Advertisment

ଗୁପଚୁପ ଖାଇ ଅବସ୍ଥା ଅସମ୍ଭାଳ; ମେଡିକାଲରେ ଭର୍ତ୍ତି ହେଲେ ୬ ନାବାଳିକା

ଗତକାଲି ସନ୍ଧ୍ୟା ବେଳେ ଗାଁ ଛକକୁ ଯାଇ ୬ ନାବାଳିକା ଗୁପଚୁପ୍‌ ଖାଇଥିଲେ। ଏହାପରେ ଘରକୁ ଫେରି ରାତ୍ରି ଭୋଜନ କରି ଶୋଇ ପଡ଼ିଥିଲେ।

author-image
Niharika Rout
Gupchup

Gupchup

ସନ୍ଧ୍ୟା ବେଳେ ସାଙ୍ଗ ହୋଇ ହସଖୁସିରେ ଗୁପଚୁପ ଖାଇଥିଲେ ୬ ଜଣ ନାବାଳିକା । ଏହାପରେ ନିଜ ନିଜ ଘରକୁ ଫେରି ଯାଇଥିଲେ। ମାତ୍ର ରାତି ଅଧରେ ସମସ୍ତଙ୍କ ଅବସ୍ଥା ଅସମ୍ଭାଳ ହେଲା। ସମସ୍ତଙ୍କର ଝାଡ଼ାବାନ୍ତି ହେବାରୁ ସେମାନେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏପରି ଏକ ଘଟଣା ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା କେନ୍ଦ୍ରିକଳା ଗାଁରେ ଗତକାଲି ଘଟିଛି।

Advertisment

ଗତକାଲି ସନ୍ଧ୍ୟା ବେଳେ ଗାଁ ଛକକୁ ଯାଇ ୬ ନାବାଳିକା ଗୁପଚୁପ୍‌ ଖାଇଥିଲେ। ଏହାପରେ ଘରକୁ ଫେରି ରାତ୍ରି ଭୋଜନ କରି ଶୋଇ ପଡ଼ିଥିଲେ। ମାତ୍ର ବିଳମ୍ବିତ ରାତିରେ ସେମାନଙ୍କର ଝାଡ଼ାବାନ୍ତି ହୋଇଥିଲା। ଏଥିଯୋଗୁ ସମସ୍ତ ୬ ନାବାଳିକା ଗୁରୁତର ହୋଇ ପଡ଼ିଥିଲେ। 

ଏହାଦେଖି ପରିବାର ଲୋକେ ଆମ୍ବୁଲାନ୍ସ ଡାକି ସମସ୍ତଙ୍କୁ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ସେଠାରେ ଚିକିତ୍ସାଧୀନ ଥିବା ବେଳେ ସେମାନଙ୍କ ଅବସ୍ଥାରେ ସୁଧାର ଆସିଥିବା ଜଣାଯାଇଛି।

Advertisment

ଚିକିତ୍ସାଧୀନ ଥିବା ନାବାଳିକାମାନେ ସୁସ୍ଥ ହେଉଛନ୍ତି। କିନ୍ତୁ ସାମାନ୍ୟ ଦୁର୍ବଳ ଅନୁଭବ କରୁଛନ୍ତି ବୋଲି ବଣାଇ ଡାକ୍ତରଖାନାର ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି।

Sundargarh