Advertisment

ପୁଣି ବ୍ୟାପୁଛି କରୋନା; ଇମ୍ୟୁନିଟି ବୃଦ୍ଧି ପାଇଁ ଆପଣାନ୍ତୁ ଏହି ଉପାୟ

କୋଭିଡ ସଂକ୍ରମଣ ବୃଦ୍ଧି ସମୟରେ ଶରୀରର ଇମ୍ୟୁନିଟୁକୁ ଦୃଢ କରିବା ପାଇଁ କେଉଁ ସବୁ ଖାଦ୍ୟ ଖାଇବେ, ଜାଣନ୍ତୁ...

Representative Image

Representative Image

Advertisment

କିଛି ଦିନର ବିରତି ପରେ ପୁଣି ମୁଣ୍ଡ ଟେକିଛି କରୋନା। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସର୍ବଦା ଏକ ପରାମର୍ଶ ଦିଅନ୍ତି କି, ଯେଉଁମାନଙ୍କର ଇମ୍ୟୁନିଟି ବା ରୋଗ ପ୍ରତିରୋଧକ ଶକ୍ତି ଦୃଢ ଥିବ ସେମାନେ କରୋନାରେ ସଂକ୍ରମିତ ହେବାର ଆଶଙ୍କା ଖୁବ୍ କମ୍। ତେଣୁ ରୋଗ ପ୍ରତିରୋଧକ ଶକ୍ତି ବଜାୟ ରହିବା ଜରୁରୀ। କୋଭିଡ ସଂକ୍ରମଣ ବୃଦ୍ଧି ସମୟରେ ଶରୀରର ଇମ୍ୟୁନିଟୁକୁ ଦୃଢ କରିବା ପାଇଁ କେଉଁ ସବୁ ଖାଦ୍ୟ ଖାଇବେ, ଜାଣନ୍ତୁ... 

Advertisment

ପ୍ରଚୁର ଫଳ ଏବଂ ପନିପରିବା ଖାଆନ୍ତୁ
ସପ୍ଲିମେଣ୍ଟ ଗ୍ରହଣ କରିବା ଅପେକ୍ଷା ପ୍ରାକୃତିକ ଖାଦ୍ୟ ସେବନ ସ୍ୱାସ୍ଥ୍ୟ ପାଇଁ ଉପକାରୀ। ସେଥିପାଇଁ ଖାଦ୍ୟରେ ବିଭିନ୍ନ ପ୍ରକାରର ଫଳ ଏବଂ ପନିପରିବା ଅନ୍ତର୍ଭୂକ୍ତ କରନ୍ତୁ। ପ୍ରକୃତିରୁ ମିଳୁଥିବା ଫଳ ଓ ପନିପରିବାରେ ପ୍ରଚୁର ପରିମାଣରେ ଭିଟାମିନ୍, ମିନେରାଲ୍ସ ଏବଂ ଫାଇବର ଥାଏ। ଏସବୁକୁ ଖାଇବା ଫଳରେ ଇମ୍ୟୁନିଟି ବୃଦ୍ଧି ପାଇଥାଏ। ବିଶେଷ କରି ଭିଟାମିନ୍-ସି ଥିବା ଫଳରୁ ଅଧିକ ଇମ୍ୟୁନିଟି ମିଳିଥାଏ।

ଡାଲି ଏବଂ ବାଦାମ
ଖାଦ୍ୟରେ ବିଭିନ୍ନ ପ୍ରକାର ଡାଲି ସମେତ ବାଦାମ ଯୋଗ କରନ୍ତୁ। ସୁସ୍ଥ ଚର୍ବି ପ୍ରତିରକ୍ଷା ପ୍ରଣାଳୀକୁ ସମର୍ଥନ କରେ ଏବଂ ପ୍ରଦାହକୁ ହ୍ରାସ କରେ। ପ୍ରୋଟିନ୍ ବ୍ୟତୀତ ଡାଲିରେ ଭିଟାମିନ୍ ଏବଂ ମିନେରାଲ୍ସ ମଧ୍ୟ ଭରପୂର ଥାଏ, ଯାହା ମଧୁମେହ ଆଶଙ୍କାକୁ ହ୍ରାସ କରିଥାଏ। ଖାଦ୍ୟରେ ଅଲିଭ୍ ଅଏଲ୍, ବାଦାମ ଏବଂ ଅନ୍ୟାନ୍ୟ ଅନସାଚ୍ୟୁରେଟେଡ୍ ତେଲ ଅନ୍ତର୍ଭୁକ୍ତ କରନ୍ତୁ। 

Advertisment

ଚର୍ବି, ଚିନି ଏବଂ ଲୁଣ ଗ୍ରହଣକୁ ହ୍ରାସ କରନ୍ତୁ 
ରୋଗକୁ ରୋକିବାକୁ ହେଲେ ଚର୍ବି, ଲୁଣ, ଚିନି ଏବଂ କ୍ୟାଲୋରୀ ଅଧିକ ଥିବା ଖାଦ୍ୟଠୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ। ଶରୀରରେ ଚର୍ବି, ଚିନି ଏବଂ ଲୁଣ ଭାଗକୁ ସନ୍ତୁଳିତ ରଖିଲେ ସୁସ୍ଥ ରହିପାରିବେ। ଏହାଦ୍ୱାରା ହୃଦ୍ ରୋଗ, ଷ୍ଟ୍ରୋକ୍, ଟାଇପ୍-୨ ଡାଇବେଟିସ୍ ଏବଂ କ୍ରନିକ୍ କିଡନୀ ଭଳି ରୋଗ ହେବାର ଆଶଙ୍କା ମଧ୍ୟ କମ୍। ତେଣୁ ଏଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। 

Disclaimer: ଉପରିସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।

Health Tips Covid Health Food For Immunity Immunity Boosting Food
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe