Advertisment

ଆଉ ଗୋଟିଏ ମୁଣ୍ଡ ନେଲା ହଇଜା, ମୃତ୍ୟୁ ସଂଖା ୧୫ରେ ପହଞ୍ଚିଲା!

ସପ୍ତାହେ ତଳେ ପାୱାରହାଉସ୍‌ ଅଞ୍ଚଳର ପଙ୍କଜ ମଣ୍ଡଳ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ପରିବାର ଲୋକେ ତାଙ୍କୁ ଜେପି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଗତ ୭ ଦିନ ହେଲା ଚିକିତ୍ସା ଚାଲିଥିଲା।

author-image
Manoranjan Sial
RKL

RKL

ରାଉରକେଲାର ଦୁଃଖ ସରୁନାହିଁ। ଆଜି ହଇଜା ନେଇଛି ଆଉ ଏକ ମୁଣ୍ଡ। ମୃତକ ହେଲେ ପଙ୍କଜ ମଣ୍ଡଳ। ତାଙ୍କର ବୟସ ୪୪ ବର୍ଷ। ପଙ୍କଜଙ୍କୁ ମିଶାଇ ଆଜି ସୁଦ୍ଧା ୧୫ ଜଣଙ୍କ ମୃତ୍ୟୁ ହୋଇଛି। ୧୦୦୦ରୁ ଅଧିକ ଲୋକ ବିଭିନ୍ନ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଛନ୍ତି।

Advertisment

ସପ୍ତାହେ ତଳେ ପାୱାରହାଉସ୍‌ ଅଞ୍ଚଳର ପଙ୍କଜ ମଣ୍ଡଳ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ପରିବାର ଲୋକେ ତାଙ୍କୁ ଜେପି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଗତ ୭ ଦିନ ହେଲା ଚିକିତ୍ସା ଚାଲିଥିଲା। ହେଲେ ଆଜି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ପଙ୍କଜଙ୍କ ମୃତ୍ୟୁ ନେଇ ପରିବାର ଲୋକେ ସୂଚନା ଦେଇଛନ୍ତି। ବେସରକାରୀ ଭାବେ ପଙ୍କଜଙ୍କୁ ମିଶାଇ ରାଉରକେଲାରେ ୧୫ ଜଣଙ୍କ ମୃତ୍ୟୁ ଘଟିଲାଣି। ଏହାଛଡ଼ା ଅନେକ ଆକ୍ରାନ୍ତ ହୋଇ ବିଭିନ୍ନ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଛନ୍ତି।

ଝାଡ଼ାବାନ୍ତି କବ୍‌ଜାରେ ସ୍ମାର୍ଟସିଟି ରାଉରକେଲା। ଛେଣ୍ଡ କଲୋନୀଠୁ ଆରମ୍ଭ କରି ସିଭିଲ୍‌ ଟାଉନସିପ୍, ପାନପୋଷରୁ କୋଏଲ ନଗର; ଏବେ ସବୁଠି ସ୍ଥିତି ଗମ୍ଭିର। କେବଳ ରାଉରକେଲା ସହର ନୁହେଁ, ବନ୍ଧମୁଣ୍ଡା, ବିଶ୍ରା, କୁଆଁରମୁଣ୍ଡା, ଲାଠିକଟାରେ ଲୋକମାନେ ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି। ପାନୀୟ ଜଳରୁ ଏହି ହଇଜା ବ୍ୟାପୁଥିବା ସନ୍ଦେହ କରାଯାଉଥିବା ବେଳେ କାରଣ ଖୋଜିବା ପାଇଁ ରାଉରକେଲାରେ ପହଞ୍ଚିଛନ୍ତି ଏସ୍‌ସିବି ଓ ଆର୍‌ଏମ୍‌ଆର୍‌ସିର ସ୍ୱତନ୍ତ୍ର ଟିମ୍‌। ଏହି ଟିମ୍‌ ହଇଜା ବ୍ୟାପୁଥିବା ଅଞ୍ଚଳ ବୁଲି ସ୍ଥିତି ପରଖିବା ସହିତ ଲୋକଙ୍କ ସହିତ ଆଲୋଚନା କରିଛି। ଏପରିକି ପାଣିର ନମୂନା ସଂଗ୍ରହ କରିଥିବା ଜଣାପଡ଼ିଛି।

Advertisment
Rourkela Diarrhea