Advertisment

ମଧ୍ୟାହ୍ନ ଭୋଜନରୁ ବାହାରିଲା ଝିଟିପିଟି, ୨୫ ଛାତ୍ରଛାତ୍ରୀ ଅସୁସ୍ଥ

କିଛି ପିଲା ଖାଇବା ପରେ ଖାଦ୍ୟରେ ଝିଟିପିଟି ଥିବା ଦେଖିଥିଲେ ଏବଂ ସେହି ଝିଟିପିଟି ଥିବା ଖାଦ୍ୟ ଖାଇଥିବାରୁ ଜଣଙ୍କ ପରେ ଜଣେ ଅସୁସ୍ଥ ହେବାକୁ ଲାଗିଲେ।

ଅଦ୍ୟତନ ହୋଇଛି
Medical

Medical

Advertisment

ପିଲାଙ୍କ ମଧ୍ୟାହ୍ନ ଭୋଜନରୁ ବାହାରିଲା ଝିଟିପିଟି। ଆଉ ଝିଟିପିଟି ପଡ଼ିଥିବା ଖାଦ୍ୟ ଖାଇ ଅସୁସ୍ଥ ହୋଇ ପଡ଼ିଲେ ୨୫ରୁ ଅଧିକ ପିଲା । ଏପରି ଏକ ସାଂଘାତିକ ଅଭିଯୋଗ ଭଦ୍ରକ ବଡ଼ ଶଙ୍କରପୁରର ଏକ ଉର୍ଦ୍ଦୁ UGME ସ୍କୁଲରୁ ଆସିଛି ।

Advertisment

ସ୍କୁଲର ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଦାମୋଦର ଜୀଉ ସେବାୟତନ ପକ୍ଷରୁ ଗତକାଲି ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଖାଇବାକୁ ଦିଆଯାଇଥିଲା। କିଛି ପିଲା ଖାଇବା ପରେ ଖାଦ୍ୟରେ ଝିଟିପିଟି ଥିବା ଦେଖିଥିଲେ ଏବଂ ସେହି ଝିଟିପିଟି ଥିବା ଖାଦ୍ୟ ଖାଇଥିବାରୁ ଜଣଙ୍କ ପରେ ଜଣେ ଅସୁସ୍ଥ ହେବାକୁ ଲାଗିଲା। ବାନ୍ତି ଓ ମୁଣ୍ଡ ବୁଲାଇ ପିଲାମାନେ ଅସୁସ୍ଥତା ଅନୁଭବ କରିଥିବା ଅଭିଯୋଗ କରିଛନ୍ତି ଅଭିଭାବକ।

ଏହାପରେ ତୁରନ୍ତ ଆମ୍ବୁଲାନ୍ସରେ ଅସୁସ୍ଥ ପିଲାଙ୍କୁ ନେଇ ଭଦ୍ରକ MCHରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସୁଦ୍ଧା ୨୫ରୁ ଅଧିକ ପିଲା ଭଦ୍ରକ ମେଡିକାଲର ଶିଶୁ ବିଭାଗରେ ଚିକିତ୍ସାଧିନ ଅଛନ୍ତି। ସେମାନଙ୍କ ଅବସ୍ଥା ଏବେ ସୁସ୍ଥ ଥିବା ଜଣାଯାଇଛି।

Advertisment

ଖବର ପାଇ ଭଦ୍ରକ ବ୍ଲକ ଶିକ୍ଷାଧିକାରୀ ଡାକ୍ତରଖାନା ଯାଇ ପିଲାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି। ତେବେ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଦାମୋଦର ଜୀଉ ସେବାୟତନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe