Advertisment

ମୃତ୍ୟୁର ଦୁଇ ଦିନ ପୂର୍ବରୁ ବାହା ହେଲେ କର୍କଟ ପୀଡିତା

କର୍କଟରେ ପୀଡିତ ଝିଅର ଶେଷ ଇଚ୍ଛା ପୂରଣ କଲେ ବାପା-ମାଆ। ମୃତ୍ୟୁର ଦୁଇ ଦିନ ପୂର୍ବରୁ ପ୍ରେମିକ ସହ 10 ବର୍ଷର ଝିଅକୁ ଦେଲେ ବାହା।

author-image
Debibandita Barick
ଅଦ୍ୟତନ ହୋଇଛି
Emma Marriage Pic

Emma Marriage Pic

କର୍କଟରେ ପୀଡିତ ଝିଅର ଶେଷ ଇଚ୍ଛା ପୂରଣ କଲେ ବାପା-ମାଆ। ମୃତ୍ୟୁର ଦୁଇ ଦିନ ପୂର୍ବରୁ ପ୍ରେମିକ ସହ 10 ବର୍ଷର ଝିଅକୁ ଦେଲେ ବାହା। ପ୍ରେମିକକୁ ବାହା ହେବାର ଦୁଇ ଦିନ ପରେ ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛି ଏହି କିଶୋରୀ ଜଣକ। ତଥାପି ସବୁଦିନ ପାଇଁ ଆଖି ବୁଜିବା ପୂର୍ବରୁ ନିଜର ସ୍ୱପ୍ନ ପୂରଣ କରି ଯାଇଛନ୍ତି। ଆମେରିକାର ଉତ୍ତର କାରୋଲିନାରେ ଏପରି ଏକ ସମ୍ୱେଦନଶୀଳ ଘଟଣା ସାମ୍ନାକୁ ଆସିଛି। 

Advertisment

ନ୍ୟୁୟର୍କ ପୋଷ୍ଟ ରିପୋର୍ଟ ଅନୁସାରେ, ଏମା ଏଡୱାର୍ଡସ୍ ମୃତ୍ୟୁ ପୂର୍ବରୁ ପ୍ରେମିକ ଡାନିଏଲ୍ ମାର୍ଶଲ୍ ଖ୍ରୀଷ୍ଟୋଫରଙ୍କୁ ବିବାହ କରିଛନ୍ତି। ଏମା ଆକ୍ୟୁଟ୍ ଲିମ୍ଫୋବ୍ଲାଷ୍ଟିକ୍ ଲ୍ୟୁକେମିଆରେ ପୀଡିତ ଥିବା ନେଇ ତାଙ୍କ ପିତା-ମାତା 2022 ରେ ଜାଣିବାକୁ ପାଇଥିଲେ। ଆକ୍ୟୁଟ୍ ଲିମ୍ଫୋବ୍ଲାଷ୍ଟିକ୍ ଲ୍ୟୁକେମିଆ ହେଉଛି ଏକ ପ୍ରକାର କର୍କଟ, ଯାହା ରକ୍ତ ଏବଂ ଅସ୍ଥି ମଜ୍ଜାକୁ ପ୍ରଭାବିତ କରିଥାଏ, ଯେଉଁଥିରେ ପିଲାମାନେ ଅଧିକ ସଂକ୍ରମିତ ହୋଇଥାନ୍ତି।

ଏମାଙ୍କ ବାପା-ମାଆ ଆଲିନା ଏବଂ ଆରୋନ ଏଡୱାର୍ଡସ୍ ଝିଅର ରୋଗ ବାବଦରେ ଜାଣିବା ପରେ ଖୁବ୍ ଆଶା ରଖିଥିଲେ ଯେ, ସେ ଭଲ ହୋଇଯିବେ। କିନ୍ତୁ ଏ ରୋଗ କେବେ ଭଲ ହେବନି, ସେ ଆଉ ବେଶି ଦିନ ବଞ୍ଚି ପାରିବେନି ବୋଲି ଚଳିତ ବର୍ଷ ଜୁନରେ ଜାଣିବାକୁ ପାଇଥିଲେ। ଏହାପରେ ତାର ଶେଷ ଇଚ୍ଛା ପୂରଣ କରିଛନ୍ତି। ସ୍ଥାନୀୟ ପରମ୍ପରା ଅନୁସାରେ ଝିଅର ପ୍ରେମିକ ସହ ବିବାହ କରାଇଛନ୍ତି ଆଲିନା ଓ ଆରୋନ। ନ୍ୟୁୟର୍କ ପୋଷ୍ଟ ଅନୁସାରେ ଗତ ଦୁଇ ଦିନ ତଳେ ଉଭୟଙ୍କ ବିବାହ ହୋଇଥିଲା। ମାତ୍ର ଏମାଙ୍କର ଏବେ ମୃତ୍ୟୁ ଘଟିଛି।

Advertisment

ଏମାନଙ୍କ ମାଆଙ୍କ କହିବା ଅନୁସାରେ, ପ୍ରାରମ୍ଭିକ ପର୍ଯ୍ୟାୟରେ ତାଙ୍କର କୌଣସି ଲକ୍ଷଣ ଦେଖାଯାଉ ନଥିଲା। 2022ରେ ସେ ହଠାତ୍ ତଳେ ପଡିଯାଇ ଥିଲେ। ଡାକ୍ତରଖାନା ନେଇଯିବାରୁ ତାଙ୍କୁ କର୍କଟ ହୋଇଥିବା ଜାଣିବାକୁ ପାଇଥିଲେ ଡାକ୍ତର। ଗୋଡର ଅସ୍ଥି ମଜ୍ଜାରେ ହୋଇଥିବା ଏହି କର୍କଟ ତାଙ୍କର ବହୁ କ୍ଷତି ଘଟାଇ ସାରିଥିଲା, ହାଡରେ ଛିଦ୍ର ହୋଇ ଖୁବ୍ ଦୁର୍ବଳ ହୋଇ ସାରିଥିଲେ। ଆଉ ଶେଷରେ ସବୁଦିନ ପାଇଁ ଦୁନିଆରୁ ବିଦାୟ ନେଇଯାଇଛନ୍ତି।

Cancer Cancer Patient Marry Girl Marry Before Death