Advertisment

ମୁମ୍ବାଇକୁ ଘାରିଲା ଜିକା ଭାଇରସ୍‌ ଚିନ୍ତା, ୧୦ ଆକ୍ରାନ୍ତ ଚିହ୍ନଟ

କେବଳ ମହାରାଷ୍ଟ୍ରରେ ୧୦ ନୂଆ ଜିକା ଭାଇରସ ମାମଲା ସାମନାକୁ ଆସିଛି। ଏହାପରେ ମୁମ୍ବାଇ ଟାସ୍କ- ଫୋର୍ସ ଆଲର୍ଟ ହୋଇ ଯାଇଛି।

author-image
Niharika Rout
Virus

Virus

କରୋନା ସଂକ୍ରମଣ ପରେ ଏବେ ଆଉ ଏକ ସଂକ୍ରମଣ ଦେଶବାସୀଙ୍କ ଚିନ୍ତା ବଢ଼ାଇଛି। ତାହା ହେଉଛି ଜିକା ଭାଇରସ୍‌। କିଛି ଦିନ ହେଲା ଥମି ଯାଇଥିବା ଜିକା ଭାଇରସ ଉପଦ୍ରବ ପୁଣି ଥରେ ଆରମ୍ଭ ହୋଇଛି। ଏଥର କେବଳ ମହାରାଷ୍ଟ୍ରରେ ୧୦ ନୂଆ ଜିକା ଭାଇରସ ମାମଲା ସାମନାକୁ ଆସିଛି। ଏହାପରେ ମୁମ୍ବାଇ ଟାସ୍କ- ଫୋର୍ସ ଆଲର୍ଟ ହୋଇ ଯାଇଛି।

Advertisment

ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, କୋହ୍ଲାପୁରାରେ ୪ ଜଣ, ମୁମ୍ବାଇରେ ୨ ଜଣ, ଇଞ୍ଚଲକରଞ୍ଜିରେ ୨ ଜଣ, ପନ୍ଦରପୁରରେ ଜଣେ ଓ ପୁଣେରେ ଜଣେ ଜିକା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି।

ପୁଣେର ଜଣେ ୬୪ ବର୍ଷୀୟା ମହିଳା ପ୍ରଥମେ ଜିକା ଭାଇରସରେ ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଥିଲେ। ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଇ ଆଉ ୯ ଜଣଙ୍କ ସାମ୍ପୁଲ ଟେଷ୍ଟ ପାଇଁ NIV ପଠାଯାଇଛି। ମହିଳାଜଣକ ଟ୍ରାଭେଲ ହିଷ୍ଟ୍ରି ଯାଞ୍ଚ ପରେ ଗତ ଅକ୍ଟୋବରରେ ସେ କେରଳ ଯାଇଥିବା ଜଣାପଡ଼ିଥିଲା।

Advertisment

ଜିକା ଭାଇରସରେ ଆକ୍ରାନ୍ତ ପ୍ରାୟ ୮୦% ରୋଗୀଙ୍କ ଶରୀରରେ ପ୍ରଥମେ କୌଣସି ଲକ୍ଷଣ ଦେଖା ଯାଇ ନ ଥାଏ । ଜ୍ୱର, ଚର୍ମରେ ଦାଗ, ମାଂସପେଶୀ ଓ ଗଣ୍ଠି ଯନ୍ତ୍ରଣା, ମୁଣ୍ଡବିନ୍ଧା ଆଦି ଜିକା ଭାଇରସ ସଂକ୍ରମଣର ପ୍ରାରମ୍ଭିକ ଲକ୍ଷଣ। ଏହି ଭାଇରସର ଲକ୍ଷଣଗୁଡ଼ିକ ସାଧାରଣତଃ ସାମାନ୍ୟ ଏବଂ ୨ରୁ ୭ ଦିନ ପର୍ଯ୍ୟନ୍ତ ଏହା ରହିଥାଏ। କିନ୍ତୁ ଉପଯୁକ୍ତ ସମୟରେ ଏହାର ଚିକିତ୍ସା କରା ନ ଗଲେ ଏହା ମାରାତ୍ମକ ସାବ୍ୟସ୍ତ୍ୟ ହୋଇଥାଏ । ବିଷେଷ କରି ଗର୍ଭବତୀଙ୍କ କ୍ଷେତ୍ରରେ ଏହା ଖୁବ୍‌ ସାଂଘାତିକ ରୂପ ଧାରଣ କରିଥାଏ ।

ଏଡିସ୍ ଇଜିପ୍ଟି ମଶା କାମୁଡ଼ିବା ଦ୍ୱାରା ଜିକା ସଂକ୍ରମଣ ହୁଏ। ଏହି ମଶା ଡେଙ୍ଗୁ ଓ ଚିକୁନ୍‌ଗୁନିଆ ସଂକ୍ରମଣ ପାଇଁ ମଧ୍ୟ ଦାୟୀ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ ଜିକା ଜୀବାଣୁ ଏଡିସ୍ ମଶା ଦ୍ୱାରା ସଂକ୍ରମିତ ହୁଏ। ଏହି ମଶା ଡେଙ୍ଗୁ ଓ ଚିକୁନ୍‌ଗୁନିଆ ସଂକ୍ରମଣ ପାଇଁ ମଧ୍ୟ ଦାୟୀ। ଜିକା ଭାଇରସ ରୋଗ ପ୍ରଥମେ ୧୯୫୨ମସିହାରେ ଉଗାଣ୍ଡା ଏବଂ ତାଞ୍ଜାନିଆର ମଣିଷମାନଙ୍କଠାରେ ଚିହ୍ନଟ ହୋଇଥିଲା।

Mumbai Maharashtra Zika Virus