Advertisment

ଦିନକୁ ଚିହ୍ନଟ ହେଉଛନ୍ତି ୨୦୦ରୁ ୨୫୦ ଡେଙ୍ଗୁ ରୋଗୀ

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୮ ହଜାର ୬୧୦ ଜଣଙ୍କର ଡେଙ୍ଗୁ ଟେଷ୍ଟ କରାଯାଇଛି।

author-image
Jitendra Garnayak
Dengue

Dengue

ରାଜ୍ୟରେ ଏବେ ପ୍ରତିଦିନ ୨୦୦ ରୁ ୨୫୦ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି। ଡେଙ୍ଗୁ ବଂଶ ବିସ୍ତାର ପାଇଁ ବର୍ତ୍ତମାନ ପାଣିପାଗ ଅନୁକୂଳ ଅଛି। ବର୍ଷା ନ ଛାଡ଼ିବା ଯାଏଁ ରୋଗ କମିବ ନାହିଁ ବୋଲି କହିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର।

Advertisment

ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୮ ହଜାର ୬୧୦ ଜଣଙ୍କର ଡେଙ୍ଗୁ ଟେଷ୍ଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୫ ହଜାର ୯୭ ଜଣ ପଜିଟିଭ ବାହାରିଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨,୧୩୩ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ପୁରୀରୁ ୫୫୫, କଟକରୁ ୫୨୦ ଓ ବାଲେଶ୍ଵରରୁ ୪୭୩ ଜଣ ଚିହ୍ନଟ ହୋଇଛନ୍ତି।

ଜୁଲାଇରୁ ଅକ୍ଟୋବର ମାସ ବିଶେଷତଃ ଡେଙ୍ଗୁର ପିକ୍ ପିରିୟଡ। ଏଣୁ ସଚେତନ ହିଁ ଏକମାତ୍ର ମାଧ୍ୟମ। ଡେଙ୍ଗୁରୁ ବର୍ତ୍ତିବା ପାଇଁ ନିଜ ଘର ଓ ଚାରିପାଖ ସଫା ରଖନ୍ତୁ। ସାମାନ୍ୟ ଚିକିତ୍ସାରେ ୯୮% ଲୋକ ଡେଙ୍ଗୁରୁ ଭଲ ହୋଇପାରିବେ। ଏଣୁ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। ପ୍ଲେଟଲେଟ କମିବା ନେଇ ଅଧିକ ବ୍ୟସ୍ତ ହୁଅନ୍ତୁ ନାହିଁ। ପ୍ଲେଟଲେଟ କାଉଣ୍ଟ ୨୦ ହଜାର ପର୍ଯ୍ୟନ୍ତ କମିଲେ ବି ବ୍ୟସ୍ତ ନହୋଇ ଡାକ୍ତର ପରାମର୍ଶ କରନ୍ତୁ ବୋଲି କହିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର।

Advertisment

ଭୁବନେଶ୍ୱରରୁ କପିଳେନ୍ଦ୍ର ପ୍ରଧାନଙ୍କ ରିପୋର୍ଟ

Dengue