ବଲାଙ୍ଗିର ଜିଲ୍ଲା ସଇଁତଳା ସହରରେ ଦେଖା ଦେଇଛି ଡେ଼ଙ୍ଗୁ ଆତଙ୍କ । କିଛି ଦିନ ତଳେ ଡେ଼ଙ୍ଗୁରେ ଆକ୍ରାନ୍ତ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ଛୁଇଁଲାଣି।
୧୮ ଜଣକ ମଧ୍ୟରୁ ୧୧ ଜଣଙ୍କୁ ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଏହା ଯେପରି ଅଧିକ ନ ବ୍ୟାପେ ସେଥିନିମନ୍ତେ ସେମାନଙ୍କୁ ଆଇସୋଲେସନରେ ରଖା ଯାଇଛି।
ଆଜି ସକାଳୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜରୁ ଏକ ଡ଼ାକ୍ତରୀ ଟିମ ଆସି ସହରର ବିଭିନ୍ନ ପଡ଼ାରେ ବୁଲି ଲୋକଙ୍କୁ ସଚେତନ କରିଥିଲେ। ଏଥିସହ ୧୧ ରୋଗୀଙ୍କୁ ତୁରନ୍ତ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି।
ଅନ୍ୟ ପଟେ ସଇଁତଳା ହସ୍ପିଟାଲରୁ ମଧ୍ୟ ଏକ ଟିମ୍ ଗାଁରେ ଘର କୁ ଘର ବୁଲି ଡେ଼ଙ୍ଗୁ ଲକ୍ଷଣ ଦେଖା ଦେଉଥିବା ବ୍ୟକ୍ତିଙ୍କୁ ପରୀକ୍ଷା କରୁଛନ୍ତି। ଏହା ସହ ନାଳ ନର୍ଦ୍ଦମା ସଫା କଲେ ଡେ଼ଙ୍ଗୁ ମଶା ମଲେ ଡେ଼ଙ୍ଗୁ ରୋଗୀଙ୍କ ସଂଖ୍ୟା କମିବ ବୋଲି ଡାକ୍ତର ସମରେନ୍ଦ୍ର ମହାପାତ୍ର କହିଛନ୍ତି। ଏଥିନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ କାମ ଆରମ୍ଭ ହୋଇଥିବା ବିଡିଓ କହିଛନ୍ତି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।