କର୍ଣ୍ଣାଟକରେ ଜେଡିଏସ୍‌ ହେବ କି କିଙ୍ଗମେକର?

ପ୍ରିୟଙ୍କା ଗାନ୍ଧି ନିଜ ଜେଜେମା ଇନ୍ଦିରା ଗାନ୍ଧିଙ୍କ ଭଳି ରୁଦ୍ରାକ୍ଷମାଳ ଧାରଣ କରି ଭାଷଣ ଦେଉଛନ୍ତି। କଂଗ୍ରେସ ଜିତିଲେ ପ୍ରିୟଙ୍କା-ରାହୁଲ ଗାନ୍ଧି ଦେଶରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ବିକଳ୍ପ ହେବେ। କଂଗ୍ରେସ ଦଳ କର୍ଣ୍ଣାଟକରେ ପରାଜିତ ହେବ ତ ସିଦ୍ଧରମେୟା, ପିକେ ଶିବକୁମାର ଏବଂ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠିବ।

Karnataka Assembly

Karnataka Assembly

Debendra Prusty
  • Published: Thursday, 04 May 2023
  • Updated: 04 May 2023, 04:47 PM IST

News Highlights

  • କର୍ଣ୍ଣାଟକରେ କିଏ ଗଢ଼ି ସରକାର ନେଇ ପ୍ରାକ୍‌ ନିର୍ବାଚନୀ ଜନମତ ଆକଳନ ପ୍ରକାଶ ପାଇଛି।
  • ପ୍ରାକ୍‌ ନିର୍ବାଚନ ଜନମତ ଆକଳନ ଅନୁସାରେ ଜେଡିଏସ ଏଥର କିଙ୍ଗମେକର ହେବାର ସମ୍ଭାବନା ଅଛି।
  • କେତେକ ସର୍ଭେରେ କଂଗ୍ରେସ ଓ ଅନ୍ୟ କେତେକ ସର୍ଭେରେ ବିଜେପି ଆଗରେ ଥିଲେ ବି ଜେଡିଏସ ନିଜର ସ୍ଥିତି ବଜାୟ ରଖିବାର ସମ୍ଭାବନା ରହିଛି।

Sports

Latest News

କର୍ଣ୍ଣାଟକ କଂଗ୍ରେସ ଏବେ ବିଜୟ ଭଙ୍ଗୀରେ। ଅତି କମରେ ଏହି ଦଳର ନେତାଙ୍କ ଦେହର ଭାଷା ଏହି ଦିଶାରେ। ଏହି ଦଳ ଯେଉଁ ଦଳକୁ ହରାଇବାକୁ ଚାହୁଁଛି ସେ ଦଳ କମ୍‌ ଖେଳାଳୀ ନୁହଁ। ମେସିନାରି କାହା ପାଖରେ କମ୍‌ କାହା ପାଖରେ ବେଶୀ ଏହା ମଧ୍ୟ ଚର୍ଚ୍ଚାର ବିଷୟ। ଷଡ଼ଯନ୍ତ୍ର ରଚୁଥିବା ଖେଳାଳୀ ପ୍ରତିଦିନ ନୂଆ ନୂଆ ବ୍ୟୁହ ନିର୍ମାଣ କରୁଛନ୍ତି। ଏହି ବ୍ୟୁହ ଭାଙ୍ଗିବାରେ କଂଗ୍ରେସ ସଫଳ ହେବ କି ନାହିଁ ତାହା ଅଲଗା କଥା, କିନ୍ତୁ ଅତି ଆତ୍ମ ବିଶ୍ୱାସରେ କଂଗ୍ରେସ ଏବେ ବୁଡ଼ିଯାଇଛି।

ବାଙ୍ଗାଲୋରର ଗୋଟିଏ ସର୍ଭେ କମ୍ପାନୀ ‘ଏଡ଼ିନା କମ୍ୟୁନିଟି’ କିଛି ଦିନ ପୂର୍ବରୁ ଗୋଟିଏ ମେଗା ସର୍ଭେ କରିଥିଲା। ଯେଉଁ ସର୍ଭେରେ ୨୨୪ ସଦସ୍ୟ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ୧୩୪ରୁ ୧୪୦ ଆସନ ମିଳିବ ବୋଲି ପୂର୍ବାନୁମାନ କରିଛି। ବିଜେପିକୁ ୫୭ରୁ ୬୫ ଆସନ ମିଳିପାରେ ବୋଲି ଏହି ସର୍ଭେ ସଂସ୍ଥା ଅନୁମାନ କରିଛି। ସର୍ଭେ ପାଇଁ ଏହି ସଂସ୍ଥା ୧ ହଜାର ସିଟିଜେନ୍‌ ଜର୍ଣ୍ଣାଲିଷ୍ଟଙ୍କୁ ନିଯୁକ୍ତି କରିଥିଲା। ୨୦୪ ବିଧାନସଭା କ୍ଷେତ୍ରର ୪୧ ହଜାର ୧୬୯ ମତଦାତାଙ୍କ ସହ କଥାବାର୍ତ୍ତା କରିଥିଲେ ଏହି ଜର୍ଣ୍ଣାଲିଷ୍ଟ ଦଳ। ଏହା ପରେ ସଂଗୃହୀତ ତଥ୍ୟକୁ ଡାଟା ବ୍ୟାଙ୍କରେ ରଖିଥିଲେ। ଏହାକୁ ନେଇ ଅନୁଶୀଳନ କରାଯାଇଥିଲା। କର୍ଣ୍ଣାଟକର ଭୋଟର କଣ ଚିନ୍ତା କରୁଛନ୍ତି, ଏ ସଂପର୍କରେ ଏହି ସର୍ଭେ ସଂସ୍ଥା ଗୁରୁତ୍ୱ ଦେଇଥିଲା। କର୍ଣ୍ଣାଟକର ମୋଟ ଜନସଂଖ୍ୟାର ୨୩ ପ୍ରତିଶତ ଅତି ଗରିବଙ୍କ ମଧ୍ୟରୁ ୪୮ ପ୍ରତିଶତ ଭୋଟର କଂଗ୍ରେସକୁ, ୨୮ ପ୍ରତିଶତ ବିଜେପିକୁ ଏବଂ ୧୫ ପ୍ରତିଶତ ଜେଡିଏସକୁ ଭୋଟ ଦେଇପାରନ୍ତି ବୋଲି ଏହି ସର୍ଭେ ସଂସ୍ଥା ଅନୁମାନ କରିଛି। ଏଡ଼ିନା କମ୍ୟୁନିଟି ସର୍ଭେ ଅନୁସାରେ କର୍ଣ୍ଣାଟକର ମଧ୍ୟବିତ୍ତ ଶ୍ରେଣୀ ରାଜ୍ୟର ମୋଟ ଜନସଂଖ୍ୟାର ୨୬ ପ୍ରତିଶତ। ଏହି ଶ୍ରେଣୀର ୩୭ ପ୍ରତିଶତ ଲୋକ କଂଗ୍ରେସ ସପକ୍ଷରେ ମତଦେବେ ବୋଲି ଅନୁମାନ କରାଯାଇଛି। ଅତି ଗରିବଙ୍କ ମଧ୍ୟରୁ ଉପରେ ଥିବା ଗରିବଙ୍କ ଭୋଟରଙ୍କ ମଧ୍ୟରୁ ୪୬ ପ୍ରତିଶତ ଭୋଟ ସେୟାର କଂଗ୍ରେସକୁ ଯାଇପାରେ, ବିଜେପିକୁ ୩୨ ପ୍ରତିଶତ ଏବଂ ଜେଡିଏସକୁ ୧୫ ପ୍ରତିଶତ ଭୋଟ ମିଳିପାରେ।

ଲୋୟର ମିଡିଲ୍‌ କ୍ଲାସ ଭୋଟରଙ୍କ ମଧ୍ୟରୁ ୩୭ ପ୍ରତିଶତ ଭୋଟ କଂଗ୍ରେସ ସପକ୍ଷରେ, ୩୬ ପ୍ରତିଶତ ଭୋଟ ବିଜେପି ସପକ୍ଷରେ ଏବଂ ୧୮ ପ୍ରତିଶତ ଭୋଟ ସେୟାର ଜେଡିଏସ୍‌ ସପକ୍ଷରେ ଯାଇପାରେ ବୋଲି ଏହି ସର୍ଭେ ସଂସ୍ଥା ପକ୍ଷରୁ ଅନୁମାନ କରାଯାଇଛି। ଲୋୟର ମିଡ଼ିଲ୍‌ କ୍ଲାସ ଉପରେ ଥିବା ୧୦ ପ୍ରତିଶତ ମିଡିଲ୍‌ କ୍ଲାସ ଭୋଟରଙ୍କ ମଧ୍ୟରୁ ୩୭ ପ୍ରତିଶତ ଭୋଟ କଂଗ୍ରେସ ଆଡ଼କୁ, ୩୮ ପ୍ରତିଶତ ଭୋଟ ବିଜେପି ଆଡ଼କୁ ଏବଂ ୧୮ ପ୍ରତିଶତ ଭୋଟ ଜେଡ଼ିଏସ୍‌ ସପକ୍ଷରେ ଯାଇପାରେ। କର୍ଣ୍ଣାଟକର ଅପର ମିଡିଲ୍‌ କ୍ଲାସ ଭୋଟରଙ୍କ ମଧ୍ୟରୁ ୪୧ ପ୍ରତିଶତ ବିଜେପି ସପକ୍ଷରେ, ୩୭ ପ୍ରତିଶତ କଂଗ୍ରେସ ସପକ୍ଷରେ ଏବଂ ୨୦ ପ୍ରତିଶତ ଜେଡ଼ିଏସ୍‌ ସପକ୍ଷରେ ଯାଇପାରେ ବୋଲି କୁହାଯାଇଛି। ଏଡ଼ିନା କମ୍ୟୁନିଟିର ସର୍ଭେରେ ମିଡ଼ିଲ୍‌ କ୍ଲାସ ଏବଂ ଅପର ମିଡ଼ିଲ୍‌ କ୍ଲାସର ଭୋଟ ୧୪ ପ୍ରତିଶତରୁ ଅଧିକା ବିଜେପି ସପକ୍ଷରେ ଯାଇପାରେ। ଏହି ଶ୍ରେଣୀର ଭୋଟର ଅଧିକ ଭାବେ ବିଜେପିକୁ ପସନ୍ଦ କରିଛନ୍ତି। କିନ୍ତୁ ୬୩ ପ୍ରତିଶତ ଭୋଟର ଏଥର କଂଗ୍ରେସ କ୍ଷମତାକୁ ଆସୁ ବୋଲି ମନ ବଳାଇଛନ୍ତି।

କଂଗ୍ରେସ ଏହା ମଧ୍ୟରେ କର୍ଣ୍ଣାଟକବାସୀଙ୍କୁ ୪ଟି ଗ୍ୟାରେଣ୍ଟି ଦେଇଛି। ପ୍ରଥମତଃ ୨୦୦ ୟୁନିଟ ଯାଏ ମାଗଣା ବିଜୁଳି, ୧୦ କେଜି ମାଗଣାରେ ଚାଉଳ, ଯୁବକଙ୍କୁ ବେକାରି ଭତ୍ତା ଏବଂ ଯେଉଁ ଗରିବ ଘରର ମୁଖ୍ୟ ମହିଳା ତାଙ୍କୁ ଆର୍ଥିକ ସହାୟତାର ଗ୍ୟାରେଣ୍ଟି। ବିଜେପି ମଧ୍ୟ କର୍ଣ୍ଣାଟକବାସୀଙ୍କୁ ପ୍ରତିଶ୍ରୁତି ଦେଇଛି ଯେ, ଦଳ କ୍ଷମତାକୁ ଆସିଲେ ୟୁନିଫର୍ମ ସିଭିଲ୍‌ କୋଡ଼ କାର୍ଯ୍ୟକାରୀ କରିବ, ସମସ୍ତ ୱାର୍ଡ଼ରେ ଅଟଳ ଆହାର କେନ୍ଦ୍ର ଖୋଲିବ, ପ୍ରତ୍ୟେକ କୃଷକଙ୍କୁ ବିହନ କ୍ରୟ ପାଇଁ ବାର୍ଷିକ ୧୦ ହଜାର ଟଙ୍କା ପ୍ରଦାନ କରିବ ଏବଂ ବିପିଏଲ୍‌ ପରିବାରକୁ ମାଗଣାରେ ରୋଷେଇ ସିଲିଣ୍ଡର ଦେବ।

କର୍ଣ୍ଣାଟକରେ ୫ କୋଟି ୨୧ ଲକ୍ଷ ୭୩ ହଜାର ୫୭୯ ଭୋଟର ଅଛନ୍ତି। ଏଥି ମଧ୍ୟରୁ ୪୧ ହଜାର ୧୬୯ ଲୋକଙ୍କ ମତକୁ ଏହି ସର୍ଭେ ସଂସ୍ଥା ଗୁରୁତ୍ୱ ଦେଇଛି। କର୍ଣ୍ଣାଟକରେ ୧୦ ମଇରେ ବିଧାନସଭା ନିର୍ବାଚନ, ୨୨୪ ଆସନ ପାଇଁ ଏହି ନିର୍ବାଚନ ଅନୁଷ୍ଠିତ ହେବ। ଭୋଟ ଗଣତି ୧୩ ମଇରେ ହେବ। ବିଜେପି କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ୬ ହଜାର ୫୦୦ ଶକ୍ତିକେନ୍ଦ୍ର ଗଠନ କରାଯାଇଛି। ୫ ବୁଥ୍‌କୁ ନେଇ ଗୋଟିଏ ଶକ୍ତିକେନ୍ଦ୍ର, ୧୦ ଶକ୍ତିକେନ୍ଦ୍ରକୁ ନିୟନ୍ତ୍ରିତ କରିବା ପାଇଁ ଗୋଟିଏ ମହାଶକ୍ତିକେନ୍ଦ୍ର। ଏହା ମଧ୍ୟରେ କଂଗ୍ରେସ, ବିଜେପି ବିରୋଧରେ ଶବ୍ଦଭେଦୀ ବାଣ ପ୍ରୟୋଗ କରିଥିବାବେଳେ ବିଜେପି ମଧ୍ୟ ଶବ୍ଦଭେଦୀ ବାଣ କଂଗ୍ରେସ ଆଡ଼କୁ ପ୍ରୟୋଗ କରିଛି। ଘୃଣା ସୃଷ୍ଟିକାରୀ ଭାଷଣକୁ ନେଇ ୫ଟି ମାମଲା ଏହା ମଧ୍ୟରେ ରୁଜ୍ଜୁ ହୋଇଛି। ଆଚାର ସଂହିତା ଉଲ୍ଲଙ୍ଘନକୁ ନେଇ ୨ ହଜାର ମାମଲା ରୁଜ୍ଜୁ ହୋଇଥିବାବେଳେ ଏହି ମୋଟ ମାମଲା ମଧ୍ୟରୁ ୫୦ ପ୍ରତିଶତ ମାମଲାରେ ଦୋଷୀ ଚିହ୍ନଟ ହୋଇଛନ୍ତି। ମଦ, ସୁନା ଏବଂ ୨୯୨ କୋଟି ଟଙ୍କା ନଗଦ ଜବତ ହୋଇଛି। ୮୦ ବର୍ଷରୁ ଅଧିକ ବୟସର ୧୨ ଲକ୍ଷ ୧୫ ହଜାର ୭୬୩ ଜଣ ବରିଷ୍ଠ ନାଗରିକଙ୍କ ସହ ୬ ଲକ୍ଷ ଦିବ୍ୟାଙ୍ଗଙ୍କ ପାଇଁ ଭୋଟ ଫ୍ରମ୍‌ ହୋମ୍‌ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି।

ଏହି ବରିଷ୍ଠ ଓ ଦିବ୍ୟାଙ୍ଗ ମତଦାତାମାନେ ୨୯ ଅପ୍ରେଲରୁ ନିଜର ମତଦାନ କରିବେ। ଏହି ମତଦାନ ପ୍ରକ୍ରିୟା ୮ ମଇ ଯାଏଁ ଚାଲିବ। ପ୍ରଧାନମନ୍ତ୍ରୀ ମୋଦି କର୍ଣ୍ଣାଟକରେ ୨୨ଟି ଜନସଭାରେ ଉଦ୍‌ବୋଧନ ଦେଇଛନ୍ତି। ବିଜେପି ପାଇଁ କର୍ଣ୍ଣାଟକର ଏହି ନିର୍ବାଚନ ହେଉଛି ଦକ୍ଷିଣକୁ ଦ୍ୱାର। ଏହି ଦ୍ୱାରରେ ପ୍ରବେଶ ନକଲେ ଆଗାମୀ ଲୋକସଭା ନିର୍ବାଚନ ୨୦୨୪ ବିଜେପି ପାଇଁ ଆଉ ଥରେ ସହଜ ହେବ ବୋଲି ଆଶା କରାଯାଇନପାରେ। ପ୍ରିୟଙ୍କା ଗାନ୍ଧି ନିଜ ଜେଜେମା ଇନ୍ଦିରା ଗାନ୍ଧିଙ୍କ ଭଳି ରୁଦ୍ରାକ୍ଷମାଳ ଧାରଣ କରି ଭାଷଣ ଦେଉଛନ୍ତି। କଂଗ୍ରେସ ଜିତିଲେ ପ୍ରିୟଙ୍କା-ରାହୁଲ ଗାନ୍ଧି ଦେଶରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ବିକଳ୍ପ ହେବେ। କଂଗ୍ରେସ ଦଳ କର୍ଣ୍ଣାଟକରେ ପରାଜିତ ହେବ ତ ସିଦ୍ଧରମେୟା, ପିକେ ଶିବକୁମାର ଏବଂ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠିବ।

ଏଡିନା କମ୍ୟୁୟନିଟି ବ୍ୟତୀତ ଅନ୍ୟ ୬ଟି ସଂସ୍ଥା ପକ୍ଷରୁ ପ୍ରି-ପୋଲ ସର୍ଭେ କରାଯାଇଛି। ସି-ଭୋଟର, ଟିଭି-୯ ପକ୍ଷରୁ କରାଯାଇଥିବା ସର୍ଭେ ଅନୁଯାୟୀ କଂଗ୍ରେସ ଦଳ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ବିଜୟୀ ହେବ। ଏସିଆନେଟ୍‌ ଏବଂ ସୁବର୍ଣ୍ଣା ନ୍ୟୁଜ୍‌ର ‘ଜନ୍‌କି ବାତ’ ଏବଂ ନ୍ୟୁଜ୍‌ ଫାଷ୍ଟ ମୈତ୍ରୀର ସର୍ଭେ ପକ୍ଷରୁ ବିଜେପି ବିଜୟର ପୂର୍ବାନୁମାନ କରାଯାଇଛି। ୨ଟି ସର୍ଭେ ସଂସ୍ଥା କର୍ଣ୍ଣାଟକରେ ଝୁଲା ବିଧାନସଭା ହେବ ବୋଲି ଭବିଷ୍ୟବାଣୀ କରିଛି। ବିସ୍ତାରା ନ୍ୟୁଜର ସର୍ଭେରେ ୮୮ରୁ ୯୩ ଆସନ ବିଜେପିକୁ ମିଳିବ, ୮୪ରୁ ୯୦ କଂଗ୍ରେସକୁ, ଜେଡ଼ିଏସ୍‌କୁ ୨୩ରୁ ୨୬ ମିଳିବ ବୋଲି ପୂର୍ବାନୁମାନ କରାଯାଇଛି। ପିପୁଲ୍ସ ସର୍ଭେ ସଂସ୍ଥାର ରିପୋର୍ଟ ଅନୁସାରେ କଂଗ୍ରେସ ୮୫ରୁ ୧୦୫, ବିଜେପି ୯୨, ଜେଡିଏସ୍‌ ୨୫ରୁ ୩୦ ଆସନ ପାଇବେ। କଂଗ୍ରେସ ପକ୍ଷରୁ ବିଜେପି ବିରୋଧରେ ରଣହୁଙ୍କାର ଦିଆଯାଇଥିବାବେଳେ ବିଜେପି ମଧ୍ୟ କଂଗ୍ରେସକୁ ଧରାଶାୟୀ କରିବା ପାଇଁ ଆହ୍ୱାନ ଦେଇଛି। ତେବେ ସମସ୍ତ ସର୍ଭେ ସଂସ୍ଥାର ସର୍ଭେକୁ ସମୀକ୍ଷା କଲେ ଜଣାଯାଏ ଯେ, ଜେଡିଏସ୍‌ ଏଥର କିଙ୍ଗ ମେକର ହୋଇପାରେ।

ସୂର୍ଯ୍ୟମଣି ମିଶ୍ର, ବରିଷ୍ଠ ସାମ୍ବାଦିକ, ଭୁବନେଶ୍ୱର

ଫୋନ୍‌- ୯୪୩୮୦୦୬୨୧୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story