Advertisment

୪ ଦିନର ଜୀବନକାଳ, ନବଜାତ ବଞ୍ଚାଇଲା ୬ ଜୀବନ

ବୁଧବାର ଡାକ୍ତର ପିଲାଟିକୁ ବ୍ରେନ ଡେଡ୍ ଘୋଷଣା କରିବା ପରେ ପରିବାର ସଦସ୍ୟ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ମାତ୍ର ଏହା ମଧ୍ୟରେ ବି ସେମାନେ ନିଜ ମନୋବଳକୁ ସୁଦୃଢ କରି ପିଲାଟିର ଅଙ୍ଗ ଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ।

author-image
Niharika Rout
Organ Donation

Organ Donation

ଦୁନିଆକୁ ଆସୁ ଆସୁ ପିଲାଟି ବେହୋସ ହୋଇଗଲା। ଡାକ୍ତରଙ୍କ ଶତ ଚେଷ୍ଟା ସତ୍ତ୍ୱେ ବଞ୍ଚାଇବା ସମ୍ଭବ ହେଲାନି। ଫଳରେ ବାପାମା’ଙ୍କ ସବୁ ଆଶା ପାଣି ଫୋଟକା ପରି ମିଳାଇଗଲା।  ମାତ୍ର ନିଜର ୪ ଦିନର ଜୀବନକାଳ ମଧ୍ୟରେ ୬ଟି ଅମୂଲ୍ୟ ଜୀବନକୁ ବଞ୍ଚାଇ ଦେଇଗଲା ନବଜାତ । ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗୁଜରାଟର ରାଜଧାନୀ ସୁରତରେ ଘଟିଛି। ମାତ୍ର ୪ ଦିନର ଶିଶୁଟିର ଅଙ୍ଗଦାନ କରିଥିବା ପରିବାର ପାଖକୁ ଚାରିଆଡ଼ୁ ଛୁଟୁଛି ସମବେଦନାର ସୁଅ।

Advertisment

ସୁରତର ସର ଥାନାରେ ରହୁଥିବା ହର୍ଷଙ୍କ ପତ୍ନୀ ଚେତନା ଅକ୍ଟୋବର ୧୩ରେ ଏକ ସନ୍ତାନ ଜନ୍ମ ଦେଇଥିଲେ। ଶିଶୁଟି ଜନ୍ମ ହେବା ପରେ ପରେ ବେହୋସ ହୋଇ ପଡ଼ିଥିଲା । ଆଇସିୟୁରେ ରଖାଯିବା ପରେ ମଧ୍ୟ ଶିଶୁଟିକୁ ବଞ୍ଚାଯାଇପାରିନଥିଲା।  

ବୁଧବାର ଡାକ୍ତର ପିଲାଟିକୁ ବ୍ରେନ ଡେଡ୍ ଘୋଷଣା କରିବା ପରେ ପରିବାର ସଦସ୍ୟ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ମାତ୍ର ଏହା ମଧ୍ୟରେ ବି ସେମାନେ ନିଜ ମନୋବଳକୁ ସୁଦୃଢ କରି ପିଲାଟିର ଅଙ୍ଗ ଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଭଗବାନ ନିଜ କୋଳରୁ ପିଲାଟିକୁ ଛଡ଼ାଇ ନେଇଥିବା ବେଳେ ଆଉ କାହାକୁ ଏ କଷ୍ଟ ନ ମିଳୁ ବୋଲି ସେମାନେ ଚାହିଁଥିଲେ।

Advertisment

ଏଥିନିମନ୍ତେ ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ଶିଶୁର କିଡନୀ, ଲିଭର ସହ ଆଉ କିଛି ଅଙ୍ଗକୁ ଦାନ କରାଯାଇଛି। ସବୁଠାରୁ ବଡ କଥା ଏହି ଶିଶୁର ଅଙ୍ଗ ଦ୍ୱାରା ୬ଟି ଶିଶୁଙ୍କୁ ନୂଆ ଜୀବନ ମିଳିପାରିଛି।

ସମଗ୍ର ଦେଶରେ ସୁରତରେ ସବୁଠୁ ଅଧିକ ଅଙ୍ଗ ଦାନ କରାଯାଉଛି। ଏପରି କ୍ଷେତ୍ରରେ ଏକ ୪ ଦିନର ଶିଶୁର ଅଙ୍ଗଦାନ କରାଯିବା ଘଟଣାରେ ବି ସୁରତ ଦେଶରେ ପ୍ରଥମ ସହର ଭାବେ ପରିଗଣିତ ହୋଇଛି।

Infant Organ Donation Gujarat