Advertisment

୨୦୨୨ରେ ଦେଶରେ ହୃଦଘାତରେ ମରିଛନ୍ତି ୩୨,୪୫୭ ଜଣ

୨୦୨୨ରେ ଦେଶରେ ହୃଦଘାତ ମୃତ୍ୟୁ ସଂଖ୍ୟା ୧୨.୫% ବୃଦ୍ଧି ପାଇଛି।

ଅଦ୍ୟତନ ହୋଇଛି
Heart

Heart

Advertisment

ଗତ ତିନି ବର୍ଷରେ ଦେଶରେ ହୃଦଘାତ ଜନିତ ମୃତ୍ୟୁ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇଛି। ନ୍ୟାଶନାଲ କ୍ରାଇମ ରେକର୍ଡସ ବ୍ୟୁରୋ (NCRB)ର ତଥ୍ୟ ଅନୁଯାୟୀ କେବଳ ୨୦୨୨ରେ ହୃଦଘାତ ମୃତ୍ୟୁ ସଂଖ୍ୟା ୧୨.୫% ବୃଦ୍ଧି ପାଇଛି। 

Advertisment

୨୦୨୨ରେ ଦେଶରେ ହୃଦଘାତରେ ୩୨ ହଜାର ୪୫୭ ଜଣଙ୍କ ମୃତ୍ୟୁ ଘଟିଛି। ୨୦୨୧ରେ ଏହି ସଂଖ୍ୟା ୨୮ ହଜାର ୪୧୩ ଥିଲା। 

୨୦୨୨ରେ ହଠାତ୍ ମୃତ୍ୟୁ (ସଡନ୍ ଡେଥ୍‌) ସଂଖ୍ୟା ୫୬,୪୫୦ ରହିଥିଲା। ୨୦୨୧ରେ ଏହି ସଂଖ୍ୟା ୫୦,୭୩୯ ଥିଲା। ହଠାତ୍ ମୃତ୍ୟୁ ବା ସଡନ୍ ଡେଥ୍‌ର ସଂଜ୍ଞା ନିରୂପଣ କରି NCRB କହିଛି ଯେ ଯେଉଁ ମୃତ୍ୟୁକୁ ଆଶା କରାଯାଇ ନଥାଏ ବା ଯାହା ହିଂସାକାଣ୍ଡ ବ୍ୟତୀତ ଅନ୍ୟ ଯେକୌଣସି କାରଣରୁ ହଠାତ୍ ମାତ୍ର କିଛି ମିନିଟ୍ ମଧ୍ୟରେ ହୋଇଯାଏ (ଉଦାହରଣ ସ୍ୱରୂପ ହୃଦଘାତ ଓ ବ୍ରେନ୍ ହାମରେଜ୍‌ ଜନିତ ମୃତ୍ୟୁ)। ଏହି ସଂଖ୍ୟା ଦେଶରେ ବଢୁଥିବା ଯୋଗୁ ତାହା ଚିନ୍ତାର କାରଣ ପାଲଟିଛି।

Advertisment

ଏନ୍‌ସିଆରବିର ତଥ୍ୟ ଅନୁଯାୟୀ, ୨୦୨୦ରେ ହୃଦଘାତରେ ଦେଶରେ ୨୮,୫୭୯ ଜଣଙ୍କ ମୃତ୍ୟୁ ଘଟିଥିଲା। ୨୦୨୧ରେ ଏହି ସଂଖ୍ୟା ୨୮,୪୧୩କୁ ବୃଦ୍ଧି ପାଇଥିଲା। କିନ୍ତୁ ୨୦୨୨ରେ ଏହି ସଂଖ୍ୟା ୩୨,୪୫୭କୁ ବୃଦ୍ଧି ପାଇଛି। 

ଏହି ତଥ୍ୟ କହୁଛି, ତୁରନ୍ତ ଏହାର କାରଣ ଖୋଜି ତା’ର ନିରାକରଣ କରାଯିବା ଜରୁରୀ। ହୃତପିଣ୍ଡ ଉପରେ କରୋନାର ପ୍ରଭାବକୁ ସଂପୂର୍ଣ୍ଣ ଭାବେ ଏଡ଼ାଇ ଦିଆଯାଇନପାରେ ବୋଲି କୁହାଯାଉଥିବା ବେଳେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଲୋକଙ୍କୁ ଅଧିକରୁ ଅଧିକ ସଚେତନ କରାଇବା, ନିରାକରଣର ବ୍ୟବସ୍ଥା କରିବା ଓ ନିୟମିତ ଭାବେ ସ୍ୱାସ୍ଥ୍ୟ ପରୀକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି। ହୃଦଘାତର ଏହି ଧାରାକୁ ଭାଙ୍ଗିବାକୁ ନିୟମିତ ବ୍ୟାୟାମ ସହିତ ସନ୍ତୁଳିତ ପୁଷ୍ଟିକର ଖାଦ୍ୟ ଖାଇବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ତା’ସହିତ ମଦ ଓ ଧୂମପାନରୁ ନିବୃତ୍ତ ରହିବାକୁ କହିଛନ୍ତି।  

Hearth Attack Heart Failure
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe