Advertisment

ସଜେଇ ହେଉଛି ମେଡ଼ିକାଲ୍‌, ନାହାନ୍ତି ଡାକ୍ତର

5T ଅଧୀନକୁ ଚିକିତ୍ସା ସେବା ଆସିବା ପରେ ରାଜ୍ୟ ସରକାର ଆରମ୍ଭ କରିଥିଲେ ‘ଆମ ହସ୍ପିଟାଲ’ ଯୋଜନା। ଏହି ଯୋଜନାରେ ନବରଙ୍ଗପୁର ଜିଲ୍ଲାର ୪ଟି ହସ୍ପିଟାଲ ପାଇଁ ୧୪କୋଟିରୁ ଅଧିକ ଟଙ୍କା ଅନୁମୋଦନ କରିଥିଲେ।

author-image
Manoranjan Sial
Medical

Medical

ସଜେଇ ହେଉଛି ମେଡ଼ିକାଲ୍‌। ନୂଆ ନୂଆ କୋଠା ନିର୍ମାଣ ହେଉଛି। ହେଲେ ରୋଗୀ ସେବା ପାଇଁ ଡାକ୍ତର ନାହାନ୍ତି। ମିଳିଥିବା ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲା ପାଇଁ ୨୬୫ ଡାକ୍ତର ଦରକାର ଥିବା ବେଳେ ଅଛନ୍ତି ୧୪୦ ଡାକ୍ତର। ଯଦି ଡାକ୍ତର ନାହାନ୍ତି, ତାହାହେଲେ ରୋଗୀ କ’ଣ ପାଇଁ ମେଡ଼ିକାଲ ଆସିବେ?

Advertisment

5T ଅଧୀନକୁ ଚିକିତ୍ସା ସେବା ଆସିବା ପରେ ରାଜ୍ୟ ସରକାର ଆରମ୍ଭ କରିଥିଲେ ‘ଆମ ହସ୍ପିଟାଲ’ ଯୋଜନା। ଏହି ଯୋଜନାରେ ନବରଙ୍ଗପୁର ଜିଲ୍ଲାର ୪ଟି ହସ୍ପିଟାଲ ପାଇଁ ୧୪କୋଟିରୁ ଅଧିକ ଟଙ୍କା ଅନୁମୋଦନ କରିଥିଲେ। ସେହି ଅର୍ଥରେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ, ପାପଡାହାଣ୍ଡି CHC, ଚନ୍ଦାହାଣ୍ଡି CHC ଓ ଉମରକୋଟ ଚିକିତ୍ସାଳୟର ନବୀକରଣ କାମ ଚାଲିଛି। ଚିକିତ୍ସା ହେବାକୁ ଆସୁଥିବା ରୋଗୀଙ୍କ ପାଇଁ ୱେଟିଂ ହଲ୍‌, ଔଷଧ ବିତରଣ କେନ୍ଦ୍ର, କାଫେ, ଡ୍ରେନ୍‌ ପ୍ରମୁଖ ତିଆରି କରାଯାଉଛି।

ତେବେ ଏଠି ପ୍ରଶ୍ନ ଉଠୁଛି ଏ ସବୁ କ’ଣ ପାଇଁ? ମେଡ଼ିକାଲ୍‌ରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନାହାନ୍ତି। ଯଦି ଡାକ୍ତର ନାହାନ୍ତି, ତାହାହେଲେ ରୋଗୀ କେଉଁ ସେବା ପାଇବା ପାଇଁ ଆସିବେ? କ’ଣ ହସ୍ପିଟାଲ୍‌ ଚକାଚକ ବିଲ୍‌ଡିଂ ଦେଖିବା ପାଇଁ ଆସିବେ? ଡାକ୍ତର ନିଯୁକ୍ତି ନଦେଇ ରାଜ୍ୟ ସରକାର ଡାକ୍ତରଖାନାକୁ ପର୍ଯ୍ୟଟନ ସ୍ଥଳୀ କରିବାକୁ ଚାହୁଁଛନ୍ତି କି? ଏହାର ଉତ୍ତର ହୁଏତ କାହା ପାଖରେ ନାହିଁ। ଯାହାକୁ ନେଇ ନବରଙ୍ଗପୁରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

Advertisment

ମିଳିଥିବା ସୂଚନା ଅନୁସାରେ ଜିଲ୍ଲାର ୧୧ଟି CHC ପାଇଁ ୨୬୫ ଡାକ୍ତର ଆବଶ୍ୟକ। ହେଲେ ବର୍ତ୍ତମାନ ଅଛନ୍ତି ୧୪୦ ଡାକ୍ତର। ତାହାହେଲେ ରୋଗୀ କେମିତି ଓ କି ସେବା ପାଉଥିବେ? ‘ଆମ ହସ୍ପିଟାଲ’ ଯୋଜନାରେ ହେଉଥିବା ନିର୍ମାଣ କାର୍ଯ୍ୟ ଅକ୍ଟୋବର ୩୦ ତାରିଖ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି। ହେଲେ ବର୍ତ୍ତମାନ ସୁଦ୍ଧା ମାତ୍ର ୩୦% କାମ ସାରିଥିବା ଦେଖିବାକୁ ମିଳିଛି।

ରିପୋର୍ଟ-ନବରଙ୍ଗପୁରରୁ ନବଘନ ବିଷୋୟୀ

Health Minister Nabarangpur