Advertisment

ରାଜ୍ୟରେ ପୁଣି ୩ ପଜିଟିଭ ଚିହ୍ନଟ, ଆକ୍ଟିଭ ସଂଖ୍ୟା ୮ରେ ପହଞ୍ଚିଲା

ପୁଣିଥରେ ରାଜ୍ୟରେ କଡ଼ ଲେଉଟାଇଲାଣି କରୋନା ମହାମାରୀ। ରାଜ୍ୟରେ ଆଉ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

author-image
Niharika Rout
corona

corona

ପୁଣିଥରେ ରାଜ୍ୟରେ କଡ଼ ଲେଉଟାଇଲାଣି କରୋନା ମହାମାରୀ। ରାଜ୍ୟରେ ଆଉ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ଟିଭଙ୍କ ସଂଖ୍ୟା ୮ରେ ପହଞ୍ଚିଛି।

Advertisment

ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୯୦ ଜଣଙ୍କର କୋଭିଡ ଟେଷ୍ଟ କରାଯାଇଥିଲା । ସେଥିମଧ୍ୟରୁ ୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ସମସ୍ତ ଆକ୍ଟିଭ ରୋଗୀ ହୋମ ଆଇସୋଲେସନରେ ଅଛନ୍ତି। ରୋଗୀ ଗୁରୁତର ହେଉନାହାନ୍ତି, ତେଣୁ ଆତଙ୍କିତ ହେଲା ଭଳି ଅବସ୍ଥା ନଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର।

ସେପଟେ ଗତ ୨୪ ଘଣ୍ଟାରେ ସମଗ୍ର ଦେଶରେ ୬୯୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ଜଣ ଆଖି ବୁଜି ସାରିଛନ୍ତି।  

Advertisment

ସମଗ୍ର ଦେଶରେ କରୋନାର ନୂଆ ଭାରିଏଣ୍ଟ ଜେଏନ୍.୧ ମାମଲା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। କର୍ଣ୍ଣାଟକରେ କରୋନାର ସବ୍‌ ଭାରିଏଣ୍ଟ ଜେଏନ୍‌.୧ରେ ଶତାଧିକ ଲୋକେ ସଂକ୍ରମିତ ହୋଇଛନ୍ତି। ଫଳରେ ରାଜ୍ୟକୁ ପୁଣିଥରେ କୋଭିଡ କଟକଣା ଫେରିଛି । 

କର୍ଣ୍ଣାଟକ ସରକାରଙ୍କ କରୋନା ନିର୍ଦ୍ଦେଶନାମା ଅନୁଯାୟୀ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଅନୁସରଣ କରିବା, ସଂକ୍ରମିତ ବ୍ୟକ୍ତିଙ୍କୁ ୭ଦିନ ଆଇସୋଲେସନରେ ରଖିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ଯଦି ଛୋଟ ଛୁଆଙ୍କ ମଧ୍ୟରେ କରୋନା ଲକ୍ଷଣ ଦେଖାଯାଏ ତେବେ ତାଙ୍କୁ ସ୍କୁଲ ନ ପଠାଇବାକୁ କୁହାଯାଇଛି। 

Corona Cases In Odisha