Advertisment

ଏସସିବିକୁ ମିଳିଲା ଆଉ ଏକ ସଫଳତା; ରକ୍ତ କର୍କଟ ରୋଗୀଙ୍କ ଦେହରେ ହେଲା ହାପଲୋ ଅସ୍ଥିମଜ୍ଜା ପ୍ରତିରୋପଣ

ଏପରି ପ୍ରତିରୋପଣ ଓଡ଼ିଶାରେ ପ୍ରଥମ ହୋଇଥିବା ବେଳେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପାଇଁ ଏହା ଏକ ବଡ଼ ସଫଳତା ଆଣି ଦେଇଛି।

SCB

SCB

Advertisment

କଟକ ଏସସିବି ମେଡିକାଲରେ ବିରଳ ହାପଲୋ ଅସ୍ଥିମଜ୍ଜା ପ୍ରତିରୋପଣ ହୋଇଛି। ଏହା ଓଡ଼ିଶାରେ ପ୍ରଥମ ବୋଲି କୁହାଯାଉଛି। ଏସସିବି ମେଡିକାଲରେ ରକ୍ତ କର୍କଟ ରୋଗ ବିଭାଗରେ ଏହି ବିରଳ ପ୍ରତିରୋପଣ କରାଯାଇଛି। ଫଳରେ ଏସସିବି ଚିକିତ୍ସା କ୍ଷେତ୍ରରେ ଆଉ ଏକ ଫର୍ଦ୍ଦ ଯୋଡିଛି। ଏପରି ପ୍ରତିରୋପଣ ଓଡ଼ିଶାରେ ପ୍ରଥମ ହୋଇଥିବା ବେଳେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପାଇଁ ଏହା ଏକ ବଡ଼ ସଫଳତା ଆଣି ଦେଇଛି।

Advertisment

ପ୍ରତିରୋପଣ ପରେ ଉଭୟ ରୋଗୀ ଓ ଷ୍ଟେମ୍ ଦାତାଙ୍କ ଅବସ୍ଥା ସ୍ଥିର ରହିଛି। ଆଗରୁ ୧୦୦ ପ୍ରତିଶତ ଡୋନରରେ ଏହି ଅସ୍ଥିମଜା ପ୍ରତିରୋପଣ କରାଯାଉଥିବା ବେଳେ ଏହା ପ୍ରଥମ କରି ୫୦ ପ୍ରତିଶତ ମେଳ ଖାଉଥିବା ବ୍ୟକ୍ତିଙ୍କଠାରୁ ଷ୍ଟେମ ଆଣି ପ୍ରତିରୋପଣ କରାଯାଇଛି।

ରୋଗୀଙ୍କ ବାପା ସନାତନ ସାହୁ କହିଛନ୍ତି, ମୋ ପୁଅକୁ ୧୦ ବର୍ଷ ହେଲେ ରକ୍ତ କର୍କଟ ହେଲାଣି। ମୋ ପୁଅର ଏସସିବିରେ ଚିକିତ୍ସା ଚାଲିଥିଲା। ମୋ ସାନ ପୁଅର ଷ୍ଟେମ ଆଣି ପ୍ରତିରୋପଣ କରାଯାଇଛି। ମୋ ସାନ ତାର ବଡ଼ଭାଇକୁ ବଞ୍ଚାଇଛି। ମାଗଣା ଏହି ଅସ୍ଥିମଜ୍ଜା ପ୍ରତିରୋପଣ ହୋଇଛି। ଡାକ୍ତରଙ୍କ ସହାୟତା କ୍ରମେ ଏହା ସମ୍ଭବ ହୋଇ ପାରିଛି।

Advertisment

ସୂଚନାଯୋଗ୍ୟ, ଏହା ପୂର୍ବରୁ ଏସସିବିରେ ମଧ୍ୟ ବିରଳ ଅପରେସନ କରାଯାଇଛି। ଇକମୋ ମେସିନ ସହାୟତାରେ ଯୁବକଙ୍କ ଶ୍ୱାସନଳୀରୁ ଟ୍ୟୁମର ବାହାର କରାଯାଇଥିଲା। ସେହିପରି ଏସସିବିରେ ବିରଳ ଅସ୍ତ୍ରୋପଚାର କରାଯାଇ ଡାହାଣ ହାତ ବୁଢ଼ା ଆଙ୍ଗୁଠି ସ୍ଥାନରେ ବାମ ଗୋଡ଼ର ଆଙ୍ଗୁଠି ଲଗାଯାଇଥିଲା।

Cuttack Scb Medical
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe