Advertisment

କରୋନା ପରେ ଚୀନରେ ଆଉ ଏକ ମହାମାରୀ! ତଥ୍ୟ ମାଗିଲା WHO

ଚୀନର ଉତ୍ତର-ପୂର୍ବ ଅଞ୍ଚଳ ବେଜିଂ ଏବଂ ଲିଆଓନିଙ୍ଗରେ ଏହି ରୋଗ ଦ୍ରୁତ ଗତିରେ ମାଡି ଚାଲିଛି।

File Photo

File Photo

Advertisment

କୋରୋନା ପରେ ଚୀନରେ ଆଉ ଏକ ମହାମାରୀ ପରିସ୍ଥିତି ଆଶଙ୍କା। ଦେଶର ବିଭିନ୍ନ ବିଦ୍ୟାଳୟରେ ଗୋଟିଏ ପ୍ରକାର ରୋଗ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ରିପୋର୍ଟ ଅନୁସାରେ, ଚୀନରେ ମିଷ୍ଟେରିଅସ୍ ନିମୋନିଆ ଆକ୍ରାନ୍ତ ବୃଦ୍ଧି ପାଉଛି।

Advertisment

ଚୀନର ଉତ୍ତର-ପୂର୍ବ ଅଞ୍ଚଳ ବେଜିଂ ଏବଂ ଲିଆଓନିଙ୍ଗରେ ଏହି ରୋଗ ଦ୍ରୁତ ଗତିରେ ମାଡି ଚାଲିଛି। ରିପୋର୍ଟ ଅନୁସାରେ, ଅକ୍ଟୋବର ମଧ୍ୟ ଭାଗରୁ ସଂକ୍ରମଣ ବୃଦ୍ଧି ପାଇବାକୁ ଲାଗିଛି। ଜଣେ ପରେ ଜଣେ ଶିଶୁ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି। ଡାକ୍ତରଖାନାରେ ବେଡ୍ ମଧ୍ୟ ଅଭାବ ପଡିଲାଣି। ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଦ୍ୟାଳୟଗୁଡିକୁ ଛୁଟି ଘୋଷଣା କରାଯାଇଛି।

Advertisment

ସେପଟେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ଚୀନ୍‌କୁ ଏନେଇ ଅଧିକ ତଥ୍ୟ ମାଗିଛି। ଏଥିସହ ସଂକ୍ରମଣର ଆଶଙ୍କା ହ୍ରାସ କରିବାକୁ ଆହ୍ୱାନ କରିଛି।

ଏହି ରହସ୍ୟମୟ ନିମୋନିଆ ଦ୍ୱାରା ପ୍ରଭାବିତ ପିଲାମାନଙ୍କର ଫୁସଫୁସରେ ଫୁଲା ଏବଂ ଉଚ୍ଚ ଜ୍ୱର ଭଳି ଲକ୍ଷଣ ଦେଖା ଦେଉଛି। ତଥାପି, କାଶ ଏବଂ ଫ୍ଲୁ, RSV(ରେସ୍ପିରାଟୋରୀ ସିନ୍ସିସିଆଲ୍ ଭାଇରସ୍) ଏବଂ ଶ୍ୱାସ ରୋଗ ସମ୍ବନ୍ଧୀୟ ଅନ୍ୟାନ୍ୟ ଲକ୍ଷଣ ନାହିଁ। ତେଣୁ ଏହା କେଉଁ ପ୍ରକାର ସଂକ୍ରମଣ ଜଣାପଡୁ ନାହିଁ। ଏହି ରୋଗ ପିଲାମାନଙ୍କ କ୍ଷେତ୍ରରେ ଅଧିକ ବ୍ୟାପୁଥିବାରୁ ସତର୍କତା ଜାରି କହାଯାଇଛି। 

WHO Pneumonia China New Virous
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe