Advertisment

ସୁନ୍ଦରଗଡ଼କୁ ସ୍କ୍ରବ ଟାଇଫସ ଟେନସନ୍‌; ପୁଣି ୧୦ ପଜିଟିଭ ଚିହ୍ନଟ

ସ୍କ୍ରବ ଟାଇଫସ ଭାଇରସ ଜିଲ୍ଲାବାସୀଙ୍କ ଚିନ୍ତା ବଢାଇଥିବା ବେଳେ ଅ।ଜି ପୁଣି ୧୦ ଅ।କ୍ରାନ୍ତ ଚିହ୍ନଟ ହୋଇଛନ୍ତି।

scrub-typhus

scrub-typhus

Advertisment

ପୁଣି ଥରେ ସୁନ୍ଦରଗଡ଼କୁ ଘାଇଲା କଲାଣି ସ୍କ୍ରବ ଟାଇଫସ ଭାଇରସ । ସ୍କ୍ରବ ଟାଇଫସ ଭାଇରସ ଜିଲ୍ଲାବାସୀଙ୍କ ଚିନ୍ତା ବଢାଇଥିବା ବେଳେ ଅ।ଜି ପୁଣି ୧୦ ଅ।କ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ଜିଲ୍ଲାରେ ଅ।କ୍ରାନ୍ତଙ୍କ ସଂଖ୍ୟା ୧୯୩ରେ ପହଞ୍ଚିଛି। ତେବେ ସମସ୍ତ ଅ।କ୍ରାନ୍ତ ବର୍ତ୍ତମାନ ସୁସ୍ଥ ଥିବା ବେଳେ ଜଣେ ଅ।କ୍ରାନ୍ତ ଗୁରୁତର ଅବସ୍ଥାରେ ଅ।ଇସିୟୁରେ ଭର୍ତ୍ତି ହୋଇଛନ୍ତି ।

Advertisment

ଗତକାଲି ୫୯ ଜଣଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେ ମଧ୍ୟରୁ ୧୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଜିଲ୍ଲାର ସଦର ବ୍ଲକର ମଝାପଡା ଓ ବାଲିଶଙ୍କରା ବ୍ଲକ ଅଂଚଳରେ ମାତ୍ରାଧିକ ଅ।କ୍ରାନ୍ତ ଚିହ୍ନଟ ହୋଥିବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେବା ସହ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମସ୍ତ ବିଡିଓ, ତହସିଲଦାର ଓ ଡାକ୍ତରମାନଙ୍କ ସହ ଭର୍ଚୁଅ।ଲ ମୋଡରେ ବୈଠକ କରାଯାଇଛି ।

ପଞ୍ଚାୟତ ସ୍ତରରୁ ଜନସାଧାରଣଙ୍କୁ କିଭଳି ଭାବରେ ଅ।ହୁରି ସଚେତନ କରାଯାଇପାରିବ ତା’ ଉପରେ ବୈଠକରେ ଗୁରୁତ୍ଵ ଦିଅ।ଯାଇଥିବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୁଚନା ଦେଇଛନ୍ତି ।

Advertisment

ବରଗଡ଼, ସୁନ୍ଦରଗଡ଼ ଓ ବଲାଙ୍ଗିର ଅଞ୍ଚଳରେ ଭୟ ସୃଷ୍ଟି କରିଥିବା ସ୍କ୍ରବ ଟାଇଫସ୍ ରୋଗର ମୁକାବିଲା ପାଇଁ ଅଣ୍ଟା ଭିଡ଼ିଲା ସ୍ୱାସ୍ଥ୍ୟ ବିଭାଗ । ଭିମସାରରୁ ଏକ ମେଡିକାଲ ଟିମ୍ ବରଗଡ଼ ଜିଲ୍ଲା ଗସ୍ତ କରିବ । ଭିମସାରର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଶଙ୍କର ରାମଚନ୍ଦାନୀଙ୍କ ନେତୃତ୍ୱରେ ଏହି ଟିମ ବରଗଡ଼ ଗସ୍ତ କରିବ ।

Health Sundargarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe