ରାଜ୍ୟର ୩୭୫ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଖାଲି ପଡ଼ିଛି ୫୦୧୪ଟି ଡାକ୍ତର ପଦବୀ; ଜାଣନ୍ତୁ, କେଉଁ ଜିଲ୍ଲାରେ କେତେ

କେବଳ ଡାକ୍ତର ନୁହନ୍ତି, ଏହି ସବୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଜ୍ଞ ଡାକ୍ତରଙ୍କର ମଧ୍ୟ ଘୋର ଅଭାବ ରହିଛି। ମାଲକାନଗିରିରେ ୬ଟି ସିଏଚ୍‌ସିରେ ୨୪ ଜଣ ବିଶେଷଜ୍ଞ ଡାକ୍ତର ରହିବା କଥା। ମାତ୍ର ଅଛନ୍ତି ଜଣେ। ବାକି ୨୩ଟି ଖାଲି ପଡ଼ିଛି।

Doctor

Representational image

Jitendra Garnayak
  • Published: Monday, 02 December 2024
  • Updated: 02 December 2024, 05:45 PM IST

Sports

Latest News

ରାଜ୍ୟରେ ୩୭୫ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚ୍‌ସି) ଥିବା ବେଳେ ୫୦୧୪ଟି ଡାକ୍ତର ପଦବୀ ଖାଲି ପଡ଼ିଛି। ସେହିପରି ଏହି ସବୁ ଡାକ୍ତରଖାନାଗୁଡ଼ିକରେ ୧୧୧୪ଟି ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡ଼ିଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪୫୦ଟି ଡାକ୍ତର ପଦବୀ ଖାଲି ପଡ଼ିଥିବା ବେଳେ ମୟୂରଭଞ୍ଜରେ ୩୦୯ଟି ଡାକ୍ତର ପଦବୀ ଖାଲି ପଡ଼ିଛି। ଏହି ଦୁଇ ଜିଲ୍ଲାରେ ଯଥାକ୍ରମେ ୮୭ ଓ ୮୮ଟି ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡ଼ିଛି। ଆଜି ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ବିଧାୟକ ପ୍ରଶାନ୍ତ ବେହେରାଙ୍କ ଏକ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଏହି ତଥ୍ୟ ପ୍ରଦାନ କରିଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରୀ ବିଧାନସଭାରେ ଉପସ୍ଥାପନ କରିଥିବା ତଥ୍ୟ ଅନୁଯାୟୀ, ରାଜ୍ୟର ୩୦ଟି ଜିଲ୍ଲାର ୩୭୫ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବା CHCରେ ୭୮୦୬ଟି ମଞ୍ଜୁରୀପ୍ରାପ୍ତ ଡାକ୍ତରୀ ପଦ ଥିବା ବେଳେ ଏବେ ମାତ୍ର ୨୭୯୨ ଜଣ ଡାକ୍ତର କାର୍ଯ୍ୟ କରୁଛନ୍ତି। ବାକି ୫୦୧୪ଟି ଡାକ୍ତର ପଦବୀ ଖାଲି ପଡ଼ିଛି। ସେହିପରି ଏହି ୩୭୫ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବା CHCରେ ୧୫୦୦ଟି ମଞ୍ଜୁରୀପ୍ରାପ୍ତ ବିଶେଷଜ୍ଞ ଡାକ୍ତର ପଦବୀ ରହିଥିବା ବେଳେ ଏବେ ମାତ୍ର ୩୮୬ ଜଣ କାର୍ଯ୍ୟ କରୁଛନ୍ତି। ବାକି ୧୧୧୪ଟି ବିଶେଷଜ୍ଞ ଡାକ୍ତର ପଦ ଖାଲି ପଡ଼ିଛି।

ଗଞ୍ଜାମ ଜିଲ୍ଲାରେ ୨୮ଟି ସିଏଚ୍‌ସି ଥିବା ବେଳେ ୫୮୧ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ରହିଛି। କିନ୍ତୁ ଏବେ ଜିଲ୍ଲାର ୨୮ଟି ସିଏଚ୍‌ସିରେ ମାତ୍ର ୧୩୧ ଜଣ ଡାକ୍ତର କାର୍ଯ୍ୟ କରୁଛନ୍ତି। ୪୫୦ଟି ଡାକ୍ତର ପଦ ଖାଲି ପଡ଼ିଛି। ମୟୂରଭଞ୍ଜ ଜିଲ୍ଲାରେ ୨୮ଟି ସିଏଚ୍‌ସିରେ ୫୬୭ ଜଣ ଡାକ୍ତର କାର୍ଯ୍ୟ କରିବା କଥା। କିନ୍ତୁ ଏବେ ଏଠାରେ କାର୍ଯ୍ୟ କରୁଛନ୍ତି ୨୫୮ ଜଣ ଡାକ୍ତର। ଆହୁରି ୩୦୯ଟି ପଦବୀ ଖାଲି ପଡ଼ିଛି।

ଅନୁଗୋଳ ଜିଲ୍ଲାରେ ୯ଟି ସିଏଚ୍‌ସିରେ ୧୮୯ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଥିବା ବେଳେ ୯୩ ଜଣ କାର୍ଯ୍ୟ କରୁଛନ୍ତି ଓ ବାକି ୯୬ଟି ଖାଲି ପଡ଼ିଛି। ବାଲେଶ୍ୱରର ୧୭ଟି ସିଏଚ୍‌ସିରେ ୩୫୨ ଜଣ ଡାକ୍ତର ରହିବା କଥା। କିନ୍ତୁ ଏବେ ସେଠାରେ ୧୨୦ ଜଣ କାର୍ଯ୍ୟ କରୁଥିବା ବେଳେ ୨୩୨ଟି ପଦବୀ ଖାଲି ପଡ଼ିଛି। ବଲାଙ୍ଗିର ଜିଲ୍ଲାରେ ୧୫ଟି ସିଏଚ୍‌ସି ଥିବା ବେଳେ ୩୧୪ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀରୁ ୧୭୩ଟି ଖାଲି ପଡ଼ିଛି। ମାତ୍ର ୧୪୧ ଜଣ ଡାକ୍ତର କାର୍ଯ୍ୟ କରୁଛନ୍ତି। ବରଗଡ଼ ଜିଲ୍ଲାର ୧୬ଟି ସିଏଚ୍‌ସିରେ ୩୫୨ଟି ଡାକ୍ତର ପଦବୀ ଥିବା ବେଳେ ୨୫୪ଟି ଖାଲି ପଡ଼ିଛି। ବାକି ୯୮ଟିରେ ଡାକ୍ତର କାର୍ଯ୍ୟ କରୁଛନ୍ତି।

ଭଦ୍ରକ ଜିଲ୍ଲାରେ ୭ଟି ସିଏଚ୍‌ସି ଥିବା ବେଳେ ୧୪୭ ଜଣ ଡାକ୍ତର ରହିବା କଥା। କିନ୍ତୁ ଏବେ ୫୪ ଜଣ ଡାକ୍ତର କାର୍ଯ୍ୟ କରୁଥିବା ବେଳେ ୯୩ଟି ପଦବୀ ଖାଲି ପଡ଼ିଛି। ବୌଦ୍ଧରେ ୫ଟି ସିଏଚ୍‌ସିରେ ୧୦୩ଟି ଡାକ୍ତର ପଦବୀ ରହିଥିବା ବେଳେ ମାତ୍ର ୪୫ ଜଣ କାର୍ଯ୍ୟ କରୁଛନ୍ତି। ୫୮ଟି ଡାକ୍ତର ପଦବୀ ଖାଲି ପଡ଼ିଛି।

କଟକ ଜିଲ୍ଲାରେ ୧୯ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବା ସିଏଚ୍‌ସି ଅଛି। ସେଗୁଡ଼ିକରେ ମୋଟ ୩୯୪ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ରହିଛି। ସେଥିରୁ ୧୧୩ଟିରେ ଡାକ୍ତର କାର୍ଯ୍ୟ କରୁଥିବା ବେଳେ ୨୮୧ଟି ଖାଲି ପଡ଼ିଛି। ଦେବଗଡ଼ ଜିଲ୍ଲାର ୪ଟି ସିଏଚ୍‌ସିରେ ୮୩ ଜଣ ଡାକ୍ତର କାର୍ଯ୍ୟ କରିବା କଥା। ମାତ୍ର ଏବେ ସେହି ଡାକ୍ତରଖାନାଗୁଡ଼ିକରେ ୧୯ ଜଣ ଡାକ୍ତର କାର୍ଯ୍ୟ କରୁଛନ୍ତି। ଆହୁରି ୬୪ଟି ପଦବୀ ଖାଲି ପଡ଼ିଛି।

ଢେଙ୍କାନାଳ ଜିଲ୍ଲାର ୧୦ଟି ସିଏଚ୍‌ସିରେ ୨୦୯ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଥିବା ବେଳେ ୧୨୧ଟି ଖାଲି ପଡ଼ିଛି। ବାକି ୮୮ ଟିରେ ଡାକ୍ତର ଅଛନ୍ତି। ଗଜପତିରେ ୮ଟି ସିଏଚ୍‌ସିରେ ଥିବା ୧୬୮ଟି ଡାକ୍ତର ପଦବୀରୁ ୧୧୩ଟି ଖାଲି ପଡ଼ିଛି। ଜଗତସିଂହପୁର ଜିଲ୍ଲାରେ ଥିବା ୧୧ଟି ସିଏଚ୍‌ସିରେ ୨୧୯ ଜଣ ଡାକ୍ତର ରହିବା କଥା। କିନ୍ତୁ ଏବେ ଅଛନ୍ତି ମାତ୍ର ୭୪ ଜଣ। ବାକି ୧୪୫ଟି ଡାକ୍ତର ପବଦୀ ଖାଲି ପଡ଼ିଛି।

ଯାଜପୁର ଜିଲ୍ଲାରେ ୧୨ଟି ସିଏଚ୍‌ସିରେ ୨୫୦ଟି ଡାକ୍ତର ପଦବୀ ରହିଥିବା ବେଳେ ମାତ୍ର ୮୨ ଜଣ କାର୍ଯ୍ୟ କରୁଛନ୍ତି ଓ ବାକି ୧୬୮ଟି ପଦବୀ ଖାଲି ପଡ଼ିଛି। ଝାରସୁଗୁଡ଼ାରେ ୬ଟି ସିଏଚ୍‌ସିରେ ୧୨୫ ଜଣ ଡାକ୍ତର ରହିବା କଥା। କିନ୍ତୁ ଏବେ ୪୧ ଜଣ ଡାକ୍ତର କାର୍ଯ୍ୟ କରୁଥିବା ବେଳେ ୮୪ଟି ପଦବୀ ଖାଲି ପଡ଼ିଛି।

କଳାହାଣ୍ଡିରେ ୧୭ଟି ସିଏଚ୍‌ସିରେ ୩୫୩ଟି ଡାକ୍ତର ପଦବୀ ଥିବା ବେଳେ ୨୧୫ଟି ଖାଲି ପଡ଼ିଛି। କନ୍ଧମାଳରେ ୧୪ଟି ସିଏଚ୍‌ସିରେ ୨୯୨ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ରହିଥିବା ବେଳେ ୨୦୦ଟି ଖାଲି ପଡ଼ିଛି। ମାତ୍ର ୯୨ ଜଣ ଡାକ୍ତର କାର୍ଯ୍ୟ କରୁଛନ୍ତି। କେନ୍ଦ୍ରାପଡ଼ାରେ ୮ଟି ସିଏଚ୍‌ସିରେ ୧୬୮ଟି ଡାକ୍ତର ପଦବୀରୁ ୧୧୩ଟି ଖାଲି ପଡ଼ିଥିବା ବେଳେ କେନ୍ଦୁଝରରେ ୧୭ଟି ସିଏଚ୍‌ସିରେ ୩୫୩ଟି ପଦବୀରୁ ୨୨୬ଟି, ଖୋର୍ଦ୍ଧାରେ ୧୨ଟି ସିଏଚ୍‌ସିରେ ୨୫୦ଟି ପଦବୀରୁ ୧୨୬ଟି, କୋରାପୁଟରେ ୧୬ଟି ସିଏଚ୍‌ସିରେ ୩୩୪ଟି ପଦବୀରୁ ୨୦୪ଟି ଓ ମାଲକାନଗିରିରେ ୬ଟି ସିଏଚ୍‌ସିରେ ୧୨୬ଟି ପଦବୀରୁ ୮୪ଟି ପଦବୀ ଖାଲି ପଡ଼ିଛି।

ନବରଙ୍ଗପୁର ଜିଲ୍ଲାରେ ୧୦ଟି ସିଏଚ୍‌ସି କାର୍ଯ୍ୟ କରୁଥିବା ବେଳେ ମଞ୍ଜୁରୀପ୍ରାପ୍ତ ୨୧୧ଟି ଡାକ୍ତର ପଦବୀରୁ ୧୧୮ଟି ଖାଲି ପଡ଼ିଛି। ମାତ୍ର ୯୩ ଜଣ ଡାକ୍ତର ଏବେ କାର୍ଯ୍ୟ କରୁଛନ୍ତି। ନୟାଗଡ଼ର ୧୨ଟି ସିଏଚ୍‌ସିରେ ମଞ୍ଜୁରୀପ୍ରାପ୍ତ ୨୪୮ଟି ଡାକ୍ତର ପଦବୀରୁ ୧୬୩ଟି ଖାଲି ପଡ଼ିଥିବା ବେଳେ ନୂଆପଡ଼ାରେ ୫ଟି ସିଏଚ୍‌ସିରେ ୧୦୪ଟି ପଦବୀରୁ ୪୮ଟି ଓ ପୁରୀରେ ୧୬ଟି ସିଏଚ୍‌ସିରେ ୩୩୧ଟି ଡାକ୍ତର ପଦବୀ ଥିବା ବେଳେ ୨୧୧ଟି ଖାଲି ପଡ଼ିଛି।

ରାୟଗଡ଼ ଜିଲ୍ଲାରେ ଥିବା ୧୧ଟି ସିଏଚ୍‌ସିରେ ୨୩୧ଟି ଡାକ୍ତର ପଦବୀ ଥିବା ବେଳେ ୧୬୭ଟି ଖାଲି ପଡ଼ିଛି। ଏଠାରେ ମାତ୍ର ୬୪ ଜଣ ଡାକ୍ତର କାର୍ଯ୍ୟ କରୁଛନ୍ତି। ସମ୍ବଲପୁର ଜିଲ୍ଲାରେ ୧୧ଟି ସିଏଚ୍‌ରେ ମାତ୍ର ୭୫ ଜଣ ଡାକ୍ତର କାର୍ଯ୍ୟ କରୁଛନ୍ତି। ଏହି ଜିଲ୍ଲାରେ ଥିବା ସିଏଚ୍‌ସିଗୁଡ଼ିକରେ ୨୩୦ଟି ଡାକ୍ତର ପଦବୀ ଥିବା ବେଳେ ୧୭୩ଟି ଖାଲି ପଡ଼ିଛି। ସୁବର୍ଣ୍ଣପୁରରେ ୫ଟି ସିଏଚ୍‌ସିରେ ୩୭ ଜଣ ଡାକ୍ତର କାର୍ଯ୍ୟ କରୁଥିବା ବେଳେ ୬୮ଟି ପଦବୀ ଖାଲି ପଡ଼ିଛି। ସୁନ୍ଦରଗଡ଼ରେ ୨୦ଟି ସିଏଚ୍‌ସିରେ ୪୧୭ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଥିବା ବେଳେ ୧୬୭ ଜଣ କାର୍ଯ୍ୟ କରୁଛନ୍ତି। ବାକି ୨୫୭ଟି ଖାଲି ପଡ଼ିଛି।

ବିଶେଷଜ୍ଞ ଡାକ୍ତର ମରୁଡ଼ି

ଅନୁଗୋଳ ଜିଲ୍ଲାରେ ୯ଟି ସିଏଚ୍‌ସିରେ ୩୬ଟି ବିଶେଷଜ୍ଞ ଡାକ୍ତର ପଦବୀରୁ ୨୬ଟି ଖାଲି ପଡ଼ିଥିବା ବେଳେ ବାଲେଶ୍ୱରରେ ୧୭ଟି ସିଏଚ୍‌ସିରେ ୬୮ଟି ପଦବୀରୁ ୪୫ଟି, ବଲାଙ୍ଗିରରେ ୧୫ଟି ସିଏଚ୍‌ସିରେ ୬୦ଟି ପଦବୀରୁ ୪୫ଟି, ବରଗଡ଼ରେ ୧୬ଟି ସିଏଚ୍‌ସିରେ ୬୪ଟି ପଦବୀରୁ ୫୩ଟି, ଭଦ୍ରକରେ ୭ଟି ସିଏଚ୍‌ସିରେ ୨୮ଟିରୁ ୬ଟି, ବୌଦ୍ଧରେ ୫ଟି ସିଏଚ୍‌ସିରେ ୨୦ଟିରୁ ୧୩ଟି, କଟକରେ ୧୯ଟି ସିଏଚ୍‌ସିରେ ୭୬ଟିରୁ ୪୩ଟି, ଦେବଗଡ଼ରେ ୪ଟି ସିଏଚ୍‌ସିରେ ୧୬ଟିରୁ ୧୫ଟି ଓ ଗଜପତି ଜିଲ୍ଲାରେ ୮ଟି ସିଏଚ୍‌ସିରେ ୩୨ଟି ବିଶେଷଜ୍ଞ ଡାକ୍ତର ପଦବୀରୁ ୨୭ଟି ଖାଲି ପଡ଼ିଛି।

ଗଞ୍ଜାମ ଜିଲ୍ଲାରେ ଥିବା ୨୮ଟି ସିଏଚ୍‌ସିରେ ୧୧୨ଟି ବିଶେଷଜ୍ଞ ଡାକ୍ତର ପଦବୀରୁ ୮୭ଟି ଖାଲି ପଡ଼ିଥିବା ବେଳେ ଜଗତସିଂହପୁରରେ ୧୧ଟି ସିଏଚ୍‌ସିରେ ୪୪ଟି ପଦବୀରୁ ୨୫ଟି, ଯାଜପୁରରେ ୧୨ଟି ସିଏଚ୍‌ସିରେ ୪୮ଟିରୁ ୩୨ଟି, ଝାରସୁଗୁଡ଼ାରେ ୬ଟି ସିଏଚ୍‌ସିରେ ୨୪ଟିରୁ ୧୪ଟି, କଳାହାଣ୍ଡିରେ ୧୭ଟି ସିଏଚ୍‌ସିରେ ୬୮ଟିରୁ ୫୪ଟି, କନ୍ଧମାଳରେ ୧୪ଟି ସିଏଚ୍‌ସିରେ ୫୬ଟିରୁ ୪୯ଟି, କେନ୍ଦ୍ରାପଡ଼ାରେ ୮ଟି ସିଏଚ୍‌ସିରେ ୩୨ଟିରୁ ୨୩ଟି ଓ କେନ୍ଦୁଝରରେ ୧୭ଟି ସିଏଚ୍‌ସିରେ ୬୮ଟିରୁ ୪୬ଟି ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡ଼ିଛି।

ଖୋର୍ଦ୍ଧାରେ ଥିବା ୧୨ଟି ସିଏଚ୍‌ସିରେ ୪୮ଟି ମଞ୍ଜୁରୀପ୍ରାପ୍ତ ବିଶେଷଜ୍ଞ ଡାକ୍ତର ପଦବୀରୁ ୨୯ଟି ଖାଲି ପଡ଼ିଥିବା ବେଳେ କୋରାପୁଟରେ ୧୬ଟି ସିଏଚ୍‌ସିରେ ୬୪ଟିରୁ ୫୫ଟି, ମାଲକାନଗିରିରେ ୬ଟି ସିଏଚ୍‌ସିରେ ୨୪ଟିରୁ ୨୩ଟି, ମୟୂରଭଞ୍ଜରେ ୨୮ଟି ସିଏଚ୍‌ସିରେ ୧୧୨ଟିରୁ ୮୮ଟି, ନବରଙ୍ଗପୁରରେ ୧୦ଟି ସିଏଚ୍‌ସିରେ ୪୦ଟିରୁ ୩୪ଟି, ନୟାଗଡ଼ରେ ୧୨ଟି ସିଏଚ୍‌ସିରେ ୪୮ଟିରୁ ୪୩ଟି, ନୂଆପଡ଼ାରେ ୫ଟି ସିଏଚ୍‌ସିରେ ୨୦ଟିରୁ ୧୪ଟି, ପୁରୀରେ ୧୬ଟି ସିଏଚ୍‌ସିରେ ୬୪ଟିରୁ ୪୩ଟି, ରାୟଗଡ଼ାରେ ୧୧ଟି ସିଏଚ୍‌ସିରେ ୪୪ଟିରୁ ୪୧ଟି, ସମ୍ବଲପୁରରେ ୧୧ଟି ସିଏଚ୍‌ସିରେ ୪୪ଟିରୁ ୩୬ଟି, ସୁବର୍ଣ୍ଣପୁରରେ ୫ଟି ସିଏଚ୍‌ସିରେ ୨୦ଟିରୁ ୮ଟି ଓ ସୁନ୍ଦରଗଡ଼ରେ ୨୦ଟି ସିଏଚ୍‌ସିରେ ୮୦ଟି ବିଶେଷଜ୍ଞ ଡାକ୍ତର ପଦବୀ ଥିବା ବେଳେ ୬୬ଟି ଖାଲି ପଡ଼ିଛି।

କେମିତି ପୂରଣ ହେବ

ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି ବିଧାନସଭାରେ କହିଛନ୍ତି, ଖାଲି ଥିବା ଡାକ୍ତରୀ ପଦବୀଗୁଡ଼ିକୁ OPSC ଦ୍ୱାରା ଚୟନ, ବିଭାଗୀୟ ପଦୋନ୍ନତି ତଥା ଚୁକ୍ତିଭିତ୍ତିକ ନିଯୁକ୍ତି ଦ୍ୱାରା ପୂରଣ କରାଯିବ। ସେହିପରି ଖାଲି ପଡ଼ିଥିବା ବିଶେଷଜ୍ଞ ପଦବୀଗୁଡ଼ିକୁ ପିଜି/ଏସ୍‌ଆର ସମ୍ପୂର୍ଣ୍ଣ କରି ଫେରୁଥିବା ଡାକ୍ତରମାନଙ୍କ ଦ୍ୱାରା ଯଥା ସମ୍ଭବ ପୂରଣ କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଖାଲି ପଡ଼ିଥିବା ପାରାମେଡିକାଲ ପଦବୀଗୁଡ଼ିକୁ Odisha Sub-Ordinate Selection Commission (OSSSC) ମାଧ୍ୟମରେ ପୂରଣ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story