Advertisment

ଏମ୍‌ସ ଭୁବନେଶ୍ୱରକୁ ମିଳିଲା ଆରୋଗ୍ୟ ଭୂଷଣ ସମ୍ମାନ

ଏମ୍‌ସ ଭୁବନେଶ୍ୱର ଶିଶୁ ବିଭାଗର ଶିଶୁରୋଗ ପଲ୍‌ମୋନୋଲୋଜି ଓ ଆଇସିୟୁ ଦଳ ନିକଟରେ ଅଭିନବ ବ୍ରୋଙ୍କୋସ୍କୋପିକ୍ ପ୍ରକ୍ରିୟା ଦ୍ୱାରା ଜଣେ ୯ ବର୍ଷୀୟ ବାଳକର ଫୁସଫୁସ ବାମ ପାର୍ଶ୍ୱରୁ ପ୍ରାୟ ୪ ସେମି ଲମ୍ବାର ଏକ ସିଲେଇ ଛୁଞ୍ଚିକୁ ସଫଳତାର ସହିତ ବାହାର କରିଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
AIIMS

AIIMS

ଏମ୍‌ସ ଭୁବନେଶ୍ୱର ଖ୍ୟାତିସମ୍ପନ୍ନ ଡକ୍ଟର କେଶବ ବଳିରାମ ହେଡ୍‌ଗେୟାର ଆରୋଗ୍ୟ ଭୂଷଣ ସମ୍ମାନ ମିଳିଛି। ରିଥିଙ୍କ୍‌ ଇଣ୍ଡିଆ ପକ୍ଷରୁ ଉଚ୍ଚ ଗୁଣବତ୍ତାପୂର୍ଣ୍ଣ ଚିକିତ୍ସା ସେବା ପ୍ରଦାନ ପାଇଁ ଏମ୍‌ସର ଶିଶୁରୋଗ ବିଭାଗକୁ ଏପରି ସମ୍ମାନ ପ୍ରଦାନ କରାଯାଇଛି। ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ବିଭାଗ ତରଫରୁ ପ୍ରଫେସର(ଡ.) ରଶ୍ମୀ ରଂଜନ ଦାସ ଓ ଅତିରିକ୍ତ ପ୍ରଫେସର୍‌ (ଡ.) କୃଷ୍ଣ ମୋହନ ଗୁଲା ଏହି ପୁରସ୍କାର ଗ୍ରହଣ କରିଛନ୍ତି।

Advertisment

ଆରୋଗ୍ୟ ଭୂଷଣ ସମ୍ମାନ ମିଳିବା ପରେ ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଖୁସି ବ୍ୟକ୍ତ କରିବା ସହିତ ଶିଶୁରୋଗ ବିଭାଗ ଓ ଡାକ୍ତରୀ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ଭବିଷ୍ୟତରେ ଏହିପରି ଅଭିନବ ପ୍ରକ୍ରିୟା ଜାରି ରଖିବାକୁ ଉତ୍ସାହିତ କରିଛନ୍ତି ଡ. ବିଶ୍ୱାସ।

ଏମ୍‌ସ ଭୁବନେଶ୍ୱର ଶିଶୁ ବିଭାଗର ଶିଶୁରୋଗ ପଲ୍‌ମୋନୋଲୋଜି ଓ ଆଇସିୟୁ ଦଳ ନିକଟରେ ଅଭିନବ ବ୍ରୋଙ୍କୋସ୍କୋପିକ୍ ପ୍ରକ୍ରିୟା ଦ୍ୱାରା ଜଣେ ୯ ବର୍ଷୀୟ ବାଳକର ଫୁସଫୁସ ବାମ ପାର୍ଶ୍ୱରୁ ପ୍ରାୟ ୪ ସେମି ଲମ୍ବାର ଏକ ସିଲେଇ ଛୁଞ୍ଚିକୁ ସଫଳତାର ସହିତ ବାହାର କରିଥିଲେ। ଏହି ପଦ୍ଧତ୍ତି ଫଳରେ ଉକ୍ତ ବାଳକକୁ ଏକ ଜଟିଳ ଅସ୍ତ୍ରୋପଚାରରୁ ମୁକ୍ତି ମିଳିବା ସହିତ ଜୀବନ ବଞ୍ଚାଇ ପାରିଥିଲେ ଡାକ୍ତରୀ ଟିମ୍‌। ସ୍ୱାସ୍ଥ୍ୟସେବାରେ ଏପରି ଅଭିନବ ଜୀବନ ରକ୍ଷାକାରୀ ପ୍ରକ୍ରିୟା ପ୍ରୟୋଗ ସ୍ୱରୂପ ଉପରୋକ୍ତ ସମ୍ମାନ ପ୍ରଦାନ କରାଯାଇଛି। ଉତ୍ସବରେ ଏମ୍‌ସ ଭୁବନେଶ୍ୱରକୁ ବେଶ ପ୍ରଶଂସା କରାଯାଇଛି।

Advertisment
Bhubaneswar AIIMS