Advertisment

‘ଓଡ଼ିଶାରେ ଏବେ ୭୦ ପ୍ରତିଶତ ଡେଙ୍ଗୁ ଭୂତାଣୁ D-2 ଭାରିଆଣ୍ଟ’

‘ଡେଙ୍ଗୁ ଭୂତାଣୁ ୪ଟି ଭାରିଆଣ୍ଟ ରହିଛି। ତେବେ ଆମ ରାଜ୍ୟରେ D-1 ଓ D-2 ଅଧିକ ପରିମାଣରେ ଦେଖାଯାଏ। ଏବେ ରିପୋର୍ଟ କହୁଛି, ରାଜ୍ୟରେ D-2 ଭାରିଆଣ୍ଟ ଅଧିକ ରହିଛି।’

ଅଦ୍ୟତନ ହୋଇଛି
Dr.( Mrs.) Sanghamitra Pati

Dr.( Mrs.) Sanghamitra Pati

Advertisment

ଓଡ଼ିଶାରେ ଏବେ ୭୦ ପ୍ରତିଶତ ଡେଙ୍ଗୁ ଭୂତାଣୁ D-2 ଭାରିଆଣ୍ଟ। ୨୮ ପ୍ରତିଶତ D-1 ଭାରିଆଣ୍ଟର। ନିକଟରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଡେଙ୍ଗୁ ରୋଗୀଙ୍କ ନମୂନାର ସିରୋଟାଇପ୍‌ ପରୀକ୍ଷାରୁ ଏହା ଜାଣିବାକୁ ପାଇଛି RMRC ଭୁବନେଶ୍ଵର। ଏନେଇ ସୂଚନା ଦେଇଛନ୍ତି RMRC ନିର୍ଦ୍ଦେଶିକା ଡାକ୍ଟର ସଂଘମିତ୍ରା ପତି।

Advertisment

ଡାକ୍ତର ପତି କହିଛନ୍ତି କହିଛନ୍ତି RMRC ହସ୍ପିଟାଲରେ ଏବେ ଚିକିତ୍ସିତ ଡେଙ୍ଗୁ ରୋଗୀଙ୍କ ସିରୋଟାଇପିଙ୍ଗ୍ କରାଯାଉଛି। ଯେଉଁଥିରୁ କେଉଁ ଭାରିଆଣ୍ଟ ଡେଙ୍ଗୁ ରୋଗୀ ଅଧିକ ଗୁରୁତର ହେଉଛନ୍ତି, ତାହା ଜଣାପଡ଼ିବ ବୋଲି RMRC ନିର୍ଦ୍ଦେଶିକା କହିଛନ୍ତି।

ଅନ୍ୟପକ୍ଷରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ଡେଙ୍ଗୁ ଭୂତାଣୁ ୪ଟି ଭାରିଆଣ୍ଟ ରହିଛି। ତେବେ ଆମ ରାଜ୍ୟରେ D-1 ଓ D-2 ଅଧିକ ପରିମାଣରେ ଦେଖାଯାଏ। ଏବେ ରିପୋର୍ଟ କହୁଛି, ରାଜ୍ୟରେ D-2 ଭାରିଆଣ୍ଟ ଅଧିକ ରହିଛି। କିନ୍ତୁ ଏହି ସବ ଭାରିଆଣ୍ଟରେ ରୋଗୀ ଗୁରୁତର ହେବାର କୌଣସି ସମ୍ପର୍କ ଥିବା ପ୍ରମାଣିତ ହୋଇନି। କିନ୍ତୁ ଡେଙ୍ଗୁ ରୋଗୀ ଗୋଟିଏ ଭାରିଆଣ୍ଟରେ ଆକ୍ରାନ୍ତ ହେଲେ, ରୋଗୀ ଶରୀରରେ ତାହାର ଇମ୍ୟୁନିଟି ଡେଭଲପ କରିଯାଏ, ଫଳରେ ଆଉ ଥରେ ସେଇ ଭାରିଆଣ୍ଟ ଡେଙ୍ଗୁ ଆଉ ହେବନି। ତେବେ ସ୍ଵାସ୍ଥ୍ୟ ବିଶେଷଜ୍ଞଙ୍କ ମତ, ଗୋଟିଏ ଡେଙ୍ଗୁ ଭାରିଆଣ୍ଟରେ ଆକ୍ରାନ୍ତ ଡେଙ୍ଗୁ ରୋଗୀ ପରବର୍ତ୍ତୀ ସମୟରେ ଅନ୍ୟ ଭାରିଆଣ୍ଟ ଦ୍ଵାରା ଆକ୍ରାନ୍ତ ହେଲେ ଗୁରୁତର ହେବା ଆଶଙ୍କା ବଢିଯାଏ।

Advertisment
RMRC Bhubaneswar Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe