ସ୍ୱଚ୍ଛ ହେବ କି ନିର୍ବାଚନ ଚାନ୍ଦା ସଂଗ୍ରହ ବ୍ୟବସ୍ଥା?

ନିର୍ବାଚନ ବଣ୍ଡ ଲାଗୁହେବା ପୂର୍ବରୁ ଓ ପରେ ରାଜନୈତିକ ଦଳମାନେ ଯେ ନଗଦ ଟଙ୍କା ଆକାରରେ ଆର୍ଥିକ ସାହାଯ୍ୟ ନେଉ ନଥିଲେ ଓ ଭବିଷ୍ୟତରେ ନେବେ ନାହିଁ, ତାହାର ଗ୍ୟାରେଣ୍ଟି କିଏ ଦେବ? ଏଥିପାଇଁ ସାମାଜିକ କର୍ମୀ, ନାଗରିକ ସମାଜ ଓ 'ଇଲେକ୍ସନ ୱାଚ' ଭଳି ସଂସ୍ଥାମାନେ ପରାମର୍ଶ ଦେବା ଆବଶ୍ୟକ।

Electoral Bond

Electoral Bond

Debendra Prusty
  • Published: Monday, 25 March 2024
  • Updated: 25 March 2024, 05:43 PM IST

Sports

Latest News

ଜାନକୀଶ ବଡ଼ପଣ୍ଡା

ସର୍ବୋଚ୍ଚ ନ୍ୟାୟାଳୟଙ୍କ ପାଞ୍ଚ ଜଣିଆ ଖଣ୍ଡପୀଠ ଚଳିତ ବର୍ଷ ଫେବୃୟାରୀ ୧୫ ତାରିଖରେ ଏକ ଯୁଗାନ୍ତକାରୀ ଆଦେଶ ମାଧ୍ୟମରେ ନିର୍ବାଚନ ବଣ୍ଡ ଯୋଜନାକୁ ଅସାମ୍ବିଧାନିକ କହି ଦେଶର ସାଧାରଣ ନିର୍ବାଚନ ପରିବେଶକୁ ଉଷ୍ମ କରିଦେଇଛନ୍ତି। ଏହି ଯୋଜନାକୁ ଗଳାବାଟ ଭାବେ ବ୍ୟବହାର କରି ଅଜଣା ଭଣ୍ଡାରରୁ ଅମାପ ଧନରାଶି ରାଜନୈତିକ ଦଳଙ୍କ ପାଖକୁ ଆସି ଭାରତୀୟ ରାଜନୈତିକ ବ୍ୟବସ୍ଥାରେ ଠୁଳ ହୋଇଛି ବୋଲି ଖଣ୍ଡପୀଠ କହିଥିବା ତାତ୍ପର୍ଯ୍ୟପୂର୍ଣ୍ଣ। ନିର୍ବାଚନ ବଣ୍ଡ ଯୋଜନା ସମ୍ୱିଧାନର ଅନୁଚ୍ଛେଦ ୧୯(୧)(ଏ)ରେ ଥିବା ନାଗରିକର ସୂଚନା ଅଧିକାରର ବିରୋଧାଚରଣ କରୁଥିବା ଦର୍ଶାଇ ନ୍ୟାୟାଳୟ ଏହାକୁ ଅବୈଧ ଓ ଅସାମ୍ୱିଧାନିକ ଘୋଷଣା କରି ଦେଇଛନ୍ତି। ଏହି ଯୋଜନାରେ ଉଭୟ କ୍ରେତା ଓ ହିତାଧିକାରୀ ରାଜନୈତିକ ଦଳ, କ୍ରୟ ତାରିଖ, ଅର୍ଥ ପରିମାଣ ଇତ୍ୟାଦିର ସବିଶେଷ ବିବରଣୀ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରିବାକୁ ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ନ୍ୟାୟାଳୟ କହିଥିଲେ। ସେଥିପାଇଁ ୨୧ ଦିନ ମଧ୍ୟ ସମୟ ଦେଇଥିଲେ।

ରାଜନୈତିକ ଦଳଗୁଡିକୁ ମିଳୁଥିବା ପାଣ୍ଠି ଯୋଗାଣ ବ୍ୟବସ୍ଥାକୁ ସ୍ୱଚ୍ଛ କରିବାପାଇଁ ସରକାର ନିର୍ବାଚନ ବଣ୍ଡ ପ୍ରଚଳନ କରିଥିଲେ ବୋଲି କହୁଛନ୍ତି। ୨୦୧୭-୧୮ ବଜେଟରେ ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏହି ଯୋଜନାକୁ ୨୦୧୭ ଆର୍ଥିକ ବିଧେୟକ ଭାବେ ଆଗତ କରିଥିଲେ। ଫଳରେ କଡ଼ା ସଂସଦୀୟ ପର୍ଯ୍ୟବେକ୍ଷଣରୁ ଯୋଜନାଟି ବର୍ତ୍ତି ଯାଇଥିଲା। ସମ୍ବିଧାନର ୧୧୦ ଧାରାର ଏହା ଉଲ୍ଲଙ୍ଘନ ଥିଲା। କୌଣସି ଅନୁଷ୍ଠାନ କିମ୍ବା ବ୍ୟକ୍ତି ଅଜ୍ଞାତ ରହି ରାଜନୈତିକ ଦଳକୁ ପାଣ୍ଠି ପ୍ରଦାନ କରିପାରିବାର ବ୍ୟବସ୍ଥା ଯୋଜନାରେ ଥିଲା। ଏଥିରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରୁ ଜଣେ ଭାରତୀୟ ନାଗରିକ କିମ୍ବା କମ୍ପାନୀ ନିର୍ବାଚନ ବଣ୍ଡ କିଣି ପାରିବାର ବ୍ୟବସ୍ଥା କରାଯାଇଥିଲା। ନାଗରିକ ସମାଜ ଯୋଜନାକୁ ବିରୋଧ ଓ ସମାଲୋଚନା କରି ଅଭିଯୋଗ କଲେ ଯେ, ନିର୍ବାଚନ ବଣ୍ଡ ସରକାରଙ୍କ ପାଇଁ ବିରୋଧିଙ୍କ ଗୁଇନ୍ଦା ଗିରି କରିବା ଲାଗି ଏକ ଅସ୍ତ୍ର ହୋଇଯାଇଛି। ନିର୍ବାଚନ ବଣ୍ଡ ଷ୍ଟେଟ ବ୍ୟାଙ୍କ ଦ୍ୱାରା ବିକ୍ରି ହେଉଥିବାରୁ, ବିରୋଧି ଦଳମାନଙ୍କୁ କିଏ ପାଣ୍ଠି ଯୋଗାଉଛନ୍ତି, ତାହା ସରକାର ଜାଣିପାରୁଛନ୍ତି। ସେମାନଙ୍କ ଉପରେ ଚାପ ପ୍ରୟୋଗ କରି ଶାସକ ଦଳକୁ ସମର୍ଥନ କରିବା ପାଇଁ ବାଧ୍ୟ କରୁଛନ୍ତି।

ତେବେ, ସର୍ବୋଚ୍ଚ ନ୍ୟାୟାଳୟ ନିର୍ବାଚନୀ ବଣ୍ଡକୁ ଅବୈଧ ଘୋଷଣା କରି ତାଙ୍କର ରାୟରେ ବଣ୍ଡ ସଂକ୍ରାନ୍ତ ସମସ୍ତ ତଥ୍ୟ ୨୧ ଦିନ ମଧ୍ୟରେ ଅର୍ଥାତ ମାର୍ଚ୍ଚମାସ ୬ ତାରିଖ ସୁଦ୍ଧା ନିର୍ବାଚନ କମିସନଙ୍କ ନିକଟରେ ଦାଖଲ କରିବାକୁ ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଥିଲେ। କାହିଁକି କେଜାଣି, ବ୍ୟାଙ୍କ ନିରବ ରହିଲା ଓ ମାର୍ଚ୍ଚ ୪ ତାରିଖରେ ଆବେଦନ କଲା ଯେ, ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ନିର୍ଭୁଲ ତଥ୍ୟ ଦାଖଲ କରିବା ସମ୍ଭବ ହେଉନଥିବାରୁ ଜୁନ ୩୦ ତାରିଖ ଯାଏଁ ମହଲତ ଦିଆଯାଉ। ଗୋପନୀୟତା ରକ୍ଷା କରିବା ଲାଗି ଚାନ୍ଦାଦାତା ଓ ଗ୍ରହୀତାଙ୍କ ନାମ ଅଲଗା ଅଲଗା କରି ରଖାଯାଇଥିବାରୁ କାହାକୁ କେଉଁ ବଣ୍ଡ ମିଳିଛି ତାକୁ ଗୋଟି ଗୋଟି କରି ମେଳାଇବା ସମୟ ସାପେକ୍ଷ ବୋଲି ଷ୍ଟେଟ ବ୍ୟାଙ୍କ ଯୁକ୍ତି ବାଢ଼ିଥିଲା। ମାର୍ଚ୍ଚ ୧୨ ତାରିଖରେ ଖଣ୍ଡପୀଠ ଆବେଦନଟିକୁ ଖାରଜ କରିବା ସହ ଗୋଟିଏ ଦିନ ଭିତରେ ସମସ୍ତ ତଥ୍ୟ ଦାଖଲ କରିବାକୁ ବ୍ୟାଙ୍କକୁ ଆଦେଶ ଦେଲେ। ଅଗତ୍ୟା ଷ୍ଟେଟ ବ୍ୟାଙ୍କ ନିର୍ବାଚନ କମିସନଙ୍କ ନିକଟରେ ତଥ୍ୟ ଦାଖଲ କଲା ପରେ, ନିର୍ବାଚନ କମିସନ ମଧ୍ୟ ସର୍ବସାଧାରଣଙ୍କ ଅବଗତି ପାଇଁ ନିଜର ୱେବସାଇଟରେ ସ୍ଥାନିତ କଲେ।

