ଚାଷ ହିତରେ ଜାରି ଅଧ୍ୟାଦେଶ ଚାଷୀଙ୍କ ହିତରେ କେତେ ?

ସରଳ କୁମାର ଦାସ କୃଷି କ୍ଷେତ୍ରରେ ବୈପ୍ଳବିକ ସଂସ୍କାରର ଲକ୍ଷ୍ୟ ନେଇ ଗତ ଜୁନ ୫, ୨୦୨୦ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ତରବରିଆ ଭାବେ ତିନିଟି ଅଧ୍ୟାଦେଶ ଜାରି ହୋଇ ଗୋଟିଏ ପୁରୁଣା ଆଇନର ସଂଶୋଧନ ସହ ଦୁଇଟି ନୂଆ ଆଇନ ପ୍ରଣୟନ କରାଗଲା। ଏଥି ମଧ୍ୟରୁ ପ୍ରଥମଟି ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ (ଏସେନ୍ସିଆଲ କମୋଡିଟିଜ ଆମେଣ୍ଡମେଣ୍ଟ ଆକ୍ଟ), ଯାହା ଏ ସଂକ୍ରାନ୍ତରେ ଥିବା ୧୯୫୫ ଆଇନର ସଂଶୋଧନ। ନୂଆ ପ୍ରଣୀତ ଦୁଇଟି ଆଇନ ମଧ୍ୟରୁ […]

odisha-farmers-pti-1

odisha-farmers-pti-1

Debendra Prusty
  • Published: Saturday, 29 August 2020
  • Updated: 29 August 2020, 04:36 PM IST

Sports

Latest News

ସରଳ କୁମାର ଦାସ

କୃଷି କ୍ଷେତ୍ରରେ ବୈପ୍ଳବିକ ସଂସ୍କାରର ଲକ୍ଷ୍ୟ ନେଇ ଗତ ଜୁନ ୫, ୨୦୨୦ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ତରବରିଆ ଭାବେ ତିନିଟି ଅଧ୍ୟାଦେଶ ଜାରି ହୋଇ ଗୋଟିଏ ପୁରୁଣା ଆଇନର ସଂଶୋଧନ ସହ ଦୁଇଟି ନୂଆ ଆଇନ ପ୍ରଣୟନ କରାଗଲା। ଏଥି ମଧ୍ୟରୁ ପ୍ରଥମଟି ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ (ଏସେନ୍ସିଆଲ କମୋଡିଟିଜ ଆମେଣ୍ଡମେଣ୍ଟ ଆକ୍ଟ), ଯାହା ଏ ସଂକ୍ରାନ୍ତରେ ଥିବା ୧୯୫୫ ଆଇନର ସଂଶୋଧନ। ନୂଆ ପ୍ରଣୀତ ଦୁଇଟି ଆଇନ ମଧ୍ୟରୁ ଗୋଟିଏ କୃଷକଙ୍କ ଉତ୍ପାଦ ବେପାର ଓ ବାଣିଜ୍ୟ (ଉନ୍ନତି ଓ ସୁବିଧା) ଅଧ୍ୟାଦେଶ (ଏଫପିଟିସି) ହୋଇଥିବା ବେଳେ ଆରଟି କୃଷକ (ସଶକ୍ତିକରଣ ଓ ସୁରକ୍ଷା) ପାଇଁ ମୂଲ୍ୟ ଆଶ୍ୱାସନା ଓ କୃଷି ସେବାର ଚୁକ୍ତି ଅଧ୍ୟାଦେଶ (ଏଫଏପିଏଏଫଏସ) ଅଟେ। କରୋନା ବିପଦ ବେଳେ ଚାଷୀଙ୍କୁ ସାହାଯ୍ୟ ପ୍ରଦାନ କରିବା ପାଇଁ ଏହି ଅଧ୍ୟାଦେଶ ଜାରି କରାଯାଇଛି, ଯାହା ଆଗାମୀ ଦିନରେ ଚାଷୀଙ୍କ ଆୟ ବୃଦ୍ଧିରେ ସହାୟକ ହେବ ବୋଲି ସରକାରଙ୍କ ତରଫରୁ ଦାବି କରା ଯାଉଥିଲେ ବି ଇତିମଧ୍ୟରେ ବିରୋଧୀ ଦଳଙ୍କଠାରୁ ଆରମ୍ଭ କରି ଚାଷୀ ସଂଗଠନଗୁଡିକ ଏହି ଅଧ୍ୟାଦେଶଗୁଡିକର ବିରୋଧ କରିବା ଆରମ୍ଭ କଲେଣି। ତେଣୁ ଏହି ଅର୍ଡିନାନ୍ସଗୁଡିକ ଚାଷ ହିତରେ ଜାରି ହୋଇଥିବା କଥା କୁହା ଯାଉଥିଲେ ବି ପ୍ରକୃତରେ ଚାଷୀଙ୍କ ହିତ ସାଧନ କରିବାରେ ଏଗୁଡିକ କେତେ ଦୂର ଫଳପ୍ରଦ ହୋଇପାରନ୍ତି, ତାହା ତର୍ଜମାର ବିଷୟ।

ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ହୋଇଥିବା ସଂଶୋଧନରେ କେତେକ ଖାଦ୍ୟସାମଗ୍ରୀର ମହଜୁଦ ଉପରେ ପୂର୍ବରୁ ଥିବା କଟକଣାକୁ ଉଠାଇ ଦିଆଯାଇଛି। ଏଥିପାଇଁ ଖାଦ୍ୟଶସ୍ୟ, ଡାଲିଜାତୀୟ ଶସ୍ୟ, ତୈଳବୀଜ, ଖାଇବା ତେଲ, ପିଆଜ ଓ ଆଳୁକୁ ନିୟନ୍ତ୍ରିତ ଅତ୍ୟାବଶ୍ୟକ ସାମଗ୍ରୀର ତାଲିକାରୁ ବାଦ ଦିଆଯାଇଛି। ଏହି କୃଷି ଦ୍ରବ୍ୟଗୁଡିକର ମହଜୁଦ ଓ ସଂରକ୍ଷଣ ଉପରେ ଥିବା କଟକଣାକୁ କୋହଳ କରା ଯାଇଥିବାରୁ ଘରୋଇ ବ୍ୟକ୍ତି ବିଶେଷ ଓ ବ୍ୟବସାୟ ଅନୁଷ୍ଠାନ କୃଷି କ୍ଷେତ୍ରରେ, ବିଶେଷ କରି ସଂରକ୍ଷଣଠାରୁ ଆରମ୍ଭ କରି ଖାଦ୍ୟ ପ୍ରକ୍ରିୟାକରଣ ଯାଏଁ ଅମଳ ପରବର୍ତ୍ତୀ ଗତିବିଧିଗୁଡିକରେ ପୁଞ୍ଜି ବିନିଯୋଗ କରିବା ପାଇଁ ଆଗ୍ରହ ପ୍ରକାଶ କରିବେ ବୋଲି ଆଶା କରାଯାଏ। ଉପରୋକ୍ତ କୃଷିଦ୍ରବ୍ୟଗୁଡିକ ଅତ୍ୟାବଶ୍ୟକ ସାମଗ୍ରୀ ଅଧୀନରେ ରହି ବିଭିନ୍ନ ଭାବେ ନିୟନ୍ତ୍ରଣ ମଧ୍ୟରେ ରହୁଥିବାରୁ ଏଥିରେ ପୁଞ୍ଜି ନିବେଶ ପାଇଁ ଘରୋଇ ଉଦ୍ୟୋଗୀମାନେ ଆକୃଷ୍ଟ ହେଉ ନ ଥିଲେ। ତେବେ ଏହି ଆଇନରେ ସଂଶୋଧନ ପରେ ଘରୋଇ କ୍ଷେତ୍ରର ଉଦ୍ୟୋଗୀମାନେ ଖାଦ୍ୟଦ୍ରବ୍ୟର ସଂରକ୍ଷଣ ଓ ମହଜୁଦ ପାଇଁ ଆବଶ୍ୟକ ହେଉଥିବା ଶୀତଳଭଣ୍ଡାର, ଗୋଦାମ ଆଦି ଭିତ୍ତିଭୂମି ନିର୍ମାଣ କରିବା ପାଇଁ ବଡ ଧରଣର ପୁଞ୍ଜି ନିବେଶ କରିବାକୁ ହୁଏତ କୁଣ୍ଠା ପ୍ରକାଶ କରିବେ ନାହିଁ।

ଦେଶରେ କେବଳ ଚାଉଳ ଓ ଗହମର ସଂଗ୍ରହ ଓ ସଂରକ୍ଷଣର ଏକ ବଡ଼ ଭାଗ ଏଫସିଆଇ ଜରିଆରେ ହେଉଥିବାରୁ ଏକ ନିର୍ଦ୍ଦିଷ୍ଟ ସମୟରେ ଅନ୍ତତଃ ସେହି ଦୁଇଟି ଶସ୍ୟର ସରକାରୀ ଭାବେ ମହଜୁଦ ପରିମାଣ ସରକାରଙ୍କ ନିକଟରେ ଉପଲବ୍ଧ ଥାଏ। ମାତ୍ର ଅନ୍ୟ ଶସ୍ୟଗୁଡିକର ବଡ଼ ପରିମାଣ ଘରୋଇ କ୍ଷେତ୍ରରେ ରହୁଥିବାରୁ ସେଗୁଡ଼ିକର ମହଜୁଦ ପରିମାଣ ଜାଣିବା ପାଇଁ ସରକାରଙ୍କ ନିକଟରେ ସେ ଭଳି କୌଣସି ନିର୍ଭରଯୋଗ୍ୟ ଉପାୟ ନାହିଁ। ଅଧିକନ୍ତୁ, ଅଧିକାଂଶ ଖାଦ୍ୟଶସ୍ୟରେ ଦେଶ ଆତ୍ମ ନିର୍ଭରଶୀଳ ହୋଇଥିଲେ ବି ସେଗୁଡ଼ିକର ଉତ୍ପାଦନ ପରିମାଣ ଖାଉଟିଙ୍କ ଆବଶ୍ୟକତାଠାରୁ ଖୁବ ବେଶି ନୁହେଁ। ଏପରି କ୍ଷେତ୍ରରେ ଘରୋଇ ବ୍ୟବସାୟୀଙ୍କୁ ସ୍ୱାଧୀନତା ପ୍ରଦାନ କରିବାରେ ଅସୁବିଧା ନାହିଁ, ତେବେ ସରକାରଙ୍କ ନିକଟରେ ପ୍ରତିଟି ଖାଦ୍ୟଶସ୍ୟର ଘରୋଇ ବ୍ୟବସାୟୀଙ୍କ ନିକଟରେ ମହଜୁଦ ପରିମାଣର ସୂଚନା ସାମୟିକ ଅନ୍ତରାଳରେ ଉପଲବ୍ଧ ହେବା ଜରୁରୀ। ଏଥି ସହ ସେହି ଖାଦ୍ୟ ଶସ୍ୟର ଚାଷର ସ୍ଥିତି ଓ ଉତ୍ପାଦନର ଆକଳନ ସମ୍ପର୍କରେ ସରକାରଙ୍କ ନିକଟରେ ତଥ୍ୟ ରହି ତର୍ଜମା କରା ଯାଉଥିଲେ ଲାଭଖୋର ବ୍ୟବସାୟୀମାନେ ସାମୟିକ ଅଭାବର ଫାଇଦା ଉଠାଇ ସେଗୁଡିକର ଦରବୃଦ୍ଧି କରିବାକୁ ସମର୍ଥ ହୋଇ ନ ଥାଆନ୍ତି। ଅନ୍ୟଥା ଉଭୟ ଚାଷୀ ଓ ଖାଉଟିଙ୍କ ପାଇଁ ଘରୋଇ ବ୍ୟବସାୟୀଙ୍କ ବେଲଗାମ ମହଜୁଦ ବ୍ୟବସ୍ଥା ଘାତକ ସାବ୍ୟସ୍ତ ହୋଇପାରେ। ଅନେକ କୃଷି ପଦାର୍ଥର ଉତ୍ପାଦନ ଯଥେଷ୍ଟ ବୃଦ୍ଧି ପାଇ ସାରିଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନ କରିବାକୁ ଅନେକ ଦିନରୁ ଦାବି ହୋଇ ଆସୁଥିଲା, ଯାହା ବିଳମ୍ୱ ହୋଇଥିଲେ ବି ସ୍ୱାଗତଯୋଗ୍ୟ। ତେବେ ଖାଉଟି ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅନେକ କୃଷି ପଦାର୍ଥର ରପ୍ତାନୀ ଉପରେ ଏବେ ମଧ୍ୟ ବିଭିନ୍ନ ପ୍ରକାର ସରକାରୀ କଟକଣା ଲାଗି ରହି ଥିବାରୁ ତାହା ଚାଷୀ ହିତରେ ହୋଇ ପାରୁନାହିଁ ଓ ଚାଷୀକୁ ଅନେକ ସମୟରେ କ୍ଷତି ସହିବାକୁ ପଡୁଛି।

କୃଷକ ତା’ର ଉତ୍ପାଦକୁ ରାଜ୍ୟ ଭିତରେ ଓ ବାହାରେ ଦେଶର ଯେ କୌଣସି ସ୍ଥାନରେ ଯେପରି ବିନା ବାଧାରେ ବିକ୍ରି କରି ପାରିବ ସେଥିଲାଗି ଦ୍ୱିତୀୟ ଅର୍ଡିନାନ୍ସ, କୃଷକଙ୍କ ଉତ୍ପାଦ ବେପାର ଓ ବାଣିଜ୍ୟ (ଉନ୍ନତି ଓ ସୁବିଧା) ଅର୍ଡିନାନ୍ସ (ଏଫପିଟିସି), ଉଦ୍ଦିଷ୍ଟ। ‘କୃଷି ଉତ୍ପାଦର ବିକ୍ରିବଟା’ ‘ଯୁଗ୍ମ ତାଲିକା’ର ବିଷୟ ହୋଇଥିବାରୁ କେନ୍ଦ୍ର ସରକାରଙ୍କ ପ୍ରଣୀତ ଏହି ଅର୍ଡିନାନ୍ସ ବଳରେ ରାଜ୍ୟରେ ଥିବା ଏପିଏମସି ଆଇନର ସମ୍ପୃକ୍ତ ପ୍ରାବଧାନଗୁଡିକ ଅପ୍ରଭାବୀ ହୋଇଯିବ। କୃଷକର ଉତ୍ପାଦ କହିଲେ ଧାନ, ଗହମ ପରି ଖାଦ୍ୟଶସ୍ୟ, ତୈଳବୀଜ ଓ ତେଲ, ଫଳ ଓ ପନିପରିବା, ମସଲା, ଆଖୁ, କୁକୁଡା, ଛେଳି, ଘୁଷୁରି, ମାଛ, ତୁଳା, ଝୋଟ ଓ ଗୋ ଚାରାକୁ ବୁଝାଇବ।  ଏପିଏମସି ଦ୍ୱାରା ଚାଷୀମାନେ ଅନ୍ୟତ୍ର ବିକିବାର ସୁଯୋଗ ନ ପାଇ ଶୋଷଣର ଶିକାର ହେଉଛନ୍ତି ବୋଲି ଧାରଣାରୁ ଉପରୋକ୍ତ ଅର୍ଡିନାନ୍ସଟି ପ୍ରଣୟନ ହୋଇଥାଇ ପାରେ। ଏହା କେତେକାଂଶରେ ଠିକ ହେଲେ ବି ସମ୍ପୂର୍ଣ୍ଣ ନୁହେଁ, କାରଣ ବିହାର ଭଳି ଅନେକ ରାଜ୍ୟ ଯେଉଁଠାରେ ଏପିଏମସି ଆଇନ ନାହିଁ ବା ତାକୁ ଉଠାଇ ଦିଆଯାଇଛି, ସେଠାରେ ମଧ୍ୟ ଚାଷୀମାନେ ମଧ୍ୟସ୍ଥ ବା ଦଲାଲଙ୍କ ଶୋଷଣର ଶିକାର ହୋଇ ସେମାନଙ୍କ ଉତ୍ପାଦର ଉଚିତ ମୂଲ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି। ଏହାଦ୍ୱାରା ଏପିଏମସିଗୁଡିକ କ୍ରମଶଃ ଅନାବଶ୍ୟକ ହୋଇ ଦୃଶ୍ୟପଟ୍ଟରୁ ଅପସୃତ ହୋଇ ଯାଇପାରନ୍ତି। ତେବେ ସେଗୁଡ଼ିକର ସ୍ଥାନ ନେବାକୁ ଯାଉଥିବା ବଡ଼ ବଡ଼ କମ୍ପାନୀ ଓ ବ୍ୟବସାୟୀମାନେ ଯେ ଚାଷୀମାନଙ୍କୁ ଉଚିତ ମୂଲ୍ୟ ପ୍ରଦାନ କରି ଶୋଷଣ କରିବେ ନାହିଁ ତାହାର କୌଣସି ନିଶ୍ଚିତତା ନାହିଁ। କାରଣ ଚାଷୀମାନେ ସଂଗଠିତ ହୋଇ ନ ପାରିଲେ ଏତେ ବଡ଼ ବଡ଼ ଖେଳାଳୀଙ୍କ ଆଗରେ ମୂଲଚାଲ କ୍ଷମତାକୁ ଜଳାଞ୍ଜଳି ଦେବାକୁ ସେମାନେ ବାଧ୍ୟ ହେବେ। ତେଣୁ ଏପିଏମସି ସ୍ଥାନରେ କୃଷି ବଜାର କ୍ରମଶଃ କମ୍ପାନୀ ଓ ବଡ଼ ବଡ଼ ବ୍ୟବସାୟୀଙ୍କ ନିୟନ୍ତ୍ରଣକୁ ଚାଲିଯିବ। ଚାଷୀ ପାଇଁ ତାହା ମହରଗରୁ ଯାଇ କାନ୍ତାରରେ ପଡ଼ିବା ଭଳି ହେବ ନାହିଁ ତ ?

ତୃତୀୟ ଅର୍ଡିନାନ୍ସ, କୃଷକ (ସଶକ୍ତିକରଣ ଓ ସୁରକ୍ଷା) ପାଇଁ ମୂଲ୍ୟ ଆଶ୍ୱାସନା ଓ କୃଷି ସେବାର ଅର୍ଡିନାନ୍ସ (ଏଫଏପିଏଏଫଏସ), ଅନୁଯାୟୀ ଚୁକ୍ତି ଚାଷ (କଣ୍ଟ୍ରାକ୍ଟ ଫାର୍ମିଂ)କୁ ଆଇନ ଅନୁମୋଦିତ କରି ଦିଆ ଯାଇଛି। ଅବଶ୍ୟ ଏଥି ପୂର୍ବରୁ ମଡେଲ ଏପିଏମସି ଆଇନ, ୨୦୦୩ରେ ମଧ୍ୟ କଣ୍ଟ୍ରାକ୍ଟ ଫାର୍ମିଂକୁ ଅନୁମତି ଦିଆ ଯାଇଥିଲେ ବି ଚୁକ୍ତିଗୁଡିକୁ ତାଲିକାଭୁକ୍ତ କରିବାଠାରୁ ଆରମ୍ଭ କରି ଫି ଓ ଅନ୍ୟ ଦେୟ ଆଦାୟ ଓ ବିବାଦ ସମାଧାନର ଦାୟିତ୍ୱ କୃଷିଜାତ ଦ୍ରବ୍ୟ ବଜାର କମିଟି (ଏପିଏମସି) ଉପରେ ନ୍ୟସ୍ତ ଥିଲା। ଏ ଯାଏଁ ୧୪ଟି ରାଜ୍ୟ ଏଥିପାଇଁ ନିୟମ ପ୍ରଣୟନ କରିଥିବା ବେଳେ ପଞ୍ଜାବ, ହରିଆଣା, ମଧ୍ୟପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଛତିଶଗଡ ରାଜ୍ୟରେ ମାତ୍ର ୧୫ଟି କମ୍ପାନୀ ଚୁକ୍ତି ମାଧ୍ୟମରେ କୌଣସି ପ୍ରକାର ଫସଲ ଚାଷ କରୁଛନ୍ତି। ଏହି ଅର୍ଡିନାନ୍ସ ବଳରେ ଏହି କ୍ଷମତା ଏପିଏମସିଙ୍କଠାରୁ କାଢ଼ି ନିଆ ଯାଇ ଏକ ରାଜ୍ୟସ୍ତରୀୟ ପ୍ରାଧିକରଣ ଉପରେ ନ୍ୟସ୍ତ ହେଉଥିବାରୁ ଏଣିକି ସାରା ଦେଶରେ କମ୍ପାନୀମାନେ ମଧ୍ୟ କୃଷି କ୍ଷେତ୍ରକୁ ପ୍ରବେଶ କରି କଣ୍ଟ୍ରାକ୍ଟ ଫାର୍ମିଂ କରିବାର ବାଟ ସୁଗମ ହୋଇଗଲା ଓ ସେଥିପାଇଁ ସେମାନେ ଅଧିକ ଆଗ୍ରହ ଦେଖାଇବା ସ୍ୱାଭାବିକ। ତେବେ ଏହି କମ୍ପାନୀଗୁଡିକ ସିଧାସଳଖ ଶହ ଶହ ଚାଷୀଙ୍କ ସହ ଚୁକ୍ତି ନ କରି ଏଥିପାଇଁ ଦଲାଲ ବା ସଂଗଠକଙ୍କ ସାହାଯ୍ୟ ନେବାକୁ ଅଧିକ ପସନ୍ଦ କରି ପାରନ୍ତି, ଯାହା ଚାଷୀଙ୍କ ହିତରେ ହୋଇ ନ ପାରେ। ଅଧିକାଂଶ ସ୍ଥଳେ ଚାଷୀମାନେ ସଂଗଠିତ ହୋଇ ନ ଥିବାରୁ କମ୍ପାନୀଙ୍କ ସହ ଆଇନଗତ ବାଦ ବିବାଦକୁ ସାମନା କରିବାକୁ ଅସମର୍ଥ ହୋଇ ଲିଖିତ ଚୁକ୍ତି କରିବାକୁ ଆଗ୍ରହ ପ୍ରକାଶ କରି ନ ପାରନ୍ତି। ଗତ ବର୍ଷ ପେପସିକୋ କମ୍ପାନୀ ଗୁଜରାଟର ଆଳୁ ଚାଷୀଙ୍କ ଉପରେ ୧ କୋଟି ଟଙ୍କାର କ୍ଷତିପୂରଣ ଦାବି କରି ମାମଲା ରୁଜ୍ଜୁ କରିବା ଏହାର ଏକ ଉଦାହରଣ ମାତ୍ର। ଗୁଜରାଟ ସରକାରଙ୍କ ହସ୍ତକ୍ଷେପ ପରେ ପେପସିକୋ ଦ୍ୱାରା ମାମଲା ପ୍ରତ୍ୟାହୃତ ହୋଇଥିଲେ ବି ଭବିଷ୍ୟତରେ ଯେ ଏହି ଧରଣର ବିବାଦ ଉପୁଜିଲେ ସରକାର ସବୁବେଳେ ଚାଷୀଙ୍କ ସପକ୍ଷରେ ଠିଆ ହେବେ ସେ ନେଇ ସନ୍ଦେହ ରହିଛି। ଭାରତରେ ବିହନ ଉତ୍ପାଦନ, ଆଖୁ ଚାଷ, ଆଳୁ ଚାଷ, କୁକୁଡା ପାଳନ ଆଦି ଅଳ୍ପ କେତେକ ଚାଷ ଚୁକ୍ତି ଭିତ୍ତିରେ ସଫଳତାର ସହ କରା ଯାଇ ପାରୁଥିବା ବେଳେ ଅନ୍ୟ ଫସଲଗୁଡିକ କ୍ଷେତ୍ରରେ ଏହାର ଅନୁଭବ ଉତ୍ସାହଜନକ ନୁହେଁ। ତା ଛଡ଼ା ଏ ଯାଏଁ ଅନୁପସ୍ଥିତ ଜମି ମାଲିକଙ୍କ ଜମିକୁ ଭାଗଚାଷୀମାନେ ବଖରାରେ ନେଇ ଚାଷ କରୁଥିଲେ, ବଖରାର ସର୍ତ୍ତ ଲିଖିତ ଆକାରରେ ନ ରହି ମୌଖିକ ଭାବେ ରହୁଥିଲା। ଏବେ ସେହି ଜମିମାଲିକମାନେ ଚୁକ୍ତି ଚାଷ କରିବା ପାଇଁ କମ୍ପାନୀଙ୍କ ସହ ଲିଖିତ ଚୁକ୍ତିରେ ଅନୁବନ୍ଧିତ ହେବାକୁ ଆଗ୍ରହ ପ୍ରକାଶ କରିବେ। ତେଣୁ ଏହି ଭାଗ ଚାଷୀମାନେ ଏତେ ବଡ଼ ବଡ଼ କମ୍ପାନୀଙ୍କ ପାଖରେ ମୂଲିଆ ଭଳି କାମ କରି ଭାଗଚାଷୀରୁ କୃଷି ଶ୍ରମିକରେ ପରିଣତ ହେବା ଲାଗି ବାଧ୍ୟ ହେବେ। ଏହାଦ୍ୱାରା ଗାଁ ଗଣ୍ଡାରେ ସାମାଜିକ ଅସ୍ଥିରତା ପ୍ରକାଶ ପାଇବାର ଆଶଙ୍କା ଦେଖା ଦେଇପାରେ। ଅଧିକନ୍ତୁ, କଣ୍ଟ୍ରାକ୍ଟ ଫାର୍ମିଂ ଜରିଆରେ ଉନ୍ନତ ବିହନ, କୃଷି ପଦ୍ଧତି, ଜ୍ଞାନକୌଶଳର ବିନିଯୋଗରେ ଉଭୟ ଉତ୍ପାଦନ ଓ ଉତ୍ପାଦିକାରେ ବୃଦ୍ଧି ଘଟିଲେ ବି ତାହା ଯେ ଚାଷୀର ଅଧିକ ଆୟ ସୁନିଶ୍ଚିତ କରିବ ତାହା କହିବା ପ୍ରମାଦରହିତ ହୋଇ ନ ପାରେ। ତା’ ଛଡ଼ା ‘କୃଷି’ ଏକ ‘ରାଜ୍ୟ ତାଲିକା’ର ବିଷୟ ହୋଇଥିବାରୁ କଣ୍ଟ୍ରାକ୍ଟ ଫାର୍ମିଂ ସଂକ୍ରାନ୍ତୀୟ ଏପିଏମସି ଆଇନକୁ ସଂଶୋଧନ କରିବା କେବଳ ରାଜ୍ୟମାନଙ୍କ ଅଧିକାର କ୍ଷେତ୍ରର ବିଷୟ। ତେଣୁ ଏପିଏମସି ଆଇନକୁ ସଂଶୋଧନ କରି ଏହି ଅର୍ଡିନାନ୍ସ ଜରିଆରେ କଣ୍ଟ୍ରାକ୍ଟ ଫାର୍ମିଂ ଆଇନକୁ ଦେଶବ୍ୟାପି ଲାଗୁ କରିବା ଲାଗି କେନ୍ଦ୍ର ସରକାରଙ୍କ ଉଦ୍ୟମ ତାଙ୍କ ଅଧିକାର କ୍ଷେତ୍ର ବହିର୍ଭୁତ ବୋଲି କିଛି ସମ୍ୱିଧାନ ବିଶେଷଜ୍ଞଙ୍କର ମତ।

କୃଷି କ୍ଷେତ୍ରରେ ସଂସ୍କାର ଆଣିବା ଦିଗରେ ଏହି ତିନିଟି ଅର୍ଡିନାନ୍ସ ଐତିହାସିକ ସାବ୍ୟସ୍ତ ହେବ ବୋଲି ଦାବି ହେଉଛି। ତେବେ ସଂସଦକୁ ଅଣଦେଖା କରି ଅର୍ଡିନାନ୍ସର ଗଳା ବାଟରେ ଏହି ଅର୍ଡିନାନ୍ସଗୁଡିକ ପ୍ରଣୟନର ଯୌକ୍ତିକତା ଓ ତାତକାଳିକତାକୁ ନେଇ ପ୍ରଶ୍ନ ଉଠୁଛି। ଅର୍ଡିନାନ୍ସଗୁ଼ଡିକୁ କରୋନା ରିଲିଫ ପ୍ୟାକେଜର ଅଂଶ ବିଶେଷ କରି ଘୋଷଣା କରା ଯାଇଥିଲେ ବି ଏଥିରେ ଏମିତି କିଛି ନାହିଁ ଯାହା ଚାଷୀକୁ ତୁରନ୍ତ କିଛି ଲାଭ ପହଞ୍ଚାଇ ପାରିବ। ଅର୍ଡିନାନ୍ସ ଜାରି ହେବାର ତିନି ମାସ ପୂରିବାକୁ ଯାଉଥିଲେ ବି ଉଭୟ ଚାଷ ଓ ଚାଷୀ ଏହାଦ୍ୱାରା ବିଶେଷ ଲାଭାନ୍ୱିତ ହୋଇଥିଲା ପରି ଅନୁଭୂତ ହୋଇ ନ ଥିବାରୁ ଅନ୍ତତଃ ତାହା ସ୍ପଷ୍ଟ। ଚାଷ ହିତରେ ଗ୍ରହଣ କରାଯାଉଥିବା ପ୍ରତିଟି ପଦକ୍ଷେପ ହୁଏତ ଚାଷର ଉନ୍ନତିରେ ସହାୟକ ହୋଇପାରେ, ହେଲେ ତଦ୍ଦ୍ୱାରା ଚାଷୀଟିଏ ଲାଭାନ୍ୱିତ ହେବ ବୋଲି କିଛି ଗ୍ୟାରେଣ୍ଟି ନାହିଁ। ବେଳେବେଳେ ତ ତାହା ଚାଷୀ ସ୍ୱାର୍ଥର ପରିପନ୍ଥୀ ହୋଇଥାଏ। ଦେଶବ୍ୟାପି ଚାଷୀ ସଂଗଠନମାନେ ଉପରୋକ୍ତ ତିନିଟି  ଅର୍ଡିନାନ୍ସକୁ ଯେଉଁ ଭଳି ଭାବେ ବିରୋଧ କରୁଛନ୍ତି ସେଥିରୁ ଅନ୍ତତଃ ଏହା ଚାଷୀଙ୍କ ହିତ ସାଧନ କରିବ କି ନାହିଁ ସେ ନେଇ ସନ୍ଦେହ ଉପୁଜୁଥିବାରୁ ଏଗୁଡିକ କାର୍ଯ୍ୟକାରୀ ହେଲା ପରେ ଯାଇ ଆଗାମୀ ଦିନରେ ଜଣା ପଡିବ ଏହା ଚାଷୀଙ୍କ ହିତରେ କେତେ ?

ଭୁବନେଶ୍ଵର, ମୋ. ୯୪୩୭୦୩୮୦୧୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story