Advertisment

ଏକ କମ୍ପାନୀର ଦାବି: ଜୀବନ ବଞ୍ଚାଇପାରେ ମଣିଷ ମଳ, ଦାନ କଲେ ଦେବ ୧.୪ କୋଟି ଟଙ୍କା!

କମ୍ପାନୀ ଭିଡିଓ ମାଧ୍ୟମରେ ମଳଦାନ ପାଇଁ ଲୋକଙ୍କୁ ଆହ୍ୱାନ କରିବା ସହ ଏଥିପାଇଁ ବିପୁଳ ପରିମାଣର ଟଙ୍କା ଅଫର୍ କରିଛି।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ଅଙ୍ଗଦାନ କଥା ନିଶ୍ଚୟ ଶୁଣିଥିବେ, ହେଲେ କେବେ ମଳଦାନ ବିଷୟରେ ଶୁଣିନଥିବେ କି ଜାଣିନଥିବେ। ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଅଙ୍ଗଦାନ ଭଳି ମଳଦାନରେ ବି ମହତ ରହିଛି। ଏକଥା ଆମେ କହୁନୁ, ଏକ କମ୍ପାନୀ ୟୁଟ୍ୟୁବ ଭିଡିଓ ମାଧ୍ୟମରେ ଏହି ଦାବି କରିଛି।

Advertisment

କମ୍ପାନୀ ଭିଡିଓ ମାଧ୍ୟମରେ ମଳଦାନ ପାଇଁ ଲୋକଙ୍କୁ ଆହ୍ୱାନ କରିବା ସହ ଏଥିପାଇଁ ବିପୁଳ ପରିମାଣର ଟଙ୍କା ଅଫର୍ କରିଛି। ହ୍ୟୁମାନ୍ ମାଇକ୍ରୋବସ୍ ନାମକ ଏକ ପ୍ରମୋସନାଲ୍ ୟୁଟ୍ୟୁବ୍ ଭିଡିଓରେ ଜଣେ ମଧ୍ୟବୟସ୍କ ମହିଳା ଏହି ଅଫର୍ କରିଛନ୍ତି। ସେ ଭିଡିଓରେ କହୁଛନ୍ତି, ଗୋଟିଏ ଷ୍ଟୁଲ ନମୁନା ପାଇଁ ୫୦୦ ଡଲାର (୪୧,୦୦୦ ଟଙ୍କା) କିମ୍ବା ଯଦି ଆପଣ ଦୈନିକ ଦାତା ହୁଅନ୍ତି, ତେବେ ବର୍ଷକୁ ପ୍ରାୟ ୧, ୮୦,୦୦୦ ଡଲାର (୧ କୋଟି ୪୦ ଲକ୍ଷ) ଟଙ୍କା ମିଳିବ। 

ଭିଡିଓରେ କେବଳ "ମଳ ଦାତା" କିପରି ହେବେ ତାହା ବର୍ଣ୍ଣନା କରାଯାଇ ନାହିଁ, ବରଂ ସେମାନେ କାହିଁକି ମଣିଷର ମଳ ଆବଶ୍ୟକ କରୁଛନ୍ତି ଏବଂ ଏହା କିପରି ଜଣେ ବ୍ୟକ୍ତିର ଜୀବନ ବଞ୍ଚାଇପାରେ ସେ ବାବଦରେ ଆଲୋଚନା କରିଛନ୍ତି। 

Advertisment

ହ୍ୟୁମାନ୍ ମାଇକ୍ରୋବସ୍ ବିଶ୍ୱାସ କରେ ଯେ, ଜଣେ ସୁସ୍ଥ ବ୍ୟକ୍ତିଙ୍କଠାରୁ ପ୍ରକ୍ରିୟାକୃତ ଷ୍ଟୁଲ୍(ମଳ) ନମୁନା ଇଞ୍ଜେକ୍ଟ ମାଧ୍ୟମରେ ପୀଡ଼ିତଙ୍କ ଅନ୍ତଃନଳୀ ସ୍ୱାସ୍ଥ୍ୟ ସମସ୍ୟା ଭଲ ହୋଇପାରେ ଏବଂ ସେମାନଙ୍କର ଗୁରୁତର ମାନସିକ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଆରୋଗ୍ୟ ହୋଇପାରେ।

ଏପରି ଅଦ୍ଭୁତ ଦାବି କରୁଥିବା କମ୍ପାନୀ ବାବଦରେ ସନ୍ଧାନ କରିବା ପରେ ଜଣାଗଲା ଯେ, ଏହା ୨୦୨୦ରେ ପ୍ରତିଷ୍ଠା ହୋଇଥିଲା। ମାଇକେଲ ହାରୋପ ହେଉଛନ୍ତି ଏହାର ପ୍ରତିଷ୍ଠାତା। ଏହି କମ୍ପାନୀ ମୁଖ୍ୟତଃ ଆମେରିକା ଏବଂ କାନାଡାରୁ ଷ୍ଟୁଲ(ମଳ) ଦାତାମାନଙ୍କୁ ଗ୍ରହଣ କରୁଛି। ତଥାପି ସେମାନେ ବିଶ୍ୱର ବିଭିନ୍ନ ସ୍ଥାନର ମଳଦାତାଙ୍କୁ ଏଥିରେ ସାମିଲ କରିବାକୁ ଚାହୁଁଛନ୍ତି। ତେଣୁ ୟୁଟ୍ୟୁବ୍ ଭିଡିଓ ମାଧ୍ୟମରେ ଏଥିପାଇଁ ବିଜ୍ଞାପନ ଦେବା ସହ ବରଫରେ ସଂରକ୍ଷିତ ରଖି ଷ୍ଟୁଲ୍ ପଠାଇବାକୁ କହିଛନ୍ତି।

ପ୍ରକାଶ ଥାଉକି, ୟୁଟ୍ୟୁବ୍ ଭିଡିଓ ମାଧ୍ୟମରେ ସେମାନେ ମଧ୍ୟ ଜଣେ ବ୍ୟକ୍ତି କିପରି ଏହା ମାଧ୍ୟମରେ ରୋଗରୁ ମୁକ୍ତି ପାଇ ପାରିଛନ୍ତି ସେ ବାବଦରେ ଉଲ୍ଲେଖ କରିଛନ୍ତି। ତେବେ ଏପରି ଚିକିତ୍ସା ସ୍ୱୀକୃତି ପ୍ରାପ୍ତ କି ନୁହଁ ସେନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ। 

Poop Stool Stool Donation