ନିର୍ବାଚନ ବଣ୍ଡ ଯୋଜନାର ନିୟମ ଅନୁଯାୟୀ ଷ୍ଟେଟ ବ୍ୟାଙ୍କର ନିର୍ଦ୍ଦିଷ୍ଟ କେତେକ ଶାଖାରୁ ବର୍ଷର ନିର୍ଦ୍ଦିଷ୍ଟ ଦିନରେ ବଣ୍ଡ କିଣିବାର ବ୍ୟବସ୍ଥା ରହିଥିଲା। କ୍ରେତାମାନଙ୍କ ସମ୍ପୂର୍ଣ୍ଣ ପରିଚୟ ବ୍ୟାଙ୍କରେ ରହିବା ବାଧ୍ୟତାମୂଳକ ଥିଲା। ବଣ୍ଡଗୁଡ଼ିକ କାଗଜର ନୋଟ ଭଳି ପ୍ରମିସରି ନୋଟ ପର୍ଯ୍ୟାୟର ଓ କ୍ରୟ କରା ଯାଇଥିବା ବଣ୍ଡଗୁଡ଼ିକୁ କେବଳ ଆଇନତଃ ଯୋଗ୍ୟ କିଛି ରାଜନୈତିକ ଦଳ ଗ୍ରହଣ କରିବାର ବ୍ୟବସ୍ଥା ଥିବାରୁ ନିର୍ଭୁଲ ତଥ୍ୟ ପ୍ରଦାନ କରାଯିବା ବ୍ୟାଙ୍କ ପାଇଁ କଷ୍ଟକର ନଥିଲା। ଏହି ବଣ୍ଡଗୁଡିକର ମୂଲ୍ୟ ଥିଲା ୧ ହଜାର, ୧୦ ହଜାର, ଏକ ଲକ୍ଷ, ଦଶ ଲକ୍ଷ ଓ ଏକ କୋଟି ଟଙ୍କା। ବଣ୍ଡ କାଗଜରେ କ୍ରେତା ବା ଗ୍ରହୀତାଙ୍କ ନାମ ଲେଖା ନଥିବାରୁ ଗୋପନୀୟତା ରକ୍ଷାହୁଏ। ତେବେ ପ୍ରତ୍ୟେକଟିରେ ସ୍ୱତନ୍ତ୍ର କ୍ରମିକ ସଂଖ୍ୟା ରହେ ଓ ବ୍ୟାଙ୍କ ପାଖରେ ସମସ୍ତ ତଥ୍ୟ ଗୋପନୀୟ ଭାବେ ରଖାଯାଏ। ହିତାଧିକାରୀ-ରାଜନୈତିକ ଦଳଗୁଡ଼ିକ ପାଇଥିବା ନିର୍ବାଚନ ବଣ୍ଡଗୁଡ଼ିକୁ ଜମା କରିବା ଲାଗି ଷ୍ଟେଟ ବ୍ୟାଙ୍କରେ ସ୍ୱତନ୍ତ୍ର ଖାତା ଖୋଲିବାର ବ୍ୟବସ୍ଥା ଥିଲା ଓ ବଣ୍ଡଗୁଡ଼ିକର ଆୟୁଷ ୧୫ ଦିନ ଥିବାରୁ କ୍ରୟ ଦିବସଠାରୁ ୧୫ ଦିନ ଭିତରେ ସେଗୁଡ଼ିକୁ ସେହି ସ୍ୱତନ୍ତ୍ର ଖାତାରେ ଜମା କରିବା ନିୟମ ଥିଲା। ତେଣୁ କେଉଁ ଦଳ କେତେ ଟଙ୍କାର ନିର୍ବାଚନ ବଣ୍ଡ ଜମା କରିଥିଲେ, ତାହା ବ୍ୟାଙ୍କ ନିକଟରେ ଥିଲେ ବି ସେମାନେ ଦାଖଲ କରିଥିବା ତଥ୍ୟ ଅସମ୍ପୂର୍ଣ୍ଣ ରହିବା ସନ୍ଦେହ ସୃଷ୍ଟି କଲା। ଅଦାଲତଙ୍କ ପୁନର୍ବାର ରୋଷର ଶିକାର ହେଲା ଷ୍ଟେଟ ବ୍ୟାଙ୍କ। କମ୍ପୁଟରୀକରଣ ତଥ୍ୟ ଥିଲେ ବି କାହିଁକି ଯେ ତଥ୍ୟ ଉପସ୍ଥାପନ କରିବା ଲାଗି ଷ୍ଟେଟ ବ୍ୟାଙ୍କ କୁଣ୍ଠିତ ପଦକ୍ଷେପ ନେଉଥିଲା, ତାହା ସ୍ପଷ୍ଟ ହୋଇ ନଥିଲେ ବି ଏହା ଯେ ଲୋକଚକ୍ଷୁରେ ଭାରତ ସରକାର ଓ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଭାବମୂର୍ତ୍ତିକୁ ମଳିନ କରିଛି, ଏହା ନିଃସନ୍ଦେହ।

ଷ୍ଟେଟ ବ୍ୟାଙ୍କ ତଥ୍ୟ ଅନୁଯାୟୀ, ସେବାଷ୍ଟିଆନ୍ ମାର୍ଟିନଙ୍କ କମ୍ପାନୀ ଫ୍ୟୁଚର ଗେମିଙ୍ଗ ଏବଂ ହୋଟେଲ ସର୍ଭିସେସ୍ ୧,୩୬୫ କୋଟି ଟଙ୍କା ମୂଲ୍ୟର ବଣ୍ଡ କିଣିଥିବା ଜଣାଯାଇଛି। ମେଘା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକଚର ୯୬୬ କୋଟି ଟଙ୍କା ସହିତ ଦ୍ୱିତୀୟ ସ୍ଥାନରେ ରହିଛି। ତା’ ତଳକୁ ଅଛି ୪୧୦ କୋଟି ଟଙ୍କାର ବଣ୍ଡ କିଣିଥିବା ରିଲାଏନ୍ସ ସମ୍ବନ୍ଧିତ କ୍ୱିକ୍‌ ସପ୍ଲାଇ ଚେନ୍। ବେଦାନ୍ତ ଲିମିଟେଡ୍ ୪୦୦ କୋଟି ଟଙ୍କା ମୂଲ୍ୟର ବଣ୍ଡ କିଣିଥିବାବେଳେ ଆରପି-ସଞ୍ଜୀବ ଗୋଏଙ୍କା ଗୋଷ୍ଠୀର ହଳଦିଆ ଏନର୍ଜି ଲିମିଟେଡ୍ ୩୭୭ କୋଟି ଟଙ୍କା ମୂଲ୍ୟର ବଣ୍ଡ କିଣିଛି।

ଶୀର୍ଷ ୧୦୦ ବଣ୍ଡକ୍ରେତାଙ୍କ ମଧ୍ୟରେ ଅଛନ୍ତି ଏଭଳି ଅନେକ ଅପରିଚିତ କମ୍ପାନୀ ଓ ସେମାନେ ୨୭.୫ରୁ ୧୦୫ କୋଟି ଟଙ୍କା ପର୍ଯ୍ୟନ୍ତ ବଣ୍ଡ କ୍ରୟ କରିଛନ୍ତି। କେବଳ ସଂସ୍ଥା ନୁହନ୍ତି, କିଛି ପୁଞ୍ଜିପତି ଓ ଶିଳ୍ପପତି ମଧ୍ୟ ବ୍ୟକ୍ତିଗତ ଭାବେ ନିର୍ବାଚନୀ ବଣ୍ଡ୍ କିଣିଛନ୍ତି। ତଥାପି ଅନେକ ବଡ଼ ବଡ଼ ପୁଞ୍ଜିପତି କ୍ରେତାଙ୍କ ନାମ ଷ୍ଟେଟ ବ୍ୟାଙ୍କ ତାଲିକାରେ ନଥିବାରୁ ଭୃକୁଞ୍ଚନ ସୃଷ୍ଟି କରିଛି। ଏପରିକି କେତେକ ଅତ୍ୟଳ୍ପ ପୁଞ୍ଜି ଓ ମୂଲ୍ୟ ସହିତ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ କମ୍ପାନୀ ବିପୁଳ ପରିମାଣର ନିର୍ବାଚନ ବଣ୍ଡ କ୍ରୟ କରିବା ଚକିତ କାରକ। ଲାଭ କରୁ ନଥିବା କିଛି କମ୍ପାନୀ ବା କମ ଲାଭ କରିଥିବା କିଛି କମ୍ପାନୀ ବିପୁଳ ମୂଲ୍ୟର ବଣ୍ଡ୍ କ୍ରୟ କରିଛନ୍ତି। ନିର୍ବାଚନ ବଣ୍ଡ ଯୋଜନା କାର୍ଯ୍ୟକାରୀ ହେବାପରେ ୨୦୧୮ ମସିହାରେ ଗଠିତ କିଛି କମ୍ପାନୀ ପଞ୍ଜିକୃତ ହେବା ମାତ୍ରେ ବଣ୍ଡ କିଣିଛନ୍ତି। ଆଇନ ଆଖିରେ ଧରା ନପଡ଼ିବା ପାଇଁ ଚେଷ୍ଟିତ କୌଣସି ବଡ଼ କମ୍ପାନୀ ବା ପୁଞ୍ଜିପତିଙ୍କ କଳାଧନକୁ ନିର୍ବାଚନ ବଣ୍ଡ କିଣିବା ଲାଗି ବ୍ୟବହାର କରିବାକୁ ସେମାନେ ଏସବୁ ‘ସେଲ୍ କମ୍ପାନୀ’ ବା ମିଛ କମ୍ପାନୀ, ଗଠନ କରିଥିବା ସନ୍ଦେହ କରାଯାଉଛି। ଏହା ‘ମନି ଲଣ୍ଡରିଂ’ ଅପରାଧ ପର୍ଯ୍ୟାୟର ହୋଇଥିବାରୁ ପ୍ରବର୍ତ୍ତନ ନିର୍ଦେଶାଳୟର ତଦନ୍ତସାପେକ୍ଷ।

ଭାରତୀୟ ଜନତା ପାର୍ଟି ସର୍ବାଧିକ ୬,୯୮୬ କୋଟି ଟଙ୍କାର ବଣ୍ଡ ଭଙ୍ଗାଇ ସାରିଛି। ଦ୍ୱିତୀୟ ସ୍ଥାନରେ ଥିବା ତୃଣମୂଳ କଂଗ୍ରେସ ଖାତାରେ ୧,୩୯୭ କୋଟି ଟଙ୍କା ଓ ଭାରତୀୟ ଜାତୀୟ କଂଗ୍ରେସ ଖାତାରେ ୧,୩୩୪ କୋଟି ଟଙ୍କା ଜମା ହୋଇଛି। ତଳକୁ ତଳ ରହିଛନ୍ତି ଯଥାକ୍ରମେ ତେଲେଙ୍ଗାନାର ବିଆରଏସ (୧,୩୨୨) କୋଟି ଓ ଓଡ଼ିଶାର ବିଜୁ ଜନତା ଦଳ (୯୪୪) କୋଟି ଟଙ୍କା। ଅଧିକାଂଶ ଦଳ ନିର୍ବାଚନ ବଣ୍ଡ ମାଧ୍ୟମରେ ଅର୍ଥ ପାଇଥିବାରୁ ବ୍ୟବସ୍ଥା ବିରୋଧରେ ସ୍ୱର ଉତ୍ତୋଳନ କରୁନାହାନ୍ତି।

ଓଡ଼ିଶାରେ ଦୀର୍ଘ ୨୪ ବର୍ଷ ଧରି ଶାସନ କରି ଆସୁଥିବା ବିଜୁ ଜନତା ଦଳକୁ ନିର୍ବାଚନ ବଣ୍ଡ ମାଧ୍ୟମରେ ମିଳିଛି ୯୪୪ କୋଟି ଟଙ୍କା। ଏହାର ୮୮ ପ୍ରତିଶତ ଆସିଛି ମୁଖ୍ୟତଃ ଖଣି ଓ ଇସ୍ପାତ ସମ୍ବନ୍ଧୀୟ ଶିଳ୍ପସଂସ୍ଥାରୁ। ସବୁଠୁ ଅଧିକ ଆର୍ଥିକ ସହଯୋଗ (୧୭୪.୫ କୋଟି ଟଙ୍କା) କରିଛି ଆଦିତ୍ୟ ବିର୍ଲା ଗୋଷ୍ଠୀର ଏସେଲ ମାଇନିଂ ଆଣ୍ଡ ଇଣ୍ଡଷ୍ଟ୍ରିଜ। ଆଦିତ୍ୟ ବିର୍ଲା ଗୋଷ୍ଠୀର ଉତ୍କଳ ଆଲୁମିନା (୯୦ କୋଟି), ଅଲଟ୍ରାଟେକ ସିମେଣ୍ଟ ଓ ଗ୍ରାସିମ ଇଣ୍ଡଷ୍ଟ୍ରି ମଧ୍ୟ ହାତ ଖୋଲି (୧୦ କୋଟି ଲେଖାଏଁ) ଚାନ୍ଦା ଦେଇଛନ୍ତି। ଗୋଷ୍ଠୀ ପକ୍ଷରୁ ସମୁଦାୟ ଚାନ୍ଦା ପରିମାଣ ୨୬୪.୫ କୋଟି ଟଙ୍କା, ଯାହା ଏହି ଦଳ ପାଇଥିବା ସମୁଦାୟ ଚାନ୍ଦାର ୩୪.୧ ପ୍ରତିଶତ। ତେବେ, ଏହି ଗୋଷ୍ଠୀ କ୍ରୟ କରିଥିବା ସମୁଦାୟ ୪୩୭.୮ କୋଟି ଟଙ୍କାର ବଣ୍ଡ ମଧ୍ୟରୁ ୬୦ ପ୍ରତିଶତ ଦେଇଛି ବିଜୁ ଜନତା ଦଳକୁ। ଏହା ବ୍ୟତୀତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ୧୦୦ କୋଟି, ଜିନ୍ଦଲ ଷ୍ଟେନଲେସ (୩୦ କୋଟି), ବେଦାନ୍ତ ଗୋଷ୍ଠୀ (୪୦ କୋଟି), ଏସ ଏନ ମହାନ୍ତି (୪୫ କୋଟି) ଓ ପେଙ୍ଗୁଇନ ଟ୍ରେଡିଂ ସଂସ୍ଥା ଓ ଏହାର ମାଲିକ ମିଳିତ ଭାବେ ୩୨.୫ କୋଟି ଟଙ୍କାର ନିର୍ବାଚନ ବଣ୍ଡ କିଣିଛନ୍ତି ଓ ଓଡ଼ିଶାର ଶାସକ ଦଳକୁ ଉପହାର ଦେଇଛନ୍ତି।

ଏହା ସତ୍ୟ ଯେ, ନିର୍ବାଚନ ବଣ୍ଡ ଯୋଜନା ମାଧ୍ୟମରେ ଅର୍ଥ ଗ୍ରହଣ କରିବା ପାଇଁ ଦେଶର ଆଇନ ସହାୟକ ହୋଇଥିବାରୁ ବ୍ୟାଙ୍କ ମାଧ୍ୟମରେ ଚାନ୍ଦା ଗ୍ରହଣ ବେଆଇନ କାର୍ଯ୍ୟ ନୁହେଁ। ନଗଦ ଚାନ୍ଦା ତୁଳନାରେ ଏହାକୁ ଅଧିକ ସ୍ୱଚ୍ଛ ବୋଲି କୁହାଯାଇପାରେ। କିନ୍ତୁ ନିର୍ବାଚନ ବଣ୍ଡ ଯୋଜନାରେ ଯେ, ରାଜନୈତିକ ଦଳମାନଙ୍କ ପାଇଁ ଏକାଭଳି ସମାନ ପରିବେଶ ଦିଆଯାଇ ନାହିଁ, ଏହା ସ୍ପଷ୍ଟ। ଅସ୍ୱଚ୍ଛ କାରବାରକୁ ସ୍ୱଚ୍ଛତାର ମୁକୁଟମଣ୍ଡିତ କରିଦେଇ ଆମେ ନିଜକୁ ଠକୁନାହେଁ କି? ଦେଶର ଜଣେ ସାଧାରଣ ନାଗରିକ ପକ୍ଷରେ କେଉଁ ଦଳକୁ କେତେ ପରିମାଣର ଅର୍ଥ ମିଳୁଛି ଜାଣିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ତାହା ଅପେକ୍ଷା କାହିଁକି ମିଳିଛି ଓ ଏଥିରୁ ଦାତାମାନେ କିଭଳି ଅନୁଗୃହୀତ ହୋଇଛନ୍ତି, ତାହା ଜାଣିବା ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ନିଶ୍ଚୟ। ଗଣତନ୍ତ୍ରରେ ପ୍ରତ୍ୟେକଙ୍କର ଜାଣିବାର ଅଧିକାର ରହିଛି ଓ ସରକାରମାନେ, ସ୍ୱଚ୍ଛତାର ସହିତ ସୂଚନା ଦେବାକୁ ବାଧ୍ୟ।

ନିର୍ବାଚନ ବଣ୍ଡ କ୍ରେତାମାନେ କ'ଣ ଖୁସିରେ ଅର୍ଥ ଖର୍ଚ୍ଚ କରନ୍ତି, ନା ଏହାର କିଛି ନିଗୂଢ଼ କାରଣ ରହିଛି! ସନ୍ଦେହ କରାଯାଉଛି ଯେ ୧) ଇଡି, ସିବିଆଇ, ଆୟକର ବିଭାଗ ଭଳି କେନ୍ଦ୍ରୀୟ ସଂସ୍ଥାଙ୍କ ଚଢ଼ଉ, ରାଜ୍ୟସ୍ତରରେ ଅର୍ଥନୈତିକ ଅପରାଧ ତଦନ୍ତ ସଂସ୍ଥା, ଭିଜିଲାନ୍ସ ଇତ୍ୟାଦିଙ୍କ ତଦନ୍ତ ଓ ଗିରଫଦାରୀ ଭୟ, ୨) କୌଣସି ବିଶେଷ ଅନୁଗ୍ରହ ଓ ବଡ଼ ବଡ଼ କଣ୍ଟ୍ରାକ୍ଟ ପାଇବା ଉଦ୍ଦେଶ୍ୟରେ କିଛି ପୁଞ୍ଜିପତି ଓ ସେମାନଙ୍କ ସଂସ୍ଥା ଶାସକ ଦଳମାନଙ୍କୁ ଲାଞ୍ଚ ଦେବା ପାଇଁ ନିର୍ବାଚନ ବଣ୍ଡ୍ କ୍ରୟ କରିବାର ସୁଯୋଗ ନେଇଛନ୍ତି। ଅର୍ଥ ବିନିମୟରେ ସ୍ୱାର୍ଥ ହାସଲ କରିବାକୁ ଯେତେବେଳେ ନିର୍ଦ୍ଦିଷ୍ଟ ବ୍ୟକ୍ତି ଓ ସଂସ୍ଥା ପ୍ରୟାସ କରନ୍ତି ଓ ସରକାରୀ ଦଳମାନେ ତାହାକୁ ପ୍ରୋତ୍ସାହିତ କରନ୍ତି ସେତେବେଳେ ରାଷ୍ଟ୍ରସ୍ୱାର୍ଥ ବଳି ପଡ଼ିଯିବା ସ୍ୱାଭାବିକ।

ଆଶା କରାଯାଉଥିଲା ଯେ ନିର୍ବାଚନ ବଣ୍ଡ ସଂକ୍ରାନ୍ତୀୟ ତଥ୍ୟ ସାର୍ବଜନୀନ ହେବ, ଯାହା ଫଳରେ ମତଦାତାମାନେ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଅବଗତ ହୋଇ ନିଜର ମତାଧିକାର ସାବ୍ୟସ୍ତ କରିବାକୁ ସିଦ୍ଧାନ୍ତ ନେଇ ପାରିବେ। କିନ୍ତୁ ଏଥିପାଇଁ ସରକାରୀ ତତ୍ପରତା ପ୍ରକାଶ ପାଇବା ଅପେକ୍ଷା ଜନସାଧାରଣଙ୍କ ଦୃଷ୍ଟି ଅନ୍ୟାନ୍ୟ ପ୍ରସଙ୍ଗ ଉପରକୁ ନେବାର ପ୍ରୟାସ କ୍ଷୋଭର ବିଷୟ। ଯେଉଁ ଅଭିଯୋଗ ହେଉଛି ଯେ, ସରକାର ବ୍ୟାଙ୍କମାନଙ୍କୁ ସ୍ୱାଧୀନ ଭାବେ କାମ କରିବାକୁ ଦେଉ ନାହାନ୍ତି, ତାହା ଷ୍ଟେଟ୍ ବ୍ୟାଙ୍କର ଅସ୍ୱଚ୍ଛ କାରାବାରରୁ ସତ ବୋଲି ଜଣା ପଡୁଛି। ସାଧାରଣ ଜୀବନରେ ସ୍ୱଚ୍ଛତା ଓ ଦୁର୍ନୀତିମୁକ୍ତ ସମାଜ ଗଠନ ଲାଗି ଜୋର ଦେଉଥିବା ସବୁ ଦଳର ରାଜନେତାମାନେ ନିଜ ଦଳୀୟ ସ୍ତରରେ ତା’ର ପ୍ରଥମେ ଅନୁପାଳନ କରିବା ଆବଶ୍ୟକ। କେତେ ପରିମାଣର ନିର୍ବାଚନ ବଣ୍ଡ କାହାଠାରୁ ମିଳିଛି ତାହା ସମ୍ପୃକ୍ତ ରାଜନୈତିକ ଦଳଗୁଡ଼ିକ ଜାଣନ୍ତି। ସେମାନେ ନିଜ ତରଫରୁ ସ୍ୱତଃପ୍ରବୃତ୍ତ ଭାବେ ତାହା ଘୋଷଣା ନକରି ଅନ୍ୟକୁ ଦୋଷ ଦେବା ଠିକ ନୁହେଁ। ମନରେ ଏକ ଉତ୍ପୀଡ଼କ ପ୍ରଶ୍ନ ଆସେ ଯେ ୨୦୧୮ ପୂର୍ବରୁ ରାଜନୈତିକ ଦଳମାନେ କ'ଣ ନିର୍ବାଚନ ଖର୍ଚ୍ଚ ପାଇଁ ଶିଳ୍ପପତି ଓ ପୁଞ୍ଜିପତିଙ୍କଠାରୁ ଅର୍ଥ ନେଉ ନଥିଲେ? ଯଦି ନେଉଥିଲେ, ତାହାର ପରିମାଣ କେତେ ଥିଲା ଓ ଅର୍ଥଦାତାମାନେ କେଉଁ ମହତ ଉଦ୍ଦେଶ୍ୟରେ ଆର୍ଥିକ ସାହାଯ୍ୟ ଦେଉଥିଲେ? ବଦଳରେ, ସେମାନଙ୍କୁ କ'ଣ ଅନୁଗୃହୀତ କରାଯାଉ ନଥିଲା କି? ଏହାର ଉତ୍ତର ଆମକୁ ଖୋଜିବାକୁ ପଡ଼ିବ।

ନିର୍ବାଚନ ବଣ୍ଡ ଲାଗୁହେବା ପୂର୍ବରୁ ଓ ପରେ ରାଜନୈତିକ ଦଳମାନେ ଯେ ନଗଦ ଟଙ୍କା ଆକାରରେ ଆର୍ଥିକ ସାହାଯ୍ୟ ନେଉ ନଥିଲେ ଓ ଭବିଷ୍ୟତରେ ନେବେ ନାହିଁ, ତାହାର ଗ୍ୟାରେଣ୍ଟି କିଏ ଦେବ? ଏଥିପାଇଁ ସାମାଜିକ କର୍ମୀ, ନାଗରିକ ସମାଜ ଓ 'ଇଲେକ୍ସନ ୱାଚ' ଭଳି ସଂସ୍ଥାମାନେ ପରାମର୍ଶ ଦେବା ଆବଶ୍ୟକ। କିଛି ବି ଯୋଜନାକୁ ଅସାମ୍ବିଧାନିକ ଓ ଆଇନ ଅସମ୍ମତ କହି ହୁଏତ ଆମେ ନିର୍ବାଚନ ବଣ୍ଡ ଭଳି ଯୋଜନା ହଟାଇ ଦେଇ ପାରିବା; କିନ୍ତୁ ନିର୍ବାଚନ ଖର୍ଚ୍ଚ ପାଇଁ ଚାନ୍ଦା ସଂଗ୍ରହକୁ ସ୍ୱଚ୍ଛ ଓ ନିର୍ମଳ କରି ପାରିବା ତ! ନିର୍ବାଚନ ବଣ୍ଡ ପ୍ରସଙ୍ଗରେ ବଡ଼ ଧରଣର ଦୁର୍ନୀତି ହୋଇଥିବାର ଆଶଙ୍କା କରା ଗଲା ବେଳେ, ଏହି ଯୋଜନାରେ ଥିବା କିଛି ସ୍ୱଚ୍ଛ ବ୍ୟବସ୍ଥାକୁ କେହି ବି ଅଣଦେଖା କରିବା ଅନୁଚିତ। ତାହା ହେଲା ସମସ୍ତ କାରବାର କେବଳ ଷ୍ଟେଟ ବ୍ୟାଙ୍କ ମାଧ୍ୟମରେ କରାଯିବାର ବ୍ୟବସ୍ଥା। ଏହି ବ୍ୟବସ୍ଥାର ସୁଯୋଗ ନେଇ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଖଣ୍ଡପୀଠ ଯୁଗାନ୍ତକାରୀ ରାୟ ଦେବାକୁ ଯେଭଳି ଆଗକୁ ବଢୁଛନ୍ତି, ସେଥିରୁ ଆଶାକରା ଯାଇପାରେ ଯେ, ଆଗାମୀ ଦିନରେ ଏକ ସ୍ୱଚ୍ଛ ତଥା ସମ୍ବିଧାନସମ୍ମତ ନିର୍ବାଚନ ବଣ୍ଡ ଯୋଜନା କିମ୍ବା ରାଷ୍ଟ୍ର ପକ୍ଷରୁ ରାଜନୈତିକ ଦଳମାନଙ୍କର ନିର୍ବାଚନ ପ୍ରଚାର ଖର୍ଚ୍ଚ ପାଇଁ ପାଣ୍ଠି ବ୍ୟବସ୍ଥା କରାଯିବା ସମ୍ଭବ ହେବ।

ଫୋ- ୯୪୩୮୨୯୯୦୩୭

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story