Advertisment

ଓଡ଼ିଶାରେ କରୋନାର ନୂଆ ଭାରିଆଣ୍ଟ JN.1; ଦୁଇ ଆକ୍ରାନ୍ତ ଚିହ୍ନଟ

ସମୁଦାୟ ୨ ଜଣ ରୋଗୀଙ୍କ ଠାରେ ଏହି ଭାରିଆଣ୍ଟ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

ଅଦ୍ୟତନ ହୋଇଛି
Corona Virus

Corona Virus

Advertisment

ରାଜ୍ୟରେ କୋଭିଡ୍-୧୯ର ନୂଆ ସବ୍ ଭାରିଆଣ୍ଟ JN.1 ରୋଗୀ ଚିହ୍ନଟ ହୋଇଛନ୍ତି । ସମୁଦାୟ ୨ ଜଣ ରୋଗୀଙ୍କ ଠାରେ ଏହି ଭାରିଆଣ୍ଟ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

Advertisment

ସେମାନଙ୍କ ମଧ୍ୟରୁ ଜଣେ ରୋଗୀ ଭୁବନେଶ୍ୱରର ହୋଇଥିବା ବେଳେ ଅନ୍ୟ ଜଣେ ସୁନ୍ଦରଗଡ଼ରୁ ଚିହ୍ନଟ ହୋଇଛନ୍ତି। ୨ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ହୋମ ଆଇସୋଲେସନରେ ଥିବାବେଳେ ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଅନ୍ୟ ଜଣେ ମହିଳା ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିବା ଜଣାଯାଇଛି।  

 ଏହାବାଦ ଗତ ୨୪ ଘଣ୍ଟାରେ ଅନୁଗୁଳରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ ଏବେ ହୋମ ଆଇସୋଲେସନରେ ଥିବା ସୂଚନା ରହିଛି । ଏବେ ରାଜ୍ୟରେ ୨୫ଜଣ ସକ୍ରିୟ ରୋଗୀ ଥିବା ବେଳେ, ମୃତ୍ୟୁ ନେଇ କୌଣସି ସୂଚନା ନଥିବା ସ୍ପଷ୍ଟ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

Advertisment

କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି, ପର୍ଯ୍ୟାପ୍ତ ପରିମାଣର ଔଷଧ ମହଜୁଦ ଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଏବେ ଚିହ୍ନଟ ହେଉଥିବା ସଂକ୍ରମିତ ସେତେଟା ଗୁରୁତର ହେଉନାହାନ୍ତି । ତେବେ ଲୋକମାନେ ସତର୍କ ରୁହନ୍ତୁ । ଯଦି ଲକ୍ଷଣ ଦେଖାଯାଉଛି ପରୀକ୍ଷା କରାଇ ନେବା ସହ ଘରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି। 

New Coronavirus Strain Coronavirus Cases
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe