Advertisment

କୋରାପୁଟରେ ଅଜଣା ରୋଗ ଆତଙ୍କ; ଗଲାଣି ୪ ଶିଶୁଙ୍କ ଜୀବନ

ଶିଶୁମାନଙ୍କୁ ଡିପ୍‌ଥେରିଆ ହୋଇଥିବା ସନ୍ଦେହ କରାଯାଉଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Newborn baby boy

baby

କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକରେ ଅଜଣା ରୋଗ ଆତଙ୍କ। ସପ୍ତାହକ ମଧ୍ୟରେ ଗଲାଣି ୪ ଜଣ ଶିଶୁଙ୍କର ଜୀବନ। ୭ ଜଣ ଶିଶୁଙ୍କ ଅବସ୍ଥା ଗୁରୁତର ରହିଛି। ସେମାନେ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

Advertisment

ମୃତ ଶିଶୁଙ୍କ ମଧ୍ୟରେ ଗତିଗୁଡ଼ା ଗାଁର ୩ ଜଣ ହୋଇଥିବା ବେଳେ  ୱାଡ଼ାଝୋଲା ଗାଁର ଜଣେ ହୋଇଥିବା ଜଣାଯାଇଛି। ଏହି ସମସ୍ତ ଶିଶୁଙ୍କୁ ଡିପ୍‌ଥେରିଆ ହୋଇଥିବା ସନ୍ଦେହ କରାଯାଉଛି। ଗାଁରେ ମେଡିକାଲ ଟିମ୍ ପହଞ୍ଚି ଅନ୍ୟ ଶିଶୁମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଛନ୍ତି।

ମେଡିକାଲ ଟିମ୍‌ର ଜଣେ କର୍ମଚାରୀ କହିଛନ୍ତି, ବିଭିନ୍ନ ଗାଁକୁ ଯାଇ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଛି। କିଛି ପିଲାମାନଙ୍କୁ ଥଣ୍ଡାକାଶ ହୋଇଛି। 

Advertisment
Koraput