Advertisment

ଭୋଜି ଖାଇ ୫୦ ଅସୁସ୍ଥ

ଗତକାଲି ଗାଁରେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଭୋଜି ହୋଇଥିଲେ।

Bolangir

Bolangir

Advertisment

ଭୋଜି ଖାଇ ୫୦ ଜଣ ଅସୁସ୍ଥ ହୋଇଛନ୍ତି। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଉପରଝର ଗାଁରେ। ୭ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାମନଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଛି। ଗାଁରେ ଡାକ୍ତରୀ ଟିମ୍ ପହଞ୍ଚି ଅନ୍ୟମାନଙ୍କର ଚିକିତ୍ସା କରୁଛନ୍ତି।

Advertisment

ଗତକାଲି ଗାଁରେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଭୋଜି ହୋଇଥିଲେ।ଗାଁର ସମସ୍ତ ଲୋକେ ଭୋଜି ଖାଇଥିଲେ। ଭୋଜି ଖାଇବାର କିଛି ସମୟ ପରେ କିଛି ଲୋକଙ୍କୁ ବାନ୍ତି ହେବା ସହ ଝାଡ଼ା ହୋଇଥିଲା। ପ୍ରାଥମିକ ଚିକିତ୍ସା ପରେ ୭ଜଣଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା।

୭ଜଣଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଥିଲା।ଖବର ପାଇ  ଅର୍ଜୁନପୁର ଓ ଦେଓଗାଁରର ଡାକ୍ତରୀ ଟିମ୍ ଗାଁରେ ପହଞ୍ଚି ଅନ୍ୟମାନଙ୍କୁ ଚିକିତ୍ସା କରିଥିଲେ। ଚିକିତ୍ସା ପରେ ସମସ୍ତେ ସୁସ୍ଥ ଥିବା ଜଣାପଡ଼ିଛି।

Advertisment
Bolangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe