Advertisment

ଗର୍ଭାବସ୍ଥାରେ ଖାଆନ୍ତୁ ତୁଳସୀ ମଞ୍ଜି; ମିଳିବ ଏହି ସବୁ ଲାଭ

ଗର୍ଭବତୀଙ୍କ ପାଇଁ ତୁଳସୀ ମଞ୍ଜି ବରଦାନ ସଦୃଶ ହୋଇଥାଏ।

author-image
Tapaswini Nayak
ଅଦ୍ୟତନ ହୋଇଛି
Tulsi seed

Tulsi seed

ତୁଳସୀ ପତ୍ରକୁ ମହୌଷଧୀ ବୋଲି କୁହାଯାଏ। ଅନେକ ରୋଗର ଚିକିତ୍ସା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ। ସେହିପରି ତୁଳସୀ ମଞ୍ଜି ମଧ୍ୟ ଆମ ଶରୀର ପାଇଁ ଲାଭ ଦାୟକ ହୋଇଥାଏ। କୁହାଯାଏ, ଗର୍ଭବତୀଙ୍କ ପାଇଁ ତୁଳସୀ ମଞ୍ଜି ବରଦାନ ସଦୃଶ ହୋଇଥାଏ। ଗର୍ଭାବସ୍ଥାରେ ଏହାକୁ ଖାଇଲେ ସଂକ୍ରମଣର ଭୟ ନଥାଏ। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବଢ଼ାଇଥାଏ। ତେବେ ଆସନ୍ତୁ ଜାଣିବା, ଗର୍ଭାବସ୍ଥାରେ ତୁଳସୀ ମଞ୍ଜି ଖାଇଲେ କେଉଁ ସବୁ ଲାଭ ମିଳିଥାଏ।

Advertisment

ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିଥାଏ

ଗର୍ଭାବସ୍ଥାରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ହେବା ଗୁରୁତ୍ୱପୁର୍ଣ୍ଣ। ଏହି ସମୟରେ ସଂକ୍ରମଣର ଭୟ ରହିଥାଏ। ତୁଳସୀ ମଞ୍ଜି ଖାଇବା ଦ୍ୱାରା ରୋଗ ପ୍ରତିରୋଧ ବୃଦ୍ଧି ହୋଇଥାଏ ।

ବ୍ଲଡ ସୁଗାର ନିୟନ୍ତ୍ରଣ କରିଥାଏ

କେତେକ ମହିଳା ଗର୍ଭାବସ୍ଥାରେ ମଧୁମେହର ଶିକାର ହୁଅନ୍ତି। ଏହି ସମୟରେ ଡାକ୍ତର କୌଣସି ମେଡିସିନ୍‌ ଖାଇବାକୁ ବାରଣ କରିଥାନ୍ତି। ଗର୍ଭାବସ୍ଥାରେ ସମୟରେ ତୁଳସୀ ମଞ୍ଜିକୁ ଖାଇଲେ ଶରୀରର ଗ୍ଲୁକୋଜର ସ୍ତରକୁ ନିୟନ୍ତ୍ରିତ ରହିଥାଏ |

Advertisment

କୋଷ୍ଠ କାଠନ୍ୟ ସମସ୍ୟା ଦୂର କରିଥାଏ

ଗର୍ଭାବସ୍ଥାରେ ଖାଦ୍ୟ ଖାଇଲେ ଭଲରେ ହଜମ ହେଇ ନଥାଏ। ମହିଳାମାନଙ୍କୁ କୋଷ୍ଠକାଠିନ୍ୟ ହୋଇଥାଏ। ଏଥିପାଇଁ କୋଷ୍ଠକାଠିନ୍ୟରେ ପୀଡିତ ମହିଳାମାନେ ତୁଳସୀ ମଞ୍ଜିକୁ ପାଣିରେ ଭିଜାଇ ଖାଇବା ଉଚିତ। ଏହା ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟାରୁ ଉପଶମ ମିଳିଥାଏ।  ସେହିପରି ଗର୍ଭାବସ୍ଥାରେ ମହିଳାମାନଙ୍କୁ ଅଧିକ ଗରମ ହୋଇଥାଏ। ତୁଳସୀର ମଞ୍ଜି ଖାଇବା ଦ୍ୱାରା ଲାଭ ମିଳିଥାଏ।

ଚର୍ମ ଏବଂ କେଶ ପାଇଁ ଲାଭ ଦାୟକ

ଗର୍ଭାବସ୍ଥାରେ ମହିଳାମାନଙ୍କର ସ୍କିନ୍‌ରେ ସମସ୍ୟା ଦେଖାଯାଇଥାଏ। ବିଶେଷ କରି ଏହି ସମୟରେ ସ୍କିନ୍‌ ଶୁଷ୍କ ହୋଇଯାଇଥାଏ। ତୁଳସୀ ମଞ୍ଜିକୁ ଖାଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ। ଏହା ବ୍ୟତୀତ ତୁଳସୀ ମଞ୍ଜି ଖାଇବା ଦ୍ୱାରା କେଶ ଭଲ ବଢ଼ିଥାଏ।

Health Lifestyle Tulsi Seed