ଏଣିକି ଆଉ ମାଳ ମାଳ ପ୍ରେସକ୍ରିପସନ ଧରି ରୋଗୀକୁ ବୁଲିବାକୁ ପଡ଼ିବନି। ଗୋଟିଏ ଆକାଉଣ୍ଟରେ ରହିବ ରୋଗୀର ସମସ୍ତ ପୂର୍ବ ଡାଟା । ଖୁବଶୀଘ୍ର ସରକାର ଲାଗୁ କରିବାକୁ ଯାଉଛନ୍ତି ନ୍ୟାସନାଲ ଡିଜିଟାଲ ହେଲଥ ମିଶନ । ଏହି ମିଶନ ଅଧୀନରେ ରୋଗୀଙ୍କୁ ମିଳିବ ଏକ ସ୍ୱତନ୍ତ୍ର କାର୍ଡ। ଏହି କାର୍ଡର ନାଁ ହେଉଛି ଆୟୁଷ୍ମାନ ଭାରତ ହେଲଥ ଆକାଉଣ୍ଟ ବା ‘ଆଭା’ । ନ୍ୟାସନାଲ ହେଲଥ ଅଥରିଟି ଅଣ୍ଡରରେ ରହିବ ଏହି କାର୍ଡ ।
‘ଆଭା’ କାର୍ଡ ଆକାଉଣ୍ଟ ସମସ୍ତେ ରେଜିଷ୍ଟେସନ କରିପାରିବେ । QR କୋଡ୍ ସ୍କାନ କଲେ ପୂର୍ବ ରୋଗ ସମ୍ବନ୍ଧୀୟ ସବୁ ଡାଟା ଉପଲବ୍ଧ ହେବ । ନ୍ୟାସନାଲ ଡିଜିଟାଲ ହେଲାଥ ମିଶନ ଅନୁଯାୟୀ ଏହି କାର୍ଡ ପାଇପାରିବେ ରୋଗୀ। ଏଥିନିମନ୍ତେ ଅନଲାଇନରେ ଆବେଦନ କରିବାକୁ ହେବ । ଆୟୁଷ୍ମାନ ଭାରତ କାର୍ଡ ସହ ଏହି କାର୍ଡ ବି ବଣ୍ଟନ କରାଯିବ । ଫେବୃଆରୀ ପୂର୍ବରୁ କାର୍ଡ ବାଣ୍ଟିବା ନେଇ ଯୋଜନା କରୁଛନ୍ତି ସରକାର ।
‘ଆଭା’ କାର୍ଡ କ’ଣ?
ଆଭା କାର୍ଡ ହେଉଛି ATM ଓ ପାନ୍ ଭଳି ୧୪ ଡିଜିଟ୍ ଥିବା କାର୍ଡ । ଏହି କାର୍ଡରେ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ତ ତଥ୍ୟ କାର୍ଡରେ ରହିବ । ଆଉ ସେମାନଙ୍କୁ ମାଳ ମାଳ ପ୍ରେସକ୍ରିପସନ୍ ଧରି ବୁଲିବାକୁ ପଡ଼ିବନି । ଆଭା କାର୍ଡରୁ ହିଁ ସବୁ ତଥ୍ୟ ମିଳିପାରିବ ।