Advertisment

ଝାଡ଼ାବାନ୍ତିରେ ୮୦ ଛାତ୍ରଛାତ୍ରୀ ଅସୁସ୍ଥ

ଗୁରୁବାର ପିଲାମାନେ ହଷ୍ଟେଲରେ ରାତ୍ର ଭୋଜନ ଖାଇ ଶୋଇଥିଲେ।

student

student

Advertisment

ଝାଡ଼ାବାନ୍ତିରେ ପ୍ରାୟ ୮୦ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି। ଘଟଣା ଘଟିଛି ସମ୍ବଲପୁର ଗୋଶାଳା ଠାରେ ଥିବା ନବୋଦୟ ବିଦ୍ୟାଳୟରେ।

Advertisment

ଗୁରୁବାର ପିଲାମାନେ ହଷ୍ଟେଲରେ ରାତ୍ର ଭୋଜନ ଖାଇ ଶୋଇଥିଲେ। ଶୁକ୍ରବାର ସକାଳେ କିଛି ପିଲାଙ୍କୁ ବାନ୍ତି ହୋଇଥିଲା। ଆଉ କିଛି ପିଲାଙ୍କୁ ଝାଡ଼ା ହୋଇଥିଲା। ପ୍ରଥମେ ପିଲାମାନଙ୍କୁ ହଷ୍ଟେଲରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ହେଲେ ପିଲାମାନଙ୍କ ଦେହ ଅଧିକ ଅସୁସ୍ଥ ହେବାରୁ ସ୍କୁଲ ଅଧ୍ୟକ୍ଷ ଡାକ୍ତରୀ ଟିମ୍‌କୁ ଖବର ଦେଇଥିଲେ।

ଡାକ୍ତରୀଟିମ୍‌ ପହଞ୍ଚି ପିଲାମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଔଷଧ ଖାଇବାକୁ ଦେଇଥିଲେ। ସଂଧ୍ୟାବେଳକୁ ସମସ୍ତ ପିଲା ସୁସ୍ଥ ଅନୁଭବ କରିଥିବା ସ୍କୁଲ ଅଧ୍ୟକ୍ଷ ସୂଚନା ଦେଇଛନ୍ତି।

Advertisment

ସ୍କୁଲ ଅଧ୍ୟକ୍ଷ କହିଛନ୍ତି ଯେ, କେଉଁ କାରଣ ପାଇଁ ପିଲାମାନଙ୍କୁ ଝାଡ଼ାବାନ୍ତି ହେଲା ଜଣାପଡ଼ି ନାହିଁ। ଡାକ୍ତରୀ ଟିମ୍‌ ଜଳ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ନେଇଛନ୍ତି । ଆଗାମୀ ୭ ଦିନ ପର୍ଯ୍ୟନ୍ତ ପିଲାମାନଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖାଯିବ। ଗତ ଗୁରୁବାର ରାତିରେ ପିଲାମାନେ ଭୋଜନରେ ଭାତ, ରୁଟି, ଡାଲି, ତରକାରୀ ସହ କ୍ଷିରି ଖାଇଥିଲେ।

Students Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe