Advertisment

ଦେଶରେ ୧୦୦୦ ଟପିଲା ସକ୍ରିୟ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା

କେବଳ ଗତ ସପ୍ତାହକ ମଧ୍ୟରେ ୭୫୨ଟି ନୂଆ କୋଭିଡ୍‌ ମାମଲା ସାମ୍ନାକୁ ଆସିଛି। ଦିଲ୍ଲୀରେ ସକ୍ରିୟ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦୪କୁ ବୃଦ୍ଧି ପାଇଛି।

author-image
Jitendra Garnayak
Covid

Covid

ଦେଶରେ ସକ୍ରିୟ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ଟପିଛି। ଆଜି ସକାଳ ସାଢ଼େ ଆଠଟା ସୁଦ୍ଧା ଦେଶରେ ମୋଟ ୧୦୦୯ ଜଣ ସକ୍ରିୟ କୋଭିଡ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Advertisment

କେବଳ ଗତ ସପ୍ତାହକ ମଧ୍ୟରେ ୭୫୨ଟି ନୂଆ କୋଭିଡ୍‌ ମାମଲା ସାମ୍ନାକୁ ଆସିଛି। ଦିଲ୍ଲୀରେ ସକ୍ରିୟ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦୪କୁ ବୃଦ୍ଧି ପାଇଛି। ଏଥିରୁ ୯୯ଟି ମାମଲା କେବଳ ଗତ ସପ୍ତାହରେ ସାମ୍ନାକୁ ଆସିଛି।

ସବୁଠୁ ଅଧିକ ସକ୍ରିୟ କୋଭିଡ୍ ଆକ୍ରାନ୍ତ କେରଳରେ ଚିହ୍ନଟ ହୋଇଛନ୍ତି। ସେଠାରେ ୩୩୫ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏହା ସହିତ କେରଳରେ ସକ୍ରିୟ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୪୩୦ରେ ପହଞ୍ଚି ଯାଇଛି।

Advertisment

ମହାରାଷ୍ଟ୍ରରେ ସକ୍ରିୟ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୧୫୩ରୁ ୨୦୯କୁ ବୃଦ୍ଧି ପାଇଛି। ଗୁଜରାଟରେ ସକ୍ରିୟ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୮୩କୁ ବୃଦ୍ଧି ପାଇଥିବା ବେଳେ କର୍ଣ୍ଣାଟକାରେ ୪୭, ଉତ୍ତର ପ୍ରଦେଶରେ ୧୫ ଓ ପଶ୍ଚିମ ବଙ୍ଗରେ ୧୨ଟି ମାମଲା ସାମ୍ନାକୁ ଆସିଛି।

ଆଣ୍ଡାମାନ ଓ ନିକୋବର, ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ହିମାଚଳ ପ୍ରଦେଶ, ଜମ୍ମୁ ଓ କଶ୍ମୀରରେ ଏ ପର୍ଯ୍ୟନ୍ତ ସକ୍ରିୟ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶନିବାର କହିଥିଲେ, ମୁଖ୍ୟତଃ କେରଳ, ତାମିଲନାଡୁ, ମହାରାଷ୍ଟ୍ର ଓ କର୍ଣ୍ଣାଟକାରେ କୋଭିଡ୍ ମାମଲା ଦେଖାଯାଉଛି। ସେଥିରୁ ଅଧିକାଂଶ ମାମଲା ସାମାନ୍ୟ ଓ ସେମାନେ ଘରେ ରହି ଚିକିତ୍ସିତ ହେଉଛନ୍ତି।

ଋଷିକେଶ ଏମ୍ସର ନିର୍ଦ୍ଦେଶକ ହକ୍ତର ମୀନୁ ସିଂହ କହିଛନ୍ତି ଯେ ଏବେ ଯେଉଁ ଭ୍ୟାରିୟାଣ୍ଟ ଆସିଛି ତାହା ଅତି ମାରାତ୍ମକ ନୁହେଁ। ତଥାପି ଲୋକମାନେ ସତର୍କ ରହିବା ଉଚିତ୍।

ଇତି ମଧ୍ୟରେ କୋଭିଡ୍‌ରେ ମହାରାଷ୍ଟ୍ରରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ କେରଳାରେ ୨ ଓ କର୍ଣ୍ଣାଟକାରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ଦେଶର ବିଭିନ୍ନ ସହରରେ ସକ୍ରିୟ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଦୁଇଟି ନୂଆ ସବ୍‌-ଭ୍ୟାରିୟାଣ୍ଟ ଏନ୍‌ବି୧.୮.୧ ଓ ଏଲ୍‌ଏଫ.୭ ଚିହ୍ନଟ କରାଯାଇଛି। ଏହି ଦୁଇ ଭ୍ୟାରିୟାଣ୍ଟ ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନଜର ରଖିଛି। ଏହି ଦୁଇ ଭ୍ୟାରିୟାଣ୍ଟକୁ ନେଇ ଏବେ ଚିନ୍ତାଜନକ ସ୍ଥିତିରେ ନାହାନ୍ତି।

Covid19