Advertisment

ନବରଙ୍ଗପୁରରେ ୨ ରୁବେଲା ରୋଗୀ ଚି଼ହ୍ନଟ

ନନ୍ଦାହାଣ୍ଡି ଓ ତେନ୍ତୁଳି ଖୁଣ୍ଟି ବ୍ଲକର ୧୮ ଜଣ ରୋଗୀଙ୍କର ରକ୍ତ ନମୂନା ପରୀକ୍ଷା ପାଇଁ ନିଆଯାଇଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
Nabarangpur

Nabarangpur

ନବରଙ୍ଗପୁର ଜିଲ୍ଲାରେ ରୁବେଲା ଆତଙ୍କ। ବର୍ତ୍ତମାନ ସୁଦ୍ଧା ୨ ରୁବେଲା ରୋଗୀ ଚି଼ହ୍ନଟ ହୋଇଥିବା ନେଇ ନବରଙ୍ଗପୁର ଭାରାପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମଳୟ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି ଯେ, ନନ୍ଦାହାଣ୍ଡି ବ୍ଲକ ପଡାଲଗୁଡା ଗ୍ରାମର ୫ଜଣ ନିକଟରେ ରୁବେଲା ରୋଗର ଲକ୍ଷଣ ଦେଖା ଯାଇଥିଲ। ଗତ ୨୯ତାରିଖରେ ଆମେ ୫ ଜଣଙ୍କର ରକ୍ତ ନମୂନା ପରୀକ୍ଷା ପାଇଁ ପଠାଇଥିଲୁ। ସେଥିରୁ ୨ ଜଣ ଶିଶୁ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗର୍ଭବତୀ ହେବାର ପ୍ରଥମ ୩ ମାସ ଭିତରେ ଯଦି ମାଆକୁ ଏହି ରୋଗ ହୁଏ ତେବେ ଗର୍ଭସ୍ତ ଶିଶକୁ ସଂକ୍ରମଣ ହୋଇଥାଏ। ଜନ୍ମ ସମୟରେ ହୃଦରୋଗ, ବାକଶକ୍ତି ହରାଇବା, ଶ୍ରାବଣ ଶକ୍ତି ହରାଇବା, ଦୃଷ୍ଟି ଶକ୍ତି ହରାଇବା ସହ ଗର୍ଭପାତ ବି ହେବା ସମ୍ଭାବନା ଥାଏ। 

ଆଶାକର୍ମୀଙ୍କ ଜରିଆରେ ସଚେତନ କରାଯାଉଛି। ଯଦି କାହାର ଦେହରେ ଏହି ରୋଗର ଲକ୍ଷଣ ଦେଖାଯାଏ, ତାହାହେଲେ ରିପୋର୍ଟ କରିବାକୁ କୁହାଯାଇଛି ବୋଲି ଡାକ୍ତର ତ୍ରିପାଠୀ କହିଛନ୍ତି।

Advertisment

 ଏହା ଏକ ଭୂତାଣୁ ଜନିତ ରୋଗ ହୋଇଥିବାରୁ ବାୟୁ ମଣ୍ଡଳରେ ବ୍ୟାପିଥାଏ। ବର୍ତ୍ତମାନ ରୁବେଲାର ସ୍ଥିତି ଯାଞ୍ଚ ପାଇଁ WHO ଟିମ ଓ ଜିଲ୍ଲା ସ୍ୱାସ୍ଥ୍ୟ ଟିମ ପଡାଲଗୁଡା ଗ୍ରାମକୁ ଯାଇଛନ୍ତି। ଅନେକ ସନ୍ଦିଗ୍ଧଙ୍କ ସାମ୍ପୁଲ ନିଆଯାଉଛି।  ସଂକ୍ରମଣ ହୋଇଥିବା ଦୁଇ ରୋଗୀଙ୍କୁ ବର୍ତ୍ତମାନ ସଂଗରୋଦ୍ଧ କରାଯାଇଛି ବୋଲି ଡାକ୍ତର ମଳୟ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ନନ୍ଦାହାଣ୍ଡି ଓ ତେନ୍ତୁଳି ଖୁଣ୍ଟି ବ୍ଲକର ୧୮ ଜଣ ରୋଗୀଙ୍କର ରକ୍ତ ନମୂନା ପରୀକ୍ଷା ପାଇଁ ନିଆଯାଇଥିଲା। ସେଥିମଧ୍ୟରୁ ୫ ଜଣଙ୍କର ସାମ୍ପୁଲ ପରୀକ୍ଷା କରାଯାଇଥିଲା। ୨ ରୁବେଲା ରୋଗୀ  ଚିହ୍ନଟ ହୋଇଥିବା ଼ଜଣାପଡ଼ିଛି, ଅନ୍ୟ ୩ ଜଣଙ୍କର ମିଳିମିଳା ହୋଇଥିବା ଜଣାପଡ଼ିଛି। 

Nabarangpur