Advertisment

ଭାରତରେ ଚିହ୍ନଟ ହେଲେ ଦ୍ୱିତୀୟ ମଙ୍କିପକ୍ସ ଆକ୍ରାନ୍ତ

ଗତ ୯ ତାରିଖରେ ଚିହ୍ନଟ ହୋଇଥିଲେ ଦେଶର ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ।

ଅଦ୍ୟତନ ହୋଇଛି
Mpox

Mpox

Advertisment

ଭାରତରେ ଚିହ୍ନଟ ହୋଇଛନ୍ତି ଦ୍ୱିତୀୟ ମଙ୍କିପକ୍ସ ବା ଏମ୍‌ପକ୍ସ ଆକ୍ରାନ୍ତ। ଦେଶର ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଗତ ୯ ତାରିଖରେ ଚିହ୍ନଟ ହୋଇଥିବା ବେଳେ ତା’ର ୯ ଦିନ ପରେ ଦ୍ୱିତୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶର ଦ୍ୱିତୀୟ ମଙ୍କିପକ୍ସ ମାମଲାଟି କେରଳରୁ ଆସିଛି। ଆଜି କେରଳ ସରକାର ଏ ନେଇ ସ୍ପଷ୍ଟ କରିଛନ୍ତି।

Advertisment

କେରଳର ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି ଯେ ଜଣେ ୩୮ ବର୍ଷୀୟ ଯୁବକ ମଙ୍କିପକ୍ସରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଘର ମାଲାପ୍ପୁରମରେ। ସେ ୟୁଏଇରୁ ଫେରିବା ପରେ ମଙ୍କିପକ୍ସ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ଏକାନ୍ତବାସରେ ଅଛନ୍ତି। ଡାକ୍ତରଙ୍କ ପରାମର୍ଶକ୍ରମେ ସମସ୍ତ ପ୍ରକାର ମେଡିକାଲ ପ୍ରୋଟୋକଲରେ ତାଙ୍କ ଚିକିତ୍ସା ଚାଲିଛି। ରାଜ୍ୟରେ କୌଣସି ବ୍ୟକ୍ତି ନିଜ ଶରୀରରେ ମଙ୍କିପକ୍ସର ଲକ୍ଷଣ ସନ୍ଦେହ କଲେ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଅନୁରୋଧ କରିଛନ୍ତି।

ଦେଶରେ ମଙ୍କିପକ୍ସର ପ୍ରଥମ ମାମଲା ଆସିଥିଲା ଦିଲ୍ଲୀରୁ। ଗତ ୯ ତାରିଖରେ ସେ ମଙ୍କିପକ୍ସ ପଜିଟିଭ ଚିହ୍ନଟ ହୋଇଥିଲେ। ସେ ପଶ୍ଚିମ ଆଫ୍ରିକାରୁ ଫେରିବା ପରେ ମଙ୍କିପକ୍ସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ତାଙ୍କଠାରେ ଲକ୍ଷଣ ଦେଖାଯିବା ପରେ ଚିକିତ୍ସା ଆରମ୍ଭ କରାଯାଇଥିଲା। ପରେ ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ତାଙ୍କ ଅବସ୍ଥା ଏବେ ସ୍ଥିର ଅଛି।

Advertisment

ଦେଶରେ ଏବେ ମଙ୍କିପକ୍ସକୁ ନେଇ ବ୍ୟାପକ ବିପଦ ନଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ସରକାର କହିଛନ୍ତି ଯେ ଟେଷ୍ଟ ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ ଦେଶରେ ମଙ୍କିପକ୍ସର ‘କ୍ଲେଡ୍‌ ୨’ ଭାରିୟାଣ୍ଟ ରହିଛି। ୨୦୨୨ ଜୁଲାଇ ପରେ ଏହି ଭାରିୟାଣ୍ଟ ଦ୍ୱାରା ଦେଶରେ ୩୦ ଜଣ ଆକ୍ରାନ୍ତ ହୋଇଛନ୍ତି। ତଥାପି ଗତ ସପ୍ତାହରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ମଙ୍କିପକ୍ସ ସହିତ ଲଢ଼ିବା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍କିପକ୍ସ ମଙ୍କିପକ୍ସ ବା ଏମ୍‌ପକ୍ସର କ୍ଲେଡ୍‌-୧ ଭାରିୟାଣ୍ଟକୁ ମାରାତ୍ମକ ବୋଲି କହିଛି। ଗତ ମାସ ୧୪ ତାରିଖରେ ସଂସ୍ଥା ପକ୍ଷରୁ ମଙ୍କିପକ୍ସକୁ ହେଲ୍‌ଥ ଏମର୍ଜେନ୍ସି ଘୋଷଣା କରାଯାଇଥିଲା।

Monkeypox Mpox
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe