Advertisment

ସତର୍କ! ପ୍ରୋଟିନ ସପ୍ଲିମେଣ୍ଟ ଖାଉଥିଲେ ସାବଧାନ, ଆସିଲା ସାଂଘାତିକ ରିପୋର୍ଟ

ଲୋକମାନେ ଯେଉଁ ପ୍ରୋଟିନ ସପ୍ଲିମେଣ୍ଟକୁ ନିଜ ସ୍ୱାସ୍ଥ୍ୟ ପାଇଁ ପିଉଛନ୍ତି, ସେଗୁଡ଼ିକରେ ଭୁଲ ଲେବଲିଂ ହେଉଛି।

ଅଦ୍ୟତନ ହୋଇଛି
India

India

Advertisment

ନିଜକୁ ଫିଟ ରଖିବା ପାଇଁ ଏବେ ସମସ୍ତେ ଚାହୁଁଛନ୍ତି। କିଏ ବ୍ୟାୟାମ କରୁଛି ତ କିଏ ଜିମ ଯାଉଛି। ସେହିପରି କିଛି ଲୋକ ନିଜର ସ୍ୱାସ୍ଥ୍ୟକୁ ଠିକ ରଖିବା ପାଇଁ ନିୟମିତ କ୍ଷୀର ପିଅନ୍ତି ଓ ଅନ୍ୟ ପାନୀୟ ସହ ବିଭିନ୍ନ ପ୍ରକାରର ସପ୍ଲିମେଣ୍ଟ ସବୁ ମିଶାଇ ପିଅନ୍ତି। ଶରୀରକୁ ଅଧିକ ଏନର୍ଜି ଓ ପୋଷକତତ୍ତ୍ୱ ପ୍ରଦାନ କରିବାକୁ ସେମାନେ ଏମିତି କରନ୍ତି। ପ୍ରୋଟିନ ସପ୍ଲିମେଣ୍ଟକୁ ଏବେ ଅଧିକାଂଶ ଲୋକ ବ୍ୟବହାର କରୁଛନ୍ତି। ମସଲ୍ସ ପାୱାର ବୃଦ୍ଧି ସହ ଷ୍ଟ୍ରେନ୍ଥ ବଢ଼ାଇବାକୁ ସେମାନେ ପ୍ରୋଟିନ ନେଉଛନ୍ତି।

Advertisment

ତେବେ ଏପରି ପ୍ରୋଟିନ ସପ୍ଲିମେଣ୍ଟକୁ ନେଇ ଆସିଛି ସାଂଘାତିକ ଖବର। ଲୋକମାନେ ଯେଉଁ ପ୍ରୋଟିନ ସପ୍ଲିମେଣ୍ଟକୁ ନିଜ ସ୍ୱାସ୍ଥ୍ୟ ପାଇଁ ପିଉଛନ୍ତି, ସେଗୁଡ଼ିକରେ ଭୁଲ ଲେବଲିଂ ହେଉଛି। ଭାରତରେ ବିକ୍ରି ହେଉଥିବା ୭୦% ପ୍ରୋଟିନ ସପ୍ଲିମେଣ୍ଟରେ ତ୍ରୁଟିପୂର୍ଣ୍ଣ ଲେବଲିଂ ବା ଭୁଲ ତଥ୍ୟ ଦିଆଯାଉଥିବା ଗୋଟିଏ ସର୍ଭେରୁ ଖୁଲାସା ହୋଇଛି।

ସର୍ଭେରେ ଆହୁରି କୁହାଯାଇଛି ଯେ ଏପରି ସପ୍ଲିମେଣ୍ଟଗୁଡ଼ିକରେ ବିଷାକ୍ତ ପଦାର୍ଥ ମଧ୍ୟ ମିଳିବାର ନଜିର ରହିଛି। ଭୁଲ ତଥ୍ୟ ସହ ଗୁଣବତ୍ତା ହ୍ରାସ କରାଯାଉଛି। ସେହିପରି ବିଜ୍ଞାପନ ଜରିଆରେ ଭୁଲ ତଥ୍ୟର ପ୍ରଚାର କରାଯାଉଛି।

Advertisment

ସର୍ଭେ ବେଳେ ଗବେଷକମାନେ ୩୬ଟି ଲୋକପ୍ରିୟ ପ୍ରୋଟିନ ପାଉଡରର ଯାଞ୍ଚ କରିଥିଲେ। ଏହା ମଧ୍ୟରେ ହର୍ବାଲ ଓ ଡାଇଟାରୀ ସପ୍ଲିମେଣ୍ଟ ଯଥା ଭିଟାମିନ, ମିନେରାଲ ଓ ପ୍ରାକୃତିକ ଉପାଦନ ଆଦି ଥିବା ନେଇ ଦାବି କରୁଥିବା ସଂସ୍ଥା ରହିଛି। ଏହି ୩୬ ପ୍ରୋଟିନ ପାଉଡର ଉପରେ ଗବେଷଣା କରିବା ବେଳେ ଜଣାପଡ଼ିଛି ପ୍ରୋଟିନ ସମ୍ପର୍କରେ ୭୦% ସଂସ୍ଥା ଭୁଲ ତଥ୍ୟ ଦେଇଛନ୍ତି। 

କିଛି ବ୍ରାଣ୍ଡ ନିଜ ଦାବିର ୫୦% ଅଂଶକୁ ମଧ୍ୟ ପୂରଣ କରି ପାରୁ ନାହାନ୍ତି। ୧୪% ନମୁନାରେ କ୍ଷତିକାରକ ଫଙ୍ଘଲ ଏଫଲାଟୋକ୍ସନ ରହିଛି। ସେହିପରି ୮% ସପ୍ଲିମେଣ୍ଟରେ କୀଟନାଶକ ଭଳି ବିପଦପୂର୍ଣ୍ଣ ପଦାର୍ଥ ରହିଥିବା ମଧ୍ୟ ସର୍ଭେରୁ ଜଣାପଡ଼ିଛି।

ପ୍ରୋଟିନ ପାଉଡରୁ ସାଧାରଣତଃ ଆଥଲେଟିକ୍ସ, ପ୍ରାପ୍ତ ବୟସ୍କ ଓ ଯବାନମାନେ ନିଅନ୍ତି। ମସଲ୍ସ ବୃଦ୍ଧ ଠାରୁ ଶକ୍ତି ବୃଦ୍ଧି କରିବାକୁ ସେମାନେ ଏହି ସବୁ ସପ୍ଲିମେଣ୍ଟ ନିଅନ୍ତି। କିନ୍ତୁ ଏବେ ପ୍ରୋଟିନ ସପ୍ଲିମେଣ୍ଟକୁ ନେଇ ଏପରି ତଥ୍ୟ ସାମ୍ନାକୁ ଆସିଛି।

Protein Protein Foods
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe