Advertisment

ଏହି ଗୋଟିଏ ଖାଦ୍ୟରେ ରହିଛି କୋଟିଏ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ!

ଏଥିରେ ଅନେକ ପ୍ରକାରର ସ୍ୱାସ୍ଥ୍ୟ ଉପକାରୀ ଗୁଣ ଥାଏ। ମଧୁମେହ ରୋଗୀଙ୍କୁ ମାଟିରୁ ଉତ୍ପାଦନ ହେଉଥିବା ପରିବା ଖାଇବାକୁ ବାରଣ କରାଯାଉ ଥିଲେ ବି ଏହି ପରିବା ଖାଇବାକୁ ମନା ହୁଏନି।

Sweet Potato

Sweet Potato

Advertisment

କନ୍ଦମୂଳକୁ ପରିବା ମଧ୍ୟରେ ଏକ ଶ୍ରେଷ୍ଠ ପରିବା ଭାବେ ବିବେଚନା କରାଯାଏ। ଏଥିରେ ଅନେକ ପ୍ରକାରର ସ୍ୱାସ୍ଥ୍ୟ ଉପକାରୀ ଗୁଣ ଥାଏ। ମଧୁମେହ ରୋଗୀଙ୍କୁ ମାଟିରୁ ଉତ୍ପାଦନ ହେଉଥିବା ପରିବା ଖାଇବାକୁ ବାରଣ କରାଯାଉ ଥିଲେ ବି କନ୍ଦମୂଳ ଖାଇବାକୁ ମନା ହୁଏନି। କାରଣ ଏଥିରେ ଥିବା ଉପାଦାନ ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଲାଭପ୍ରଦ। 

Advertisment

କନ୍ଦମୂଳରେ ଫାଇବର, ଭିଟାମିନ୍(ଏ, ସି ଏବଂ ବି 6), ମିନେରାଲ୍ସ(ପୋଟାସିୟମ୍, ମାଙ୍ଗାନିଜ୍) ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଭରପୂର ମାତ୍ରାରେ ଥାଏ। କନ୍ଦମୂଳରେ ବିଟା-କାରୋଟିନ୍ ନାମକ ଏକ ପ୍ରକାର ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ରହିଥାଏ, ଯାହା ଶରୀରକୁ ଭିଟାମିନ ଏ ଅଭାବରୁ ରକ୍ଷା କରେ। କନ୍ଦମୂଳ ଖାଇବାର ଅନେକ ସ୍ୱାସ୍ଥ୍ୟ ଉପକାରିତା ରହିଛି, ସେଗୁଡିକ କଣ ଜାଣନ୍ତୁ... 

ଉତ୍ତମ ସ୍ୱାସ୍ଥ୍ୟ ପାଇଁ କନ୍ଦମୂଳ
ଏଥିରେ ଭିଟାମିନ୍ ଏବଂ ଖଣିଜ ପଦାର୍ଥ ଯଥା ଭିଟାମିନ୍ ଏ, ଭିଟାମିନ୍ ସି, ପୋଟାସିୟମ୍ ଏବଂ ଫାଇବର ଭରପୂର ଥାଏ, ଯାହା ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଜରୁରୀ। କନ୍ଦମୂଳ ଖାଇବା ଦ୍ୱାରା ଶରୀରକୁ ପୋଷକ ତତ୍ତ୍ୱ ମିଳିଥାଏ।

Advertisment

ପ୍ରତିରକ୍ଷା ପ୍ରଣାଳୀକୁ ଦୃଢ କରେ
କନ୍ଦମୂଳରେ ଥିବା ଭିଟାମିନ୍ ଏ ଏବଂ ଭିଟାମିନ୍ ସି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୁଏ। ଏହା ଫଳରେ ରୋଗ ଏବଂ ସଂକ୍ରମଣ ସହ ଲଢିବାକୁ ଶରୀରକୁ ଶକ୍ତି ମିଳିଥାଏ। 

ହଜମ ପ୍ରକ୍ରିୟାରେ ସାହାଯ୍ୟ କରେ
କନ୍ଦମୂଳରେ ଥିବା ଫାଇବର ହଜମ ପ୍ରକ୍ରିୟାକୁ ପ୍ରୋତ୍ସାହିତ କରେ। ଏଥିସହ କୋଷ୍ଠକାଠିନ୍ୟକୁ ରୋକିଥାଏ।

ରକ୍ତଚାପକୁ ନିୟନ୍ତ୍ରଣରେ ରଖେ
କନ୍ଦମୂଳ ପୋଟାସିୟମର ଏକ ଉତ୍ତମ ଉତ୍ସ। ଏଥିରେ ଥିବା ମିନେରାଲ ରକ୍ତଚାପ ସ୍ତରକୁ ନିୟନ୍ତ୍ରଣ କରିବାରେ ଏବଂ ଉଚ୍ଚ ରକ୍ତଚାପ ଆଶଙ୍କାକୁ ହ୍ରାସ କରିବାରେ ସାହାଯ୍ୟ କରେ।

ସାମୂହୀକ ଓଜନ ବଜାୟ ରଖେ
କନ୍ଦମୂଳ ମିଠା ଲାଗିଲେ ମଧ୍ୟ, ଏଥିରେ କ୍ୟାଲୋରୀ ଅଧିକ ନଥାଏ। କିନ୍ତୁ ଫାଇବର ଭରପୂର ଥାଏ, ଯାହା ଓଜନ ହ୍ରାସ ଏବଂ ଓଜନ ପରିଚାଳନାକୁ ପ୍ରୋତ୍ସାହିତ କରିଥାଏ।

ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରେ
କନ୍ଦମୂଳରେ କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ଥାଏ, ଯାହା ରକ୍ତରେ ଶର୍କରା ସ୍ତରକୁ ସ୍ଥିର କରିବାରେ ସାହାଯ୍ୟ କରିଥାଏ।

ହୃଦୟ ସ୍ୱାସ୍ଥ୍ୟରେ ଉନ୍ନତି ଆଣେ
କନ୍ଦମୂଳରେ ଥିବା ଫାଇବର, ପୋଟାସିୟମ ଏବଂ ଆଣ୍ଟିଅକ୍ସିଡାଣ୍ଟ କୋଲେଷ୍ଟ୍ରଲ ସ୍ତରକୁ ହ୍ରାସ କରିଥାଏ। ଫଳରେ ରକ୍ତଚାପ ମଧ୍ୟ ନିୟନ୍ତ୍ରଣରେ ରହେ। ଏହି ଦୁଇ ସମସ୍ୟା ନିୟନ୍ତ୍ରଣରେ ରହିବା ଫଳରେ ହୃଦୟ ସୁସ୍ଥ ବଜାୟ ରହେ।

ମସ୍ତିଷ୍କକୁ ସୁସ୍ଥ ରଖେ
କନ୍ଦମୂଳରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଯୌଗିକ ମସ୍ତିଷ୍କ କୋଷଗୁଡ଼ିକୁ କ୍ଷତିରୁ ରକ୍ଷା କରିପାରେ। ଯାହା ଫଳରେ ମସ୍ତିଷ୍କ କାର୍ଯ୍ୟରେ ଉନ୍ନତି ଆସେ।

ଚର୍ମ ସ୍ୱାସ୍ଥ୍ୟକୁ ସୁସ୍ଥ ରଖେ
କନ୍ଦମୂଳରେ ଭିଟାମିନ୍ ଏ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରୂପର ପରିମାଣରେ ଥାଏ, ଯାହା ଚର୍ମ ଗଠନରେ ଉନ୍ନତି ଆଣିବା ସହ କୋଲାଜେନ୍ ଉତ୍ପାଦନ ବୃଦ୍ଧି କରି ସୁସ୍ଥ ଚର୍ମକୁ ପ୍ରୋତ୍ସାହିତ କରେ।

ଚକ୍ଷୁ ସ୍ୱାସ୍ଥ୍ୟକୁ ଦୂର କରେ
କନ୍ଦମୂଳରେ ପ୍ରଚୁର ପରିମାଣରେ ବିଟା-କାରୋଟିନ ଥାଏ, ଯାହା ଦୃଷ୍ଟିଶକ୍ତି ବଜାୟ ରଖିବା ସହ ବୟସ ସମ୍ବନ୍ଧୀୟ ମାକୁଲାର ଡିଜେରେସନକୁ ରୋକିଥାଏ। 

Health Tips Sweet Potato Sweet Potato Benefits Sweet Potato For Health
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe