ବଜେଟ୍‌ରେ ବଦଳିବ କି ବିଦୀର୍ଣ୍ଣ ମଣିଷର ଭାଗ୍ୟ?

ଆଗାମୀ କେନ୍ଦ୍ର ଓ ରାଜ୍ୟ ବଜେଟରେ ଜନ୍ମରୁ ମୃତୁ୍ୟ ପର୍ଯ୍ୟନ୍ତ ସମସ୍ତଙ୍କ ମୁଣ୍ଡରେ ସରକାରଙ୍କ ଋଣର ପାହାଡ଼ ଲଦାଯିବ। ଆମକୁ ମାଗଣା ଖୁଆଇବେ, ବିଷର ଭଣ୍ଡାର ଉପହାର ଦେବେ। ଆମେସବୁ ମାଗଣା ଖିଆ ବିଷାକ୍ତ, ଜଳ, ବାୟୁ, ଖାଦ୍ୟକୁ ପେଟେ ପେଟେ ଖାଇପିଇ ଛଟପଟ ହୋଇ ପ୍ରାଣ ହରାଇବା। ଆମେ ଭାରତବାସୀ ମୋଗଲର ୪୦୦ ବର୍ଷ, ବ୍ରିଟିଶର ୨୦୦ ବର୍ଷ, ମୋଟ ୬୦୦ ବର୍ଷ ଗୋଲାମୀ ଖଟିଛେ। ଆମ ଶିରା ପ୍ରଶିରାରେ ଗୋଲାମୀର ରକ୍ତ କାହିଁ କେଉଁ କାଳରୁ ପ୍ରବାହିତ ହେଉଛି।

union budget

common man's budget

Debendra Prusty
  • Published: Wednesday, 01 February 2023
  • Updated: 01 February 2023, 01:40 PM IST

News Highlights

  • ଦେଶର ୧୪୨ କୋଟି ୮୦ ଲକ୍ଷରୁ ମାତ୍ର ୧୦ ଭାଗ ଅର୍ଥାତ ୧୪ କୋଟି ୨୮ ଲକ୍ଷ ଅମୃତ ପିଇ ପିଇ ଚାଲିଛନ୍ତି, ବାକି ୯୦ ଭାଗ ୧୨୮ କୋଟି ୫୨ ଲକ୍ଷ ହତଭାଗ୍ୟ ଭାରତବାସୀ ବିଷ ପିଇ ମରମର।
  • ରାଜକୋଷରୁ କୋଟି କୋଟି ଡଲାର ଓ ଟଙ୍କା ଖର୍ଚ୍ଚ କରାଯାଇ ବିଶ୍ୱଠାରୁ ରାଜ୍ୟ ପର୍ଯ୍ୟନ୍ତ କ୍ରିକେଟ, ଫୁଟବଲ, ହକି ଖେଳ ଦେଖି ବିଶ୍ୱବାସୀ, ଭାରତବାସୀ, ଓଡ଼ିଶାବାସୀ ଖୁସିରେ ଗଦଗଦ୍ ହୋଇପଡ଼ିଛେ।
  • ସମସ୍ତଙ୍କ ମୁଣ୍ଡରେ ସରକାରଙ୍କ ଋଣର ପାହାଡ଼ ଲଦାଯିବ। ଆମକୁ ମାଗଣା ଖୁଆଇବେ, ବିଷର ଭଣ୍ଡାର ଉପହାର ଦେବେ। ଆମେସବୁ ମାଗଣା ଖିଆ ବିଷାକ୍ତ, ଜଳ, ବାୟୁ, ଖାଦ୍ୟକୁ ପେଟେ ପେଟେ ଖାଇପିଇ ଛଟପଟ ହୋଇ ପ୍ରାଣ ହରାଇବା।

Sports

Latest News

ରାତ୍ର ୧୨.... ରକ୍ତନଦୀରେ ଜୀବନ ଜୁଆର। ଅଗଷ୍ଟ ୧୫.... ମଶାଲ ଲିଭିଯିବା ପରେ ଘଣ୍ଟାର କଣ୍ଟା ପାଖରେ କିନ୍ତୁ ଅଣ୍ଟ ନୂଆଁଇ ଦେଇଛି ମୁକ୍ତିର ମିନିଟ୍। ଘଣ୍ଟାକଣ୍ଟାରେ ଘାଏଲ ହୋଇଛି ସ୍ୱପ୍ନର ସେକେଣ୍ଡ୍। ରାଜନେତାମାନଙ୍କ ମଧ୍ୟରାତ୍ରୀର ମହୋତ୍ସବରେ ପାଳିତ ହୋଇସାରିଛି ସ୍ୱାଧୀନତାର ପର୍ବ। ଏବେ ସ୍ୱାଧୀନତାର ୭୫ତମ ଅମୃତ ମହୋତ୍ସବ ଦେଶସାରା ମହା ଧୁମଧାମରେ ପାଳିତ ହୋଇଯାଇଛି। ଏଇ ଅମୃତ ମହୋତ୍ସବରେ ଭାରତ ମନ୍ଥନରୁ ଯେଉଁ ଅମୃତ ବାହାରିଲା ତାକୁ ୭୫ ବର୍ଷ ହେଲା ଦେଶର ୧୪୨ କୋଟି ୮୦ ଲକ୍ଷରୁ ମାତ୍ର ୧୦ ଭାଗ ଅର୍ଥାତ ୧୪ କୋଟି ୨୮ ଲକ୍ଷ ଅମୃତ ପିଇ ପିଇ ଚାଲିଛନ୍ତି, ବାକି ୯୦ ଭାଗ ୧୨୮ କୋଟି ୫୨ ଲକ୍ଷ ହତଭାଗ୍ୟ ଭାରତବାସୀ ବିଷ ପିଇ ମରମର।

ମହାମାରୀ କୋଭିଡ଼ ସିନା ସାରା ବିଶ୍ୱର ୮୦୦ କୋଟି ମଣିଷଙ୍କ ମେରୁଦଣ୍ଡକୁ ଭାଙ୍ଗି ଦେଇଛି-ଟିକେ କୋହଳ ହେବାରୁ ବିଶ୍ୱ ଫୁଟବଲ ମ୍ୟାଚ୍, ବିଶ୍ୱ କ୍ରିକେଟ ମ୍ୟାଚ୍ ଏବଂ ଏଇ ଜାନୁୟାରୀ ମାସରେ ଆମ ପ୍ରିୟ ଧନୀ ଓଡ଼ିଶାର ଗରୀବ ଲୋକଙ୍କ ଆଖି ଝଲସିଯିବା ଭଳି ବିଶ୍ୱ ହକି ଖେଳ ଅନୁଷ୍ଠିତ ହୋଇଯାଇଛି। ରାଜକୋଷରୁ କୋଟି କୋଟି ଡଲାର ଓ ଟଙ୍କା ଖର୍ଚ୍ଚ କରାଯାଇ ବିଶ୍ୱଠାରୁ ରାଜ୍ୟ ପର୍ଯ୍ୟନ୍ତ କ୍ରିକେଟ, ଫୁଟବଲ, ହକି ଖେଳ ଦେଖି ବିଶ୍ୱବାସୀ, ଭାରତବାସୀ, ଓଡ଼ିଶାବାସୀ ଖୁସିରେ ଗଦଗଦ୍ ହୋଇପଡ଼ିଛେ। ଏଣେ ବର୍ଷେ ପାଖାପାଖି ରୁଷ-ୟୁକ୍ରେନ ଭୟଙ୍କର ରୁକ୍ତମୁଖା ଯୁଦ୍ଧ ଚାଲିଛି। ପୁଣି ୨୦୨୫ରେ ଆମେରିକା-ଚୀନ୍ ଯୁଦ୍ଧ ଲାଗିବ ବୋଲି ଏବେଠୁ ଭବିଷ୍ୟତବାଣୀ ଶୁଣାଗଲାଣି। ଯୁଦ୍ଧ ମଣିଷ ସମାଜକୁ ଧ୍ୱଂସମୁଖୀ କରାଏ। ଯୁଦ୍ଧାସ୍ତ୍ର ଶିଶୁମାନଙ୍କ ହାତରେ ପଡ଼ିଲେ ସେମାନେ ଖେଳନା ବନ୍ଧୁକ ଭଳି ଖେଳନ୍ତି। ଏଣେ ୧୭ ଲକ୍ଷ କ୍ଷୁଦ୍ରାତିକ୍ଷୁଦ୍ର ଭୂତାଣୁ ଅପେକ୍ଷା କରିଛନ୍ତି ସମସ୍ତ ବିଶ୍ୱକୁ ଗ୍ରାସ କରିବାକୁ। ଗୋଟିଏ କ୍ଷୁଦ୍ରଭୂତାଣୁ କୋଭିଡ଼-୧୯ କରୋନାର ଖେଳାଲୀଳା ସମଗ୍ର ବିଶ୍ୱବାସୀଙ୍କୁ ଥରଥର କରି ଚାଲିଛି। ଏ ବିଶ୍ୱରେ ଆଗକୁ ଭୟଙ୍କର ପ୍ରାକୃତିକ, ମନୁଷ୍ୟକୃତ ବିପତ୍ତି, ଦୁର୍ଭିକ୍ଷ, ମହାମାରୀ ପଡ଼ିବ। ପୃଥିବୀରୁ ୭୦୦ କୋଟି ୨୦ ଲକ୍ଷ ମଣିଷ ପୋକମାଛି ଭଳି ମରିଯିବେ। ପଶୁପକ୍ଷୀଙ୍କ କଥା ପଚାରେ କିଏ! ଏ ଘୋର କଳିକାଳ ଯୁଗରେ କଳିଆ, ଠକ, ପାଜି, ଅତ୍ୟାଚାରୀ, ଶୋଷକ, ଯୌନ ବ୍ୟଭିଚାର, ନାରୀ ଧର୍ଷଣକାରୀ, ରାଜକୋଷ ଲୁଟେରାଙ୍କ ମୁଣ୍ଡ ଆଗେ ଗଡ଼ିବ।

ଆମେ କିନ୍ତୁ ଟିକେ ଭାରତ ଆଡ଼କୁ ନଜର ପକାଇବା। ୨୦୨୩ ମସିହା ଅତି ଭୟଙ୍କର ବର୍ଷ ହେବାକୁ ଯାଉଛି। ୨୦୨୪ରେ କେନ୍ଦ୍ର ଓ ବହୁ ରାଜ୍ୟରେ କ୍ଷମତା ଦଖଲ ପାଇଁ ଭୋଟ ହେବ। ଆମେ ଭିକାରିଠାରୁ ମହାମହା ଶିଳ୍ପପତି ପର୍ଯ୍ୟନ୍ତ ଖଣ୍ଡେ ଖଣ୍ଡେ ଭୋଟ ଦେଇ ଆମ ପ୍ରଭୁମାନଙ୍କୁ ଗାଦିନସୀନ କରାଇବା। ସେମାନେ ଆମର ସବୁ ଦୁଃଖ ହରଣ କରି ଆମକୁ ଘିହମହୁରେ ଭସାଇଦେବେ। ଆମେ ସବୁ ଘିଅ ପିଇବା ଆଶାରେ କୋଉଦିନଠୁ ଚାତକ ଭଳି ଚାହିଁ ରହିଛେ।

ଏଇ ୨୦୨୩ ଫେବୃୟାରୀ ପହିଲାରେ କେନ୍ଦ୍ର ବଜେଟ, ରେଳ ବଜେଟ, ପୁଲିସ୍ ସୈନ୍ୟଙ୍କ ପାଇଁ ବଜେଟ ପ୍ରମୁଖ ଏବଂ ରାଜ୍ୟମାନଙ୍କରେ ମଧ୍ୟ ବଜେଟ ଉପସ୍ଥାପନ ହେବ। ସତରେ ଆଜି ଦେଶ ଆଉ ରାଜ୍ୟର ବଜେଟ କ’ଣ ଅଦୃଶ୍ୟ ଗୁଳି ଆଉ ଶୁଳିର ବଜେଟରେ ପରିଣତ ହୋଇଯିବକି? ଏବେ ମାଳିକା କଥା କ’ଣ ସତ ହେବକି? ସମୁଦ୍ରରେ ଉଚ୍ଛୁଳିବ କି? ବିଶ୍ୱରେ ବଡ଼ ବଡ଼ ସହର ବୁଡ଼ିଯିବକି? ସତେ କଣ ଭୂମିକମ୍ପରେ କୋଟି କୋଟି ଜୀବଜଗତ, ଧନସମ୍ପତ୍ତି ରସାତଳକୁ ·ଲିଯିବ କି? ଜୀବଜଗତ ଲୋପ ପାଇଯିବ କି? ଏଇ କୋଟିଏ ଏକ ପ୍ରଶ୍ନର ଉତ୍ତର ଦେବ କିଏ?

ଏମନ୍ତ ଅବସ୍ଥାରେ ଆମେ ସବୁ ଗତି କରୁଛେ। ଏବେ ମୁଣ୍ଡ ଆଉ କାମ କରୁନି। ମନେ ରଖନ୍ତୁ-ମୁକୁଟଠାରୁ ମୁଣ୍ଡ ମୂଲ୍ୟବାନ। ସମସ୍ତେ ମୁକୁଟପ୍ରେମୀ, ମୁଣ୍ଡ କାହାନ୍ତି! ଏହି ଭାରତରେ ଦି’ଟା ମୁଣ୍ଡ ଗାନ୍ଧିଜୀ, ନେତାଜୀ ଥିଲେ। ସେ ମୁଣ୍ଡ ଦି’ଟାକୁ ଆମେ ହତଭାଗା ଭାରତବାସୀ ଗୁଳି କରି, ଉଡ଼ାଜାହଜ ଦୁର୍ଘଟଣା ଘଟାଇ ହତ୍ୟା କରିଦେଲେ। ଏବେ ଖାଲି ଭାରତରେ କଥା କଥାକେ ମୁଣ୍ଡ ଗଡୁଛି। ଯୀଶୁ ଖ୍ରୀଷ୍ଟଙ୍କୁ ହତ୍ୟା କରିବା ଦିନଠୁ କେତେ କେତେ ମହାପୁରୁଷଙ୍କୁ ହତ୍ୟା କରାଗଲାଣି, ତାର ହିସାବ ଖୋଜିଲେ ମୁଣ୍ଡ ଘୂରିଯିବ। କେବଳ କଣ କ୍ଷମତା ପାଇଁ ହତ୍ୟା-ଧନ ସମ୍ପତ୍ତ, ଯୌନ ବ୍ୟଭିଚାର ପ୍ରମୁଖ ପାଇଁ ଏବେ ଖୁଲାମ ଖୁଲା ମୁଣ୍ଡ ଗଡୁଛି।

ଆମେ ଏଥର ଦେଶରକ୍ଷା ପାଇଁ ସୈନିକମାନଙ୍କ ନିମିତ୍ତ, କେନ୍ଦ୍ର ଓ ରାଜ୍ୟ ସୁରକ୍ଷା ପାଇଁ ପୋଲିସ୍ ବାହିନୀ ନିମନ୍ତେ ମୋଟା ଅଙ୍କର ବଜେଟରେ ବ୍ୟୟବରାଦ କରିବା-ଏଣେ ସୈନ୍ୟବାହିନୀ ରେସନକୁ କେତେକ ଖାଇଦେଇ ଆମ ବୀର ଯବାନମାନଙ୍କୁ ଦରପେଟା ରଖୁଛନ୍ତି। ପୁଣି ସରକାରୀ ପୁଞ୍ଜିପତିଙ୍କ ସିନ୍ଧୁକ ଓ ସେମାନଙ୍କ ସୁରକ୍ଷାରେ ପୋଲିସ ପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ କରିବା। ତାହେଲେ ଏମାନେ କଣ ସତରେ ଦେଶରକ୍ଷା ଆଉ ଆମ ସାଧାରଣ ଜନତାଙ୍କୁ ସୁରକ୍ଷା ଦେଇପାରିବେ?

ଆଗାମୀ କେନ୍ଦ୍ର ଓ ରାଜ୍ୟ ବଜେଟରେ ଜନ୍ମରୁ ମୃତୁ୍ୟ ପର୍ଯ୍ୟନ୍ତ ସମସ୍ତଙ୍କ ମୁଣ୍ଡରେ ସରକାରଙ୍କ ଋଣର ପାହାଡ଼ ଲଦାଯିବ। ଆମକୁ ମାଗଣା ଖୁଆଇବେ, ବିଷର ଭଣ୍ଡାର ଉପହାର ଦେବେ। ଆମେସବୁ ମାଗଣା ଖିଆ ବିଷାକ୍ତ, ଜଳ, ବାୟୁ, ଖାଦ୍ୟକୁ ପେଟେ ପେଟେ ଖାଇପିଇ ଛଟପଟ ହୋଇ ପ୍ରାଣ ହରାଇବା। ଆମେ ଭାରତବାସୀ ମୋଗଲର ୪୦୦ ବର୍ଷ, ବ୍ରିଟିଶର ୨୦୦ ବର୍ଷ, ମୋଟ ୬୦୦ ବର୍ଷ ଗୋଲାମୀ ଖଟିଛେ। ଆମ ଶିରା ପ୍ରଶିରାରେ ଗୋଲାମୀର ରକ୍ତ କାହିଁ କେଉଁ କାଳରୁ ପ୍ରବାହିତ ହେଉଛି। ଆଃ.... ମଣିଷର ଅର୍ତ୍ତନାଦ ଆଜି ଥରାଇ ଦେଉଛି ସ୍ୱର୍ଗ-ମର୍ତ୍ତ୍ୟ-ପାତାଳ। ଅନ୍ତହୀନ ଆଜି ବି ଦନ୍ତୁରିତ ଦୁଃଖର ଦିନକାଳ।

ଏ ଅଧମ ପ୍ରିୟମଣିଷମାନେ ମାଟିର ମଣିଷ। ବାଟି ବାଟି ବଞ୍ଜର ଭୂମିର ବିପର୍ଯ୍ୟସ୍ତ ମଣିଷ। ସେମାନେ ବୁଝନ୍ତି ନାହିଁ ବିଳମ୍ବିତ ନ୍ୟାୟର ସଂଳାପ-ବିଳମ୍ବିତ ଧର୍ମର ପ୍ରଳାପ-ରକ୍ତମୁଖା ରାଜନୀତିର ଅପର୍ଯ୍ୟାପ୍ତ ଅପଳାପ। କିଏ ବୁଝେ ସେମାନଙ୍କ କଥା? କିଏ ଶୁଣେ ସେମାନଙ୍କ ବ୍ୟଥା? ନା ନେତା ନା ନିୟନ୍ତା-ନା ଧର୍ମଗୁରୁ ନା ଧନ କୁବେର-ନା ସଜ୍ଜନ ନା ସଇତାନ? ଏଇ ବଂଚିତ, ପ୍ରବଂଚିତ ମଣିଷମାନଙ୍କ ବହୁ ବାଞ୍ଛିତ ବସୁଧାର କୌଟୁମ୍ବିକତା ପ୍ରତି ଆଜି ପଦେ ପଦେ ବିପଦ। ସେମାନଙ୍କୁ ନିଜ ନିଜ ନିର୍ଘାତ ସ୍ୱାର୍ଥର ଦାନ୍ତଦ ଯଜ୍ଞବେଦୀରେ ଆହୂତି ଦେବାକୁ ସର୍ବବିଧ ପ୍ରସ୍ତୁତି ଚାଲିଛି ଚାରିଆଡ଼େ। ସେମାନେ ନିରନ୍ନ, ନିରୀହ-ନିଜ ଘାତକକୁ ହିଁ ଶାସକର ସିଂହାସନ ଯୋଗାଇ ଦେବା ପାଇଁ ଭୋଟ ଦେଇ ଆସୁଛନ୍ତି କାହିଁ କେଉଁ କାଳୁ। ସେମାନଙ୍କୁ ସ୍ୱର୍ଗ ଦେବାର ପ୍ରତିଶ୍ରୁତି ଦେଇ ଧର୍ମ ପ୍ରତାରିତ କରି ଚାଲିଥିବା ବେଳେ, ସେମାନଙ୍କ ମତରେ ମାଲିକାନା ଜାହିର କରୁଛି ରାଜନୀତି। ଅର୍ଥନୀତିର ଅଜଗର ପୁଣି ସେମାନଙ୍କ ପାତାଳ ପର୍ଯ୍ୟନ୍ତ ପହଞ୍ଚ ଠାବ କରୁଛି ଅନାବିସ୍କୃତ ରତ୍ନାଗାର। ଟିପି ରଖୁଛି ଖଣିରୁ ମଣି ପର୍ଯ୍ୟନ୍ତ ସମସ୍ତ ସ୍ତୁପିକୃତ ସମ୍ପଦର ତାଜା ଖବର। ଲୁଣ୍ଠିତ, ଭୁଲୁଣ୍ଠିତ ମଣଷ ଦଳ। ସେ ମଣିଷ। ଓଡ଼ିଶାର ମଣିଷ। ଭାରତର ମଣିଷ। ଦୀନ ଦୁନିଆର ବିଦୀର୍ଣ୍ଣ ମଣିଷ। ହେ... ଭଙ୍ଗା ହାଣ୍ଡିର ଭାରତବର୍ଷ! ସତରେ କଣ ସରିଯାଇଛି ସବୁ ସଂକଳ୍ପ? ସବୁ ସଂଘର୍ଷ? ବାକି ଅଛି ଆଜି ବି ନେତାର ନକ୍ସା ଆରପଟେ ଜୀବନ ସଂଗ୍ରାମର ସ୍ୱାଧୀନତା ପାଇଁ ଜନତା ଜୟଯାତ୍ରା। ହଁ, ଜୀବନ ସଂଗ୍ରାମର ସ୍ୱାଧୀନତା! ପଛକୁ ଚାହିଁଲେ ଅନ୍ଧାର-ଆଗକୁ ଚାହିଁଲେ ଆଲୋକ। ଲଢ଼...ଲଢ଼...ଲଢ଼! ତମ କୁରୁକ୍ଷେତ୍ରରେ କଅଁଳିବ ନୂଅ ସ୍ୱପ୍ନର କଢ଼।

ମାୟାଧର ନାୟକ

ଯାଜପୁରରୋଡ଼, ଯାଜପୁର

ମୋ : ୯୮୬୧୦୩୪୧୬୩

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story