Advertisment

ସଇଁତଳାରେ ବ୍ୟାପୁଛି ଡେଙ୍ଗୁ, ୧୮ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର ଜିଲ୍ଲା ସଇଁତଳା ସହରରେ ଦେଖା ଦେଇଛି ଡେ଼ଙ୍ଗୁ ଆତଙ୍କ । କିଛି ଦିନ ତଳେ ଡେ଼ଙ୍ଗୁରେ ଆକ୍ରାନ୍ତ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ଛୁଇଁଲାଣି।

Check Up

Check Up

Advertisment

ବଲାଙ୍ଗିର ଜିଲ୍ଲା ସଇଁତଳା ସହରରେ ଦେଖା ଦେଇଛି ଡେ଼ଙ୍ଗୁ ଆତଙ୍କ । କିଛି ଦିନ ତଳେ ଡେ଼ଙ୍ଗୁରେ ଆକ୍ରାନ୍ତ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ଛୁଇଁଲାଣି।

Advertisment

୧୮ ଜଣକ ମଧ୍ୟରୁ ୧୧ ଜଣଙ୍କୁ ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଏହା ଯେପରି ଅଧିକ ନ ବ୍ୟାପେ ସେଥିନିମନ୍ତେ  ସେମାନଙ୍କୁ ଆଇସୋଲେସନରେ ରଖା ଯାଇଛି। 

ଆଜି ସକାଳୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜରୁ ଏକ ଡ଼ାକ୍ତରୀ ଟିମ ଆସି ସହରର ବିଭିନ୍ନ ପଡ଼ାରେ ବୁଲି ଲୋକଙ୍କୁ ସଚେତନ କରିଥିଲେ। ଏଥିସହ ୧୧ ରୋଗୀଙ୍କୁ ତୁରନ୍ତ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି।   

Advertisment

ଅନ୍ୟ ପଟେ ସଇଁତଳା ହସ୍ପିଟାଲରୁ ମଧ୍ୟ ଏକ ଟିମ୍‌ ଗାଁରେ ଘର କୁ ଘର ବୁଲି ଡେ଼ଙ୍ଗୁ ଲକ୍ଷଣ ଦେଖା ଦେଉଥିବା ବ୍ୟକ୍ତିଙ୍କୁ ପରୀକ୍ଷା କରୁଛନ୍ତି। ଏହା ସହ ନାଳ ନର୍ଦ୍ଦମା ସଫା କଲେ ଡେ଼ଙ୍ଗୁ ମଶା ମଲେ ଡେ଼ଙ୍ଗୁ ରୋଗୀଙ୍କ ସଂଖ୍ୟା କମିବ ବୋଲି ଡାକ୍ତର ସମରେନ୍ଦ୍ର ମହାପାତ୍ର କହିଛନ୍ତି। ଏଥିନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ କାମ ଆରମ୍ଭ ହୋଇଥିବା ବିଡିଓ କହିଛନ୍ତି। 

Dengue
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe