିଛନ୍ତି ତାହାର ଏକ ବୈଠକ ଆହ୍ୱାନ କରି ଏହି ଆଦିବାସୀ ଉନ୍ନୟନ କମିଟିକୁ ଅଧିକ ଅର୍ଥ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ବାସ୍ତବରେ ଦେଖିବାକୁ ଗଲେ ଏହି ସମୀକରଣରେ ବିଜେପି ଓ କଂଗ୍ରେସ ଦଳ ଅଧିକ କ୍ଷତିଗ୍ରସ୍ତ ହେବ। କାରଣ କୋରାପୁଟର ଏହି ଦୁଇ ଆଦିବାସୀ ନେତା ବିଜେପିରେ ଥିଲେ ଓ କଂଗ୍ରେସ ଦଳ ଲୋକସଭା ନିର୍ବାଚନରେ ଯେଉଁ କେତେକ ମୁଷ୍ଟିମେୟ ଆସନ ଉପରେ ନିର୍ଭର କରୁଛି ସେଥିରେ କୋରାପୁଟ ଏକ ପ୍ରମୁଖ ସ୍ଥାନ ରହିଛି। ଓଡ଼ିଶାରେ ବିଆରଏସର ଏହି କାର୍ଯ୍ୟକ୍ରମ ଗୁଡ଼ିକରେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ ଏକ ପ୍ରମୁଖ ଭୂମିକା ଥିବା ଅନୁମାନ କରାଯାଉଛି। ବାସ୍ତବରେ ଯାହା ଜଣାପଡ଼ୁଛି ଭାରତ ରାଷ୍ଟ୍ର ସମିତି ଓଡ଼ିଶା ରାଜନୈତିକ ସମୀକରଣକୁ କିଛି ପରିମାଣରେ ବଦଳାଇ ଦେବା ପାଇଁ ଉଦ୍ୟମ ଆରମ୍ଭ କରିଛି।

ରବି ଦାସ

ବରିଷ୍ଠ ସାମ୍ବାଦିକ

ମୋ: ୮୦୧୮୦୯୪୪୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story