/odisha-reporter/media/post_attachments/uploadimage/library/16_9/16_9_0/IMAGE_1712233232.jpg)
Newborn baby boy
ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରୁ ନବଜାତ ଶିଶୁପୁତ୍ର ଚୋରି ଅଭିଯୋଗ। ୮ ଦିନର ଶିଶୁ ପୁତ୍ର ଚୋରି ହୋଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ।
Advertisment
ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଆଠବାଟିଆ ଅଞ୍ଚଳର ସୁଶାନ୍ତ ବାରିକ ଓ ପତ୍ନୀ ଟିକିଲି ରାଣୀ ୨ତାରିଖ ଦିନ ନବଜାତ ଶିଶୁପୁତ୍ରକୁ ଜଣ୍ଡିସ୍ ହୋଇଥିବାରୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଶିଶୁକୁ ପ୍ରସୂତି ବିଭାଗର ଏସଏନସିୟୁରେ ଚିକିତ୍ସିତ ହେଉଥିଲା ବେଳେ ଆଜି ଦିନ ୧୨ ପରଠୁ ପିଲାକୁ ପାଇନଥିଲେ।
ବହୁ ଖୋଜାଖୋଜି କର୍ମଚାରୀଙ୍କୁ ପଚରା ଉଚରା ପରେ ବି ପିଲାକୁ ନ ପାଇବାରୁ ମେଡ଼ିକାଲ ଫାଣ୍ଡିରେ ଜଣାଇଛନ୍ତି। ଏନେଇ ପୁଲିସ ଘଟଣାର ତଦନ୍ତ କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
