Advertisment

ଅନୁସନ୍ଧାନ: ବାୟୁ ପ୍ରଦୂଷଣ ବୃଦ୍ଧି କରୁଛି ଟାଇପ୍-୨ ଡାଇବେଟିସ୍

ଦିଲ୍ଲୀ ଏବଂ ଚେନ୍ନାଇର ଦକ୍ଷିଣ ଅଞ୍ଚଳରେ 12,000 ପୁରୁଷ ଏବଂ ମହିଳାଙ୍କୁ ନେଇ ଏହି ଅନୁସନ୍ଧାନ କରାଯାଇଥିଲା।

ଅଦ୍ୟତନ ହୋଇଛି
Air Pollution

Air Pollution

Advertisment

ଉଦବେଗଜନକ ସ୍ଥିତିରେ ପହଞ୍ଚିଲାଣି ବାୟୁ ପ୍ରଦୂଷଣ। ଏହା କେବଳ ଯେ ନିଶ୍ୱାସ ନେବାରେ ସମସ୍ୟା ସୃଷ୍ଟି କରେ ତାହା ନୁହେଁ, ଅନେକ ପ୍ରକାର ରୋଗ କାରକ ମଧ୍ୟ ସାଜୁଛି। ବାୟୁ ପ୍ରଦୂଷଣ ଆଲର୍ଜି, ଆଜମା ଏବଂ ବ୍ରୋଙ୍କାଇଟିସ୍ ଭଳି ରୋଗ ସୃଷ୍ଟି କରିଥାଏ ବୋଲି ଆମେ ଜାଣିଛେ, ହେଲେ ଏକ ନୂତନ ଅନୁସନ୍ଧାନ ଆଉ ଏକ ରୋଗ ବିପଦକୁ ଇଜ୍ଞିତ କରୁଛି। 

Advertisment

ଅନୁସନ୍ଧାନରୁ ଜଣାଯାଇଛି ଯେ, ବାୟୁ ପ୍ରଦୂଷଣ ଟାଇପ୍-2 ଡାଇବେଟିସ୍ ବିପଦକୁ ବଢାଉଛି। ଦିଲ୍ଲୀ ଏବଂ ଚେନ୍ନାଇର ଦକ୍ଷିଣ ଅଞ୍ଚଳରେ କରାଯାଇଥିବା ଅନୁସନ୍ଧାନରୁ ଏହା ଜଣାପଡିଛି। BMJ ମେଡିକାଲ ଜର୍ଣାଲରେ ପ୍ରକାଶ ପାଇଛି ଅନୁସନ୍ଧାନର ଫଳାଫଳ ।

ଅନୁସନ୍ଧାନରେ କୁହାଯାଇଛି ଯେ, ବାୟୁରେ ଉପସ୍ଥିତ PM2.5(ପାର୍ଟିକୁଲେଟ୍ ମାଟର୍) ରକ୍ତରେ ଶର୍କରା ସ୍ତରକୁ ବୃଦ୍ଧି କରି ଟାଇପ୍-2 ମଧୁମେହର କାରକ ସାଜୁଛି। ଅନୁସନ୍ଧାନରେ ଆହୁରି ଦର୍ଶାଯାଇଛି, ନିଶ୍ୱାସ ନେବାବେଳେ PM2.5 କଣିକା(ଯାହା କେଶଠାରୁ 30 ଗୁଣ ପତଳା) ରକ୍ତ ପ୍ରବାହରେ ପ୍ରବେଶ କରି ଅନେକ ଶ୍ୱାସକ୍ରିୟା ସମ୍ବନ୍ଧୀୟ ଏବଂ ହୃଦରୋଗ ସୃଷ୍ଟି କରିପାରେ। 2010 ମସିହାରେ ଏହି ଅନୁସନ୍ଧାନ ଆରମ୍ଭ ହୋଇଥିଲା। ପ୍ରଥମ କରି ପ୍ରଦୂଷଣ ଏବଂ ମଧୁମେହ ମଧ୍ୟରେ ଏକ ସମ୍ପର୍କ ଥିବା ଜଣାପଡିଛି।

Advertisment

12,000 ପୁରୁଷ ଏବଂ ମହିଳାଙ୍କୁ ନେଇ ଏହି ଅନୁସନ୍ଧାନ କରାଯାଇଥିଲା। ଅନୁସନ୍ଧାନ ସମୟରେ ସମସ୍ତଙ୍କ ରକ୍ତରେ ଶର୍କରା ସ୍ତର ଯାଞ୍ଚ କରାଯାଇଥିଲା। ଏଥିରେ ଦେଖାଗଲା ଯେ, ଯେଉଁମାନଙ୍କ ଶରୀରରେ ପ୍ରଦୂଷଣ ମାତ୍ରା ଅଧିକ, ସେମାନଙ୍କ ରକ୍ତରେ ଶର୍କରା ସ୍ତର ମଧ୍ୟ ଅଧିକ ରହୁଛି। ଦୀର୍ଘ ଦିନ ଧରି ପ୍ରଦୂଷିତ ଅଞ୍ଚଳରେ ରହୁଥିବା ଲୋକଙ୍କ ରକ୍ତରେ ଶର୍କରା ସ୍ତର ବୃଦ୍ଧି ହେବାର ଆଶଙ୍କା 20 ରୁ 22 ପ୍ରତିଶତ ଅଧିକ ଥିଲା ବୋଲି ପ୍ରକାଶିତ ମେଡିକାଲ ଜର୍ଣାଲରେ ଉଲ୍ଲେଖ କରାଯାଇଛି।

ତେବେ ବର୍ତ୍ତମାନ ପରିସ୍ଥିତିରେ ଆମ ଦେଶର ଅଧିକାଂଶ ସହରରେ ବାୟୁ ପ୍ରଦୂଷଣର ମାତ୍ରା ଖୁବ୍ ଅଧିକ। ପରିସ୍ଥିତି ଏପରି ହୋଇଛି ଯେ ଲୋକମାନେ ଦିନରେ ମଧ୍ୟ ଘରୁ ବାହାରି ପାରୁନାହାନ୍ତି। ସେହିପରି ଏବେ ଘରେ ଘରେ ମଧୁମେହ ରୋଗୀ। ତେଣୁ ତୁରନ୍ତ ପ୍ରଦୂଷଣ ମାତ୍ରା ରୋକିବା ଉପରେ ଗୁରୁତ୍ୱାରୋପ କରୁଛି ଅନୁସନ୍ଧାନ। 

Health Diabetes Type Two Diabetes Research Air Pollution Research On Air Pollution
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe