Advertisment

କାୟା ମେଲାଇଲାଣି ଡେଙ୍ଗୁ, ୨୩୫ ଚିହ୍ନଟ

୨୩୫ ଜଣ ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୫ ଜଣ ଅଛନ୍ତି।

Dengue

Dengue

Advertisment

ରାଜ୍ୟରେ କାୟା ମେଲାଇଲାଣି ଡେଙ୍ଗୁ। ଚଳିତ ବର୍ଷ ରାଜ୍ୟରେ ଚିହ୍ନଟ ହେଲେଣି ୨୩୫ ଜଣ ଡେଙ୍ଗୁ ରୋଗୀ। ସେଥିମଧ୍ୟରୁ ଗତକାଲି ଆସିଛି ୩ଟି କେସ୍‌। ପୁରୀରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ ଭୁବନେଶ୍ୱରରୁ ଜଣେ ଚିହ୍ନଟ ହୋଇଛନ୍ତି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ଆଜି ଏହି ସୂଚନା ଦେଇଛନ୍ତି। 

Advertisment

ଏହି ୨୩୫ ଜଣ ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୫ ଜଣ ଅଛନ୍ତି। ସେହିଭଳି କଟକରୁ ୧୯ ଜଣ ଚିହ୍ନଟ ହୋଇଥିବା ବେଳେ ମାଲକାନଗିରିରୁ ୧୭ ଓ ପୁରୀରୁ ୧୩ ଜଣ ଚିହ୍ନଟ ହୋଇଛନ୍ତି। ଗତବର୍ଷ ଏହି ସମୟ ସୁଦ୍ଧା ରାଜ୍ୟରେ ୧୦୭ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ରଙ୍କ ସୂଚନା ଅନୁଯାୟୀ, ଚଳିତ ବର୍ଷ ଏ ଯାଏଁ କୌଣସି ଡେଙ୍ଗୁ ମୃତ୍ୟୁ ହୋଇନି। ସହରରେ ଡେଙ୍ଗୁ ଅଧିକ ହେଉ ଥିବାରୁ ସ୍ୱତନ୍ତ୍ର ଡ୍ରାଇଭ କରାଯାଉଛି। ଡେଙ୍ଗୁ ନେଇ ସତର୍କ ରହିବାକୁ ସଚେତନ କରାଇବା ସହ ଚିକିତ୍ସା ପାଇଁ ପଦକ୍ଷେପ ନେବାକୁ ସବୁ CDMOଙ୍କୁ କୁହାଯାଇଛି। ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଵତନ୍ତ୍ର ଡେଙ୍ଗୁ ୱାର୍ଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସବୁ ଜିଲ୍ଲାକୁ ଆଲର୍ଟ କରାଯାଇଛି। ପ୍ଲେଟଲେଟ ଉପଲବ୍ଧ କରିବାକୁ କୁହାଯାଇଛି। ଏ ନେଇ ହସ୍ପିଟାଲଗୁଡିକୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଛି ବୋଲି ସେ କହିଛନ୍ତି। 

Advertisment
Dengue
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe