Advertisment

ବର୍ଷା ଦିନେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ କେଉଁ ସୁପରଫୁଡ ଖାଇବେ?

ଏହି ସବୁ ଖାଦ୍ୟ ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ଏବଂ ବିଭିନ୍ନ ରୋଗରୁ ରକ୍ଷା ମିଳିଥାଏ।

author-image
Manoj Swain
ଅଦ୍ୟତନ ହୋଇଛି
Superfoods For Better Immunity

Superfoods For Better Immunity

ଆରମ୍ଭ ହୋଇଯାଇଛି ବର୍ଷାଋତୁ। ଏହି ଋତୁରେ ହଠାତ୍ ତାପମାତ୍ରାରେ ପରିବର୍ତ୍ତନ ଏବଂ ଆର୍ଦ୍ରତା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଦେଇଥାଏ। ଏହି କାରଣରୁ ଜ୍ୱର, କାଶ ଏବଂ ଫ୍ଲୁ ହେବାର ଆଶଙ୍କା ବଢ଼ିବା ସହିତ ଜୀବାଣୁ ଏବଂ ଫଙ୍ଗସ ସଂକ୍ରମଣର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ। ତେଣୁ, ଏହି ଋତୁରେ ନିଜ ସ୍ୱାସ୍ଥ୍ୟକୁ ନେଇ ସତର୍କ ରହିବା ଆବଶ୍ୟକ। ବର୍ଷା ଋତୁରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ କେଉଁ ସୁପରଫୁଡ ଖାଇବା ଉଚିତ୍ ଆସନ୍ତୁ ଜାଣିବା...

Advertisment

ଅଦା- ଅଦାରେ ଶକ୍ତିଶାଳୀ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ସହ ଅନେକ ପୋଷକ ତତ୍ତ୍ୱ ରହିଛି। ଏଥିରେ ଜିଞ୍ଜରୋଲ ପରି ଉପଦାନ ଥାଏ, ଯାହା ଅକ୍ସିଡେଟିଭ୍ ଚାପକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ପ୍ରତିଦିନ କିଛି ମାତ୍ରାରେ ଅଦା ଖାଇଲେ ଶରୀରକୁ ବିଭିନ୍ନ ପ୍ରକାର ସଂକ୍ରମଣ ରୋଗରୁ ରକ୍ଷା ମିଳିଥାଏ।

ହଳଦୀ- କେଉଁ କାଳରୁ ହଳଦୀକୁ ମୁଖ୍ୟତଃ ଔଷଧ ରୂପରେ ବ୍ୟବହାର କରାଯାଏ। ପିଲା ହେଉ କି ବୁଢ଼ା ପ୍ରତିଦିନ କିଛି ମାତ୍ରାରେ କଞ୍ଚା ହଳଦୀ ସେବନ କଲେ ଶରୀରରୁ ବିଭିନ୍ନ ରୋଗ ଦୂର ହୁଏ। ହଳଦୀରେ କର୍କୁମିନ୍ ନାମକ ପ୍ରମୁଖ ଉପାଦାନ ରହିବା ସହ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭଳି ଅନେକ ପୋଷକ ତତ୍ତ୍ୱ ରହିଛି। ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାର୍ଯ୍ୟ କରିଥାଏ।

Advertisment

ରସୁଣ- ରସୁଣରେ ଅନେକ ଔଷଧୀୟ ଗୁଣ ରହିଛି। ପ୍ରତିଦିନ କଞ୍ଚା ରସୁଣ ଖାଇବା ଦ୍ୱାରା ଅନେକ ପ୍ରକାର ରୋଗ ଦୂର ହୋଇଥାଏ। ଏକ ରିପୋର୍ଟ ଅନୁସାରେ ରସୁଣରେ ଆଲିସିନ୍, ଆଣ୍ଟିଭାଇରାଲ ଓ ଆଣ୍ଟିବ୍ୟାକ୍ଟେରିଆଲ ଭଳି ଉପାଦାନ ଭରପୂର ରହିଛି। ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାର୍ଯ୍ୟ କରିଥାଏ।

ଦହି- ଖରା ହେଉ କିମ୍ବା ବର୍ଷା ଦହିର ଆଦର ସବୁଦିନ ରହିଛି। ଦହିରେ ପ୍ରୋବାୟୋଟିକ୍ ରହିଥାଏ। ଏହା ଉପକାରୀ ବ୍ୟାକ୍ଟେରିଆ ହୋଇଥିବାରୁ ଖାଦ୍ୟ ହଜମରେ ସାହାର୍ଯ୍ୟ କରିଥାଏ। ସେହିଭଳି ଅନ୍ତନଳୀରେ ଥିବା ଉପକାରୀ ବ୍ୟାକ୍ଟେରିଆକୁ ପ୍ରୋତ୍ସାହିତ କରିବା ସହ ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବାରେ ସହାୟକ ହୋଇଥାଏ।

ପିସ୍ତା ବାଦାମ- ପିସ୍ତା ବାଦାମରେ ଭିଟାମିନ୍-ଇ ସହ ଆଣ୍ଟିଅକ୍ସିଡାଣ୍ଟ ଭଳି ଉପଦାନ ରହିଥାଏ, ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଠିକ୍ ରଖିବାରେ ସାହାର୍ଯ୍ୟ କରିଥାଏ। ପ୍ରତିଦିନ ଜଳଖିଆରେ ତିନିରୁ ଚାରିଟି ପିସ୍ତା ବାଦାମ ଖାଇଲେ ଶରୀର ପାଇଁ ଉପକାରୀ ହୋଇଥାଏ।

ପାଳଙ୍ଗ- ପାଳଙ୍ଗ ଶାଗରେ ବହୁତ ଔଷଧୀୟ ଗୁଣ ରହିଛି। ଏଥିରେ ପ୍ରଚୁର ପରିମଣରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ବିଟା କ୍ୟାରୋଟିନ୍ ଭଳି ଉପଦାନ ଭରି  ରହିଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ। ଏହାଛଡା ଏଥିରେ ଭିଟାମିନ୍ -ସି ଏବଂ ଭିଟାମିନ୍- ଇ ମଧ୍ୟ ରହିଛି, ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ।

ଗ୍ରୀନ୍-ଟି- ଶରୀର ପାଇଁ ବେଶ ଲାଭଦାୟକ ଗ୍ରୀନ୍‌-ଟି। ପ୍ରତିଦିନ 2-3 କପ୍ ଗ୍ରୀନ୍ ଟି ପିଇବା ଦ୍ୱାରା ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟଗତ ସମସ୍ୟା ଦୂର ହୋଇଥାଏ। ଏଥିରେ ଅନେକ ପ୍ରକାର ଔଷଧୀୟ ଗୁଣ ରହିଛି। ଗ୍ରୀନ୍‌-ଟିରେ ଫ୍ଲାଭୋନାଏଡ୍ ସହ ଆଣ୍ଟିଅକ୍ସିଡାଣ୍ଟ ଏବଂ ଏପିଗାଲୋକାଟେଚିନ୍ ଗାଲେଟ୍ ଭଳି ଉପଦାନ ରହିଛି, ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ।

ଅମୃତଭଣ୍ତା- ଅମୃତଭଣ୍ତାରେ ଭରପୂର ପରିମାଣରେ ଭିଟାମିନ୍ -ସି, ଭିଟାମିନ୍- ଇ ଏବଂ ଭିଟାମିନ୍ -ଏ ରହିଛି, ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ। ସେହିଭଳି ଅମୃତଭଣ୍ତାରେ ପେପେନ୍ ପରି ହଜମକାରୀ ଏନଜାଇମ୍ ସହ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି ଯାହା ଆମ ଶରୀର ପାଇଁ ଲାଭଦାୟକ ଅଟେ।

ସେହିଭଳି କମଳା, ଲେମ୍ବୁ, ଏବଂ ଅଙ୍ଗୁର ପରି ସାଇଟ୍ରସ୍ ଫଳଗୁଡ଼ିକରେ ଭିଟାମିନ୍-ସି ପରି ଅନେକ ପୋଷକ ତତ୍ତ୍ୱ ରହିଛି, ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାର୍ଯ୍ୟ କରିଥାଏ।

ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ଖାଦ୍ୟ ଗ୍ରହଣ ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। 

Health Healthy Food